ବିବାହ କରୁ କରୁ ବଲିଉଡକୁ ଭୁଲିଗଲେ ଏହି ୮ଜଣ ପ୍ରସିଦ୍ଧ କଳାକାର ! କିଏ ଅକ୍ଷୟଙ୍କର ପୁଣି କିଏ ଦିଲ୍ଲୀପ୍ କୁମାରଙ୍କର ହେଲେ ପତ୍ନୀ…

ବିବାହ କରୁ କରୁ ବଲିଉଡକୁ ଭୁଲିଗଲେ ଏହି ୮ଜଣ ପ୍ରସିଦ୍ଧ କଳାକାର ! କିଏ ଅକ୍ଷୟଙ୍କର ପୁଣି କିଏ ଦିଲ୍ଲୀପ୍ କୁମାରଙ୍କର ହେଲେ ପତ୍ନୀ…

ପ୍ରାୟତଃ ବଲିଉଡ଼ରେ ଦେଖାଯାଏ ବିବାହ ପରେ ଅଭିନେତ୍ରୀମାନେ ପରଦା ଠାରୁ ଦୂରେଇ ରୁହନ୍ତି । କିନ୍ତୁ ଏଭଳି କେତେକ କଳାକାରମାନେ ମଧ୍ୟ ଅଛନ୍ତି, ଯେଉଁମାନେ ବିବାହ ପରେ ମଧ୍ୟ ବଲିଉଡରେ ଅତ୍ୟନ୍ତ ନାମ କମାଇଛନ୍ତି । କିନ୍ତୁ କେତେକ ପ୍ରସିଦ୍ଧ ଅଭିନେତ୍ରୀ ବିବାହ ପରେ ବଲିଉଡ ଠାରୁ ଦୂରେଇ ଯାଇଥିଲେ । ଆଜି ଆମେ ଆପଣଙ୍କୁ ବଲିଉଡର ୮ ଜଣ ଏଭଳି ଜଣାଶୁଣା ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବିବାହ ପରେ ବଲିଉଡ଼ ଠାରୁ ଦୂରେଇ ଯାଇଥିଲେ । ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା ।

ଟ୍ଵିଙ୍କଲ୍ ଖାନ୍ନା:-

୨୦୦୧ ମସିହାରେ ଟ୍ଵିଙ୍କଲ୍ ଖାନ୍ନା ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କୁ ବିବାହ କରିଥିଲେ । ୧୯୯୫ ମସିହାରେ ବରସାତ୍ ଚଳଚ୍ଚିତ୍ର ମାଧ୍ୟମରେ ଡେବ୍ୟୁ କରିଥିବା ଟ୍ଵିଙ୍କଲଙ୍କର ଚଳଚ୍ଚିତ୍ର କ୍ୟାରିଅର୍ ଅତ୍ୟନ୍ତ ଛୋଟ ରହିଛି । ଅକ୍ଷୟ କୁମାରଙ୍କୁ ବିବାହ କରିବା ପରେ ସେ ଚଳଚ୍ଚିତ୍ର ଜଗତରୁ ଜଣେ ଅଭିନେତ୍ରୀ ଭାବରେ ବିଦାୟ ନେଇ ଯାଇଥିଲେ । ତେବେ ସେ ଜଣେ ଲେଖିକା ତଥା ଚଳଚ୍ଚିତ୍ର ନିର୍ମାତା ଆକାରରେ କାମ କରୁଛନ୍ତି ।

ସୋନାଲୀ ବେନ୍ଦ୍ରେ:-

ସୋନାଲୀ ବେନ୍ଦ୍ରେ ସଲମାନ୍ ଖାନ୍, ଶାହାରୁଖ ଖାନ୍ ଏବଂ ଅଜୟ ଦେବଗନଙ୍କ ଭଳି ବଡ଼ କଳାକାରଙ୍କ ସହ କାମ କରି ସାରିଛନ୍ତି । ସେ ୧୯୯୪ ମସିହାରୁ ନିଜର ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ । ୨୦୦୨ ମସିହାରେ ବଲିଉଡ ନିର୍ଦେଶକ ଗୋଲଡି ବହଲଙ୍କୁ ବିବାହ କରିବା ପରେ ସେ ଅଭିନୟ ଦୁନିଆଁରୁ ବିଦାୟ ନେଇ ଯାଇଥିଲେ ।

ଆସିନ୍:-

ଅମୀର୍ ଖାନ୍, ସଲମାନ୍ ଖାନ୍, ଅକ୍ଷୟ କୁମାରଙ୍କ ଭଳି ସୁପରଷ୍ଟାରଙ୍କ ସହ ଆସିନ୍ କାମ କରି ସାରିଛନ୍ତି । ୨୦୦୮ ମସିହାରେ ଆସିଥିବା ଚଳଚ୍ଚିତ୍ର ଗଜନୀରୁ ଆସିନ୍ ନିଜର ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅମୀର୍ ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୧୬ ମସିହାରେ ଆସିନ୍ ମାଇକ୍ରୋମେକ୍ସର୍ ସହ ସଂସ୍ଥାପକ ରାହୁଲ୍ ଶର୍ମାଙ୍କୁ ବିବାହ କରି ଚଳଚ୍ଚିତ୍ର ଜଗତରୁ ଦୂରେଇ ଯାଇଥିଲେ ।

ଜେନେଲିୟା ଡିସୁଜା:-

ବଲିଉଡର ମାତ୍ର କେତୋଟି ଚଳଚ୍ଚିତ୍ରରେ ଜେନେଲିୟା କାମ କରିଛନ୍ତି । ଜେନେଲିୟାଙ୍କ ଚଳଚ୍ଚିତ୍ର କ୍ୟାରିଅରର ଆରମ୍ଭ ‘ତୁଝେ ମେରୀ କସମ୍’ ଚଳଚ୍ଚିତ୍ରରୁ ହୋଇଥିଲା, ଯାହା ୨୦୦୩ ମସିହାରେ ଆସିଥିଲା । ୨୦୧୨ ମସିହାରେ ଜେନେଲିୟା ଅଭିନେତା ରିତେଶ ଦେଶମୁଖଙ୍କୁ ବିବାହ କରିଥିଲେ ଏବଂ ଅଭିନୟ ଜଗତ ଠାରୁ ଦୂରେଇ ଯାଇଥିଲେ ।

ମିନାକ୍ଷୀ ଶେଷାଦ୍ରୀ:-

ଦାମିନୀ, ଘାତକ, ଘାୟଲ୍ ଭଳି କେତେକ ପ୍ରସିଦ୍ଧ ଚଳଚ୍ଚିତ୍ରରେ କାମ କରିଥିବା ଜଣାଶୁଣା ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀଙ୍କର ଲୁକ୍ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇସାରିଛି । ମିନାକ୍ଷୀ ଶେଷାଦ୍ରୀ ନିଜ କ୍ୟାରିଅରର ଶୀର୍ଷ ଭାଗରେ ଥିବାବେଳେ ହରିଶ୍ ମୈସୁରଙ୍କୁ ବିବାହ କରିଥିଲେ । ବିବାହ କରିବାପରେ ସେ ବଲିଉଡ ସହ ଭାରତକୁ ମଧ୍ୟ ଛାଡି ଦେଇଥିଲେ । ସେ ବର୍ତ୍ତମାନ ଆମେରିକାରେ ନିଜ ପରିବାର ସହ ରହୁଛନ୍ତି । ମିନାକ୍ଷୀ ଏବଂ ହରିଶ୍ ଜଣେ ପୁଅ ଏବଂ ଜଣେ ଝିଅର ପିତାମାତା ଅଟନ୍ତି ।

ସାୟରା ବାନୋ:-

ଅଭିନେତ୍ରୀ ସାୟରା ବାନୋ ୬୦ ଦଶକର ସୁପରହିଟ୍ କଳାକାର ରହି ସାରିଛନ୍ତି । ସାୟରା ପ୍ରସିଦ୍ଧ ଅଭିନେତ୍ରୀ ଦିଲ୍ଲୀପ୍ କୁମାରଙ୍କର ପତ୍ନୀ ଅଟନ୍ତି । ୧୯୫୯ ମସିହାରେ ସାୟରା ବାନୋ ନିଜ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ । ଏଥିସହିତ ୧୯୬୬ ମସିହାରେ ସାୟରା ବାନୋ ଦିଲ୍ଲୀପ୍ କୁମାରଙ୍କୁ ବିବାହ କରିଥିଲେ, ଏହି ସମୟରେ ସେ ମାତ୍ର ୨୨ ବର୍ଷ ବୟସର ଥିଲେ । ଦିଲ୍ଲୀପଙ୍କୁ ବିବାହ କରିବା ପରେ ସାୟରା ଚଳଚ୍ଚିତ୍ର ଜଗତ ଠାରୁ ଦୂରେଇ ଯାଇଥିଲେ ।

ଭାଗ୍ୟଶ୍ରୀ:-

୧୯୮୯ ମସିହାରେ ଏକ ଚଳଚ୍ଚିତ୍ର ମେନେ ପ୍ୟାର୍ କିୟା ଆସିଥିଲା, ଯାହା ସୁପରହିଟ୍ ହୋଇଥିଲା । ଏହି ଚଳଚ୍ଚିତ୍ର ଭାଗ୍ୟଶ୍ରୀଙ୍କର ଡେବ୍ୟୁ ଚଳଚ୍ଚିତ୍ର ଥିଲା । ଚଳଚ୍ଚିତ୍ରରେ ଭାଗ୍ୟଶ୍ରୀଙ୍କର ଯୋଡ଼ି ଅଭିନେତା ସଲମାନ୍ ଖାନଙ୍କ ସହ ହିଟ୍ ହୋଇଥିଲା । ଭାଗ୍ୟଶ୍ରୀଙ୍କ ସହ ମୁଖ୍ୟ ଅଭିନେତା ଭାବରେ ସଲମାନ୍ ଖାନଙ୍କର ଏହା ଡେବ୍ୟୁ ଚଳଚ୍ଚିତ୍ର ଥିଲା । ଚଳଚ୍ଚିତ୍ରର ସଫଳତା ପରେ ଭାଗ୍ୟଶ୍ରୀ ୧୯୯୦ ମସିହାରେ ହିମାଳୟ ଦସାନୀଙ୍କୁ ବିବାହ କରିଥିଲେ ଏବଂ ତାପରେ ସେ ଚଳଚ୍ଚିତ୍ରରେ ଦେଖା ଯାଇନଥିଲେ ।

ନରଗିସ୍ ଦତ୍ତ:-

ପ୍ରସିଦ୍ଧ ଅଭିନେତା ରହିଥିବା ସୁନୀଲ୍ ଦତ୍ତଙ୍କର ପତ୍ନୀ ତଥା ଅଭିନେତା ସଂଜୟ ଦତ୍ତଙ୍କର ମା’ ନରଗିସ୍ ଦତ୍ତ ବଲିଉଡରେ ଅତ୍ୟନ୍ତ ନାମ କମାଇଛନ୍ତି । ନରଗିସ୍ ତାଙ୍କ ସମୟର ହିଟ୍ ଏବଂ ସୁନ୍ଦରୀ ଅଭିନେତ୍ରୀ ଭାବରେ ପରିଗଣିତ ହୋଇଥାନ୍ତି । ୧୯୫୮ ମସିହାରେ ନରଗିସ୍ ସୁନୀଲ୍ ଦତ୍ତଙ୍କୁ ବିବାହ କରିଥିଲେ, ତା’ପରେ ସେ ଚଳଚ୍ଚିତ୍ର ଜଗତ ଠାରୁ ଦୁରେଇ ଯାଇଥିଲେ । କହିରଖୁଛୁ ଯେ, ୧୯୮୧ ମସିହାରେ କର୍କଟ ରୋଗ ଯୋଗୁଁ ନରଗିସଙ୍କର ଦେହାନ୍ତ ହୋଇ ଯାଇଥିଲା । ଏଥିସହିତ ୨୦୦୫ ମସିହାରେ ସୁନୀଲ୍ ଦତ୍ତଙ୍କର ଦେହାନ୍ତ ହୋଇ ଯାଇଥିଲା ।

Leave a Reply

Your email address will not be published. Required fields are marked *