ଏହି ୫ଟି ଲକ୍ଷଣ କୋରୋନା ଭାଇରସର ସଂକେତ ପ୍ରଦାନ କରେ ! ଏଥିରୁ ବଞ୍ଚିବାର ଏକମାତ୍ର ଉପାୟ…. ଆସନ୍ତୁ ଜାଣିବା ।

ଏହି ୫ଟି ଲକ୍ଷଣ କୋରୋନା ଭାଇରସର ସଂକେତ ପ୍ରଦାନ କରେ ! ଏଥିରୁ ବଞ୍ଚିବାର ଏକମାତ୍ର ଉପାୟ…. ଆସନ୍ତୁ ଜାଣିବା ।

ଆଜିକାଲି ଦେଶରେ କୋରୋନା ଭାଇରସ ବହୁତ ଦ୍ରୁତ ଗତିରେ ପ୍ରସାରିତ ହେଉଛି । ଏହି ବ୍ୟାକ୍ଟେରିଆ ସମସ୍ତ ଦେଶକୁ ଧୀରେ ଧୀରେ ଘୋରେଇବାରେ ଲାଗିଛି କିନ୍ତୁ ଏହି ଭାଇରସରୁ ବଞ୍ଚିବାର ଉପାୟ ବହୁତ କଷ୍ଟକର ଅଟେ । ଏଥିପାଇଁ ଆଜି ଆମେ ଆପଣମାନଙ୍କୁ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଯେ, କୋରୋନା ଭାଇରସରୁ ସୁରକ୍ଷିତ ରଖିବା ପାଇଁ କେଉଁ କେଉଁ ସାବଧାନତା ଅବଲମ୍ବନ କରିବା ଉଚିତ ଏବଂ ଏହାର ଲକ୍ଷଣଗୁଡ଼ିକ କଣ ଅଟେ ।

ଉତ୍ତର ଭାରତ ଭି.ଆଇ.ପି ସିଟି ମାହୋଲିରେ ଦେଶର ପ୍ରଥମ କୋରୋନା ଭାଇରସର ସନ୍ଦିଗ୍ଧ ମାମଲା ଦେଖିବାକୁ ମିଳିଛି । ଏହି କଥା ବିଷୟରେ ଜଣା ପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଜାଗ୍ରତ ହୋଇଥିଲା । ସୋମବାର ଦିନ ମାହୋଲିରେ ରହୁଥିବା ଜଣେ ବ୍ୟକ୍ତିକୁ କୋରୋନା ଭାଇରସଙ୍କ ରୋଗୀ ବୋଲି ଚିହ୍ନଟ କରି ପି.ଜି.ଆଇ ଚଣ୍ଡୀଗଡ଼କୁ ପଠାଯାଇଥିଲା । ଯେଉଁଠାରେ ଏହି ରୋଗୀ ଜଣଙ୍କ ଆଇସୋଲେସନ ୱାର୍ଡରେ ଚିକିତ୍ସା କରାଯାଉଛି । ଏହି ରୋଗୀର ରକ୍ତ ନମୁନାକୁ ଯାଞ୍ଚ କରିବା ପାଇଁ ପୁଣେ ପଠାଇ ଦିଆଯାଇଛି, ଯେଉଁଠାରୁ ରକ୍ତ ପରୀକ୍ଷା ରିପୋର୍ଟ ଆସିବାକୁ ତିନି ଦିନ ସମୟ ଲାଗିବ ।

webdunia

ହରିୟାଣା ରାଜ୍ୟରେ ମଧ୍ୟ କୋରୋନା ଭାଇରସର ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏହି ସମସ୍ତ ରୋଗୀଙ୍କ ଚିକିତ୍ସା ସ୍ଵାସ୍ଥ୍ୟ ବିଭାଗର ଦେଖାଶୁଣାରେ ହେଉଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ଏହି ରୋଗୀମାନଙ୍କୁ କୋରୋନା ଭାଇରସରେ ଗ୍ରସ୍ତ ହେବାର ସୂଚନା ଦେଇ ନାହାଁନ୍ତି ।

କୋରୋନା ଭାଇରସର ଲକ୍ଷଣ –

google

କୋରୋନା ଭାଇରସର ଲକ୍ଷଣ ସମ୍ପୂର୍ଣ୍ଣ ଭାବେ ସ୍ୱାଇନ ଫ୍ଲୁ ପରି ହୋଇଥାଏ । ଏହାର ସଂକ୍ରମଣ ହେବା ଫଳରେ ନାକ ପାଣି ବୋହିବା, ଜ୍ଵର, ଥଣ୍ଡା, ନିଶ୍ୱାସ ନେବା ସମୟରେ କଷ୍ଟ, ମୁଣ୍ଡ ବ୍ୟଥା, ନିମୋନିଆ, ବ୍ରାଙ୍ଗକାଇଟିସ ଏବଂ ଗଳାରେ କଷ୍ଟ ପରି ସମସ୍ୟା ଅନୁଭବ ହୋଇଥାଏ । କୋରୋନା ଭାଇରସ ସବୁଠାରୁ ପ୍ରଥମେ ଚୀନର ବୁହାନ ସହରରେ ସଂକ୍ରମିତ ହୋଇଥିଲା । ଏହା ପରେ ଏହି ଭାଇରସର ରୋଗୀମାନେ ଥାଇଲାଣ୍ଡ, ସିଙ୍ଗାପୁର, ଜାପାନରେ ମଧ୍ୟ ଚିହ୍ନଟ ହୋଇଛନ୍ତି । କିଛି ଦିନ ପୂର୍ବରୁ ଇଂଲଣ୍ଡରେ ମଧ୍ୟ ଗୋଟିଏ ପରିବାରରେ ଏହି ରୋଗର ଭାଇରସ ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ଗୃହପାଳିତ ପଶୁମାନେ ମଧ୍ୟ ଏହି ରୋଗରୁ ସଂକ୍ରମିତ ହୋଇପାରନ୍ତି । ୨୦୧୧ରେ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ବିଲେଇ ମାନଙ୍କ ଠାରେ ପେରିଟୋନୀଟିସ ସଂକ୍ରମିତ ହୋଇପାରେ । ଗୋଟିଏ ପେଟ୍ରୋପିକ କେନାଇନ ଭାଇରସ ବିଲେଇ ଓ କୁକୁର ମାନଙ୍କ ମଧ୍ୟରେ ସଂକ୍ରମଣ ହୋଇପାରେ ।

ସୁରକ୍ଷାର ଉପାୟ –

google

• କୋରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ସର୍ବଦା ନିଜର ହାତକୁ ସାବୁନ ଓ ପାଣିରେ କିମ୍ବା ଆଲକୋହଲଯୁକ୍ତ ହେଣ୍ଡ ରବ (Hand rub)ରେ ସଫା କରନ୍ତୁ ।

• ସର୍ବଦା କାଶ କିମ୍ବା ଛିଙ୍କ ଆସିବା ସମୟରେ ନିଜର ନାକ ଏବଂ ମୁହଁରେ ରୁମାଲ କିମ୍ବା ଟିସୁ ପେପର ରଖନ୍ତୁ ।

• ଯେଉଁ ଲୋକମାନଙ୍କ ଠାରେ ଥଣ୍ଡା କିମ୍ବା ଫ୍ଲୁର ଲକ୍ଷଣ ଦେଖାଯାଏ, ସେମାନେ ନିଜର ନିକଟ ସମ୍ପର୍କୀୟ ଠାରୁ ଦୂରେଇ ରୁହନ୍ତୁ ।

• ମାଂସ କିମ୍ବା ଅଣ୍ଡା ସେବନ କରିବା ପୂର୍ବରୁ ଏହାକୁ ଭଲ ଭାବରେ ସିଝାନ୍ତୁ ।

• ଜଙ୍ଗଲ ଓ କ୍ଷେତରେ ରହୁଥିବା ପଶୁମାନଙ୍କ ସମ୍ପର୍କରେ ରୁହନ୍ତୁ ନାହିଁ ।

• କୋରୋନା ଭାଇରସରୁ ବଞ୍ଚିବା ପାଇଁ ଅଧିକ ଭିଡ଼ ଥିବା ସ୍ଥାନକୁ ଯାଆନ୍ତୁ ନାହିଁ । ବିଶେଷ ଭାବରେ ଚୀନରୁ ଯାତ୍ରା କରି ଫେରିଥିବା ଲୋକଙ୍କୁ ଠାରୁ ଦୂରେଇ ରୁହନ୍ତୁ ।

• କୌଣସି ମଧ୍ୟ ପନିପରିବା କିମ୍ବା ଫଳକୁ ସେବନ କରିବା ପୂର୍ବରୁ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ଜନ ସଚେତନ ନିମନ୍ତେ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ଶେୟାର କରି ଜାଣନ୍ତୁ ।

Leave a Reply

Your email address will not be published. Required fields are marked *