ଯେତେବେଳେ ଆପଣଙ୍କୁ କୌଣସି ମୃତ ପରିଜନ ସ୍ୱପ୍ନରେ ଆସନ୍ତି, ପରବର୍ତ୍ତୀ ସମୟରେ ଆପଣଙ୍କ ଜୀବନରେ ଏହି ୮ଟି ପରିବର୍ତ୍ତନ ପରିଲକ୍ଷିତ ହୁଏ !

ଯେତେବେଳେ ଆପଣଙ୍କୁ କୌଣସି ମୃତ ପରିଜନ ସ୍ୱପ୍ନରେ ଆସନ୍ତି, ପରବର୍ତ୍ତୀ ସମୟରେ ଆପଣଙ୍କ ଜୀବନରେ ଏହି ୮ଟି ପରିବର୍ତ୍ତନ ପରିଲକ୍ଷିତ ହୁଏ !

କୁହାଯାଏ ଯେ, “ଧରାପୃଷ୍ଟରେ ଜନ୍ମ ନେଇ ଦେବତା ହେଲେ ହିଁ ମରଇ” । ତେଣୁ ପ୍ରତ୍ୟକ ମନୁଷ୍ୟର ମୃତ୍ୟୁ ନିଶ୍ଚୟ । ଏହି ମାମଲାରେ କୌଣସି ଆୟତ୍ତ ରହେ ନାହିଁ । ନିଜର ନିକଟ ସମ୍ପର୍କୀୟ ବିଚ୍ଛେଦ ହେବାର କଷ୍ଟ ସମସ୍ତଙ୍କୁ ହୋଇଥାଏ । ଅନେକ ଥର ଏହି ଅନୁଭବ ଏତେ ପ୍ରଭାବଶାଳୀ ହୋଇଥାଏ ଯେ ତାଙ୍କ ସ୍ମୃତି ହୃଦୟ ଓ ମସ୍ତିଷ୍କରୁ ବାହାରି ପାରେ ନାହିଁ । ଅଧିକାଂଶ ସମୟରେ ଦେଖାଯାଇଛି ଯେ ଯେଉଁ ପରିଜନଙ୍କ ସହିତ ଆପଣଙ୍କ ହୃଦୟର ଅଧିକ ଗଭୀର ସମ୍ପର୍କ ରହିଛି, ସେମାନେ ଆପଣଙ୍କ ସ୍ୱପ୍ନରେ ଆସିଯାନ୍ତି । ମୃତ୍ୟୁ ପରେ ମୃତ ବ୍ୟକ୍ତିକୁ ସ୍ୱପ୍ନରେ ଦେଖିବା ଶୁଭ କିମ୍ବା ଅଶୁଭ । ଆସନ୍ତୁ ଏପରି ସ୍ଵପ୍ନ ସହ ଜଡ଼ିତ କିଛି ରୋଚକ ତଥ୍ୟ ବିଷୟରେ ଜାଣିବା ।

ସ୍ୱପ୍ନରେ ମୃତ ବ୍ୟକ୍ତି ଆସିବା, ମୃତ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଦେଖିବା

ମନୋବିଜ୍ଞାନ ଅନୁଯାୟୀ ଏପରି ସ୍ଵପ୍ନ ଆମକୁ କିଛି ବିଶେଷ ସନ୍ଦେଶ ଦିଏ । ଯଦି ସ୍ୱପ୍ନରେ ଆସୁଥିବା ମୃତ ବ୍ୟକ୍ତି ଆପଣଙ୍କ ନିକଟ ସମ୍ପର୍କୀୟ ଅଟନ୍ତି ତେବେ ସେ ସର୍ବଦା ଆପଣଙ୍କୁ ଆପଣଙ୍କ ଜୀବନ ବିଷୟରେ ସକାରାତ୍ମକ ମାର୍ଗଦର୍ଶନ କରନ୍ତି । ଆପଣଙ୍କ ଜୀବନ ସହ ଜଡ଼ିତ ଅସୁବିଧା ବିଷୟରେ ଆଶ୍ୱସନା ଦିଅନ୍ତି ତଥା ଭବିଷ୍ୟତରେ ହେଉଥିବା ଦୁର୍ଘଟଣା ବିଷୟରେ ସୂଚିତ କରନ୍ତି, ଏବଂ ଆମକୁ ସାବଧାନ କରନ୍ତି । ଯଦି ଏହି ସ୍ୱପ୍ନରେ ଦେଖିଥିବା ସନ୍ଦେଶ ଉପରେ ଅମଳ କରାଯାଏ ତେବେ ଜୀବନ ବହୁତ ପରିବର୍ତ୍ତନ ହୋଇପାରିବ । ଆସନ୍ତୁ ଦେଖିବା ଏହି ସ୍ଵପ୍ନ କାରଣରୁ କାହା ଜୀବନରେ କେଉଁ କେଉଁ ପ୍ରଭାବ ପରିଲକ୍ଷିତ ହୁଏ ।

ମୃତ ବ୍ୟକ୍ତିକୁ ସ୍ୱପ୍ନରେ ଦେଖାଇବା କରାଇ ଥାଏ ବାସ୍ତବିକତା ଅନୁଭୂତି

ଅନେକ ଥର ଏପରି ଦେଖାଯାଇଛି ଯେ କୌଣସି ମୃତ ପରିଜନ ସ୍ୱପ୍ନରେ ଆସିବା ପରେ ସ୍ଵପ୍ନ ଦେଖୁଥିବା ଲୋକଙ୍କ ଭାବନା ତୀବ୍ର ହୋଇଯାଏ । ଆମକୁ ଏ କଥାର ଆଭାସ ମଧ୍ୟ ହୁଏ ନାହିଁ ଯେ ଯାହା ଆମେ ଦେଖୁଛୁ ତାହା ବାସ୍ତବିକତା ନା ସ୍ଵପ୍ନ ।

ରୋଗୀରୁ ରୋଗୀ ପରିଜନ ମଧ୍ୟ ସ୍ୱପ୍ନରେ ସୁସ୍ଥ ନଜର ଆସନ୍ତି

ଏପରି ଦେଖିବାକୁ ମିଳିଛି ଯେ ଯେଉଁ ପରିଜନ ମୃତ୍ୟୁ ସମୟରେ ଖୁବ୍ ରୋଗାକ୍ରାନ୍ତ ଓ ଦୁର୍ବଳ ଥିଲେ, ମୃତ୍ୟୁ ଉପରାନ୍ତ ଯଦି ସେମାନେ ସ୍ଵପ୍ନରେ ଖୁବ୍ ସୁସ୍ଥ ଓ ହୃଷ୍ଟପୃଷ୍ଟ ନଜର ଆସନ୍ତି ତେବେ ତାଙ୍କ ଚେହେରାରେ ଏକ ଅଦ୍ଭୁତ ଉଜ୍ଜ୍ୱଳତା ଦେଖାଦିଏ ।

ପରିଜନ ଦ୍ୱାରା ସ୍ୱପ୍ନରେ ଦିଆଯାଇଥିବା ସନ୍ତୁଷ୍ଟିରେ ଭରପୁର ଆଶ୍ୱସନା

ଯେଉଁ ପରିଜନଙ୍କ ସହିତ ଆମର ନିକଟ ସମ୍ପର୍କ ରହିଥାଏ, ଅଧିକାଂଶ ସମୟରେ ତାଙ୍କ ମୃତ୍ୟୁ ପରେ ଆମେ କିଛି ଦିନ ପର୍ଯ୍ୟନ୍ତ ତାଙ୍କୁ ଭୁଲି ପାରୁ ନାହିଁ, ତାଙ୍କ ବିଷୟରେ ମନେ ପଡେ । ଯଦି ଏପରି ପରିଜନ ସ୍ୱପ୍ନରେ ନଜର ଆସନ୍ତି ତେବେ ସେମାନେ ସର୍ବଦା ଆପଣଙ୍କ ଭଲ କଥା ସନ୍ଦେଶ ଦିଅନ୍ତି । ଆପଣଙ୍କୁ ଏହାର ଆଶ୍ୱସନା ଦେବା ପାଇଁ ଚେଷ୍ଟା କରନ୍ତି ସେ ଯେଉଁଠି ଅଛନ୍ତି ଖୁସିରେ ଅଛନ୍ତି ଏବଂ ଆପଣ ମଧ୍ୟ ଖୁସିରେ ରୁହନ୍ତୁ ।

ସର୍ବଦା ସାହାଯ୍ୟ କରିବା ପାଇଁ ଆସନ୍ତି

ସ୍ୱପ୍ନରେ ଆସୁଥିବା ପରିଜନ ଅଧିକାଂଶ ସମୟରେ କୌଣସି ବିଶେଷ ଲକ୍ଷ୍ୟ ନେଇ ଆସନ୍ତି । ବାସ୍ତବରେ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହୋଇଥାଏ ଯେ ଚିନ୍ତାରୁ ଆପଣଙ୍କୁ ଦୂର କରିବେ, ଆପଣଙ୍କୁ ସମସ୍ତ ସମ୍ଭବ ସାହାଯ୍ୟ କରିବେ ।

ସଂକେତରେ ନିଜ କଥା ରଖନ୍ତି

ଏପରି ଦେଖାଯାଇଛି ଯେ ଅନେକ ଥର ସ୍ୱପ୍ନରେ ଆସୁଥିବା ପରିଜନ ନିଜ କଥା କେବଳ କୌଣସି ସଂକେତ ମାଧ୍ୟମରେ ବୁଝାଇବା ପାଇଁ ଚେଷ୍ଟା କରନ୍ତି । ଯଦି ଆପଣଙ୍କ ସହିତ ନିକଟ ସମ୍ପର୍କ ଅଛି ତେବେ ଆପଣ ଖୁବ୍ ସହଜରେ ତାଙ୍କ ସଂକେତକୁ ବୁଝିପାରିବେ ।

ଦେଇଯାନ୍ତି ଭାବନାତ୍ମକ ପ୍ରଭାବ

ସ୍ୱପ୍ନରେ ଆସୁଥିବା ମୃତ ପରିଜନ ମାନେ ଅଧିକାଂଶ ସମୟରେ ଆପଣଙ୍କ ଉଚିତ ଭବିଷ୍ୟତ ବିଷୟରେ ଆପଣଙ୍କୁ ସାବଧାନ କରାଇବାକୁ ଆସନ୍ତି । ଏହି ସ୍ଵପ୍ନ କାରଣରୁ ଆପଣଙ୍କ ଜୀବନରେ ଅଧିକ ଭାବନାତ୍ମକ ପ୍ରଭାବ ଦେଖିବାକୁ ମିଳେ ।

ଆପଣଙ୍କ ଦୁଃଖରେ ଆପଣଙ୍କୁ ସାହାଯ୍ୟ କରେ

ଯେଉଁ ପରିଜନ ଜୀବିତ ଥିବା ସମୟରେ ସବୁବେଳେ ଆପଣଙ୍କ ବିଷୟରେ ଚିନ୍ତା କରନ୍ତି, ଆପଣଙ୍କ ସୁଖ ଦୁଃଖରେ ଭାଗୀଦାର୍ ଥାଆନ୍ତି, ତାଙ୍କ ମୃତ୍ୟୁ ପରେ ମଧ୍ୟ ସେମାନେ ଆପଣଙ୍କୁ ସାହାଯ୍ୟ କରନ୍ତି । ସେମାନେ ଆପଣଙ୍କ ସ୍ୱପ୍ନରେ ଆସି ଆପଣଙ୍କ ଦୁଃଖ ଦୂର କରିବା ପାଇଁ ଚେଷ୍ଟା କରନ୍ତି ।

ଜୀବନ ପରିବର୍ତ୍ତିତ ହୋଇଯାଏ

ଅଧିକାଂଶ ସମୟରେ ଦେଖାଯାଏ ଯେ କୌଣସି ମୃତ ବ୍ୟକ୍ତି ସ୍ୱପ୍ନରେ ଆସିବା ପରେ କାହା ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳେ । ତାଙ୍କ ଜୀବନରେ କିଛି ସୀମା ପର୍ଯ୍ୟନ୍ତ କ୍ରାନ୍ତିକାରୀ ପ୍ରଭାବ ଆସିଯାଏ ।

Leave a Reply

Your email address will not be published. Required fields are marked *