ଚଳଚ୍ଚିତ୍ରରେ ଆସିବା ପୂର୍ବରୁ ମଡ଼ଲିଙ୍ଗ କରୁଥିଲେ ଏହି ଅଭିନେତ୍ରୀ ମାନେ । କିଏ ହୋଇଥିଲେ ମିସ୍ ଇଣ୍ଡିଆ ଅନ୍ୟ କିଏ ଜିଣିଥିଲେ ବିଶ୍ୱ ସୁନ୍ଦରୀ ପଦବୀ !

ଚଳଚ୍ଚିତ୍ରରେ ଆସିବା ପୂର୍ବରୁ ମଡ଼ଲିଙ୍ଗ କରୁଥିଲେ ଏହି ଅଭିନେତ୍ରୀ ମାନେ । କିଏ ହୋଇଥିଲେ ମିସ୍ ଇଣ୍ଡିଆ ଅନ୍ୟ କିଏ ଜିଣିଥିଲେ ବିଶ୍ୱ ସୁନ୍ଦରୀ ପଦବୀ !

ନିଜ ସୁନ୍ଦରତା ବ୍ୟତୀତ ରୋଜଗାର ମାମଲାରେ ମଧ୍ୟ ମଡେଲ ମାନେ ରହିଛନ୍ତି । ଭାରତରେ ମଧ୍ୟ ଏପରି କିଛି ମଡେଲ ଅଛନ୍ତି ଯେଉଁମାନେ ନିଜ ମଡ଼ଲିଙ୍ଗ ବଳରେ ଫିଲ୍ମୀ କ୍ୟାରିୟରର ଆରମ୍ଭ କରିଥିଲେ । ଏହି ମଡ଼ଲିଙ୍ଗ ବଳରେ କିଏ ମିସସ୍ ୱାର୍ଲଡ଼ ହୋଇଥିଲେ ଅନ୍ୟ କେହି ମିସ୍ ୟୁନିଭର୍ସ ପଦବୀ ହାସଲ କରିଥିଲେ । ଚାଲନ୍ତୁ କଥା ହେବା ୯୦ ଦଶକର ଏହି ସୁପର ମଡ଼େଲ୍ସ ମାନଙ୍କ ବିଷୟରେ…..

ସୁସ୍ମିତା ସେନ୍

google

ହାଇଦ୍ରାବାଦରେ ଜନ୍ମ ଗ୍ରହଣ କରିଥିବା ସୁସ୍ମିତା ୧୯୯୪ ମସିହାରେ ମିସ୍ ୟୁନିଭର୍ସ ପଦ ହାସଲ କରିଥିଲେ । ସେହି ସମୟରେ ସୁସ୍ମିତାଙ୍କ ବୟସ କେବଳ ୧୮ ବର୍ଷ ଥିଲା । ଏତେ ଛୋଟ ବୟସରେ ସୁସ୍ମିତା ସେନ୍ ସେ ପ୍ରଥମ ଭାରତୀୟ ମହିଳା ହେଲେ ଯିଏ ମିନ୍ ୟୁନିଭର୍ସ ପଦ ଲାଭ କରିଥିଲେ । ତାଙ୍କ ପ୍ରଥମ ଚଳଚ୍ଚିତ୍ର ୧୯୯୬ ମସିହାରେ ମୁକ୍ତିଲାଭ କରିଥିଲା, ଏହି ଚଳଚ୍ଚିତ୍ରରେ ଶରଦ କପୁର ତାଙ୍କ ବିପକ୍ଷରେ ନଜର ଆସିଥିଲେ ।

ଲାରା ଦତ୍ତା

google

ଲାରା ଦତ୍ତା ୨୦୦୦ ମସିହାରେ ମିସ୍ ୟୁନିଭର୍ସ ପଦ ନିଜ ନାମରେ କରିଥିଲେ । ଲାରା ଦତ୍ତା ୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୟୁନିଭର୍ସର ମୁକୁଟ ଧାରଣ କରିଥିବା ଏକମାତ୍ର ଭାରତୀୟ ମହିଳା ଅଟନ୍ତି । ସୁସ୍ମିତା ସେନଙ୍କ ପରେ ମିସ୍ ୟୁନିଭର୍ସ ହୋଇଥିବା ଲାରା ଦତ୍ତା ଦ୍ୱିତୀୟ ମହିଳା ଅଟନ୍ତି । ଲାରା ସେହି ସମୟରେ ୨୨ ବର୍ଷ ବୟସ୍କ ଥିଲେ । ଜଣାଇଦେଉଛୁ ଯେ ଲାରାଙ୍କ ଇଣ୍ଟରଭ୍ୟୁ କୌଣସି କେଟୋଗୋରୀରେ ରେକର୍ଡ କରାଯାଇଥିବା ସବୁଠାରୁ ଦୀର୍ଘ ଇଣ୍ଟରଭ୍ୟୁ ଅଟେ । ତାଙ୍କୁ ୯.୯୯ ନମ୍ବର ମିଳିଥିଲା । ଲାରା ଦତ୍ତା ମଧ୍ୟ ଚଳଚ୍ଚିତ୍ର ଆଗରୁ ମଡ଼ଲିଙ୍ଗ କରୁଥିଲେ । ଲାରା ଦତ୍ତାଙ୍କ ପ୍ରଥମ ଚଳଚ୍ଚିତ୍ରର ନାମ ହେଉଛି ‘ଅନ୍ଦାଜ’ ।

ଐଶ୍ଚର୍ଯ୍ୟା ରାୟ

google

୧୯୯୪ ମସିହାରେ ବିଶ୍ୱ ସୁନ୍ଦରୀ ପଦ ହାସଲ କରିଥିବା ଓ ସମଗ୍ର ବିଶ୍ୱରେ ଭାରତର ନାମ ଉଚ୍ଚ କରିବା ପରେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ କେବେମଧ୍ୟ ପଛକୁ ଚାହିଁ ଦେଖିନଥିଲେ । ହଲିଉଡ଼ ଫିଲ୍ମରୁ ଆରମ୍ଭ କରି କାନ୍ସ ଫିଲ୍ମ ଫେଷ୍ଟିଭଲ ପର୍ଯ୍ୟନ୍ତ ତାଙ୍କୁ ନିଜ ସୁନ୍ଦରତା ପାଇଁ ବହୁତ ପ୍ରଶଂସା ମିଳିଥିଲା । ଐଶ୍ଚର୍ଯ୍ୟାଙ୍କୁ ସ୍କୁଲ ସମୟରୁ ମଡ଼େଲିଙ୍ଗର ସୁଯୋଗ ମିଳିବା ଆରମ୍ଭ ହୋଇଯାଇଥିଲା ଏବଂ ସେ ନିଜର ସବୁଠାରୁ ପ୍ରଥମ ବିଜ୍ଞାପନ ନବମ ଶ୍ରେଣୀରେ ମିଳିଥିଲା । ତାହା ଏକ ପେନସିଲର ବିଜ୍ଞାପନ ଥିଲା । ଐଶ୍ଚର୍ଯ୍ୟା ୧୯୯୭ ମସିହାରେ ନିଜ ଫିଲ୍ମୀ କ୍ୟାରିୟରର ଆରମ୍ଭ କରିଥିଲେ। ସେ ପ୍ରଥମ ତାମିଲ ଚଳଚ୍ଚିତ୍ରର ଇରୁଅରରେ ଅଭିନୟ କରିଥିଲେ ।

ପ୍ରିୟଙ୍କା ଚୋପଡ଼ା

google

୨୦୦୦ ମସିହାରେ ବିଶ୍ୱ ସୁନ୍ଦରୀ ପଦ ହାସଲ କରି ପ୍ରିୟଙ୍କା ଚୋପଡ଼ା ସମଗ୍ର ଦେଶର ନାମ ଉଚ୍ଚ କରିଥିଲେ । ଏହି ଉପଲବ୍ଧି ଯୋଗୁଁ ପ୍ରିୟଙ୍କାଙ୍କୁ ସମଗ୍ର ବିଶ୍ୱରେ ପରିଚିତ ହେଲେ ଏବଂ ଏଥିରୁ ତାଙ୍କୁ ନିଜ ଫିଲ୍ମୀ କ୍ୟାରିୟର ଆରମ୍ଭ କରିବାରେ ମଧ୍ୟ ବହୁତ ସାହାଯ୍ୟ ମିଳିଥିଲା । ପ୍ରିୟଙ୍କା ଚୋପ୍ରା ଅଭିନେତ୍ରୀ ନୁହଁ ବରଂ ଇଞ୍ଜିନିୟର ହେବା ପାଇଁ ଚାହୁଁଥିଲେ କିନ୍ତୁ ଆଜି ବଲିଉଡରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ନିଜ ପ୍ରେରଣା ବୋଲି ଗ୍ରହଣ କରନ୍ତି । ପ୍ରିୟଙ୍କା ଚୋପଡ଼ା ତାମିଲ ଚଳଚ୍ଚିତ୍ରରୁ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ଏହା ପୂର୍ବରୁ ପ୍ରିୟଙ୍କା ମଡ଼େଲିଙ୍ଗ କରୁଥିଲେ ।

Leave a Reply

Your email address will not be published. Required fields are marked *