ବଲିଉଡ଼ର ଏହି ୮ଟି ଫିଲ୍ମ ଶିଖାଇଛି ପ୍ରେମର ପ୍ରକୃତ ଅର୍ଥ । ନମ୍ବର ୬ରେ ଥିବା ଫିଲ୍ମ ଦେଖି ଦର୍ଶକଙ୍କ ଆଖିରେ ଆସିଯାଇଥିଲା ଲୁହ !

ବଲିଉଡ଼ର ଏହି ୮ଟି ଫିଲ୍ମ ଶିଖାଇଛି ପ୍ରେମର ପ୍ରକୃତ ଅର୍ଥ । ନମ୍ବର ୬ରେ ଥିବା ଫିଲ୍ମ ଦେଖି ଦର୍ଶକଙ୍କ ଆଖିରେ ଆସିଯାଇଥିଲା ଲୁହ !

ଆମ ସମସ୍ତଙ୍କ ଜୀବନରେ ସ୍ନେହ ପ୍ରେମର ଏକ ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଆମେ ସମସ୍ତେ କେବେ ନା କେବେ କାହାକୁ ନିଶ୍ଚିତ ଭାବରେ ଭଲପାଇଥାଉ । ଯେତେବେଳେ ଆମ ମଧ୍ୟରେ ଏକ ଫିଲିଙ୍ଗସ ଅସିଯାଏ ସେତେବେଳେ ଆମେ ଭରସା କରିବାକୁ ଲାଗୁ ଯେ ଗୋଟିଏ କଥା ଯାହା ସତ ଆଉ ସବୁକିଛି ମିଛ । ପ୍ରେମ ହୋଇଯିବା ପରେ ମଣିଷ ନିଜର ସ୍ଵପ୍ନକୁ ଆଉ କାହାରି ଭାବନା ସହିତ ସେୟାର କରିବାକୁ ଲାଗିଥାଏ । ପ୍ରେମ ଏକ ଅତି ସୁନ୍ଦର ଅନୁଭବ ଅଟେ । ଯାହାକୁ ଆପଣ ଭଲପାଆନ୍ତି ସେ ଯଦି ଗୋଟିଏ ଦିନ ଦେଖାଯାଇନଥାଏ ତେବେ ଆପଣଙ୍କ ମନ ଭୟଭୀତ ହେବାରେ ଲାଗିଥାଏ । ମନରେ ଅନେକ ପ୍ରକାରର ଖରାପ ଭାବନା ଆସିଥାଏ । ପ୍ରେମ ବିନା ଜୀବନ ନିରାସ, ବେକାର ଏବଂ ମୂଲ୍ୟହୀନ ହୋଇଥାଏ ଏବଂ ଜୀବନ ନିରର୍ଥକ ବୋଲି ଅନୁଭବ ହୋଇଥାଏ । ପ୍ରେମର ଅନେକ ରୂପ ଥାଏ ଏବଂ ବଲିଉଡ଼ ଫିଲ୍ମରେ ଏହାର ଅଲଗା ରୂପରେ ଖୁବ୍ ସୁନ୍ଦର ଭାବରେ ଦେଖାଯାଇଛି । ଏବେ ପର୍ଯ୍ୟନ୍ତ ବଲିଉଡ଼ରେ ପ୍ରେମ ଉପରେ ଆଧାରିତ ଅନେକ ଫିଲ୍ମ ତିଆରି ହୋଇଛି । କିନ୍ତୁ କିଛି ଫିଲ୍ମ ପ୍ରେମକୁ ସୁନ୍ଦର ଭାବରେ ପରିଭାସିତ କରିପାରିଛି । ଏହି ଫିଲ୍ମ ଗୁଡ଼ିକୁ ଦେଖି ଯେଉଁଠି ଅନେକ ଲୋକଙ୍କ ମୁଁହରେ ଖୁସି ଆସିଥାଏ ସେଠାରେ ଅନେକ ଲୋକ ଏହାକୁ ଦେଖି ନିଜ ଲୁହକୁ ମଧ୍ୟ ଅଟକାଇ ପାରନ୍ତି ନାହିଁ । ଆଜିର ଏହି ବିଷୟରେ ଆମେ ବଲିଉଡ଼ର ସେହି ଫିଲ୍ମ ଗୁଡ଼ିକ ବିଷୟରେ କହିବୁ ଯେଉଁଥିରେ ପ୍ରେମର ଏକ ଅଲଗା ମହତ୍ୱକୁ ଦର୍ଶାଯାଇଛି ।

ଦ ଲଞ୍ଚ ବୋକ୍ସ :-

newstrend

୨୦୧୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ ଦ ଲଞ୍ଚ ବୋକ୍ସ ‘କୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଖୁବ୍ ପ୍ରଶଂସା ମିଳିଥିଲା । ଏହି ଫିଲ୍ମକୁ କାନ୍ସ ଫିଲ୍ମ ଫେଷ୍ଟିବଲରେ ‘ କ୍ରିଟିସ୍ ବ୍ୟୁଅର୍ସ ଆୱାର୍ଡ ‘ ମଧ୍ୟ ମିଳିଥିଲା ।

ଚୀନୀ କମ୍ :-

newstrend

୨୦୦୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ ଚୀନୀ କମ୍ ‘ରେ ଜଣେ ୬୪ ବର୍ଷୀୟ ବୃଦ୍ଧ ଏବଂ ୩୪ ବର୍ଷୀୟ ଝିଅର ପ୍ରେମକୁ ଦର୍ଶାଯାଇଛି ।

ଦମ୍ ଲଗାକେ ହଈଶା :-

newstrend

ଏହି ଫିଲ୍ମ ୨୦୧୫ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମ ଏକ ଓଜନଦାର ଝିଅ ଏବଂ ପତଳା ପୁଅ ମଧ୍ୟରେ ହୋଇଥିବା ପ୍ରେମକୁ ଦେଖାଯାଇଛି ।

ହାଈୱେ :-

newstrend

୨୦୧୪ରେ ଆସିଥିବା ଫିଲ୍ମ ‘ ହାଈୱେ ‘ରେ ଆଲିୟା ଭଟ୍ଟ ଏବଂ ରଣଦୀପ ହୁଡ୍ଡା ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଦେଖାଯାଇଛି ଯେ କିପରି ଜଣେ କିଡ଼ାନପରଙ୍କୁ କିଡ଼ନାପ କରିଥିବା ଝିଅକୁ ପ୍ରେମ ହୋଇଯାଇଥାଏ ।

ବର୍ଫୀ :-

newstrend

ଏହି ଫିଲ୍ମ ୨୦୧୨ ରେ ଆସିଥିଲା । ଏହି ଫିଲ୍ମରେ ରଣବୀର କପୂର, ଇଲିୟାନା ଡିକ୍ରୁଜ୍ ଏବଂ ପ୍ରିୟଙ୍କା ଚୋପଡ଼ା ଥିଲେ । ଏହି ଫିଲ୍ମରେ ଜଣେ ଏପରି ବ୍ୟକ୍ତିଙ୍କ ଲୋଭଷ୍ଟୋରୀ ଦେଖାଯାଇଛି ଯିଏ ନା କିଛି ଶୁଣିପାରେ ନା କିଛି କହିପାରେ ।

ସଦମା :-

newstrend

ଏହି ଫିଲ୍ମ ୧୯୮୩ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ଶ୍ରୀଦେବୀ ଜଣେ ଏପରି ଝିଅର ଭୂମିକାରେ ଅଭିନୟ କରିଥିଲେ ଯିଏ ମାନସିକ ସ୍ତରରୁ ପିଲା ହୋଇଥାଏ । ଏହି ଫିଲ୍ମର କାହାଣୀ ଦର୍ଶକଙ୍କୁ କାନ୍ଦିବାକୁ ବାଧ୍ୟ କରିଥିଲା ।

ଦ ଜେପନୀଜ ୱାଇଫ :-

newstrend

ଏହି ଫିଲ୍ମରେ ଦୁଇ ଲୋକଙ୍କ ବିବାହ ଚିଠି ଦ୍ଵାରା ହିଁ ହୋଇଯାଇଥିଲା । ଏହା ଏକ ଇଣ୍ଡିଆନ ଜେପନୀଜ ଡ୍ରାମା ରୋମାଣ୍ଟିକ ଫିଲ୍ମ ଅଟେ ଯାହା ୨୦୧୦ରେ ରିଲିଜ୍ ହୋଇଥିଲା ।

ରେଇନକୋଟ୍ :-

newstrend

ଏହି ଫିଲ୍ମରେ ଅଜୟ ଦେବଗନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମ ୨୦୦୪ରେ ରିଲିଜ୍ ହୋଇଥିଲା । ଫିଲ୍ମରେ ଦୁଇ ପୁରୁଣା ପ୍ରେମୀ ବର୍ଷା କାରଣରୁ ପରସ୍ପର ସହିତ ଭେଟ ହୋଇଯାଆନ୍ତି ଏବଂ ତା’ପରେ ଯାହା ହୋଇଥାଏ ତାହା ଦେଖିବା ଭଳି ହୋଇଥାଏ ।

Leave a Reply

Your email address will not be published. Required fields are marked *