ଏହି ପାଞ୍ଚଟି ଜିନିଷ ଆପଣଙ୍କର ସମସ୍ତ ଇଚ୍ଛା ପୁରା କରିପାରିବ ! ଜ୍ୟୋତିଷଙ୍କ ଠାରୁ ଆରମ୍ଭ କରି ତନ୍ତ୍ର-ମନ୍ତ୍ର ପର୍ଯ୍ୟନ୍ତ ସବୁଥିରେ ଆସିଥାଏ କାମରେ…

ଏହି ପାଞ୍ଚଟି ଜିନିଷ ଆପଣଙ୍କର ସମସ୍ତ ଇଚ୍ଛା ପୁରା କରିପାରିବ ! ଜ୍ୟୋତିଷଙ୍କ ଠାରୁ ଆରମ୍ଭ କରି ତନ୍ତ୍ର-ମନ୍ତ୍ର ପର୍ଯ୍ୟନ୍ତ ସବୁଥିରେ ଆସିଥାଏ କାମରେ…

ଭାରତରେ ଜ୍ୟୋତିଷ ଉପାୟ ଗୁଡ଼ିକ ମଧ୍ୟରେ ଅନେକ ବସ୍ତୁର ଉପଯୋଗ କରାଯାଇଥାଏ । ଜ୍ୟୋତିଷ ଏବଂ ତନ୍ତ୍ରରେ କିଛି ବସ୍ତୁ ଏପରି ହୋଇଥାଏ ଯାହା ସର୍ବଦା କାମରେ ଆସିଥାଏ । ଏଥିରେ କିଛି ବସ୍ତୁ ଏପରି ମଧ୍ୟ ଥାଏ ଯାହା କୌଣସି ଚମତ୍କାର ଠାରୁ କମ୍ ହୋଇନଥାଏ । ଯଦି ଏହି ବସ୍ତୁ ଗୁଡ଼ିକର ବିଧି ବିଧାନରେ ଉପଯୁକ୍ତ ପ୍ରୟୋଗ କରାଯାଏ ତେବେ ଏହା ଜୀବନରେ ଆସିବାକୁ ଥିବା ସମସ୍ତ ସମସ୍ୟା କୁ ଦୂର କରି ଦେଇଥାଏ ଏବଂ ତାସହିତ ସବୁ ମନସ୍କାମନା ମଧ୍ୟ ପୁରା କରି ଦେଇଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିପରି ବସ୍ତୁ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହା ଜ୍ୟୋତିଷ ଉପାୟରେ କାମରେ ଆସିଥାଏ ।

କଳା ହଳଦୀ :-

ଆମ ଘରେ ବ୍ୟବହାର ହେଉଥିବା ହଳଦୀ ବିଷୟରେ ଆମେ ସମସ୍ତେ ଜାଣିଛୁ କିନ୍ତୁ ଏହି ହଳଦୀର ଏକ ଏପରି ପ୍ରଜାତି କିମ୍ବା ଏକ ପ୍ରକାର ରହିଛି ଯାହା ଜ୍ୟୋତିଷ ଉପାୟରେ କାମରେ ଲାଗିଥାଏ । ଏହି ହଳଦୀକୁ ଆମେ କଳା ହଳଦୀ କହିଥାଉ । କଳା ହଳଦୀକୁ ଧନ ଏବଂ ବୁଦ୍ଧିର କାରକ ମଣିଥାଉ । ଏହାସହିତ କଳା ହଳଦୀ ଅନେକ ପ୍ରକାରର ଖରାପ ପ୍ରଭାବକୁ ମଧ୍ୟ କମ୍ କରିଥାଏ ।

ମୋତି ଶଙ୍ଖ :-

ଜ୍ୟୋତିଷ ଶାସ୍ତ୍ରରେ ମୋତି ଶଙ୍ଖର ବିଶେଷ ବର୍ଣ୍ଣନା କରାଯାଇଛି । ମୋତି ଶଙ୍ଖ ଏକ ବିଶେଷ ପ୍ରକାରର ଶଙ୍ଖ ହୋଇଥାଏ, ଯାହାକି ସାଧାରଣ ଶଙ୍ଖ ଭଳି ହୋଇନଥାଏ । ଏହାର ଆକାର ମଧ୍ୟ ଅଲଗା ପ୍ରକାରର ହୋଇଥାଏ । ଏହି ଶଙ୍ଖକୁ ଯଦି ବିଧି ବିଧାନର ସହିତ ପୂଜା କରିବା ପରେ ସିନ୍ଧୁକରେ ରଖାଯାଏ ତେବେ ଘର, କାର୍ଯ୍ୟସ୍ଥଳ, ବ୍ୟାପାରସ୍ଥଳ ଏବଂ ଭଣ୍ଡାରରେ ଅଧିକ ପଇସା ଭରି ରହେ ।

ଦକ୍ଷିଣାବର୍ତ୍ତି ଶଙ୍ଖ :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦକ୍ଷିଣାବର୍ତ୍ତି ଶଙ୍ଖର ବିଶେଷ ମହତ୍ତ୍ୱ ରହିଛି । ଶାସ୍ତ୍ର ଅନୁସାରେ ଏହି ଶଙ୍ଖକୁ ବିଧି ବିଧାନ ପୂର୍ବକ ଘରେ ସ୍ଥାପିତ ରଖିବା ଦ୍ୱାରା ଅନେକ ପ୍ରକାରର ବାଧା ନଷ୍ଟ ହୋଇଯାଏ ଏବଂ କେବେବି ଧନର ଅଭାବ ପରିଲକ୍ଷିତ ହୋଇ ନଥାଏ । ଦକ୍ଷିଣାବର୍ତ୍ତି ଶଙ୍ଖର ଗୋଟିଏ ନୁହେଁ ବରଂ ଅନେକ ଲାଭ ଥାଏ । କିନ୍ତୁ ମନେ ରଖନ୍ତୁ ଯେ ଏହାକୁ ଘରେ ରଖିବା ପୂର୍ବରୁ ଏହାର ଶୁଦ୍ଧିକରଣ ନିଶ୍ଚିତ କରିବା ଆବଶ୍ୟକ ।

ଗୋମତି ଚକ୍ର :-

କିଛି ଜ୍ୟୋତିଷ ଉପାୟରେ ଏକ ଏପରି ପଥରର ବ୍ୟବହାର କରାଯାଇଥାଏ, ଯାହା ଦେଖିବାକୁ ତ ସାଧାରଣ ହୋଇଥାଏ, କିନ୍ତୁ ତାହାର ଫାଇଦା ଏବଂ ପ୍ରଭାବ ଚମତ୍କାରିକ ହୋଇଥାଏ । ସେହି ପଥର ଗୋମତି ଚକ୍ର ନାମରେ ଜଣା ଯାଇଥାଏ । ଯେପରି ଏହାର ନାମରୁ ଗୋମତି ନଦୀର ନାମ ଆସିଥାଏ ଏବଂ ଏହି ପଥର ଗୋମତି ନଦୀରୁ ମିଳିଥାଏ ।

ପଦ୍ମ ମଞ୍ଜି :-

କାହାକୁ ବା ଧନର ପ୍ରୟୋଜନ ନାହିଁ । ଏହାର ପ୍ରାପ୍ତି ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଆବଶ୍ୟକୀୟ ବସ୍ତୁ ସମ୍ବନ୍ଧରେ କୁହାଯାଇଛି । ଏହି ପଦ୍ମ ମଞ୍ଜି ମଧ୍ୟ ସେଥିମଧ୍ୟରୁ ଗୋଟିଏ । ପଦ୍ମ ମଞ୍ଜି ପଦ୍ମ ଫୁଲରୁ ବାହାର କରାଯାଇଥାଏ । ଏହା କଳା ରଙ୍ଗର ହୋଇଥାଏ । ଏହା ଆପଣଙ୍କୁ ବଜାରରେ କେଉଁଠାରୁ ବି ସହଜରେ ମିଳିଯାଏ ।

Leave a Reply

Your email address will not be published. Required fields are marked *