ଏହି ୭ ଜଣ ଅଭିନେତ୍ରୀ ନିଜ ପ୍ରେମିକଙ୍କୁ ହିଁ ବାହା ହୋଇ କରିନେଲେ ନିଜ ସ୍ୱାମୀ । କିଛି ଅଭିନେତ୍ରୀ ବିବାହିତ ବ୍ୟକ୍ତିଙ୍କୁ ମଧ୍ୟ ଛାଡ଼ିଲେ ନାହିଁ !

ଏହି ୭ ଜଣ ଅଭିନେତ୍ରୀ ନିଜ ପ୍ରେମିକଙ୍କୁ ହିଁ ବାହା ହୋଇ କରିନେଲେ ନିଜ ସ୍ୱାମୀ । କିଛି ଅଭିନେତ୍ରୀ ବିବାହିତ ବ୍ୟକ୍ତିଙ୍କୁ ମଧ୍ୟ ଛାଡ଼ିଲେ ନାହିଁ !

ଯେତେବେଳେ କାହାରିକୁ ପ୍ରକୃତ ପ୍ରେମ ହୋଇଯାଏ ସେତେବେଳେ ଆମେ ବିବାହର ସ୍ବପ୍ନ ଦେଖିଥାଉ । ବିଶେଷ କରି ଝିଅମାନେ ଏପରି ହିଁ କରନ୍ତି । ଯଦିଓ ଆପଣଙ୍କ ପ୍ରେମିକଙ୍କ ସହିତ ବିବାହ ହୋଇଯାଏ ଏପରି ଭାଗ୍ୟ ସମସ୍ତଙ୍କ ପାଖରେ ନଥାଏ । କିନ୍ତୁ କୁହନ୍ତି ନା ପ୍ରେମ ଆଗରେ କାହାର ଜୋର ଚାଲେ । ଏପରି କିଛି ବଲିଉଡ଼ର ଏହି ଅଭିନେତ୍ରୀ ମାନଙ୍କ ସହିତ ହୋଇଥିଲା । ଏମାନଙ୍କୁ ଯାହା ସହ ପ୍ରେମ ଥିଲା ଯିଏ ଏମାନଙ୍କ ପ୍ରେମୀ ଥିଲେ ସେମାନେ ତାଙ୍କୁ ହିଁ ବିବାହ କରି ଜୀବନସାଥୀ କରିନେଲେ । ଆଜି ଆମେ ସେମାନଙ୍କ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ ।

କରିନା କପୂର

newstrend

କରିନାଙ୍କ ଜୀବନରେ ୨ଟି ମୁଖ୍ୟ ପ୍ରେମୀ ଆସିଥିଲେ । ପ୍ରଥମଟି ଥିଲେ ଶାହୀଦ୍ କପୂର ଓ ଅନ୍ୟଟି ହେଉଛନ୍ତି ସୈଫ ଅଲି ଖାନ୍ । ଶାହୀଦ୍ କପୂର ଓ କରିନାଙ୍କ ସମ୍ପର୍କ ଦୀର୍ଘ ବର୍ଷ ଧରି ଭଲ ଭାବରେ ଚାଲିଥିଲା । ଯଦିଓ ଯେତେବେଳେ ବେବୋ ‘ଟଶନ୍’ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କଲେ ସେତେବେଳେ ତାଙ୍କ ହୃଦୟ ସୈଫ ଅଲି ଖାନ୍ ଉପରେ ଆସି ରହିଗଲା । ଏହିପରି ସେ ଶାହୀଦ୍ କପୂରଙ୍କୁ ଛାଡ଼ି ସୈଫଙ୍କ ସହିତ ପ୍ରେମ କରିବା ଆରମ୍ଭ କରିଦେଇଥିଲେ । ଶେଷର ତାଙ୍କ ପ୍ରେମ ଜିତିଗଲା ଓ ଦୁହେଁ ୧୬ ଅକ୍ଟୋବର ୨୦୧୨କୁ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ।

ପ୍ରିୟଙ୍କା ଚୋପଡ଼ା

newstrend

ପ୍ରିୟଙ୍କା ଚୋପଡ଼ା ଏପରି ଏକ ଅଭିନେତ୍ରୀ ଅଟନ୍ତି ଯାହାଙ୍କ ନାମ ଅନେକ ବଲିଉଡ଼ କଳାକାରଙ୍କ ସହ ଜଡିତ ହୋଇଛି । ଯଦିଓ ତାଙ୍କୁ ଯେଉଁ ପ୍ରେମିକ ସବୁଠାରୁ ଅଧିକ ଭଲ ଲାଗିଲେ ସେ ହେଉଛନ୍ତି ଆମେରିକାର ଗାୟକ ଓ ଅଭିନେତା ନିକ୍ ଜୋନାସ୍ ।ଏମାନଙ୍କ ପ୍ରେମ କାହାଣୀ ମିଡ଼ିଆର ମୁଖ୍ୟ ଖବରର ପରିଣତ ହୋଇଯାଇଥିଲା । କାରଣ ନିକ୍ ପ୍ରିୟଙ୍କାଙ୍କ ଠାରୁ ବୟସରେ ବହୁତ ଛୋଟ ଅଟନ୍ତି । ଏହା ପରେ ପ୍ରିୟଙ୍କା ବିବାଦ ଓ ସମାଜକୁ ଖାତିରି ନକରି ୧ ଡିସେମ୍ବର ୨୦୧୮ରେ ନିଜ ପ୍ରେମିକ ନିକଙ୍କୁ ବିବାହ କରିନେଲେ ।

ଶିଳ୍ପା ଶେଟ୍ଟୀ

newstrend

ଶିଳ୍ପାଙ୍କ ପ୍ରେମ କାହାଣୀ ବଡ଼ ମଜାଳିଆ ଅଟେ । ତାଙ୍କୁ ଏପରି ଏକ ବ୍ୟକ୍ତି ସହିତ ପ୍ରେମ ହୋଇଗଲା ଯିଏକି ପୂର୍ବରୁ ବିବାହିତ ଥିଲେ । ଶିଳ୍ପାଙ୍କ ପ୍ରେମରେ ଏତେ ଶକ୍ତି ଥିଲା ଯେ ରାଜ୍ କୁନ୍ଦ୍ରା ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଦେଲେ ଓ ୨୦୦୯ ମସିହାରେ ଶିଳ୍ପା ଦ୍ୱିତୀୟ ବିବାହ କଲେ । ଜଣାଇଦେଉଛୁ ଯେ ଏକ ସମୟରେ ଶିଳ୍ପା ଅକ୍ଷୟ କୁମାରଙ୍କୁ ମଧ୍ୟ ଡେଟ୍ କରୁଥିଲେ । ଯଦିଓ ତାଙ୍କୁ ପ୍ରକୃତ ଭଲପାଇବା ରାଜ୍ କୁନ୍ଦ୍ରାଙ୍କ ଠାରେ ନଜର ଆସିଥିଲା ।

ଅନୁଷ୍କା ଶର୍ମା

newstrend

ଅନୁଷ୍କା ଓ ବିରାଟଙ୍କ ପ୍ରଥମ ଦେଖା ଏକ ବିଜ୍ଞାପନର ଶୁଟିଂ ସମୟରେ ହୋଇଥିଲା । ଏହା ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢିବାକୁ ଲାଗିଲା ଓ ଏମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହେଲା । କିଛି ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ଦୁହେଁ ୧୧ ଡ଼ିସେମ୍ବର ୨୦୧୮ ମସିହାରେ ବିବାହ କରିନେଲେ ।

ଐଶ୍ଚର୍ଯ୍ୟ ରାୟ

newstrend

ସଲମାନରୁ ଆରମ୍ଭ କରି ବିବେକ୍ ଓବରଏ ପର୍ଯ୍ୟନ୍ତ ଐଶ୍ଚର୍ଯ୍ୟ ରାୟଙ୍କ ପ୍ରେମ ଜୀବନୀରେ ବହୁତ କିଛି ଘଟିଥିଲା । ଯଦିଓ ଏଥିରେ ସେତେବେଳେ ସ୍ଥିରତା ଆସିଲା ଯେତେବେଳେ ଅଭିଷେକ ବଚ୍ଚନ ଐଶ୍ଚର୍ଯ୍ୟଙ୍କ ଜୀବନରେ ଆସିଲେ । ଏହାପରେ ଐଶ୍ଚର୍ଯ୍ୟ।ଙ୍କୁ ପ୍ରକୃତ ଭଲପାଇବା ମିଲିଗଲା ଓ ଦୁହେଁ ୨୦ ଏପ୍ରିଲ ୨୦୦୭ ମସିହାରେ ବିବାହ କରିଥିଲେ ।

ରାନୀ ମୁଖାର୍ଜୀ

newstrend

୯୦ ଦଶକର ବବଲି ଗାର୍ଲ ରାନୀ ମୁଖାର୍ଜୀଙ୍କ ହୃଦୟ ପ୍ରଥମେ ଗୋବିନ୍ଦାଙ୍କ ଉପରେ ଆସିଥିଲା । ଯଦିଓ ସେ ବିବାହିତ ହୋଇଥିବାରୁ ଏହି ସମ୍ପର୍କ ଆଗକୁ ବଢ଼ିପାରି ନଥିଲା । ଏହା ପରେ ତାଙ୍କୁ ନିର୍ଦ୍ଦେଶକ ଆଦିତ୍ୟ ଚୋପଡ଼ାଙ୍କ ସହ ପ୍ରେମ ହେଲା । ଆଦିତ୍ୟ ମଧ୍ୟ ଆଗରୁ ବିବାହିତ ଥିଲେ । ଯଦିଓ ଏଥର ରାନୀଙ୍କ ପ୍ରେମ ଦୃଢ଼ ଥିଲା ତେଣୁ ଆଦିତ୍ୟ ରାନୀଙ୍କୁ ୨୦୧୪ ମସିହାରେ ଦ୍ୱିତୀୟ ବିବାହ କରିଥିଲେ ।

ଦୀପିକା ପାଦୁକୋନ୍

newstrend

ଦୀପିକାଙ୍କ ପ୍ରଥମ ଅଫେୟାର ରଣବିର କପୂରଙ୍କ ସହ ହୋଇଥିଲା । ଯଦିଓ ତାଙ୍କୁ ପ୍ରକୃତପ୍ରେମ ରଣବିର ସିଂହଙ୍କ ଠାରେ ମିଳିଲା । ‘ଗୋଲୀଓ କା ରାସ୍ ଲୀଳା ରାମ ଲୀଳା’ ଚଳଚ୍ଚିତ୍ର ଆରମ୍ଭ ହୋଇଥିବା ଏମାନଙ୍କ ପ୍ରେମ କାହାଣୀ ନଭେମ୍ବର ୨୦୧୮କୁ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ।

Leave a Reply

Your email address will not be published. Required fields are marked *