ଉଚ୍ଚ ରକ୍ତଚାପର ମୁଖ୍ୟ କାରଣ ଅଟେ ଏହି ୫ଟି ଅଭ୍ୟାସ ! ଆସନ୍ତୁ ଜାଣିବା ଏହି ଅଭ୍ୟାସଗୁଡିକ କଣ କଣ ?

ଆଜିକାଲି ଲୋକଙ୍କୁ ଉଚ୍ଚ ରକ୍ତଚାପ ହେବା ଏକ ସାଧାରଣ ବିଷୟ ହୋଇଗଲା । କାରଣ ଆମ ଖାଇବା-ପିଇବ, ରହିବା-ଶୋଇବାରେ କେତେ ପ୍ରକାରର ବିକୃତି ଆସିଯାଇଛି । ଯାହାଫଳରେ ଆମ ଶରୀରର ରୋଗର ଗନ୍ତାଘର ହୋଇଯାଇଛି । ଆଜି ଆମେ ଆପଣଙ୍କୁ ଏଭଳି ୫ଟି କାରଣ ବିଷୟରେ କହିବାକୁ ଯାଉଛୁ, ଯେଉଁ କାରଣରୁ ଆମକୁ ଉଚ୍ଚ ରକ୍ତଚାପ ହେବା ଆରମ୍ଭ ହୋଇଥାଏ ଓ ଏହା ଆମ ଶରୀରରେ ଏକ ରୋଗ ରୂପରେ ଉତ୍ପନ୍ନ ହୋଇଯାଏ ।

କହିବାକୁ ଗଲେ ସବୁ ରୋଗ ଗୁଡ଼ିକ ଆମ ଦ୍ୱାରା କରାଯାଇଥିବା ଭୁଲ୍ ଗୁଡ଼ିକର ପରିଣାମ ସ୍ୱରୂପ ହୋଇଥାଏ । ଏଭଳି ଆମର କିଛି ଅଭ୍ୟାସ ରହିଥାଏ, ଯେଉଁ କାରଣରୁ ଆମ ଶରୀରରେ ଅନେକ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ । ଯେଉଁଭଳି କି, ଉଚ୍ଚ ରକ୍ତଚାପ, ନିମ୍ନ ରକ୍ତଚାପ ମଧ୍ୟ ଆମ ଦ୍ୱାରା କରାଯାଇଥିବା ଭୁଲ୍ କାରଣରୁ ହିଁ ଉତ୍ପନ୍ନ ହୋଇଥାଏ ।

୧) ଶାରୀରିକ ପରିଶ୍ରମ ନ କରିବା –

Google

ଯଦି ଆମେ କୌଣସି କାମ କରିବାକୁ ସକ୍ଷମ ଥାଇ ମଧ୍ୟ ଶାରୀରିକ ପରିଶ୍ରମ କରିନଥାଉ, ତେବେ ଶରୀର ଉପରେ ଏହାର ବିପରୀତ ପ୍ରଭାବ ପଡ଼ିଥାଏ । କାରଣ ଆମ ଶରୀରରେ ଯଦି ଆବଶ୍ୟକ ଗତିବିଧି ନ ହୁଏ, ତେବେ ଶରୀରରେ ଚର୍ବି ବଢ଼ିଥାଏ ଓ ଶରୀର ମୋଟା ହୋଇଯାଏ । ଯେଉଁ କାରଣରୁ ଆମ ଶରୀରରେ ସାମାନ୍ୟ ତାପମାତ୍ରରୁ ଅଧିକ ରହିବାକୁ ଲାଗିଥାଏ ଓ ଆମ ଶରୀରରେ ଅଧିକ ମାତ୍ରାରେ ରକ୍ତ ସଞ୍ଚାଳନ ହେବାର ଆବଶ୍ୟକ ହୋଇଥାଏ । ଏହା ଯୋଗୁଁ ଆମ ଶରୀରରେ ରକ୍ତ ସଞ୍ଚାଳନର ଚାପ ଅଧିକ ରହିଥାଏ ଓ ରକ୍ତଚାପର ସମସ୍ୟା ଉତ୍ପନ୍ନ ହୋଇଥାଏ ।

୨) ମୀନରଲ୍ସର ଅଭାବ –

Google

ଅନେକ ସମୟରେ ଆମ ଶରୀରକୁ ପାଣିର ଆବଶ୍ୟକ ହୋଇଥାଏ ପରନ୍ତୁ ଆମେ ଆମ ସ୍ୱାସ୍ଥ୍ୟକୁ ଅଣଦେଖା କରି ପାଣି କମ୍ ମାତ୍ରାରେ ପିଇ ଥାଉ । ଯେଉଁଥି କାରଣରୁ ଆମ ଶରୀରରେ ପୋଟାସିୟମ ଓ ମ୍ୟାଗ୍ନେସିୟମର ସ୍ତର ବଢ଼ିଯାଏ । ଯାହାଫଳରେ ଆମ ଶରୀରରେ ରକ୍ତଚାପ ବଢ଼ିବାର ସମ୍ଭାବନା ଦେଖାଯାଇଥାଏ । କିଛି ଦିନ ଏଭଳି ନିରନ୍ତର ରହିଲେ, ଆମ ଶରୀରରେ ଉଚ୍ଚ ରକ୍ତଚାପ ବଢିବା ଆରମ୍ଭ ହୋଇ ଯାଇଥାଏ ।

୩) ଭୋଜନରେ ଅଧିକ ଲୁଣ ଖାଇବା –

Google

ଯଦି ଆମେ ସାମାନ୍ୟ ମାତ୍ରାରୁ ଅଧିକ ଲୁଣ ଖାଇଥାଉ, ତେବେ ଏହା ଆମ ଶରୀରରେ ପୋଟାସିୟମ, ମ୍ୟାଗ୍ନେସିୟମ, ସୋଡିୟମର ମାତ୍ରା ବଢ଼ାଇ ଦେଇଥାଏ । ଯେଉଁଥି କାରଣରୁ ଆମ ଶରୀରରେ ରକ୍ତଚାପ ବଢିବାକୁ ଲାଗିଥାଏ । ଯଦି ଆପଣ ସାମାନ୍ୟ ମାତ୍ରାରୁ ଅଧିକ ଲୁଣ ଖାଇନ୍ତି, ତେବେ ରକ୍ତଚାପ ଉଚ୍ଚ ହେବାର ମୁଖ୍ୟ କାରଣ ହୋଇଥାଏ ।

୪) ଚିନ୍ତିତ କାରଣରୁ –

Google

ଯଦି ଆପଣ କୌଣସି କାରଣ ଯୋଗୁଁ ପ୍ରାୟତଃ ଚିନ୍ତିତ ରହିଥାନ୍ତି ବା ସର୍ବଦା କିଛି ନା କିଛି ଚିନ୍ତା କରିଥାନ୍ତି, ତେବେ ଏହି କାରଣ ଯୋଗୁଁ ମଧ୍ୟ ଶରୀରର ରକ୍ତଚାପ ଉଚ୍ଚ ରହିଥାଏ ।

୫) ମଦ, ତମାଖୁର ସେବନ –

Google

ଯଦି ଆପଣ ମଦ ବା ତମାଖୁ ଖାଇଥାନ୍ତି, ତେବେ ଏହି କାରଣ ଯୋଗୁଁ ମଧ୍ୟ ଆପଣଙ୍କ ଶରୀରରେ ରକ୍ତର ଚାପ ବଢ଼ିଯାଇଥାଏ । ରକ୍ତଚାପ ବଢିବା ସହ ଆମ ଶରୀରରେ ହୃଦୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଉତ୍ପନ୍ନ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଯଦି ଆପଣ ମଦ୍ୟପାନ କରନ୍ତି, ତେବେ ଆପଣଙ୍କ ଶରୀରରେ ୟୁରିଆର ମାତ୍ରା ବଢ଼ିଯାଏ । ୟୁରିଆ ବଢିବା ଯୋଗୁଁ ଆମ ରକ୍ତ ଅଶୁଦ୍ଧି ହୋଇଯାଏ, ଯେଉଁଥି କାରଣରୁ ଆମ ରକ୍ତଚାପ ଉଚ୍ଚ ରହିଥାଏ ।

ଆଶା କରୁଛୁ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ଗୋଟିଏ ଲାଇକ କରିବା ସହ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !

Be the first to comment

Leave a Reply

Your email address will not be published.


*