ଶାହିଦ୍ କପୂରଙ୍କ ମାଁଙ୍କ ଠାରୁ ଆରମ୍ଭ କରି ବିଦ୍ୟା ବାଲନଙ୍କ ସ୍ୱାମୀ ପର୍ଯ୍ୟନ୍ତ ୩ରୁ ଅଧିକ ଥର ବିବାହ କରିଛନ୍ତି ଏହି ୬ ଜଣ କଳାକାର !

ବଲିଉଡ଼ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଗୋଟିଏ ଦୁଇଟି ନୁହେଁ ବରଂ ତିନୋଟି ବିବାହ କରିଛନ୍ତି । ପ୍ରଥମ ବିବାହ ଭାଙ୍ଗିବା ପରେ ଏମାନେ ଦ୍ୱିତୀୟ ଓ ତୃତୀୟ ଥର ମଧ୍ୟ ନିଜକୁ ସୁଯୋଗ ଦେଇଛନ୍ତି । ଆସନ୍ତୁ ଜାଣିବା କେଉଁ କେଉଁ କଳାକାରଙ୍କ ନାମ ଏଥିରେ ସାମିଲ ରହିଛି:-

ନିଳିମା ଅଜିମ୍

google

ଶାହୀଦ କପୂରଙ୍କ ମାଁ ନିଳିମା ଅଜିମ୍ ପଙ୍କଜ କପୂରଙ୍କ ସହିତ ପ୍ରଥମ ବିବାହ କରିଥିଲେ । ଶାହୀଦ୍ ପଙ୍କଜ ଓ ନିଳିମାଙ୍କ ପୁଅ ଅଟନ୍ତି । ତା’ପରେ ସେ ରାଜେଶ ଖଟ୍ଟରଙ୍କୁ ବାହା ହୋଇଗଲେ । ରାଜେଶ ଖତ୍ରର୍ ଓ ନିଳିମାଙ୍କ ସନ୍ତାନ ହେଉଛନ୍ତି ଇଶାନ୍ ଖତ୍ତର୍ । ୨୦୦୯ରେ ନିଳିମା ରଜା ଅଲି ଖାଁଙ୍କ ସହିତ ତୃତୀୟ ବିବାହ କଲେ କିନ୍ତୁ ନିଳିମା ଓ ରଜାଙ୍କ ମଧ୍ୟ ଛାଡ଼ପତ୍ର ହୋଇଗଲା ।

ସିଦ୍ଧାର୍ଥ ରଏ କପୂର

google

ବିଦ୍ୟା ବାଲନ୍ ପ୍ରଡ୍ୟୁସର ସିଦ୍ଧାର୍ଥ ରଏ କପୂରଙ୍କ ସହିତ ୨୦୧୨ରେ ବିବାହ କରିଥିଲେ । ସିଦ୍ଧାର୍ଥଙ୍କ ଏହା ତୃତୀୟ ବିବାହ ଅଟେ । ଏହା ପୂର୍ବରୁ ତାଙ୍କର ପ୍ରଥମ ବିବାହ କିଛି ବର୍ଷ ମଧ୍ୟରେ ଭାଙ୍ଗି ଯାଇଥିଲା । ତା’ପରେ ସେ ଜଣେ ଟିଭି ପ୍ରଡ୍ୟୁସରଙ୍କୁ ବିବାହ କରିଥିଲେ । ତାଙ୍କ ସହିତ ମଧ୍ୟ ୨୦୧୧ ମସିହାରେ ସିଦ୍ଧାର୍ଥଙ୍କ ଛାଡ଼ପତ୍ର ହୋଇଗଲା । ତା’ପରେ ସିଦ୍ଧାର୍ଥ ୨୦୧୨ ମସିହାରେ ବିଦ୍ୟା ବାଲନଙ୍କ ସହିତ ବିବାହ କଲେ ।

ସଞ୍ଜୟ ଦତ୍ତ

google

ସଞ୍ଜୟ ଦତ୍ତ ପ୍ରଥମେ ବିବାହ କରିଥିଲେ ରିଚା ଶର୍ମାଙ୍କୁ । ୧୯୯୬ ମସିହାରେ ରିଚାଙ୍କ ନିଧନ ହୋଇଗଲା । ରିଚାଙ୍କ ନିଧନ ପରେ ସଞ୍ଜୟ ଦତ୍ତ ୧୯୯୮ରେ ରିୟା ପିଲ୍ଲାଇଙ୍କୁ ବାହା ହେଲେ । ରିୟାଙ୍କ ସହିତ ୨୦୦୫ ମସିହାରେ ତାଙ୍କ ଛାଡ଼ପତ୍ର ହୋଇଗଲା । ଏହା ପରେ ୨୦୦୮ରେ ସଞ୍ଜୟ ଦତ୍ତ ମାନ୍ୟତା ଦତ୍ତଙ୍କ ସହିତ ବିବାହ କବିର ବେଦୀକରିନେଲେ ।

କବିର ବେଦୀ

google

କବିର ବେଦୀ ପ୍ରଥମ ବିବାହ ବଙ୍ଗାଳୀ ନୃତ୍ୟଶିଳ୍ପୀ ପ୍ରତିମା ଦତ୍ତଙ୍କ ସହିତ କରିଥିଲେ । ୧୯୭୪ ମସିହାରେ ପ୍ରତିମା ସହିତ ଛାଡ଼ପତ୍ର ପରେ କବିର ବେଦୀ ସୁଜେନଙ୍କ ସହିତ ବିବାହ କରିନେଲେ । ପୂଜା ବେଦୀ ସୁଜେନଙ୍କ ଝିଅ ଅଟନ୍ତି । କବିର ବେଦୀ ତୃତୀୟ ବିବାହ ଟିଭି ପ୍ରେଜେଣ୍ଟର ନିକ୍କୀଙ୍କ ସହିତ କଲେ । ଆଗକୁ ଯାଇ କବିର ଛାଡ଼ପତ୍ର ନେଇଗଲେ ଓ ପରେ ୭୧ ବର୍ଷ ବୟସରେ ପ୍ରବୀଣ ଦୁସାଞ୍ଜଙ୍କୁ ବିବାହ କରିଛନ୍ତି ।

କମଳ ହାସନ

google

ନିଜ ସମୟର ପ୍ରସିଦ୍ଧ ଅଭିନେତା କମଳ ହାସନ ୧୯୭୮ ମସିହାରେ ବାଣୀ ଗଣପତିଙ୍କୁ ପ୍ରଥମ ବିବାହ କରିଥିଲେ । ୧୦ ବର୍ଷ ପରେ ଦୁହେଁ ଅଲଗା ହୋଇଗଲେ । ତା’ପରେ ସେ ଅଭିନେତ୍ରୀ ସାରିକା ହାସନଙ୍କୁ ବାହା ହୋଇଗଲେ । ଏହା ପରେ ୨୦୦୪ ମସିହାରେ ଦୁହେଁ ଅଲଗା ହୋଇଗଲେ । ତା’ପରେ କମଳ ହାସନ ଗୌତମୀଙ୍କ ସହ ଲିଭ୍ ଇନରେ ରହିବା ଆରମ୍ଭ କରିଦେଲେ । ଏ ଦୁହେଁ କେବେମଧ୍ୟ ବିବାହ କରିବେ ବୋଲି କହିନଥିଲେ କିନ୍ତୁ ମିଡ଼ିଆ ରିପୋର୍ଟ ଅନୁଯାୟୀ ଦୁହେଁ ବିବାହ କରିଥିଲେ ଏବଂ ଶେଷରେ ୨୦୧୬ ମସିହାରେ କମଳ ହାସନ ଗୌତମୀଙ୍କ ଠାରୁ ଅଲଗା ହୋଇଗଲେ ।

କରନ୍ ସିଂହ ଗ୍ରୋବର

google

ଅଭିନେତା କରନ୍ ସିଂହ ଗ୍ରୋବର ବିପାଶା ବସୁଙ୍କ ସହିତ ୨୦୧୬ରେ ବିବାହ କରିଥିଲେ । ଏହା ପୂର୍ବରୁ କରନ୍ ୨୦୦୮ ମସିହାରେ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ ଯାହା ୧୦ ମାସ ମଧ୍ୟରେ ଭାଙ୍ଗି ଯାଇଥିଲା । ପରେ ୨୦୧୨ରେ କରନ୍ ଜେନିଫର ବିଙ୍ଗେଟଙ୍କୁ ବିବାହ କଲେ । ତାହା ମଧ୍ୟ ୨ ବର୍ଷ ପରେ ଦୁହିଁଙ୍କ ଛାଡ଼ପତ୍ର ହୋଇଗଲା ।

Be the first to comment

Leave a Reply

Your email address will not be published.


*