ଏହି ୫ଟି ରାଶିକୁ ହୋଇପାରେ ଭାରି କ୍ଷତି ! ୧୪୧ ଦିନ ପର୍ଯ୍ୟନ୍ତ ଚାଲିବ ଶନିଙ୍କର ଓଲଟା ଚଳନ…

ଏହି ୫ଟି ରାଶିକୁ ହୋଇପାରେ ଭାରି କ୍ଷତି ! ୧୪୧ ଦିନ ପର୍ଯ୍ୟନ୍ତ ଚାଲିବ ଶନିଙ୍କର ଓଲଟା ଚଳନ…

‘ଜ୍ୟୋତିଷ ଶାସ୍ତ୍ର’ରେ କୁହାଯାଇଛି ଯେ ଯେତେବେଳେ ଶନିଙ୍କ ଚଳନରେ ପରିବର୍ତ୍ତନ ହୋଇଥାଏ ତ ତାହାର ପ୍ରଭାବ ପ୍ରତ୍ୟେକ ରାଶିରେ ଦେଖିବାକୁ ମିଳିଥାଏ । କିନ୍ତୁ ଖାସ୍ କରି ଏଥିରେ ଶନିଙ୍କର ସାଢ଼େ ସାତି ଏବଂ ଶନି ଢ଼େୟା ସମସ୍ୟାରୁ ପ୍ରଭାବିତ ରାଶିର ଲୋକଙ୍କୁ ଅଧିକ କ୍ଷତି ସହ୍ୟ କରିବାକୁ ପଡ଼ିଥାଏ ।

ମଇ ୨୩ରୁ ଶନି ମିଥୁନ ରାଶିରେ ବକ୍ର ଭାବରେ ଚଳନ କରିବେ । ଅର୍ଥାତ୍ ଏହି ଦିନ ଠାରୁ ଶନିଙ୍କର ଓଲଟା ଚଳନ ଆରମ୍ଭ ହେବାକୁ ଯାଉଛି । ମଇ ୨୩ ଠାରୁ ଆରମ୍ଭ କରି ଅକ୍ଟୋବର୍ ୧୧ରେ ପୁଣି ଦ୍ୱିତୀୟଥର ପାଇଁ ମାର୍ଗୀ ହେବେ । ଏହି ଅବଧି ରେ ସବୁଠାରୁ ଅଧିକ ତଳେ କୁହାଯାଇଥିବା ୫ଟି ରାଶିକୁ ସତର୍କତା ଏବଂ ସାବଧାନ ରହିବାର ଆବଶ୍ୟକତା ରହିଛି ।

ମିଥୁନ ରାଶି :-

ଏହି ରାଶିର ଜାତକଙ୍କୁ ଏହି ସମୟ ଅବଧିରେ ସତର୍କ ଏବଂ ସାବଧାନ ରହିବାର ଆବଶ୍ୟକତା ରହିଛି । ମିଥୁନ ରାଶି ଜାତକଙ୍କ ଉପରେ ବର୍ତ୍ତମାନ ଶନିଙ୍କ ଢ଼େୟା ଚାଲିଛି । ଏହି କାରଣରୁ ଆପଣଙ୍କ ସମସ୍ୟା ବଢ଼ିପାରେ । ତେଣୁ ଉଚିତ୍ ଏହାହେବ ଯେ ଆପଣ ସତର୍କତା ଅବଲମ୍ବନ କରନ୍ତୁ । ମିଥୁନ ରାଶିର ବ୍ୟକ୍ତିମାନେ ସାବଧାନତାର ସହିତ ବାହନ ଚଳାନ୍ତୁ । ପୁଣି ବ୍ୟାପାର ଏବଂ ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ମଧ୍ୟ ଦେଖା ଯାଉଛି ।

ତୁଳା ରାଶି :-

ତୁଳା ରାଶିର ଜାତକଙ୍କ ଉପରେ ମଧ୍ୟ ଶନି ଖୁସି ନାହାଁନ୍ତି । ତୁଳା ରାଶିର ଲୋକମାନେ ତାଙ୍କର ନିକଟତର ଲୋକଙ୍କ ସହିତ ବିବାଦ ହୋଇପାରନ୍ତି । ଏହି ରାଶି ଉପରେ ମଧ୍ୟ ଢ଼େୟା ଚାଲିଛି ଏବଂ ଏହା ଆପଣଙ୍କୁ କୌଣସି ସମସ୍ୟାରେ ପକାଇ ପାରେ । ଆପଣ ମାନସିକ ଚିନ୍ତାର ଶିକାର ହୋଇ ପାରନ୍ତି ଯେଉଁ କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ହାନୀ ହୋଇପାରେ । ଅନାବଶ୍ୟକ ଯାତ୍ରାରୁ ଦୂରେଇ ରୁହନ୍ତୁ ଏବଂ କୌଣସି ପ୍ରକାରର ନିବେଶରୁ ମଧ୍ୟ ଦୂରେଇ ରୁହନ୍ତୁ ।

ମକର ରାଶି :-

ସବୁ ରାଶି ମାନଙ୍କ ଠାରୁ ମକର ରାଶିର ଜାତକଙ୍କୁ ଶନିଙ୍କ ଓଲଟା ଚଳନ ଅଧିକ ସମସ୍ୟାରେ ପକାଇବ । କାରଣ ବର୍ତ୍ତମାନ ଶନିଙ୍କ ବାସ ମକର ରାଶି ହିଁ ଅଛି । ଶନି ସାଢ଼େ ସାତିର ଦ୍ୱିତୀୟ ଚରଣ ମକର ରାଶିରେ ଚାଲୁଛି । ଫଳତଃ କୌଣସି ପ୍ରକାରର କାର୍ଯ୍ୟରେ ବ୍ୟସ୍ତ ହୁଅନ୍ତୁ ନାହିଁ ଏବଂ ଧୌର୍ଯ୍ୟର ସାହାରା ନିଅନ୍ତୁ । ସତର୍କତା ଏବଂ ସାବଧାନତା ସହିତ କାମ କରିବା ଭଲ ହେବ । କାର୍ଯ୍ୟକ୍ଷେତ୍ରରେ ଶାନ୍ତି ବଜାୟ ରଖନ୍ତୁ ।

ଧନୁ ରାଶି :-

ଶନିଙ୍କର ବକ୍ର ଚଳନ ଆପଣଙ୍କୁ ସମସ୍ୟାରେ ପକାଇ ପାରେ । ତେଣୁ ଏହି କାରଣରୁ ଧନୁ ରାଶିର ଜାତକଙ୍କ ଉପରେ ମିଛ ଆରୋପ ମଧ୍ୟ ଲଗାଯାଇ ପାରେ । ଶନିଙ୍କ ସାଢ଼େ ସାତି ଧନୁ ରାଶି ଉପରେ ମଧ୍ୟ ଚାଲିଛି ତେଣୁ ଯଦି କୌଣସି କାମ ହାତକୁ ନେଉଛନ୍ତି ତେବେ ତାହାକୁ ସାବଧାନତାର ସହିତ ପୁରା କରନ୍ତୁ । ବ୍ୟସ୍ତ ହୁଅନ୍ତୁ ନାହିଁ ନଚେତ୍ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଖର୍ଚ୍ଚରେ ବୃଦ୍ଧି ହୋଇପାରେ । ମଦ ଏବଂ ମାଂସ ସେବନରୁ ଦୂରେଇ ରୁହନ୍ତୁ । ବାହନ ମଧ୍ୟ ସତର୍କତାର ସହିତ ଚଳାନ୍ତୁ ।

କୁମ୍ଭ ରାଶି :-

କୁମ୍ଭ ରାଶିରେ ବର୍ତ୍ତମାନ ଶନି ସାଢ଼େ ସାତିର ପ୍ରଥମ ଚରଣରେ ଅଛନ୍ତି । ତେଣୁ ଏମିତିରେ ଆପଣଙ୍କୁ ସାବଧାନ ଏବଂ ସତର୍କ ରହିବାର ଆବଶ୍ୟକତା ଅଛି । ନୂଆ ବ୍ୟାପାର ଆରମ୍ଭ କରିବା ଏବଂ ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ । ପ୍ରେମ, ଧନ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧିତ ମାମଲାରେ କୌଣସି ପ୍ରକାରର ଖରାପ ପ୍ରଭାବ ଦେଖିବାକୁ ମିଳିପାରେ । କୌଣସି ନିକଟତର ଲୋକଙ୍କ ସହିତ ସମ୍ବନ୍ଧ ହରାଇବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *