ବଲିଉଡର ଏହି ୬ ଜଣ କଳାକାର ପାକିସ୍ତାନୀ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ! ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ୍ ମଧ୍ୟ ନିଜ ନାମରେ କରିଛନ୍ତି…

ବଲିଉଡର ଏହି ୬ ଜଣ କଳାକାର ପାକିସ୍ତାନୀ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ! ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ୍ ମଧ୍ୟ ନିଜ ନାମରେ କରିଛନ୍ତି…

ସମଗ୍ର ବିଶ୍ୱରେ ବଲିଉଡ କଳାକାର ମାନଙ୍କ ବିପୁଳ ମାତ୍ରାରେ ପ୍ରଶଂସକ ରହିଛନ୍ତି । ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସମଗ୍ର ବିଶ୍ୱରେ ବହୁତ ଭଲ ପ୍ରଦର୍ଶନ କରୁଛି । ଯେତେବେଳେ ଭାରତ ଏବଂ ପଡୋଶୀ ଦେଶ ପାକିସ୍ତାନ୍ ସହିତ ଭଲ ସମ୍ପର୍କ ଥିଲା, ସେତେବେଳେ ଅନେକ କଳାକାର ଥିଲେ ଯେଉଁମାନେ ପରସ୍ପରଙ୍କ ଶିଳ୍ପରେ କାମ କରୁଥିଲେ । ଆମେ ପ୍ରାୟତଃ ପାକିସ୍ତାନୀ ଅଭିନେତା ମାନଙ୍କୁ ବଲିଉଡରେ କାମ କରୁଥିବା ଦେଖିଛନ୍ତି । ପାକିସ୍ତାନ କଳାକାରଙ୍କ ବ୍ୟତୀତ ସେଠାକାର କିଛି ଗାୟକ ମଧ୍ୟ ବଲିଉଡରେ ଭଲ କାମ କରୁଛନ୍ତି । କିନ୍ତୁ ଏହା ବହୁତ କମ୍ ଲୋକଙ୍କୁ ଜ୍ଞାତ ଥିବ କି ଅନେକ ବଲିଉଡ କଳାକାର ମଧ୍ୟ ପାକିସ୍ତାନୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିସାରିଛନ୍ତି । ତେବେ ଆସନ୍ତୁ ଆପଣଙ୍କୁ ସେହି କଳାକାରମାନଙ୍କ ବିଷୟରେ ଜାଣିବା ଯେଉଁମାନେ ପାକିସ୍ତାନରେ ମଧ୍ୟ ସେମାନଙ୍କର କଳା ପ୍ରଦର୍ଶନ କରିଛନ୍ତି ଏବଂ ସେଠାକାର ଲୋକଙ୍କୁ ମଧ୍ୟ ନିଜର ପ୍ରଶଂସକ କରିବାରେ ସଫଳ ହୋଇଛନ୍ତି ।

ନସୀରୂଦ୍ଦିନ୍ ଶାହ

ଇଣ୍ଡଷ୍ଟ୍ରିର ଜଣେ ଭେଟେରାନ୍ ତଥା ଦକ୍ଷ କଳାକାର ନସୀରୂଦ୍ଦିନ୍ ଶାହ ମଧ୍ୟ ପାକିସ୍ତାନୀ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ପ୍ରଦର୍ଶନ କରିସାରିଛନ୍ତି । ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ‘ଖୁଦା କେ ଲିୟେ’ ସେଠାରେ ବହୁତ ଭଲ ପ୍ରଦର୍ଶନ କରିଥିଲା । ସେହି ଚଳଚ୍ଚିତ୍ରରେ ନସୀରୂଦ୍ଦିନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

କିରଣ ଖେର୍

ବୃତ୍ତିରେ ଅଭିନେତ୍ରୀ ଏବଂ ଚଣ୍ଡିଗଡ଼ରୁ ବିଜେପି ସାଂସଦ କିରଣ ଖେର୍ ବଲିଉଡରେ ଜଣେ ଆକର୍ଷଣୀୟ ମାଁ’ ଏବଂ ଶାଶୁଙ୍କ ଭୂମିକାରେ ଅଭିନୟ କରନ୍ତି । ଅନୁପମ୍ ଖେରଙ୍କ ପତ୍ନୀ କିରଣ ଖେର୍ ମଧ୍ୟ ପାକିସ୍ତାନୀ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି । କିରଣ ଖେର୍ ପାକିସ୍ତାନୀ ଚଳଚ୍ଚିତ୍ର ‘ଖାମୋଶ ପାନି’ରେ କାମ କରିଥିଲେ । ଏହି ଚଳଚ୍ଚିତ୍ର ୨୦୦୩ ମସିହାରେ ଭାରତ ଏବଂ ପାକିସ୍ତାନରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ହେତୁ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରାଯାଇଥିଲା । ଆପଣଙ୍କୁ କହିରଖୁଛୁ କି ଏହି ଚଳଚ୍ଚିତ୍ର ପାଇଁ କିରଣ ଖେରଙ୍କୁ ସ୍ୱିଜରଲ୍ୟାଣ୍ଡ ଠାରେ ‘ଲୋକାର୍ନୋ’ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯିବା ସହିତ ସମ୍ମାନିତ କରାଯାଇଥିଲା ।

ଶ୍ୱେତା ତିୱାରୀ

‘ବିଗ୍-ବସ୍’ର ବିଜେତା ତଥା ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀ ଯିଏ ପ୍ରେରଣାଙ୍କ ଚରିତ୍ରକୁ ନେଇ ଘରେ ଘରେ ଲୋକପ୍ରିୟ ହୋଇଛନ୍ତି ଅର୍ଥାତ୍ ଶ୍ୱେତା ତିୱାରୀ ମଧ୍ୟ ପାକିସ୍ତାନୀ ଚଳଚ୍ଚିତ୍ରର ଏକ ଅଂଶ ବିଶେଷ ହୋଇଛନ୍ତି । ସେ ପାକିସ୍ତାନୀ ଚଳଚ୍ଚିତ୍ର ‘ସଲ୍ତନତ’ରେ କାମ କରିଥିଲେ ।

ଅମୃତା ଆରୋଡ଼ା

ବଲିଉଡ ଅଭିନେତ୍ରୀ ଅମୃତା ଆରୋଡ଼ା ମଧ୍ୟ ପାକିସ୍ତାନର ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଚଳଚ୍ଚିତ୍ର ‘ଗଡଫାଦର’ର ରିମେକରେ ଅଭିନୟ କରିଥିଲେ । ସେହି ଚଳଚ୍ଚିତ୍ରରେ ତାଙ୍କ ସହିତ ଅରବାଜ୍ ଖାନ୍ ମଧ୍ୟ ନଜର ଆସିଥିଲେ ।

ସାରା ଖାନ୍

ଟେଲିଭିଜନରେ ପ୍ରସାରିତ ହେଉଥିବା ଛୋଟ ପରଦାର ଶୋ ‘ସପନା ବାବୁଲ୍ କା ବିଦାଇ’ରୁ ଘରେ ଘରେ ପରିଚିତ ହୋଇଥିବା ସାରା ଖାନ୍ ମଧ୍ୟ ପାକିସ୍ତାନ ଶୋ’ର ଏକ ଅଂଶ ହୋଇସାରିଛନ୍ତି । ସାରା ପାକିସ୍ତାନ ଶୋ ‘ୟେ କେସୀ ମୋହବ୍ବତ ହୈ’ରେ କାମ କରିଥିଲେ ।

ଜୋନୀ ଲୀୱର୍

ବଲିଉଡର ହାସ୍ୟ ଅଭିନେତା ଯିଏକି ୯୦ ଦଶକରେ ଇଣ୍ଡଷ୍ଟ୍ରିର ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅର୍ଥାତ୍ ଜୋନୀ ଲୀୱର୍ ମଧ୍ୟ ପାକିସ୍ତାନୀ ଚଳଚ୍ଚିତ୍ରର ଏକ ଅଂଶ ହୋଇସାରିଛନ୍ତି । ଜୋନୀ ‘ଲଭ୍ ମେ ଗମ୍’ ନାମକ ଏକ ଚଳଚ୍ଚିତ୍ରରେ କାମ କରିଥିଲେ ।

Leave a Reply

Your email address will not be published. Required fields are marked *