ଗରୁଡ଼ ପୁରାଣର ଏହି ୫ଟି କଥା ବଦଳାଇଦେବ ଆପଣଙ୍କ ଜୀବନକୁ !

ଗରୁଡ଼ ପୁରାଣର ଏହି ୫ଟି କଥା ବଦଳାଇଦେବ ଆପଣଙ୍କ ଜୀବନକୁ !

ଆମ ଦୁଃଖର କାରଣ ଏବଂ ନିବାରଣ ଏହି ଦୁଇ କଥା ଗରୁଡ଼ ପୁରାଣରେ ସଂପୂର୍ଣ୍ଣରୂପେ ବର୍ଣ୍ଣିତ ହୋଇଛି । ତେବେ ଡେରି ନକରି ଆଜି ଆମେ ଏହି ଆର୍ଟିକିଲରେ ଜାଣିବା ସୁଖୀ ଜୀବନ ବଞ୍ଚିବାପାଇଁ ଆମକୁ କଣ କରିବାକୁ ପଡିବ ? ଏଥିପାଇଁ ଏହି ଆର୍ଟିକେଲ୍ କୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପଢନ୍ତୁ । ତେବେ ଆସନ୍ତୁ ଆରମ୍ଭ କରିବା ବନ୍ଧୁଗଣ ଆପଣ ଜାଣିଛନ୍ତି ଏହି ବିଶ୍ୱରେ ପ୍ରତ୍ୟେକ ବ୍ୟକ୍ତି ସୁଖୀ ଜୀବନ ବଞ୍ଚିବାକୁ ଇଚ୍ଛା କରିଥାଏ । କିନ୍ତୁ ତଥ୍ୟ ଅଭାବରୁ ଏହା ଜଣାପଡିନଥାଏ ଯେ ସୁଖୀ ଜୀବନ ବଞ୍ଚିବାପାଇଁ ତାକୁ କଣ କରିବାକୁ ପଡିବ ।

ହିନ୍ଦୁଧର୍ମର ଅନେକ ଗ୍ରନ୍ଥ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ ଅଟେ । ଏହି ଗରୁଡ଼ ପୁରାଣରେ ଏହା ବର୍ଣ୍ଣିତ ଅଛି ଯେ ଆମେ ସୁଖୀ ଜୀବନ କିପରି ବଞ୍ଚିବା । ଏହି ଗରୁଡ଼ ପୁରାଣର ନୀତିସାର ନାମକ ଅଧ୍ୟାୟରେ ନୀତି ବିଷୟରେ ଜଣାଯାଇଛି । ଏହି ନୀତିସାରରେ ପାଞ୍ଚଟି ଏହିପରି କଥା ବର୍ଣ୍ଣିତ ଅଛି ଯାହାଦ୍ୱାରା ଘର ପରିବାର ଏବଂ ସମାଜରେ ସଂନ୍ମାନ ମିଳିପାରି ନଥାଏ । ତେବେ ଆସନ୍ତୁ ଜାଣନ୍ତୁ କେଉଁ କେଉଁ କଥା ରହିଛି ।

ପ୍ରଥମ କଥା ହେଉଛି ଯଦି କୌଣସି ବ୍ୟକ୍ତି ସନ୍ତାନର ପାଳନ ପୋଷଣରେ ଅଣଦେଖା କରିଥାଏ ତେବେ ସନ୍ତାନ ବିଗିଡି ଯାଇଥାଏ । ଯଦି କୌଣସି ବ୍ୟକ୍ତିର ସନ୍ତାନ ସଂସ୍କାରି ହୋଇନଥାଏ ଏବଂ ଖରାପ କାମ କରିଥାଏ ତେବେ ଏହା ସ୍ୱାଭାବିକଯେ ମାତା ପିତାଙ୍କୁ ଅପମାନ ହେବାକୁ ପଡିଥାଏ । କାରଣ ମାତାପିତା ନିଜ ସନ୍ତାନର ପାଳନ ପୋଷଣ ଭଲ ଭାବେ କରିନାହାନ୍ତି ଯେଉଁ କାରଣରୁ ତାଙ୍କୁ ପୁରା ଜୀବନ ଦୁଃଖର ସାମ୍ନା କରିବକୁ ପଡିଥାଏ । ଏଥିପାଇଁ ଗରୁଡ଼ ପୁରାଣରେ ଏହା ଭଲ ଭାବରେ କୁହାଯାଇଛି ଯେ ନିଜ ସନ୍ତାନକୁ କିପରି ଭଲ ସଂସ୍କାର ମିଳିବ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଆଜି କାଲି ଏହା ବହୁତ ଦେଖାଯାଇଛି ପିତାମାତା ଯେଉଁ ସନ୍ତାନକୁ ଭଲ ସଂସ୍କାର ଦେଇନଥାନ୍ତି ତେବେ ସେହି ପିଲାମାନେ ବଡ଼ ହୋଇ ନିଜ ପିତାମାତାଙ୍କୁ ଘରୁ ବାହାର କରିଦେଇଥାନ୍ତି ।

ଦ୍ୱିତୀୟ କଥା ହେଉଛି ଲୋଭକୁ ସବୁଠାରୁ ଖରାପ ଶକ୍ତି କୁହାଯାଇଛି । କିନ୍ତୁ ଏହାପରେ ମଧ୍ୟ ବହୁତ ଲୋକ ଲୋଭ କରିଥାନ୍ତି ଏବଂ ନିଜର ସବୁକିଛି ନଷ୍ଟ କରିଦେଇଥାନ୍ତି । ଗରୁଡ଼ ପୁରାଣରେ ବତାଯାଇଛିଯେ କିପରି ବଡ଼ ବଡ଼ ମାଛ ମଧ୍ୟ ଛୋଟ ଦାନାର ଲୋଭରେ ନିଜ ପ୍ରାଣ ହରାଇଥାନ୍ତି ସେହିପରି ମନୁଷ୍ୟ ମଧ୍ୟ ଧନ ଲୋଭରେ ପଡି ବହୁତ ଅସୁବିଧାର ସାମ୍ନା କରିଥାନ୍ତି । ଏଥିପାଇଁ ଆପଣ ଯଦି ସୁଖୀ ଜୀବନ ବଞ୍ଚିବାକୁ ଚାହିଁଥାନ୍ତି ତେବେ ଲୋଭକୁ ଛାଡିଦିଅନ୍ତୁ ।

ତୃତୀୟ କଥା ହେଉଛି ଯେଉଁ ବ୍ୟକ୍ତି ନିଜର ଆୟରୁ ଅଧିକ ଖର୍ଚ୍ଚ କରିଥାନ୍ତି ଏବଂ ଦାନ କରିଥାନ୍ତି ସେମାନେ ମଧ୍ୟ ଅନେକ ପ୍ରକାର ଅସୁବିଧାର ସାମ୍ନା କରିଥାନ୍ତି । ଆଜିର ଯୁଗରେ ମଧ୍ୟ ଏହି କଥା ଶତପ୍ରତିଶତ ସତ୍ୟ ଅଟେ । ଏଥିପାଇଁ ଏହି ଦୁନିଆରେ ଦରକାରଠାରୁ ବେସି ଖର୍ଚ୍ଚ କରିବା ଉଚିତ୍ ନୁହେଁ ।

ଗରୁଡ଼ ପୁରାଣରେ ଏହା ମଧ୍ୟ ବତାଯାଇଛି ଜୀବନରେ ଭଲ ସାଙ୍ଗ ରହିବା ଉଚିତ ଭଲ ଏବଂ ଖରାପ ସାଙ୍ଗର ପ୍ରଭାବ ଆମ ଜୀବନ ଉପରେ ହୋଇଥାଏ । ଯଦି ଆମ ସାଙ୍ଗ ଖରାପ ଲୋକଙ୍କ ସହିତ ଅଛି ତେବେ ଏହାର ପରିଣାମ ମଧ୍ୟ ଖରାପ ହୋଇପାରେ । ଏଥିପାଇଁ ଗରୁଡ଼ ପୁରାଣରେ ଏହା ବର୍ଣ୍ଣିତହୋଇଛି ଯେ ସମସ୍ତ ବ୍ୟକ୍ତିଙ୍କୁ ଖରାପ ସାଙ୍ଗଙ୍କ ଠାରୁ ବଞ୍ଚିବା ଉଚିତ୍ ।

ପଞ୍ଚମ କଥା ହେଉଛି ଯେଉଁବ୍ୟକ୍ତି ନିଜର ସ୍ୱାର୍ଥ ହାସଲ ପାଇଁ ଅନ୍ୟର କ୍ଷତି କରିଥାନ୍ତି ସେମାନେ କେବେହେଲେ ଖୁସି ରହିନଥାନ୍ତି । ଏହା ସ୍ୱାଭାବିକ କଥା ଯେଉଁଲୋକ ଏପରି କରୁଥାଏ ଗୋଟିଏ ଦିନ ତା’ର ମଧ୍ୟ କ୍ଷତି ହୋଇଥାଏ । ତେବେ ଯେଉଁବ୍ୟକ୍ତି ସୁଖୀ ଏବଂ ସଫଳ ଜୀବନ ବଞ୍ଚିବାକୁ ଚାହୁଁଛି ତେବେ ଗରୁଡ଼ ପୁରଣରେ କୁହାଯାଇଥିବା ଏହି ପାଞ୍ଚଟି କଥାର ସବୁବେଳେ ଧ୍ୟାନ ରଖିବା ଉଚିତ୍ ।

Leave a Reply

Your email address will not be published. Required fields are marked *