ବିବାହ ପୂର୍ବରୁ ପ୍ରତ୍ୟେକ ଝିଅଙ୍କ ମନରେ ଆସିଥାଏ ଏହି ୫ଟି ପ୍ରଶ୍ନ ! କ’ଣ ଆପଣ ଜାଣନ୍ତି କି…

ବିବାହ ପୂର୍ବରୁ ପ୍ରତ୍ୟେକ ଝିଅଙ୍କ ମନରେ ଆସିଥାଏ ଏହି ୫ଟି ପ୍ରଶ୍ନ ! କ’ଣ ଆପଣ ଜାଣନ୍ତି କି…

ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମାନଙ୍କ ମଧ୍ୟରୁ ବିବାହ ହେଉଛି ଅନ୍ୟତମ, ଯାହା ବିଷୟରେ ପୁଅହେଉ କିମ୍ବା ଝିଅ ପିଲା ଦିନରୁ ଅନେକ ସ୍ୱପ୍ନ ରଖିଥାନ୍ତି । କିନ୍ତୁ ବିବାହର ଦିନ ଯେତେ ପାଖେଇ ଆସୁଥିବ, ପ୍ରତ୍ୟେକ ଝିଅ ମାନଙ୍କ ମନ କୁ ଏହିପରି କିଛି ନା କିଛି ପ୍ରଶ୍ନ ଆସିଥାଏ ଯାହା ସେମାନଙ୍କୁ ଚିନ୍ତିତ କରିବାକୁ ବାଧ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଗୁଡ଼ିକ କ’ଣ ଅଟେ ?

ବିବାହ ଶୀଘ୍ର ହେଉ ନାହିଁ ତ-

ଅଧିକାଂଶ ଝିଅ ବିବାହ ପୂର୍ବରୁ ନିଜକୁ ଏହି ପ୍ରଶ୍ନ ପଚାରିଥାନ୍ତି, “ବିବାହ କରିବାକୁ ବର୍ତ୍ତମାନ ମୁଁ ତତ୍ପର ନୁହେଁ ତ”, ମୋତେ କ’ଣ ମୋର ଭବିଷ୍ୟତ ସାଥୀଙ୍କୁ ବୁଝିବା ପାଇଁ ଅଧିକ ସମୟ ନେବାର ଉଚିତ୍ ଥିଲା କି ?’

ସ୍ୱାମୀଙ୍କୁ ନେଇ ଭୟ-

ଝିଅ ଜଣକ ବିବାହ ପୂର୍ବରୁ ସ୍ୱାମୀଙ୍କ ସ୍ଵଭାଵ ବିଷୟରେ ବହୁତ ଦ୍ୱନ୍ଦ୍ୱରେ ପଡିଥାଏ । ତାଙ୍କୁ ସର୍ବଦା ଭୟ ରହିଥାଏ କି ସେ ବିବାହ କରିବାକୁ ଯାଉଥିବା ବ୍ୟକ୍ତି ତାଙ୍କୁ ଠିକ୍ ଭାବରେ ବୁଝିପାରିବେ ତ, ବର୍ତ୍ତମାନ ଯେପରି ସେ ବାହାରୁ ନଜର ଆସୁଛନ୍ତି, ସେହିପରି ଅନ୍ତରରୁ ଉତ୍ତମ ଥିବେ ତ ।

ସ୍ୱାଧୀନତା ହରାଇବା ଭୟ-

ଅନେକ ଝିଅଙ୍କ ମନରେ ବିବାହ ପୂର୍ବରୁ ଏହି ଭୟ ରହିଥାଏ କି, ବିବାହ ପରେ ସେମାନଙ୍କର ସ୍ୱାଧୀନତା ଯେପରି ଶେଷ ହୋଇ ନଯାଏ । ସେ ଏହି ବିଷୟକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି କି, ବିବାହ ପୂର୍ବରୁ ସେ ଯେପରି ଭାବରେ ଖୋଲାଖୋଲି ଭାବରେ ନିଜର ନିଷ୍ପତ୍ତି ନେବାକୁ ସକ୍ଷମ ହେଉଥିଲେ, ବିବାହ ପରେ ମଧ୍ୟ ସେ ସେହିପରି ନିଷ୍ପତ୍ତି ନେଇପାରିବେ କି ନାହିଁ, ତାଙ୍କୁ ତାଙ୍କ ସ୍ୱାମୀ ଏବଂ ଶାଶୁଘରୁ ଉଚିତ ସମର୍ଥନ ମିଳିବ କି ନାହିଁ ।

ପ୍ରଥମଥର ପାଇଁ ରୋଷେଇ ଘରର ଭୟ-

ବିବାହ ପୂର୍ବରୁ ଏହି ପ୍ରଶ୍ନ ପ୍ରତ୍ୟେକ ଝିଅଙ୍କ ମନକୁ ମଧ୍ୟ ହନ୍ତସନ୍ତ କରିଥାଏ କି, ଯେତେବେଳେ ସେ ପ୍ରଥମଥର ପାଇଁ ନିଜ ଶାଶୁ ଘରେ ରୋଷେଇ ଘରେ କିଛି ପ୍ରସ୍ତୁତ କରିବେ, ସେତେବେଳେ ତାହା ତାଙ୍କ ନୂତନ ପରିବାରକୁ ପସନ୍ଦ ଆସିବ କି ନାହିଁ । ସେ ଏହିପରି ଭାଵିଥାନ୍ତି, କାରଣ ସେ ଚାହିଁଥାନ୍ତି କି ତାଙ୍କର ପ୍ରଥମ ଭାବନା ସର୍ଵଦା ଘରେ ଭଲ ହେଉ ।

ପରିବାର ସହିତ ସମନ୍ୱୟ ରକ୍ଷା କରିବାର ଭୟ-

ବିବାହ ପୂର୍ବରୁ, ଝିଅମାନଙ୍କ ମନରେ ଏହି କଥା ସବୁଠାରୁ ଅଧିକ ବିଚଳିତ କରିଥାଏ କି, ସତରେ କଣ ସେ ବିବାହ ପରେ ନିଜ ପରିବାର ପରି ନିଜ ଶାଶୁଙ୍କ ଘର ସହିତ ମଧ୍ୟ ସମନ୍ୱୟ ରକ୍ଷା କରିପାରିବେ କି ନାହିଁ । ତାଙ୍କ ଶାଶୁଘର ଲୋକମାନେ ତାଙ୍କୁ ତାଙ୍କ ପରିବାର ପରି ସ୍ନେହପୂର୍ଣ୍ଣ ବ୍ୟବହାର କରିବେ ନା ତାଙ୍କୁ ସେମାନଙ୍କ ସହିତ ଅନେକ ସଂଶୋଧନ କରିବାକୁ ପଡିବ ?

Leave a Reply

Your email address will not be published. Required fields are marked *