ପରଦାର ଭୟଙ୍କର ଖଳନାୟକଙ୍କ ଠାରୁ ଏହି ୭ଟି ଅଭିନେତ୍ରୀଙ୍କୁ ମିଳିଲା ପ୍ରେମ ! ବିବାହ କରି ବନିଗଲେ ଜୀବନସାଥୀ ।

ପରଦାର ଭୟଙ୍କର ଖଳନାୟକଙ୍କ ଠାରୁ ଏହି ୭ଟି ଅଭିନେତ୍ରୀଙ୍କୁ ମିଳିଲା ପ୍ରେମ ! ବିବାହ କରି ବନିଗଲେ ଜୀବନସାଥୀ ।

ବଲିଉଡ଼ର କିଛି ଅଭିନେତ୍ରୀ ଅଭିନେତାଙ୍କ ସହିତ ହିଁ ବିବାହ କରିଛନ୍ତି । ଏମାନଙ୍କ ମଧ୍ୟରେ କିଛି ପରଦାରେ ହିରୋ ହୋଇଥିବା ଅଭିନେତା ସହିତ ବିବାହ କରିଥାନ୍ତି, ଅନ୍ୟ କିଛି ହିରୋ ଠାରୁ ମାଡ଼ ଖାଉଥିବା ଖଳନାୟକର ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କ ସହିତ ବିବାହ କରନ୍ତି । ଆସନ୍ତୁ ଜାଣିବା ଏପରି ୬ ଜଣ ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ପରଦାର ଖଳନାୟକ ସହିତ ବିବାହ କରିଛନ୍ତି ।

ପୂଜା ବତ୍ରା

google

ପୂଜା ବତ୍ରା ବିରାସତ, ହସିନା ମାନ୍ ଯାଏ ଗୀ ଓ ନାୟକ ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ପୂଜା ୨୦୧୯ ମସିହାରେ ବଲିଉଡ଼ର ଏକ ପ୍ରସିଦ୍ଧ ଖଳନାୟକ ନବାବ ଶାହଙ୍କ ସହିତ ବିବାହ କରିଛନ୍ତି । ପୂଜାଙ୍କ ଏହା ଦ୍ୱିତୀୟ ବିବାହ ଅଟେ । ନବାବ ଶାହ ଟାଇଗର ଜିନ୍ଦା, ଡ଼ନ୍ ୨ ଭଳି ଚଳଚ୍ଚିତ୍ରରେ ମାନଙ୍କରେ ଖଳନାୟକ ଭାବରେ ଅଭିନୟ କରିଛନ୍ତି ।

ପୋନୀ ବର୍ମା

google

କୋରୀୟୋଗ୍ରାଫର ପୋନୀ ବର୍ମା ପ୍ରକାଶ ରାଜଙ୍କ ସହିତ ବିବାହ କରିଛନ୍ତି । ପୋନୀ କୋରୀୟୋଗ୍ରାଫରଙ୍କ ବ୍ୟତୀତ ଅଭିନୟରେ ମଧ୍ୟ ବହୁତ ଭଲ ଅଟନ୍ତି । ସେ କିଛି ତେଲୁଗୁ ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ କାମ କରିଛନ୍ତି ।

ନିବେଦିତା ଭଟ୍ଟାଚାର୍ଯ୍ୟ

google

ଅଭିନେତ୍ରୀ ନିବେଦିତା ଭଟ୍ଟାଚାର୍ଯ୍ୟ କେ କେ ମେନନଙ୍କ ସହିତ ବିବାହ କରିଛନ୍ତି । ସେ ମଧ୍ୟ ଚଳଚ୍ଚିତ୍ର ମାନଙ୍କରେ ଖଳନାୟକ ଭାବେ ନଜର ଆସନ୍ତି ।

ସପନ୍ତ

google

ଅଭିନେତ୍ରୀ ସ୍ୱରୂପ ସପନ୍ତ ପରେଶ ରାବଲଙ୍କୁ ବିବାହ କରିଛନ୍ତି ଦୁହିଁଙ୍କ ବିବାହ ସେହି ସମୟରେ ହୋଇଥିଲା ଯେତେବେଳେ ପରେଶ ରାବଲ୍ ଅଧିକାଂଶ ଖଳନାୟକଙ୍କ ଭୂମିକାରେ ନଜର ଆସୁଥିଲେ ।

ଶିବାଙ୍ଗି କୋଲ୍ହାପୁରୀ

google

୮୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଶିବାଙ୍ଗି କୋଲ୍ହାପୁରୀ ଶକ୍ତି କପୂରଙ୍କ ସହିତ ବିବାହ କରିଛନ୍ତି । ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଶକ୍ତି କପୂର ଜଣେ ଖଳନାୟକ ଭାବରେ ପାରଙ୍ଗମ ହାସଲ କରିଛନ୍ତି । ସେ ଅଧିକାଂଶ ଚଳଚ୍ଚିତ୍ରରେ ଜଣେ ଖଳନାୟକ ଭାବେ ହିଁ ନଜର ଆସିଛନ୍ତି ।

କ୍ରତିକା ସେଙ୍ଗର

google

ଟିଭି ଅଭିନେତ୍ରୀ କ୍ରତିକା ସେଙ୍ଗର ନିକେତନ ଧୀରଙ୍କୁ ବିବାହ କରିଛନ୍ତି । ନିକେତନ ଧୀର ‘ମିଶନ ଇସ୍ତାନବୁଲ’, ‘ଚେନ୍ନାଇ ଏକ୍ସପ୍ରେସ୍’, ‘ଦବଙ୍ଗ ୨’, ଓ ‘ରେଡ୍ଡୀ’ ସମେତ ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *