‘ତାରକ ମେହତା କା ଉଲଟା ଚଷମା’ର ଏହି ଅଭିନେତ୍ରୀମାନେ ବାସ୍ତବ ଜୀବନରେ ଅଟନ୍ତି ବହୁତ ସୁନ୍ଦର !

‘ତାରକ ମେହତା କା ଉଲଟା ଚଷମା’ର ଏହି ଅଭିନେତ୍ରୀମାନେ ବାସ୍ତବ ଜୀବନରେ ଅଟନ୍ତି ବହୁତ ସୁନ୍ଦର !

ବିଗତ ୧୩ବର୍ଷ ଧରି ଛୋଟ ପରଦାର କମେଡି ଶୋ ‘ତାରକ ମେହତା କା ଓଲଟା ଚଷମା’ ସମସ୍ତଙ୍କ ମନୋରଞ୍ଜନ କରୁଛି । ଏହି ଶୋ’ ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏହି ଶୋ’ ପରି ସଫଳତା ବୋଧହୁଏ ଅନ୍ୟ କୌଣସି ଶୋ’ କୁ ମିଳିନାହିଁ । ଏହି ଶୋ’ର କଳାକାରମାନେ ମଧ୍ୟ ଦର୍ଶକମାନଙ୍କଠାରୁ ବହୁତ ଭଲପାଇବା ପାଇଛନ୍ତି ।

ଏହି ଶୋ’ର ପ୍ରତ୍ୟେକ ଚରିତ୍ର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଶୋ’ର ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ବାସ୍ତବ ଜୀବନରେ ବହୁତ ଭିନ୍ନ ଅଟନ୍ତି । ଆପଣ ହୁଏତ ସବୁବେଳେ ଏହି ଅଭିନେତ୍ରୀମାନଙ୍କୁ ଶୋ’ରେ ନିଜ ନିଜର ଚରିତ୍ରରେ ଦେଖିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ସେମାନଙ୍କର ପ୍ରକୃତ ଜୀବନର କିଛି ଝଲକ୍ ଦେଖାଇବାକୁ ଯାଉଛୁ ।

ଦିଶା ୱକାନି

ଏହି ଶୋ’ର ସବୁଠାରୁ ପ୍ରସିଦ୍ଧ ଚରିତ୍ର ହେଉଛି ‘ଦୟା ବେନ୍’ । ଦୀର୍ଘ ଦିନ ହେବ ଦିଶା ୱକାନି ଆଉ ଏହି ଶୋ’ର ଅଂଶ ହୋଇ ନାହାନ୍ତି କିନ୍ତୁ ତାଙ୍କ ଚରିତ୍ରକୁ କେହି ଭୁଲି ପାରିବେ ନାହିଁ । ସେ ପ୍ରାୟ ତିନି ବର୍ଷ ହେବ ଶୋ’ରୁ ଦୂରେଇ ଗଲେଣି । ଏହା ସତ୍ତ୍ୱେ ମଧ୍ୟ ଶୋ’ରେ ଅନେକ ସମୟରେ ତାଙ୍କ ବିଷୟରେ ଆଲୋଚନା ହୋଇଥାଏ । ୨୦୧୭ମସିହାରେ ନିଜ ପ୍ରେଗନେସି ଯୋଗୁ ଦିଶାଙ୍କୁ ଶୋ’ ଛାଡିବାକୁ ପଡ଼ିଥିଲା । ସେହି ଦିନ ଠାରୁ ଶୋ’କୁ ଆଉ ସେ ଫେରିନାହାଁନ୍ତି । ଭବିଷ୍ୟତରେ ସେ ଶୋ’କୁ ଫେରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ୨୦୧୫ମସିହାରେ ବ୍ୟବସାୟୀ ମୟୂର ପାହାଡିଆଙ୍କୁ ଦିଶା ବିବାହ କରିଥିଲେ ବର୍ତ୍ତମାନ ଦିଶାଙ୍କର ଗୋଟିଏ ଝିଅ ମଧ୍ୟ ହୋଇସାରିଛି ।

ମୁନ୍-ମୁନ୍ ଦତ୍ତ

ଅଭିନେତ୍ରୀ ମୁନ୍-ମୁନ୍ ଦତ୍ତ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଜଣାଶୁଣା । ଶୋ’ରେ ମୁନ୍-ମୁନ୍ ଦତ୍ତ ବବିତା ଜୀ ଭୂମିକାରେ ଅଭିନୟ କରୁଛନ୍ତି । ସେ ଉଭୟ ଶୋ’ରେ ଏବଂ ବାସ୍ତବ ଜୀବନରେ ବହୁତ ଗ୍ଲାମରସ୍ ଅଟନ୍ତି । ତାଙ୍କର ଫୋଟ ପ୍ରତିଦିନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୁଏ । ‘ତାରକ ମେହତା କା ଓଲଟା ଚଷମା’ ବ୍ୟତୀତ ମୁନ୍-ମୁନ୍ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

ଅମ୍ବିକା ରଂଜନକର୍

ଦୀର୍ଘ ଦିନ ଧରି ଅମ୍ବିକା ରଂଜନକର ଏହି ଶୋ’ର ଏକ ଅଂଶ ଅଟନ୍ତି । ଏହି ଶୋ’ରେ ସେ ଡକ୍ଟର୍ ହାତୀଙ୍କ ପତ୍ନୀ କୋମଲ୍ ହାତୀ ଭୂମିକାରେ ଅଭିନୟ କରୁଛନ୍ତି । ଅମ୍ବିକା ବାସ୍ତବ ଜୀବନରେ ବହୁତ ଗ୍ଲାମରସ୍ ଅଟନ୍ତି ଯାହା ତାଙ୍କ ଫୋଟ ସବୁ ଦେଖିଲେ ଜଣାପଡେ ।

ସୁନୟନା ଫୌଜଦାର୍…

ପ୍ରଥମେ ଶୋ’ରେ ଅଞ୍ଜଳି ମେହେତା ଚରିତ୍ରରେ ନେହା ମେହେତା ଅଭିନୟ କରୁଥିଲେ କିନ୍ତୁ ନେହା ଶୋ’ ଛାଡିବା ପରେ ଏହି ଚରିତ୍ରରେ ସୁନୟନା ଫୌଜଦାର୍ ଅଭିନୟ କରୁଛନ୍ତି । ଅଞ୍ଜଳି ଚରିତ୍ରରେ ସୁନୟନାଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ବାସ୍ତବ ଜୀବନରେ କିନ୍ତୁ ସୁନୟନା ଫୌଜଦାର ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି । ଶୋ’ରେ ପ୍ରାୟତ ସଲୱାର୍ ଏବଂ ଶାଢୀରେ ନଜର ଆସୁଥିବା ସୁନୟନା ଫୌଜଦାର୍ ବାସ୍ତବ ଜୀବନରେ ବହୁତ ବୋଲ୍ଡ ଅଟନ୍ତି ।

ସୋନାଲିକା ଯୋଶୀ

ମାଧବୀ ଭୀଡେ ଭୂମିକାରେ ନଜର ଆସୁଥିବା ସୋନାଲିକା ଯୋଶୀଙ୍କର ମଧ୍ୟ ସୋସିଆଲ୍ ମିଡ଼ିଆ ଢେର ସାରା ଫ୍ୟାନ୍ ଫଲୋଇଙ୍ଗ ଅଛନ୍ତି । ସୋନାଲିକା ଯୋଶୀ ଶୋ’ରେ ସବୁବେଳେ ଶାଢ଼ୀରେ ନଜର ଆସିଥାନ୍ତି କିନ୍ତୁ ବାସ୍ତବ ଜୀବନରେ ସେ ବହୁତ ଅଲଗା । ବାସ୍ତବ ଜୀବନରେ ସେ ଷ୍ଟାଇଲିସ୍ ଲୁକକୁ ପସନ୍ଦ କରନ୍ତି । ସୋସିଆଲ୍ ମିଡିଆରେ ଆପଣ ତାଙ୍କର ଷ୍ଟାଇଲିସ୍ ଫୋଟ ସବୁ ସହଜରେ ଦେଖିପାରିବେ ।

ଜେନିଫର୍ ମିସ୍ତ୍ରି

‘ତାରକ ମେହେତା କା ଓଲଟା ଚଷମା’ରେ ଜେନିଫର୍ ମିସ୍ତ୍ରି ଶ୍ରୀମତୀ ସୋଢେ ଚରିତ୍ରରେ ଅଭିନୟ କରନ୍ତି । ଜେନିଫର୍ ମିସ୍ତ୍ରି ସବୁବେଳେ ଶୋ’ରେ ନିଜର ଚୁଲବୁଲି ଚରିତ୍ର ସହିତ ପ୍ରଶଂସକମାନଙ୍କର ମନୋରଞ୍ଜନ କରନ୍ତି । ଜେନିଫର୍ ବାସ୍ତବ ଜୀବନରେ ମଧ୍ୟ ସେହିପରି ଅଟନ୍ତି । ଯଦି ଆପଣ ତାଙ୍କର ଫୋଟ ଗୁଡିକୁ ଦେଖିବେ ତେବେ ଆପଣ ସହଜରେ ବୁଝିପାରିବେ ।

Leave a Reply

Your email address will not be published. Required fields are marked *