ଭାରତରେ କରୋନା ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ୬ ଗୋଟି ଔଷଧ ! ଜାଣନ୍ତୁ କଣ ଅଟେ ଏହାର ମୂଲ୍ୟ ?

ଭାରତରେ କରୋନା ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ୬ ଗୋଟି ଔଷଧ ! ଜାଣନ୍ତୁ କଣ ଅଟେ ଏହାର ମୂଲ୍ୟ ?

ଭାରତରେ କରୋନାର ମାମଲା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୯.୩୬ ଲକ୍ଷ ମାମଲା ସାମ୍ନାକୁ ଆସିଛି । ୨୪୩୧୫ ଜଣ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । ପ୍ରତ୍ୟେକ ଦିନ ୨୮-୨୯ ହଜାର ନୂତନ ମାମଲା ସାମ୍ନାକୁ ଆସୁଛି । ଆମେରିକା ଏବଂ ବ୍ରାଜିଲ ପରେ ଭାରତ ତୃତୀୟ ସର୍ବାଧିକ ସଂକ୍ରମିତ ଦେଶ ଅଟେ । ତଥାପି ଭାରତରେ ବହୁ ସଂଖ୍ୟକ ରୋଗୀ ସୁସ୍ଥ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୫.୯୩ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିସାରିଛନ୍ତି । ଏହା ସକ୍ରିୟ ମାମଲାର ୧.୮ ଗୁଣ ଅଟେ । ଭାରତରେ କରୋନା ରୋଗୀଙ୍କ ପାଇଁ ଏହି ୬ ଗୋଟି ଔଷଧଗୁଡ଼ିକ ବରଦାନ ସଦୃଶ ସାବ୍ୟସ୍ତ ହେଉଛି ।

google

ସମଗ୍ର ବିଶ୍ୱର ସମସ୍ତ ଦେଶ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତିରେ ଲାଗିପଡିଛନ୍ତି । ତଥାପି ଏପର୍ଯ୍ୟନ୍ତ କାହାକୁ ମଧ୍ୟ ସଫଳ ମିଳିନାହିଁ । କିନ୍ତୁ ଭାରତରେ ସାଧାରଣ ଲକ୍ଷଣ ଥିବା ରୋଗୀ ମାନଙ୍କ ପାଇଁ ବଜାରରେ ଅନେକ ଔଷଧ ଉପଲବ୍ଧ ରହିଛି । ଏହା ପ୍ରଭାବ ମଧ୍ୟ ଦେଖାଉଛି । ଭଲ କଥା ଏହା କି, ଡୀସୀଜୀଏର ମଞ୍ଜୁରୀ ପରେ ଅନେକ କମ୍ପାନୀ ଭାରତରେ କରୋନା ଔଷଧ ମଧ୍ୟ ଲଞ୍ଚ କରିସାରିଛନ୍ତି ।

୧. ଗ୍ଲେନ୍ ମାର୍କ ଫାର୍ମା ପ୍ରସ୍ତୁତ କରିଛି ଫେବୀଫ୍ଲୁ (Fabiflu)-

google

ଭାରତରେ Glenmark Pharmaceuticals ଫେବୀଫ୍ଲୁ ଔଷଧ ପ୍ରସ୍ତୁତ କରିଛି । ଭଲ କଥା ଏହା ଯେ, କମ୍ପାନୀର ଚାହିଦାକୁ ଦୃଷ୍ଟିରେ ରଖି ଏହାର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି । ପୂର୍ବରୁ ଗୋଟିଏ ବଟିକା ୧୦୩ ଟଙ୍କାରେ ଆସୁଥିଲା । ବର୍ତ୍ତମାନ ଏହା ୭୫ ଟଙ୍କାରେ ମିଳୁଛି । ଏହି ଔଷଧର ବ୍ୟବହାର କରୋନାର ମୃଦୁ ଏବଂ ମାଧ୍ୟମ ଧରଣର ରୋଗୀଙ୍କ ଚିକିତ୍ସାରେ କରାଯାଉଛି ।

୨. ବାୟୋକାନ- ସମଗ୍ର ବିଶ୍ୱରେ ମିଳିଛି ମଞ୍ଜୁରୀ

google

ବାୟୋକାନର ଔଷଧ ‘Itolizumab’କୁ ମଧ୍ୟ କରୋନା ଚିକିତ୍ସାରେ ବ୍ୟବହାର ପାଇଁ ଅନୁମୋଦନ ମିଳିଛି । କମ୍ପାନୀର କହିବା ଅନୁସାରେ, ଏହା ପ୍ରଥମ ଔଷଧ ଅଟେ, ଯାହା ସମଗ୍ର ବିଶ୍ୱରେ କରୋନା ଚିକିତ୍ସା ନିମନ୍ତେ ବ୍ୟବହୃତ ହେବା ପାଇଁ ମଞ୍ଜୁରୀ ମିଳିଛି । Itolizumab ଗୋଟିଏ ଇଞ୍ଜେକ୍ସନର ମୂଲ୍ୟ ୮ ହଜାର ଟଙ୍କା ଅଟେ । କରୋନାର ମାଧ୍ୟମ ଧରଣ ଠାରୁ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଏହାର ଚାରୋଟି ଡୋଜ୍ ଦିଆଯାଇଥାଏ । ଏହାର ମୋଟ ମୂଲ୍ୟ ୩୨ ହଜାର ଟଙ୍କା ହୋଇଥାଏ ।

୩. Cipla ପ୍ରସ୍ତୁତ କରିଛି Cipremi

google


ବିଗତ ମାସରେ Cipla ରେମଡେସିବୀରର ଜେନେରିକ୍ ସଂସ୍କରଣ Cipremi ଲଞ୍ଚ କରିଥିଲା । ଏହି ଔଷଧକୁ ଡୀସୀଜୀଏ ମଧ୍ୟ ମଞ୍ଜରୀ ଦେଇ ଦେଇଛି । ଏହି ଔଷଧର ବ୍ୟବହାର ଜରୁରୀକାଳୀନ ଅର୍ଥାତ ଗମ୍ଭୀର ପରିସ୍ଥିତିରେ କରାଯାଉଛି । ଏହା ଏକ ଇଞ୍ଜେକ୍ସନ ଅଟେ । ଏହାର ମୂଲ୍ୟ ପାଖାପାଖି ୪୦୦୦ ଟଙ୍କା ଅଟେ ।

୪.Tocilizumab – ସବୁଠାରୁ ଦାମୀ ଔଷଧ

google

ଏହି କମ୍ପାନୀର ନିର୍ମାଣ ସ୍ୱିଟଜରଲୈଣ୍ଡର କମ୍ପାନୀ କରିଥାଏ । ଭାରତରେ ଏହାର ବିକ୍ରି Roche Pharma କରିଥାଏ । ଏହି ଔଷଧର ବହୁତ ଚାହିଦା ରହିଛି । ମୁମ୍ବାଇରେ ଅତ୍ୟଧିକ ଗୁରୁତର ରୋଗୀଙ୍କ ଉପରେ ଏହାର ବ୍ୟବହାର କରାଯାଉଛି। ଏହାର ପରିଣାମ ବହୁତ ସକାରାତ୍ମକ ମିଳିଛି । ଏହି କାରଣରୁ ଏହାର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି । ଏହି ଔଷଧ ୪୫ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି ।

୫.Covifor-ରେମଡେସିବୀରର ଜେନେରିକ୍ ସଂସ୍କରଣ

google

Hetero Pharma ମଧ୍ୟ ରେମଡେସିବୀରର ଏକ ଜେନେରିକ୍ ସଂସ୍କରଣ ଲଞ୍ଚ କରିଛି । ଏହି ଇଞ୍ଜେକ୍ସନର ମୂଲ୍ୟ ୫୪୦୦ ଟଙ୍କା ଅଟେ । ଏହାର ବ୍ୟବହାର କେବଳ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ଉପରେ ହିଁ କରାଯାଉଛି । ଏହି ଔଷଧର ୬ ଗୋଟି ଇଞ୍ଜେକ୍ସନ ରୋଗୀଙ୍କୁ ଦିଆଯାଏ । ସର୍ଵମୋଟ ଚିକିତ୍ସା ଖର୍ଚ୍ଚ ୩୩ ହଜାର ଟଙ୍କା ପର୍ଯ୍ୟନ୍ତ ଆସିଥାଏ ।

୬. Mylan NV ମଧ୍ୟ ବହୁତ ଶୀଘ୍ର ଲଞ୍ଚ କରିବ

google

Mylan NV ନିକଟ ଅତୀତରେ ଘୋଷଣା କରିଛି କି, ସେ ରେମଡେସିବୀରର ଏକ ଜେନେରିକ୍ ସଂସ୍କରଣ ଲଞ୍ଚ କରିବ । କମ୍ପାନୀ ଏଥିପାଇଁ ଗିଲୀଡ ସାଇଂସେଜ ସହିତ ଚୁକ୍ତିନାମା କରିଛି । ଔଷଧକୁ ଡୀସୀଜୀଏ ଠାରୁ ମଞ୍ଜୁରୀ ମଧ୍ୟ ମିଳିସାରିଛି । ଏହି ଔଷଧର ବ୍ୟବହାର ଜରୁରୀକାଳୀନ ସମୟରେ କରାଯିବ । ଏହାର ମୂଲ୍ୟ ୪୮୦୦ ଟଙ୍କା ହେବ ।

Leave a Reply

Your email address will not be published. Required fields are marked *