ସନ୍ତାନକଙ୍କ ପାଇଁ ନିଜ କ୍ୟାରିଅର୍ ମଧ୍ୟ BYE BYE କରିଥିଲେ ଏହି ଅଭିନେତ୍ରୀମାନେ ! ଭଗବାନଙ୍କ ଆଶୀର୍ବାଦରୁ ମାଆ ହେବାର ଖୁସି ମିଳିବା ଯୋଗୁଁ ଛାଡ଼ିଦେଇଥିଲେ ବଲିଉଡ…

ସନ୍ତାନକଙ୍କ ପାଇଁ ନିଜ କ୍ୟାରିଅର୍ ମଧ୍ୟ BYE BYE କରିଥିଲେ ଏହି ଅଭିନେତ୍ରୀମାନେ ! ଭଗବାନଙ୍କ ଆଶୀର୍ବାଦରୁ ମାଆ ହେବାର ଖୁସି ମିଳିବା ଯୋଗୁଁ ଛାଡ଼ିଦେଇଥିଲେ ବଲିଉଡ…

ମହିଳାଙ୍କର ସବୁଠାରୁ ଖାସ୍ ଅନୁଭୂତି ମାନଙ୍କ ଠାରୁ ଗୋଟିଏ ହୋଇଥାଏ ମା’ ହେବା । ବିବାହ ପରେ ଏହି ଅନୁଭୂତି ମହିଳାଙ୍କ ପାଇଁ କେବେ ଭୁଲି ଯାଉନଥିବା ଭଳି ଅନୁଭୂତି ହୋଇଥାଏ । ମା’ ତ ମା’ ହୋଇଥାଏ ପୁଣି ସେହି ମା’ କୌଣସି ବଡ଼ ଅଭିନେତ୍ରୀ ହୋଇ ଥାନ୍ତୁ ନା କାହିଁକି । ମା’ ନିଜ ସନ୍ତାନ ପାଇଁ କିଛିବି କରିବାକୁ ପ୍ରସ୍ତୁତ ଥାଏ । ବୋଲିଉଡ଼ର ଅନେକ ଅଭିନେତ୍ରୀ ମା’ ହେବାପରେ ନିଜ ପିଲାଙ୍କ ଲାଳନ ପାଳନ ପାଇଁ ନିଜ କ୍ୟାରିଅର୍ କୁ ବାଜି ଲଗାଇ ଦେଇଥିଲେ । ଆଜି ଏହିପରି ୯ ଜଣ ଅଭିନେତ୍ରୀଙ୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଶର୍ମିଳା ଟେଗୋର୍ :-

‘ସୈଫ୍ ଅଲୀ ଖାନ୍’ ଏବଂ ‘ସୋହା ଅଲୀ ଖାନ୍’ଙ୍କ ମା’ ଶର୍ମିଳା ଟେଗର୍ ୬୦ ରୁ ୭୦ ଦଶକ ପର୍ଯ୍ୟନ୍ତ ବଲିଉଡରେ ସକ୍ରିୟ ଥିଲେ । ସେ କୌଣସି ଏକ ସମୟରେ ଟୋପ୍ ଅଭିନେତ୍ରୀ ଥିଲେ, କିନ୍ତୁ ବିବାହ ଏବଂ ସନ୍ତାନ ପରେ ବଲିଉଡ ଠାରୁ ଦୂରେଇ ଯାଇଥିଲେ । ଶର୍ମିଳା ନିଜର ଏକ ସାକ୍ଷାତକାରରେ କହିଥିଲେ ଯେ ପିଲାଙ୍କୁ ସମୟ ଦେବା କାରଣରୁ ବୋଲିଉଡ଼ ଠାରୁ ଦୂରେଇ ଯାଇଥିଲେ ।

ବବିତା :-

କରିଶ୍ମା ଏବଂ କରୀନାଙ୍କ ମା’ ଏବଂ ରଣଧୀର୍ କପୂରଙ୍କ ପତ୍ନୀ ବବିତା ୧୯୬୬ରେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ୧୯୭୧ରେ ତାଙ୍କର ବିବାହ ହୋଇ ଯାଇଥିଲା । ବିବାହ ପରେ ସେ ଫିଲ୍ମ ଦୁନିଆ ଠାରୁ ଦୂରେଇ ଯାଇଥିଲେ ଏବଂ ତାପରେ ସେ ନିଜର ଦୁଇ ଝିଅଙ୍କ ସହିତ ସମୟ ବିତାଇ ଥିଲେ ।

ଟ୍ଵିଙ୍କିଲ୍ ଖାନ୍ନା :-

ହିନ୍ଦୀ ସିନେମା ଜଗତର ସୁପରଷ୍ଟାର୍ ରାଜେଶ୍ ଖାନ୍ନା ବଲିଉଡର କିଛି ସୁନ୍ଦର ଫିଲ୍ମରେ କାମ କରିଛନ୍ତି । ୨୦୦୧ରେ ଟ୍ଵିଙ୍କିଲ୍ ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କୁ ବିବାହ କରିଥିଲେ ଏବଂ ତାପରେ ତାଙ୍କର ଅଭିନୟ କ୍ୟାରିଅରରେ ବ୍ରେକ୍ ଲାଗି ଯାଇଥିଲା । ‘ଅକ୍ଷୟ ଏବଂ ଟ୍ଵିଙ୍କିଲ୍’ଙ୍କର ଦୁଇ ସନ୍ତାନ ଆରବ୍ ଏବଂ ନିତାରା । ଟ୍ଵିଙ୍କିଲ୍ ଜଣେ ଲେଖିକା ରୂପରେ ନିଜର ପରିଚୟ ବନାଇଛନ୍ତି ।

କରିଶ୍ମା କପୂର୍ :-

୯୦ ଦଶକରେ ‘କରିଶ୍ମା କପୂର୍’ଙ୍କ ଅଭିନୟରେ ସବୁ ଦିୱାନା ଥିଲେ । ସେହି ସମୟରେ କରିଶ୍ମା ବଲିଉଡର ଟୋପ୍ ଅଭିନେତ୍ରୀଙ୍କ ମଧ୍ୟରେ ରହିଥିଲେ । ନିଜ କ୍ୟାରିଅରରେ ଅନେକ ହିଟ୍ ଫିଲ୍ମ ଦେଇଥିବା କରିଶ୍ମା ୨୦୦୩ରେ ବିଜେନସମ୍ୟାନ୍ ସଞ୍ଜୟ କପୂରଙ୍କୁ ବିବାହ କରିବା ପରେ ଫିଲ୍ମ ଠାରୁ ଦୂରେଇ ଯାଇଥିଲେ । ଏବେ ତାଙ୍କ ସ୍ୱାମୀଙ୍କ ସହ ଛାଡ଼ପତ୍ର ମଧ୍ୟ ହୋଇଯାଇଛି । ଏବେ ସେ ଦୁଇ ପିଲା ଝିଅ ଏବଂ ପୁଅଙ୍କ ସହିତ ରହନ୍ତି ।

ନିତୁ ସିଂହ :-

ନିତୁ ସିଂହ ୭୦ ଏବଂ ୮୦ ଦଶକରେ ବଲିଉଡରେ ଖୁବ୍ ନାମ କମେଇ ଥିଲେ । ୧୯୮୦ରେ ସେ ଋଷି କପୂରଙ୍କୁ ବିବାହ କରିଥିଲେ । ଅନେକ ସଫଳ ଫିଲ୍ମରେ ଅଭିନୟ କରିଥିବା ନିତୁ ସିଂହ ମା’ ହେବାପରେ ବଲିଉଡ ଠାରୁ ଦୂରେଇ ଯାଇଥିଲେ । ତାଙ୍କର ଦୁଇ ସନ୍ତାନ ଅଭିନେତା ରଣବୀର୍ କପୂର୍ ଏବଂ ଝିଅ ଋଦ୍ଧିମ୍ କପୂର୍ ।

ସୋନାଲି ବେନ୍ଦ୍ରେ :-

ସୋନାଲି ବେନ୍ଦ୍ରେ କୌଣସି ଏକ ସମୟରେ ନିଜର ସୌନ୍ଦର୍ଯ୍ୟ କାରଣରୁ ଲକ୍ଷ ଲକ୍ଷ ହୃଦୟ ଜିତି ନେଇଥିଲେ । ବୋଲିଉଡ଼ରେ ଅନେକ ଫିଲ୍ମରେ କାମ କରି ସାରିଥିବା ସୋନାଲି ବେନ୍ଦ୍ରେ ନଭେମ୍ବର୍ ୧୨, ୨୦୦୨ରେ ବିବାହ କରିଥିଲେ । ମା’ ହେବା ପରେ ସୋନାଲି ସନ୍ତାନର ଲାଳନ ପାଳନରେ ଧ୍ୟାନ ଦେଲେ ଏବଂ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ । ସୋନାଲି ଏବଂ ଗୋଲଡି ଏକ ସନ୍ତାନର ପିତା ମାତା ଅଟନ୍ତି ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ୍ :-

ବଚ୍ଚନ ପରିବାରର ବୋହୂ ଜଣେ ସୁନ୍ଦର ଏବଂ ସଫଳ ଅଭିନେତ୍ରୀ ହେବା ସହିତ ଅନେକ ହିଟ୍ ଫିଲ୍ମ ଦେଇଥିଲେ । ହୁଏତ ବିବାହ ଏବଂ ଝିଅକୁ ଜନ୍ମ ଦେବାପରେ ଫିଲ୍ମରେ କାମ କରିବା ବନ୍ଦ କରି ଦେଇଥିଲେ । ଐଶ୍ୱର୍ଯ୍ୟା ୨୦୦୭ରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ ଏବଂ ୨୦୧୧ରେ ଦୁହେଁ ଆରାଧ୍ୟାଙ୍କ ମାତା ପିତା ହୋଇଥିଲେ । ଐଶ୍ୱର୍ଯ୍ୟା ନିଜ ଝିଅର ଖୁବ୍ ଧ୍ୟାନ ରଖନ୍ତି । ଝିଅର ସବୁ କାମ ଐଶ୍ୱର୍ଯ୍ୟା ନିଜେ କରନ୍ତି । ଝିଅର ଦେଖାଶୁଣା କରିବା ପାଇଁ ଐଶ୍ୱର୍ଯ୍ୟା କୌଣସି ନେନି ମଧ୍ୟ ରଖି ନାହାଁନ୍ତି ।

ଲାରା ଦତ୍ତ :-

ମିସ୍ ଇଣ୍ଡିଆ ଏବଂ ମିସ୍ ୟୁନିଭର୍ସ ରହି ସାରିଥିବା ଲାରା ଦତ୍ତଙ୍କ ଫିଲ୍ମ କ୍ୟାରିଅର୍ କିଛି ଖାସ୍ ନଥିଲା । ସେ ୨୦୧୧ରେ ମହେଶ ଭୂପତିଙ୍କୁ ବିବାହ କରିଥିଲେ ଏବଂ ପରେ ଫିଲ୍ମ ଦୁନିଆ ଠାରୁ ଦୂରେଇ ଯାଇଥିଲେ । ମହେଶ ଭୂପତି ଏବଂ ଲାରା ଦତ୍ତ ୨୦୧୨ରେ ଗୋଟିଏ ଝିଅର ମାତା ପିତା ହୋଇଥିଲେ । ଏବେ ଲାରା ଦତ୍ତଙ୍କ ଝିଅ ପ୍ରାୟ ୯ ବର୍ଷର ହୋଇ ଯାଇଛନ୍ତି ।

ଜେନେଲିୟା ଡିସୁଜା :-

ବଲିଉଡରେ କିଛି ଫିଲ୍ମରେ କାମ କରିଥିବା ଜେନେଲିୟା ଦେଶମୁଖ ଅଭିନେତା ରିତେଶ୍ ଦେଶମୁଖଙ୍କୁ ୨୦୧୨ରେ ବିବାହ କରିଥିଲେ । ବିବାହର ପ୍ରାୟ ୨ ବର୍ଷ ପରେ ରିତେଶ୍ ଦେଶମୁଖ ଏବଂ ଜେନେଲିୟା ଡିସୁଜା ଉଭୟ ମାତା ପିତା ହୋଇଥିଲେ । ପୁଣି ଏହାର କିଛି ବର୍ଷ ପରେ ଦୁହେଁ ଦ୍ୱିତୀୟଥର ପାଇଁ ପିତା ମାତା ହୋଇଥିଲେ । ଦୁହିଁଙ୍କର ଦୁଇ ଝିଅ ଅଛନ୍ତି । ପିଲାଙ୍କୁ ଜନ୍ମ ଦେବାପରେ ଜେନେଲିୟା ଫିଲ୍ମ ଠାରୁ ଦୂରେଇ ଯାଇଥିଲେ । ତା’ପରଠାରୁ ଉଭୟ ଫିଲ୍ମ ପରଦାରେ ନଜର ଆସି ନାହାଁନ୍ତି ।

Leave a Reply

Your email address will not be published. Required fields are marked *