କେହି ପରିବାରର ହିଂସାରେ ଶିକାର ହେଉଥିଲେ ତ କେହି ଯୌନ ଉତ୍ପୀଡନର ଶିକାର ହେଉଥିଲେ ! ବିଗିଡ଼ି ଯାଇଥିବା ସ୍ଵାମୀଙ୍କୁ ଏହି ୭ ଜଣ ଅଭିନେତ୍ରୀ ଉଚିତ ଶିକ୍ଷା ଦେଲେ !

କେହି ପରିବାରର ହିଂସାରେ ଶିକାର ହେଉଥିଲେ ତ କେହି ଯୌନ ଉତ୍ପୀଡନର ଶିକାର ହେଉଥିଲେ ! ବିଗିଡ଼ି ଯାଇଥିବା ସ୍ଵାମୀଙ୍କୁ ଏହି ୭ ଜଣ ଅଭିନେତ୍ରୀ ଉଚିତ ଶିକ୍ଷା ଦେଲେ !

ଦେଶ ବିଦେଶରେ ଆଜି ବି ବିବାହ ପରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଘରୋଇ ହିଂସାର ଶିକାର ହେବାକୁ ପଡ଼ିଥାଏ । ଅଧିକାଂଶ ମହିଳାମାନେ ଏ ସମ୍ବନ୍ଧରେ ନିଜ ମୁଁହ ବନ୍ଦ ରଖିଥାନ୍ତି ଏବଂ ଚୁପଚାପ ସବୁ କିଛିକୁ ସହ୍ୟ କରିଯାଇଥାନ୍ତି । ସେଥିମଧ୍ୟରୁ କିଛି ସେଲିବ୍ରିଟି ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ଏହି ଯୌନ ଉତ୍ପୀଡ଼ନ ଏବଂ ଘରୋଇ ହିଂସା ବିରୋଧରେ ଯାଇ ସେମାନଙ୍କ ସ୍ଵାମୀଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି । ଆସନ୍ତୁ ଏହି ଅନୁଛେଦରେ ଆମେ ଏହିଭଳି କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣିବା ।

Google

ଟିଭି ଅଭିନେତ୍ରୀ ଦଲତୀଜ କୌର ଅଭିନେତା ଶାଲୀନ ଭନୋଟଙ୍କୁ ବିବାହ କରିଥିଲେ । ଅଭିନେତ୍ରୀ ଜଣକ ଘରୋଇ ହିଂସା କାରଣରୁ ସ୍ଵାମୀଙ୍କୁ ଶିକ୍ଷା ଦେବା ପାଇଁ ପ୍ରଥମେ ପୋଲିସ ଅଭିଯୋଗ ଦର୍ଜ କରିଥିଲେ ଏବଂ ତା’ପରେ ନିଜ ପୁଅକୁ ନେଇ ସ୍ଵାମୀ ଠାରୁ ଅଲଗା ହୋଇଯାଇଥିଲେ ।

Google

ଡିମ୍ପୀ ଗାଙ୍ଗୁଲୀ, ରାହୁଲ ମହାଜନଙ୍କୁ ବିବାହ କରିଥିଲେ । ମାତ୍ର ବିବାହର କିଛି ବର୍ଷ ପରେ ହିଁ ଦୁହିଁଙ୍କ ସମ୍ପର୍କ ଶେଷ ହୋଇଯାଇଥିଲା । ଡିମ୍ପୀ ରାହୁଲଙ୍କ ବିରୋଧରେ ଥାନାରେ ଘରୋଇ ଏବଂ ଶାରୀରିକ ହିଂସାର ମାମଲା ରଜ୍ଜୁ କରିଥିଲେ ।

Google

ଅଭିନେତ୍ରୀ ଚାହତ ଖନ୍ନା ଦୁଇଟି ବିବାହ କରିଥିଲେ ମାତ୍ର ଦୁହିଁଙ୍କ ଠାରୁ ତାଙ୍କୁ କଷ୍ଟ ହିଁ ମିଳିଥିଲା । ପ୍ରଥମ ସ୍ଵାମୀ ଘରୋଇ ହିଂସା କରୁଥିଲେ ତ ଅନ୍ୟଜଣେ ଯୌନ ଉତ୍ପୀଡ଼ନ । ଅଭିନେତ୍ରୀ ଜଣକ ଦୁଇଜଣଙ୍କୁ ଛାଡ଼ି ଦେଇଥିଲେ ଏବଂ ନିଜ ପିଲା ସହିତ ଅଲଗା ହୋଇଯାଇଥିଲେ ।

Google

ଅଭିନେତ୍ରୀ ରୂଚା ଗୁଜରାତି ନିଜର ବିଜନେସମ୍ୟେନ (ବ୍ୟବସାୟୀ) ସ୍ଵାମୀଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବାର ମାମଲା ଲଗାଇଥିଲେ ଏବଂ ତାଙ୍କ ଠାରୁ ଛାଡ଼ପତ୍ର ମଧ୍ୟ ନେଇଥିଲେ ।

Google

୨୦୧୫ରେ ଦୀପଶିଖା ନାଗପାଳଙ୍କୁ ତାଙ୍କ ସ୍ଵାମୀ କେଶବ ଅରୋଡ଼ାଙ୍କ କାରଣରୁ କଷ୍ଟ ସହ୍ୟ କରିବାକୁ ପଡ଼ିଥିଲା । ମାତ୍ର ସେ ଏପରି ଅସୁବିଧାରେ ହାର ମାନିନଥିଲେ । ଦୀପଶିଖାଙ୍କ ଅନୁସାରେ ତାଙ୍କୁ ଜୀବନରୁ ମାରିବାକୁ ମଧ୍ୟ ଧମକ ଦିଆଯାଉଥିଲା । ଦୀପଶିଖା ଏହାକୁ ନେଇ ତାଙ୍କ ସ୍ଵାମୀଙ୍କ ବିରୋଧରେ ପୋଲିସରେ ମାମଲା ରଜ୍ଜୁ କରିଥିଲେ ଏବଂ ତା’ପରେ ତାଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ ।

Google

ମନ୍ଦନା କରୀମୀ ମଧ୍ୟ ନିଜ ସ୍ଵାମୀ ଗୌରବ ଗୁପ୍ତାଙ୍କ ବିରୋଧରେ ଘରୋଇ ହିଂସାର ମାମଲା ଦର୍ଜ କରାଇଥିଲେ । ମନ୍ଦନା ନିଜର ଶାଶୂ ଉପରେ ମଧ୍ୟ ଅନେକ ଆରୋପ ଲଗାଇଥିଲେ ।

Google

ଶ୍ଵେତା ତିୱାରୀ, ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କୁ ଅନେକ କଷ୍ଟ ସହ୍ୟ କରିବାକୁ ପଡ଼ିଥିଲା । ଶ୍ଵେତା ତିୱାରୀ ନିଜ ସ୍ଵାମୀଙ୍କ ବିରୋଧରେ କହିଥିଲେ ଯେ, ସେ ମଦ ପିଇ ତାଙ୍କ ଉପରେ ଶାରୀରିକ ନିର୍ଯାତନା ଦେଉଥିଲେ । ତା’ସହିତ ଶୁଟିଂ ସେଟରେ ମଧ୍ୟ ଖରାପ ବ୍ୟବହାର କରିଥିଲେ । ଶ୍ଵେତା ମଧ୍ୟ ଚୁପ ରହିନଥିଲେ । ସେ ରାଜାଙ୍କ ସହିତ କେବଳ ସମ୍ପର୍କ ଛିନ୍ନ କରିନଥିଲେ ବରଂ ତାଙ୍କ ବିରୋଧରେ ପୋଲିସ କେସ୍ ମଧ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *