ଝିଅ ହେବା ବୟସରେ ଟିଭି ଜଗତର ଏହି ୮ ଜଣ ହିରୋଇନଙ୍କୁ ବୋହୂ ହେବାକୁ ପଡ଼ିଥିଲା ! ୪ ନମ୍ବରରେ ଥିବା ଅଭିନେତ୍ରୀ ସମସ୍ତଙ୍କର ପ୍ରିୟ ଅଟନ୍ତି !

କୌଣସି ମଧ୍ୟ ଟିଭି ଧାରାବାହିକର ଲୋକପ୍ରିୟତା ସେତେବେଳେ ବଢ଼ିଥାଏ, ଯେତେବେଳେ ଶାଶୂ ନିଜର ସରଳ ଦେଖାଯାଉଥିବା ବୋହୂ ଉପରେ ଅତ୍ୟାଚାର କରିଥାଏ । ବୋହୂମାନଙ୍କୁ ସରଳ ଦେଖାଯିବା ପାଇଁ ଧାରାବାହିକ ନିର୍ମାତାମାନେ ଜାଣିଶୁଣି କମ ବୟସର ଝିଅମାନଙ୍କୁ ବୋହୂ ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥାନ୍ତି, ଯାହାଦ୍ଵାରା ଦର୍ଶକ ମାନଙ୍କର ଭାବପ୍ରବଣତା ସେହି ଧାରାବାହିକର ଚରିତ୍ର ସହିତ ରହିପାରିବ । ଏହା ଆଜିଠାରୁ ହିଁ ନୁହେଁ ବରଂ ଅନେକ ପୂର୍ବରୁ ହୋଇ ଆସୁଛି । ଝିଅ ହେବା ବୟସର ଏହି ଅଭିନେତ୍ରୀଙ୍କୁ ବୋହୂ ହେବାର ଭୂମିକାରେ ଅଭିନୟ କରିବାକୁ ପଡୁଛି ଏବଂ ଏହି ଅଭିନେତ୍ରୀ ମାନେ ପରଦାରେ ଯେଉଁ ଭୂମିକା ତୁଲାଇଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ ଅଟେ । ଏହି ଚରିତ୍ର କାରଣରୁ ହିଁ ସେମାନେ ଲୋକପ୍ରିୟ ହୋଇଯାଇଥାନ୍ତି ଏବଂ ଫିଲ୍ମ ନିର୍ମାତାଙ୍କ ନଜର ଏହି ଅଭିନେତ୍ରୀଙ୍କ ଉପରେ ପଡ଼ିଯାଏ ।

ଝିଅ ଭୂମିକାରେ ଅଭିନୟ କରିବା ବୟସରେ ଟେଲିଭିଜନ ଜଗତରେ ଏହି ୮ ଜଣ ଅଭିନେତ୍ରୀ ବୋହୁର ଭୂମିକରେ ଅଭିନୟ କରିଥିଲେ :

ଟିଭି ଧାରାବାହିକରେ ଏହିପରି ଅନେକ ବୋହୂ ଅଛନ୍ତି; ଯେଉଁମାନେ ଘରେ ଘରେ ଖୁବ୍ ଲୋକପ୍ରିୟ ହୋଇଛନ୍ତି । ଆଜି ଆମେ ଆପଣଙ୍କୁ ଛୋଟ ପରଦାର ଏପରି କେତେଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପରଦାରେ ସମସ୍ତଙ୍କ ପସନ୍ଦର ବୋହୂ ଭୂମିକାରେ ଅଭିନୟ କରି ସାରିଛନ୍ତି ।

ହିନା ଖାନ :-

Google

“ଷ୍ଟାର ପ୍ଲସ”ର ଲୋକପ୍ରିୟ ଶୋ’ “ୟେ ରିସ୍ତା କ୍ୟା କେହେଲାତା ହେ”ରୁ ନିଜର କ୍ୟାରିୟରର ଆରମ୍ଭ କରିଥିବା ହିନା ଖାନ ଏଥିରେ ଅକ୍ଷରା ଭୂମିକାରେ ଅଭିନୟ କରିଥଲେ । ସେତେବେଳେ ହିନାଙ୍କର ବୟସ ୨୧ ବର୍ଷ ଥିଲା ଏବଂ ସେ ଏହି ଧାରାବାହିକରେ ୧୮ ବର୍ଷ ବୟସରେ ଅନସ୍କ୍ରିନ ସିଂହାନିୟା ଖାନ୍ଦାନର ବୋହୂ ହୋଇଯାଇଥିଲେ ।

ପ୍ରତ୍ୟୁଷ ବାନାର୍ଜୀ :-

Google

“କଲର୍ସ ଚ୍ୟାନେଲ”ରେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିବା ଧାରାବାହିକ “ବାଳିକା ବଧୂ”ରେ ଆନନ୍ଦ ଭୂମିକାରେ ପ୍ରତ୍ୟୁଷା ବାନାର୍ଜୀ ନଜର ଆସିଥିଲେ । ସେତେବେଳେ ପ୍ରତ୍ୟୁଷାଙ୍କ ବୟସ ୧୮ ବର୍ଷ ଥିଲା ଏବଂ ସେ ସେତେବେଳେ ଘରେ ଘରେ ଲୋକପ୍ରିୟ ହୋଇଯାଇଥିଲେ । କିନ୍ତୁ ବାସ୍ତବ ଜୀବନରେ ୧ ଅପ୍ରେଲ, ୨୦୧୬ ମସିହାରେ ପ୍ରତ୍ୟୁଷାଙ୍କ ମୃତ୍ୟୁ ହୋଇଯାଇଥିଲା ।

ଅବିକା ଗୌର :-

Google

“କଲର୍ସ ଚ୍ୟାନେଲ”ର ଅନ୍ୟ ଏକ ଲୋକପ୍ରିୟ ଶୋ’ “ଶଶୁରାଲ ସିମର କା”ରେ ଅବିକା ଗୌରଙ୍କ ବିବାହ ୧୫ ବର୍ଷ ବୟସରେ ହୋଇଯାଇଥିଲା । ବାସ୍ତବ ଜୀବନରେ ମଧ୍ୟ ଅବିକା ୧୫ ବର୍ଷର ଥିଲେ ଏବଂ ସେ ନିଜର କ୍ୟାରିୟର ୯ ବର୍ଷ ବୟସରେ ଧାରାବାହିକ “ବାଳିକା ବଧୂ”ରୁ ଆରମ୍ଭ କରିଥିଲେ ।

ମହିମା ମକବାନା :-

Google

ଟିଭି ସିରିଏଲ “ସପନେ ସୁହାନେ ଲଡକପନ କେ”ରେ ନିରୀହ ଦେଖା ଯାଉଥିବା ମହିମାଙ୍କୁ ଯେତେବେଳେ ଏହି ଅଭିନୟ ମିଳିଥିଲା, ସେତେବେଳେ ସେ ମାତ୍ର ୧୨ ବର୍ଷର ଥିଲେ । ଧାରାବାହିକରେ ସେ ୧୮ ବର୍ଷୀୟ ଝିଅର ଭୂମିକାରେ ଅଭିନୟ କରିଥିଲେ ଏବଂ ସେହି ବୟସରେ ହିଁ ତାଙ୍କର ବିବାହ ହୋଇଯାଇଥିଲା ।

କାଞ୍ଚି ସିଂହ :-

Google

ଟିଭି ଧାରାବାହିକ “ଔର ପ୍ୟାର ହୋ ଗୟା”ରେ ଅବନୀ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ କାଞ୍ଚି ସିଂହ ଏହି ଶୋ’ ପରେ ସମସ୍ତଙ୍କ ପ୍ରିୟ ହୋଇଥିଲେ । କାଞ୍ଚି ଏହି ଧାରାବାହିକରେ ନିଜର ଅଭିନୟ ଦ୍ଵାରା ଏହି ଧାରାବାହିକର ନିର୍ମାତାଙ୍କୁ ଖୁସି କରି ଦେଇଥିଲେ ଏବଂ ୧୬ ବର୍ଷ ବୟସରେ ବୋହୂର ମୁଖ୍ୟ ଭୂମିକା ତୁଲାଇ ଥିଲେ ।

ଶିବଶକ୍ତି ସଚଦେବ :-

Google

ଟିଭି ଧାରାବାହିକ “ସବକୀ ଲାଡ଼ଲୀ ବେବୋ”ରେ ବେବୋ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଶିଵଶକ୍ତି ସଚଦେବ ସେତେବେଳେ ୧୯ ବର୍ଷର ଥିଲେ ଏବଂ ସେଥିରେ ଏକ ବୋହୂ ଚରିତ୍ରରେ ଅଭିନୟ କରିଥିଲେ ।

କ୍ରିଷ୍ଟାଲ୍ ଡିସୁଜା :

Google

ଟିଭି ଧାରାବାହିକ “ଏକ ହଜାରୋ ମେ ମେରୀ ବହନା ହେ”ରେ ବଡ ଭଉଣୀ ଜୀବିର ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କ୍ରିଷ୍ଟାଲ୍ ଡିସୁଜା ୨୦ ବର୍ଷ ବୟସରେ ହିଁ ଏକ ସଂସ୍କରୀ ଏବଂ ଦାୟିତ୍ଵବାନ ବୋହୁର ଭୂମିକରେ ଅଭିନୟ କରିଥିଲେ ।

ସାରା ଖାନ :-

Google

ମାତ୍ର ୧୭ ବର୍ଷ ବୟସରେ ସାରା ଖାନ ଟିଭି ଧାରାବାହିକ “ବିଦାୟୀ”ରେ ସାଧନା ଭୂମିକାରେ ଅଭିନୟ କରିଥିଲେ ଏବଂ ସମସ୍ତଙ୍କର ପ୍ରିୟ ହୋଇଥିଲେ । ଏହାପରେ ସେ ଜଣେ ପାଗଳ ବ୍ୟକ୍ତିଙ୍କୁ ବିବାହ କରନ୍ତି ଏବଂ ବଡ଼ ଖାନ୍ଦାନର ଦୁଃଖୀ ବୋହୂ ହୋଇଯାଇଥାନ୍ତି ।

Be the first to comment

Leave a Reply

Your email address will not be published.


*