ସଲମାନ ଖାନଙ୍କୁ ନାପସନ୍ଦ କରନ୍ତି ଏହି ଅଭିନେତ୍ରୀ ମାନେ…

ସଲମାନ ଖାନଙ୍କୁ ନାପସନ୍ଦ କରନ୍ତି ଏହି ଅଭିନେତ୍ରୀ ମାନେ…

ସଲମାନ ଖାନଙ୍କୁ ପସନ୍ଦ କରନ୍ତି ନାହିଁ ଏହି ଚାରିଜଣ ଅଭିନେତ୍ରୀ, ୩ନମ୍ବର ଅଭିନେତ୍ରୀଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ !

ବଲିଉଡରେ ବର୍ତ୍ତମାନ ସମୟରେ ସବୁଠାରୁ ପ୍ରସିଦ୍ଧ ଅଭିନେତା ହେଉଛନ୍ତି ଅଭିନେତା ସଲମାନ ଖାନ , ପୁଣି ଥରେ ଫିଲ୍ମ ରେସ-୩ ଜରିଆରେ ଚର୍ଚ୍ଚାରେ ଆସିଛନ୍ତି ସଲମାନ ଖାନ ।

ଫିଲ୍ମରେ ପ୍ରଥମ ଥର ସେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି , ଯାହା ତାଙ୍କର ପ୍ରଶଂସକ ମାନେ ଲମ୍ବା ସମୟ ଧରି ଅପେକ୍ଷା କରିଥିଲେ । ସଲମାନ ଖାନଙ୍କ ସହ ପ୍ରତି ନିର୍ଦ୍ଦେଶକ , ପ୍ରଯୋଜକ ଅଭିନେତା କାମ କରିବାକୁ ଚାହାଁନ୍ତି କିନ୍ତୁ କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯେଉଁମାନେ ସଲମାନଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ ।
ସଲମାନ ଖାନଙ୍କୁ ପସନ୍ଦ କରନ୍ତି ନାହିଁ ଏହି ଅଭିନେତ୍ରୀ ମାନେ ।
ବର୍ତ୍ତମାନ ସମୟରେ ସଲମାନ ଖାନଙ୍କ ଲୋକପ୍ରିୟତା ଚରମ ସୀମାରେ ଅଛି, ଏବେ ଆମେ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସଲମାନ ଖାନଙ୍କୁ ନାପସନ୍ଦ କରନ୍ତି ।

ସୋନାଲି ବେନ୍ଦ୍ରେ

ସଲମାନ ସୋନାଲି ବେନ୍ଦ୍ରେଙ୍କ ସହ ଫିଲ୍ମ “ହମ୍ ସାଥ ସାଥ ହେଁ ” ରେ ଅଭିନୟ କରିଥିଲେ । ସେହି ଫିଲ୍ମ କରୁଥିବା ସମୟରେ ସଲମାନ ଖାନଙ୍କ କାରଣରୁ ସୋନାଲି ଉପରେ କେସ ହୋଇଥିଲା ଯାହାଫଳରେ ସୋନାଲି ପୁଣି କେବେ ମଧ୍ୟ ସଲମାନ ଖାନଙ୍କ ସହ କାମ କରି ନାହାଁନ୍ତି ।

କଙ୍ଗନା ରନୌତ

ବଲିଉଡ ରାଣୀ କଙ୍ଗନା ରନୌତ ଜଣେ ଏହିଭଳି ଅଭିନେତ୍ରୀ ଯେ ଏକା ଫିଲ୍ମ କରିବାର ସାହସ ରଖନ୍ତି । ଗୋଟିଏ ଇଣ୍ଟର୍ଭ୍ୟୁରେ କଙ୍ଗନା କହିଥିଲେ ସଲମାନ ଖାନଙ୍କ ଫିଲ୍ମରେ ଅଭିନେତ୍ରୀ ମାନଙ୍କ ପାଇଁ କୌଣସି ମଧ୍ୟ ସ୍ଥାନ ନାହିଁ ,ଏବଂ ସେମାନଙ୍କ ଟ୍ୟାଲେଣ୍ଟର ମଧ୍ୟ କୌଣସି ପରିଚୟ ମିଳିନଥାଏ । ଲୋକ ସଲମାନ ଖାନଙ୍କୁ ପସନ୍ଦ କରନ୍ତି ଏବଂ ସଲମାନଙ୍କୁ ସମ୍ପୂର୍ଣ୍ଣ ଫିଲ୍ମରେ ଦେଖିବାକୁ ଚାହାଁନ୍ତି ।

ଦୀପିକା ପାଦୁକୋଣ

ଦୀପିକା ନିଜର ୧୦ ବର୍ଷ ଫିଲ୍ମ କ୍ୟାରିଅରରେ ସବୁଠାରୁ ଅଧିକ ହିଟ ଫିଲ୍ମ ଦେଇଛନ୍ତି , ତାଙ୍କର ପ୍ରତିଭାର ଅନେକ ଉଦାହରଣ ସୁପର ହିଟ ଫିଲ୍ମ ଗୁଡ଼ିକ ଅଟେ । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ଯ ହେବେ ଦୀପିକା ସଲମାନଙ୍କ ସହ କୌଣସି ଫିଲ୍ମରେ ଅଭିନୟ କରିବା ପାଇଁ ମନା କରିଦେଇଛନ୍ତି । ଖବର ମୁତାବକ ସଲମାନ ଏକଦା ଦୀପିକାଙ୍କ ବଏଫ୍ରେଣ୍ଡ ରଣବୀର ସିଂହଙ୍କ ମଜା ଉଡେଇଥିଲେ, ଯାହା ଫଳରେ ଦୀପିକା ମଧ୍ୟ ସେହି ଲିଷ୍ଟରେ ଆସିଲେ ଯେଉଁମାନେ ସଲମାନ ଖାନଙ୍କୁ ନାପସନ୍ଦ କରନ୍ତି ।

ଐଶ୍ୱର୍ୟା ରାୟ ବଚ୍ଚନ

ଗୋଟିଏ ସମୟ ଥିଲା ଐଶ୍ୱର୍ଯା ରାୟ ବଚ୍ଚନ ଏବଂ ସଲମାନ ଖାନଙ୍କ ପ୍ରେମ କାହାଣୀର ବଲିଉଡରେ ଗଳିରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ସେହପରି ସମ୍ପର୍କ ନାହିଁ, କାହିଁକି ନା ଐଶ୍ୱର୍ୟା ରାୟ ବର୍ଷ ୨୦୦୩ରେ ସଲମାନଙ୍କ ସହ ବ୍ରେକଅପ୍ କରିଦେଲେ ଏହାର କାରଣ ଥିଲା ସଲମାନଙ୍କ ଖରାପ ବ୍ୟବହାର ।
ଐଶ୍ୱର୍ୟା ଏବଂ ସଲମାନଙ୍କ ସୁପରହିଟ ଫିଲ୍ମ “ହମ୍ ଦିଲ ଦେ ଚୁକେ ସନମ୍” ପରେ ,ସେ କେବେ ମଧ୍ୟ ସଲମାନ ଖାନଙ୍କ ସହ ମୁଖ୍ୟ ଭୂମିକାରେ କାମ କରିନାହାଁନ୍ତି । ଐଶ୍ୱର୍ୟା ରାୟ ସ୍ପଷ୍ଟ କରିଦେଇଛନ୍ତି ସେ ସଲମାନ ଖାନଙ୍କୁ ନାପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *