ସଚେତନତା : ଯକୃତକୁ ନଷ୍ଟ କରିଦିଏ ଏହି ୫ଟି ଜିନିଷ ! ଏହାକୁ ଖାଇବା ପୂର୍ବରୁ ଦଶ ଥର ଚିନ୍ତା କରନ୍ତୁ…

ସଚେତନତା : ଯକୃତକୁ ନଷ୍ଟ କରିଦିଏ ଏହି ୫ଟି ଜିନିଷ ! ଏହାକୁ ଖାଇବା ପୂର୍ବରୁ ଦଶ ଥର ଚିନ୍ତା କରନ୍ତୁ…

‘୧୯ ଏପ୍ରିଲ୍’ରେ ସାରା ବିଶ୍ୱରେ ବିଶ୍ୱ ଯକୃତ ଦିବସ ପାଳନ ହୋଇଥିଲା । ଏହାକୁ ପାଳନ କରିବା ଉଦ୍ଦେଶ୍ୟ ଲୋକଙ୍କୁ ଯକୃତ ସହ ଜଡ଼ିତ ରୋଗ ପ୍ରତି ଜାଗୃତ କରିବା ଅଟେ । ଯେପରିକି ଆପଣ ମାନେ ଜାଣନ୍ତି ଯେ ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭାଇରସ୍ ଲହରୀ ଖେଳିଯାଇଛି । ଏହି କାରଣରୁ ଲୋକଙ୍କୁ ବୁଲିବା ବନ୍ଦ ହୋଇଯାଇଛି । ‘ଆଣ୍ଟିବାୟୋଟିକ୍’ର ବ୍ୟବହାର ମଧ୍ୟ ଲୋକମାନେ ଅଧିକ ମାତ୍ରାରେ କରିବାକୁ ଲାଗୁଛନ୍ତି ।

ଆଣ୍ଟିବାୟୋଟିକ୍’ର ଅଧିକ ବ୍ୟବହାର କରିବା ଯକୃତ ପାଇଁ ହାନିକାରକ ଅଟେ । କେବଳ ଆଣ୍ଟିବାୟୋଟିକ୍ ନୁହେଁ ବରଂ ଦୈନନ୍ଦିନ ଜୀବନର କିଛି ଖାଦ୍ୟ ମଧ୍ୟ ଏପରି ହୋଇଥାଏ ଯାହା ସମୟ ସହିତ ଯକୃତକୁ ଖରାପ କରିଦିଏ । ଏମିତିରେ ଆଜି ଆମେ ଯକୃତ ନଷ୍ଟ କରୁଥିବା ଏହି ଜିନିଷ ଗୁଡ଼ିକ ବିଷୟରେ ବିସ୍ତାର ପୂର୍ବକ ଜାଣିବା । ଯଦି ଆପଣ ନିଜ ଯକୃତକୁ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ ଚାହଁନ୍ତି ତେବେ ଆଜି ଠାରୁ ଏହି ଜିନିଷ ଗୁଡିକ ସେବନ କରିବା ବନ୍ଦ କରନ୍ତୁ ।

୧. ବେକରୀ ପ୍ରଡକ୍ଟସ୍ : କେକ୍, କୁକିଜ୍, ମଫିନ୍ସ ଏହାସବୁ ଖାଦ୍ୟ ସାମଗ୍ରୀ ଯାହାକି ପାକ ହୋଇ ରନ୍ଧାଯାଏ । ବିଶେଷଜ୍ଞ ମାନଙ୍କ ଅନୁସାରେ ବେକେରୀ ପ୍ରଡକ୍ଟସକୁ ଯଦି ପ୍ରତିଦିନ ସେବନ କରିବା ତେବେ ଏଥିରୁ ଯକୃତ ସହ ଜଡ଼ିତ କିଛି ରୋଗ ହୋଇପାରେ । ଏଥିରେ ଉପସ୍ଥିତ ଚିନି, ମଇଦା ଓ ଫ୍ୟାଟର୍ ଅଧିକ ମାତ୍ରାରେ ଆମ ଯକୃତକୁ କ୍ଷତି ପହଞ୍ଚାଇ ଥାଏ । ଆପଣ ମାନେ ଏସବୁ ଖାଦ୍ୟ ବେଳେବେଳେ ଖାଇପାରିବେ । କିନ୍ତୁ ପ୍ରତିଦିନ ଏସବୁକୁ ଖାଇବା ଶରୀର ପାଇଁ ହାନିକାରକ ଅଟେ ।

୨. ସୋଡା – ଥଣ୍ଡା ପାନୀୟ : ଫ୍ରିଜରେ ରଖାଯାଉଥିବା ଥଣ୍ଡା ପାନୀୟ ଯେପରିକି କୋଲା, ପେପ୍ସି ଆଦି ପ୍ରତିଦିନ ପିଇବା ଫଳରେ ଯକୃତ ସହ ଜଡ଼ିତ କିଛି ସମସ୍ୟା ଦେଖାଦିଏ । ଯକୃତକୁ ନଷ୍ଟ କରିବା ବ୍ୟତୀତ ଏହା ଆପଣଙ୍କ ଓଜନ ବୃଦ୍ଧି କରେ । ଏହା ଯକୃତରେ ଫ୍ୟାଟ୍ ଜମା କରେ ଯେଉଁଥିରୁ ଫ୍ୟାଟି ଲିବର୍ ଡିଜିଜ୍ ବା ରୋଗର ବିପଦ ବଢ଼ିଯାଏ ।

୩. ରେଡ୍ ମିଟ୍ ବା ଲାଲ୍ ମାଂସ : ଲାଲ୍ ମାଂସରେ ପ୍ରୋଟିନ୍ ପ୍ରଚୁର ପରିମାଣରେ ରହିଥାଏ । ଆମ ଯକୃତ ଅଧିକ ପ୍ରୋଟିନକୁ ପାଚନ କରିପାରେ ନାହିଁ । ଏମିତିରେ ଏହି ପ୍ରୋଟିନ୍ ଯକୃତରେ ଧୀରେ ଧୀରେ ଜମା ହେବାକୁ ଲାଗେ ଯାହା ଫଳରେ ଫ୍ୟାଟି ‘ଲିବର୍’ର ବିପଦ ବଢ଼ିଯାଏ । ଏଥିପାଇଁ ରେଡ୍ ମିଟ୍ ଅଧିକ ମାତ୍ରାରେ ଖାଇବା ଉଚିତ ନୁହେଁ ।

୪. ଫାଷ୍ଟ ଫୁଡ୍ ଓ ଲୁଣିଆ ଖାଦ୍ୟ : ଆଜିକାର ଯୁବପିଢ଼ିକୁ ଫ୍ରେଞ୍ଚ ଫ୍ରାଇଜ୍, ବର୍ଗର୍, ପିଜ୍ଜା, ଲୁଣ ଥିବା ଆଳୁ ଚିପ୍ସ, ଫ୍ରଜେନ୍ ଫୁଡଡ୍ ଭଳି ଦ୍ରବ୍ୟ ଗୁଡ଼ିକ ବହୁତ ପସନ୍ଦ ଆସେ । ଏଥିରେ ସେଚୁରେଟେଡ୍ ଫ୍ୟାଟ୍ ଓ ଇଂଫ୍ଲେମେଶନ୍ ହୋଇପାରେ । ଏଥିରୁ ଯକୃତ ଶିରୋସିସ୍ ନାମକ ରୋଗ ହୋଇଥାଏ ।

୫. ଆଲକୋହଲ୍: ଯଦି ଆପଣ ମଦ୍ୟପାନ କରନ୍ତି ତେବେ ଏହି ଅଭ୍ୟାସ ଆଜି ଠାରୁ ଛାଡ଼ି ଦିଅନ୍ତୁ । ଆଲକୋହଲ୍ ପାଚନ କରିବା ପାଇଁ ଯକୃତକୁ ବହୁତ ପରିଶ୍ରମ କରିବାକୁ ପଡ଼େ । ଏଥିରୁ ରାସାୟନିକ ପ୍ରତିକ୍ରିୟା ହୋଇଥାଏ ଯାହା ଯକୃତର କୋଶିକା ଗୁଡ଼ିକୁ ନଷ୍ଟ କରିଦିଏ । ଆପଣଙ୍କୁ ଯକୃତ ସହ ଜଡ଼ିତ ସମସ୍ୟା ହେବାକୁ ଲାଗେ ।

Leave a Reply

Your email address will not be published. Required fields are marked *