ପତିଙ୍କ ଠାରୁ ବୟସରେ ବଡ ଅଟନ୍ତି ଏହି ୫ ଜଣ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ମାନେ ।

ପତିଙ୍କ ଠାରୁ ବୟସରେ ବଡ ଅଟନ୍ତି ଏହି ୫ ଜଣ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ମାନେ ।

ପ୍ରେମ ଏକ ଏପରି ଜିନିଷ ଯାହାକୁ ହୋଇଯାଏ ସେ ବୟସ, ଧର୍ମ, ଜାତି, ରଙ୍ଗ, ରୂପ କିଛି ମଧ୍ୟ ମାନ୍ୟ ରଖେନାହିଁ । ମଣିଷ କେବଳ ସାମ୍ନା ଲୋକର ହୃଦୟ ଦେଖିଥାଏ । ସାଧରଣତଃ ଯେତେବେଳେ କୌଣସି ଝିଅ ବାହା ହେବାକୁ ଚାହେଁ ତେବେ ନିଜ ପାଇଁ ଅଧିକ ବୟସର ପୁଅଟିଏ ଖୋଜିଥାଏ । ଆମ ସମାଜରେ ମଧ୍ୟ ଏହି ଧାରଣା ଅଛି କି ସ୍ୱାମୀର ବୟସ ସ୍ତ୍ରୀ ଠାରୁ ଅଧିକ ହେବା ଦରକାର । ପ୍ରେମରେ ବୁଡି ରହିଥିବା ହୃଦୟ କିପରି ବୁଝିବ ଏହି କଥା । ବର୍ତ୍ତମାନ ଟିଭି ଦୁନିଆର ଏହି ପ୍ରସିଦ୍ଧ କଳାକାରଙ୍କୁ ହିଁ ନିଅନ୍ତୁ । ଏମାନେ ସମସ୍ତେ ନିଜ ସ୍ୱାମୀଙ୍କ ଠାରୁ ବୟସରେ ବଡ଼ ଅଟନ୍ତି ।

ଭାରତୀ ସିଂ- ହର୍ଷ ଲିମ୍ବାଚିୟା:-

newstrend

ଭାରତୀ ହାସ୍ୟ ରସାତ୍ମକ ଦୁନିଆର ‘ଲଫ୍ଟର କୁଇନ୍’ ନାମରେ ପରିଚିତ । ଯେତେବେଳେ ସେ ‘କମେଡି ସରକସ୍’ କରୁଥିଲେ ସେତେବେଳେ ହର୍ଷ ଲିମ୍ବାଚିୟା ତାଙ୍କର କମେଡି ସ୍କ୍ରିପ୍ଟ ଲେଖିବା କାମ କରୁଥିଲେ । ଏହା ଦ୍ୱାରା ଦୁଇ ଜଣ ଭଲ ବନ୍ଧୁ ହୋଇଥିଲେ । ବହୁତ ଶୀଘ୍ର ହିଁ ଏମାନଙ୍କ ସମ୍ପର୍କ ପ୍ରେମରେ ପହଞ୍ଚିଥିଲା ଓ ଏକ ଲମ୍ବା ସମୟ ପରେ ଏହି ଦୁଇଜଣ ୨୦୧୭ରେ ବିବାହ କରିଥିଲେ । ହର୍ଷ ବୟସରେ ଭାରତୀଙ୍କ ଠାରୁ ୮ ବର୍ଷ ସାନ ଅଟନ୍ତି । ବୟସର ଏହି ମାମଲା ଆଜି ପର୍ଯ୍ୟନ୍ତ ଏହି ୨ ଜଣଙ୍କ ମଧ୍ୟରେ କିଛି ଅସୁବିଧା ହୋଇନାହିଁ । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି ।

ଅର୍ଚ୍ଚନା ପୁରନ୍ ସିଂ- ପରମିତ୍ ସେଟ୍ଟୀ

ଅର୍ଚ୍ଚନା ପୁରନ ସିଂ ଟିଭି ଓ ଫିଲ୍ମରେ ତାଙ୍କ ନାମ ଜଣା ଶୁଣା ଅଟେ । ଏହି ଦିନରେ ସେ ‘ଦ କପିଲ୍ ଶର୍ମା ଶୋ’ରେ ନିଜର ଜବରଦସ୍ତ ହାସ୍ୟକୁ ନେଇ ଜଣାଯାଉଛନ୍ତି । ଅର୍ଚ୍ଚନା ପରମିତ୍ ସେଟ୍ଟୀଙ୍କୁ ୧୯୯୨ରେ ବିବାହ କରିଥିଲେ । ସେ ତାଙ୍କ ସ୍ୱାମୀଙ୍କ ବୟସ ଠାରୁ ୭ବର୍ଷରେ ବଡ଼ ଅଟନ୍ତି । ଏହା ଏକ ପ୍ରେମ ବିବାହ ଥିଲା । ବିବାହ ପୂର୍ବରୁ ଏହି ଦୁହେଁ ୪ବର୍ଷ ପର୍ଯ୍ୟନ୍ତ ମିଶି ରହୁଥିଲେ । ଏହା ମଧ୍ୟରେ ତାଙ୍କ ପରିବାର ଓ ମିଡିଆ ମାନେ ବହୁତ କିଛି କହୁଥିଲେ କିନ୍ତୁ ଏହିସବୁ କଥାର ଦୁହିଁଙ୍କୁ କିଛି ମଧ୍ୟ ଫରକ୍ ପଡିଲା ନାହିଁ ଓ ଆଜି ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି ।

ମାହୀ ବିଜ୍ – ଜୟ ଭାନୁଶାଳୀ:-

newstrend

ମାହୀ ବିଜ୍ ଟିଭି ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା ଅଟନ୍ତି । ସେ ନିଜର ସ୍ୱାମୀ ଜୟ ଭାନୁଶାଳୀଙ୍କ ବୟସ ଠାରୁ ୨ବର୍ଷ ବଡ ଅଟନ୍ତି । ଦୁଇଜଣ କିଛି ବର୍ଷ ସମ୍ପର୍କରେ ରହିଲା ପରେ ୨୦୧୧ ମସିହାରେ ବିବାହ କରିଥିଲେ । ତାଙ୍କର ୩ଟି ସନ୍ତାନ ଅଛି । ସେମାନଙ୍କ ମଧ୍ୟରୁ ୨ଟି ପିଲାକୁ ଆଡୋପ୍ତ କରିଥିଲେ ଓ ଅନ୍ୟ ସନ୍ତାନଟିର ଜନ୍ମ ଗତ ବର୍ଷ ହିଁ ହୋଇଥିଲା । ମାହୀ ଓ ଜୟଙ୍କ ଯୋଡି ବହୁତ ଆକର୍ଷଣ ଲାଗେ । ଇଂସ୍ଟଗ୍ରାମରେ ଏହି ଯୋଡି ବହୁତ ଲୋକପ୍ରିୟ ଅଟନ୍ତି ।

କିଶ୍ୱର ମଚେଟ୍ – ଶୂୟସ୍ ରାୟ

newstrend

କିଶ୍ୱର ମଚେଟ୍ ଏକ ଟିଭି କଳାକାର ଅଟନ୍ତି ଯାହା “ବିଗ୍ ବୋସ୍”ରେ ଆସିଲା ପରେ ବହୁତ ଲୋକପ୍ରିୟତା ମିଳିଥିଲା । ସେ ୨୦୧୬ ମସିହାରେ ତାଙ୍କଠାରୁ ୮ବର୍ଷ ସାନ ଶୂୟସ୍ ରାୟଙ୍କୁ ବିବାହ କରିଥିଲେ । ଏହି ବାହାଘର ଏଥିପାଇଁ ଚର୍ଚ୍ଚା ଥିଲା କି କିଶ୍ୱର ମୁସଲିମ୍ ଥିଲେ ଓ ଶୂୟସ୍ ହିନ୍ଦୁ ଥିଲେ । କିନ୍ତୁ ଧର୍ମ ଓ ବୟସ ଦୁଇଟି ଏମାନଙ୍କ ଭଲ ପାଇବାକୁ କମ୍ କରିପାରିଲା ନାହିଁ । ବର୍ତ୍ତମାନ ଏହି ଦୁଇ ଯୋଡି ବହୁତ ସୁଖରେ ଅଛନ୍ତି ।

ସନୟା ଇରାନୀ – ମୋହିତ୍ ସହଗଲ

newstrend

‘ଇସ୍ ପ୍ୟାର୍ କୋ କ୍ୟା ନାମ୍ ଦୁ’ରେ ଘରେ ଘରେ ପ୍ରସିଦ୍ଧ ହୋଇଥିବା ସନୟା ଇରାନୀ ୨୦୧୬ ମସିହାରେ ନିଜ ଠାରୁ ୨ ବର୍ଷ ଛୋଟ ମୋହିତ୍ ସହଗଲଙ୍କୁ ବିବାହ କରିଥିଲେ । ସନୟା ଭଳି ମୋହିତ୍ ମଧ୍ୟ ଜଣେ କଳାକାର ଅଟନ୍ତି । ବାହାଘର ପୁର୍ବରୁ ଦୁହେଁ ଦୁହିଁଙ୍କୁ ସମୟ ଦେଉଥିଲେ । ବୟସର ତାରତମ୍ୟ ମଧ୍ୟ କୋଣସି ଫରକ୍ ପକାଇଲା ନାହିଁ ।

Leave a Reply

Your email address will not be published. Required fields are marked *