ବ୍ରେକଅପ ପରେ ସମ୍ପର୍କକୁ ଖରାପ କରିଦେଇଥିଲେ ଏହି ୫ ଜଣ ଅଭିନେତା । ନିଜର ଗାର୍ଲଫ୍ରେଣ୍ଡକୁ ଶେଷରେ କହିଥିଲେ ଏହିପରି କଥା !

ବ୍ରେକଅପ ପରେ ସମ୍ପର୍କକୁ ଖରାପ କରିଦେଇଥିଲେ ଏହି ୫ ଜଣ ଅଭିନେତା । ନିଜର ଗାର୍ଲଫ୍ରେଣ୍ଡକୁ ଶେଷରେ କହିଥିଲେ ଏହିପରି କଥା !

ପ୍ରେମ କରିବାରେ ଏତେ ଖୁସି ମିଳିନଥାଏ ଯେତିକି ବ୍ରେକଅପ ପରେ ଦେଇଥିବା ଯନ୍ତ୍ରଣା ହୋଇଥାଏ । କୁହାଯାଏ ପ୍ରେମ କରିବା ସମୟରେ ହୋସ୍ ଉଡିଯାଇଥାଏ ଓ ବ୍ରେକଅପ ହୋଇଗଲା ପରେ ମୁଣ୍ଡ କାମ କରିବା ବନ୍ଦ କରିଦେଇଥାଏ । କିଛି ଲୋକମାନେ ଏହି ଯନ୍ତ୍ରଣା ସହି ନପାରି ନିଜର ପୂର୍ବ ପ୍ରେମିକ ଓ ପ୍ରେମିକାଙ୍କୁ ଏପଟ ସେପଟ କରି କହିଦେଇଥାନ୍ତି । ଆଜି ଆମେ ବଲିଉଡର ସେହି ୫ ଜଣ ତାରକାଙ୍କ ବିଷୟରେ କହିବୁ ଯାହାର ବ୍ରେକଅପ ହେବାପରେ ସେମାନେ ନିଜର ପୂର୍ବ ପ୍ରେମିକା ଓ ପ୍ରେମିକଙ୍କୁ କିଛି ଏମିତି କହିଥିଲେ ।

ଜ୍ୟାକ୍ଲିନ୍ ଫର୍ଣ୍ଣଡିଜ୍ ଓ ସାଜିଦ ଖାନ୍ :-

newstrend

ବଲିଉଡ ଅଭିନେତା ଫରହାନ ଖାନଙ୍କର ଭାଇ ସାଜିଦ ଖାନ୍ ବଲିଉଡର ଜଣେ ଜଣାଶୁଣା ଡ଼ାଇରେକ୍ଟର । ଗୋଟିଏ ସମୟରେ ସେ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଡିଜଙ୍କ ସହିତ ଡେଟ୍ କରୁଥିଲେ । ଏହାପରେ ତାଙ୍କର ବ୍ରେକଅପ ହୋଇଯାଇଥିଲା । ବ୍ରେକଅପ ପରେ ସାଜିଦ ଖାନଙ୍କର ‘ହିମତୱାଲା’ ଫିଲ୍ମ ରିଲିଜ୍ ହୋଇଥିଲା । ଏହି ଫିଲ୍ମ ଫ୍ଲପ୍ ହେବାପରେ ଏହାର ଦୋଷ ସାଜିଦ ଖାନ୍ ସମ୍ପୂର୍ଣ୍ଣ ରୂପରେ ଜ୍ୟାକ୍ଲିନ୍ ଫର୍ଣ୍ଣାଡିଜଙ୍କୁ ଦେଇଥିଲେ ।

ଐଶ୍ୱର୍ଯ୍ୟା ରାୟ ଓ ସଲମାନ ଖାନ୍ :-

newstrend

ବଲିଉଡରେ ସବୁଠାରୁ ଚର୍ଚ୍ଚିତ ଲଭ୍ ଷ୍ଟୋରୀ ସଲମାନ ଖାନ୍ ଓ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ହୋଇଥିଲା । ତାଙ୍କର ସମ୍ପର୍କ ଆରମ୍ଭ ଠାରୁ ବ୍ରେକଅପ ହେବା ପର୍ଯ୍ୟନ୍ତ ସମସ୍ତ ଘଟଣା ବିବାଦ ଘେରରେ ଚାଲିଥିଲା । ବ୍ରେକଅପ ହେବାପରେ ମଧ୍ୟ ସଲମାନ ଐଶ୍ୱର୍ଯ୍ୟାଙ୍କୁ ଫୋନ କଲ୍ କରି ସମସ୍ୟାରେ ପକାଉଥିଲେ ବୋଲି ଐଶ୍ୱର୍ଯ୍ୟା ରାୟ ପ୍ରକାଶ କରିଛନ୍ତି ।

ପ୍ରୀତି ଜିଣ୍ଟା ଓ ନେସ୍ ୱାଡିଆ :-

newstrend

ଗୋଟିଏ ସମୟରେ ବଲିଉଡ ଅଭିନେତ୍ରୀ ପ୍ରୀତିଙ୍କର ହୃଦୟ ବିଜନେସ୍ ମ୍ୟାନ ନେସ୍ ୱାଡିଆଙ୍କ ଉପରେ ଆସିଥିଲା । ଯେତେବେଳେ ଉଭୟଙ୍କ ମଧ୍ୟରେ ବ୍ରେକଅପ ହୋଇଥିଲା ସେତେବେଳେ ପ୍ରୀତି ନେସଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ । ସେ କହିଥିଲେ ନେସ୍ ତାଙ୍କ ସହିତ ମାରପିଟ ଓ ଶୋଷଣ କରୁଥିଲେ ।

କଙ୍ଗନା ରାଣାୱତ ଓ ହ୍ରୀତିକ୍ ରୋଶନ :-

newstrend

କଙ୍ଗନା ଓ ହ୍ରୀତିକଙ୍କ ରିଲେସନ ଉପରେ ମଧ୍ୟ ଏକ ସମୟରେ ଚର୍ଚ୍ଚା ଜୋରସୋରରେ ରହିଥିଲା । କଙ୍ଗନା, ହ୍ରୀତିକ୍ ଓ ତାଙ୍କ ପିତା ରାକେଶ ରୋଶନଙ୍କ ଉପରେ ଆରୋପ ଲଗାଇଥିଲେ । ସେ କହିଥିଲେ ହ୍ରୀତିକ୍ ଓ ତାଙ୍କ ପିତା ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ ।

ଅକ୍ଷୟ କୁମାର ଓ ଶିଳ୍ପା ସେଟ୍ଟୀ :-

newstrend

୯୦ ଦଶକରେ ଅକ୍ଷୟ ଓ ଶିଳ୍ପା ସବୁଠାରୁ ରୋମାଣ୍ଟିକ୍ ଯୋଡି ରହିଥିଲେ । ଫ୍ୟାନମାନେ ଭାବୁଥିଲେ ଜଲଦି ଉଭୟଙ୍କ ମଧ୍ୟରେ ବିବାହ ହୋଇଯିବ । ପରବର୍ତ୍ତୀ ସମୟରେ ଉଭୟଙ୍କର ବ୍ରେକଅପ ହୋଇଥିଲା । ଶିଳ୍ପା କହିଥିଲେ କୌଣସି ଏକ ଝିଅ ପାଇଁ ଅକ୍ଷୟ ତାଙ୍କୁ ଛାଡ଼ିଦେଇଥିଲେ, ପରେ ଜଣାପଡିଥିଲା କି ସେ ଝିଅ ହେଉଛନ୍ତି ରବିନା ଟଣ୍ଡନ ।

Leave a Reply

Your email address will not be published. Required fields are marked *