ସାଧାରଣ ଝିଅଙ୍କ ଭଳି ଦେଖାଯାଉଥିଲେ ଟିଭି ଜଗତର ଏହି ୫ ଜଣ ଲୋକପ୍ରିୟ ଅଭିନେତ୍ରୀ ! କଳାକାର ହେବା ପରେ ବଦଳିଗଲା ପୂରାପୂରି ଚାହାଁଣି…

ଟିଭି ଜଗତରେ ବୋହୂ ଓ ଝିଅଙ୍କ ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀମାନେ ଯେତେ ସାଧାରଣ ଓ ସରଳ ନଜର ଆସନ୍ତି ବାସ୍ତବ ଜୀବନରେ ସେମାନେ ତା’ଠାରୁ ଅଧିକ ବୋଲଡ୍ ଓ ଗ୍ଲେମରସ୍ ହୋଇଥାନ୍ତି । ଟେଲିଭିଜନରେ ସଂସ୍କାରି ବୋହୂ, ଝିଅ, ଶାଶୁ ଓ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିବା ଏହି ଅଭିନେତ୍ରୀମାନେ ଆଜି ଏତେ ସୁନ୍ଦରୀ ଓ ଗ୍ଲେମରସ୍ ଦେଖାଯାନ୍ତି କିନ୍ତୁ ପ୍ରସିଦ୍ଧ ଓ ଲୋକପ୍ରିୟ ହେବା ପୂର୍ବରୁ ଏମାନେ ଏକ ସାଧାରଣ ଝିଅଙ୍କ ଭଳି ଦେଖାଯାଉଥିଲେ । ପ୍ରସିଦ୍ଧ ହେବା ପରେ ଏହି ଅଭିନେତ୍ରୀ ମାନଙ୍କ ଚାହାଁଣି (Look)ରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଥିଲା । ଏହା କହିବା ଭୁଲ ହେବ ନାହିଁ ଯେ କଳାକାର ହେବା ପରେ ଏମାନଙ୍କ ଚାହାଁଣି ମଧ୍ୟ ସଂପୂର୍ଣ୍ଣ ବଦଳି ଯାଇଛି । ଆଜିକାର ଏହି ଲୋକପ୍ରିୟ ଅଭିନେତ୍ରୀମାନେ ପୂର୍ବରୁ ବହୁତ ସାଧାରଣ ଦେଖାଯାଉଥିଲେ କିନ୍ତୁ ବର୍ତ୍ତମାନ ସେମାନେ ଖୁବ୍ ଷ୍ଟାଇଲିସ୍ ହୋଇଗଲେଣି । ଏହି ଅନୁଛେଦରେ ଆମେ ଆପଣଙ୍କୁ ଟେଲିଭିଜନ ଇଣ୍ଡଷ୍ଟ୍ରିର କିଛି ପ୍ରସିଦ୍ଧ ଅଭିନେତ୍ରୀଙ୍କ ସେହି ସମୟର ଫଟୋ ଦେଖାଇବୁ ଯେତେବେଳେ ତାଙ୍କୁ କେହି ଜାଣିନଥିଲେ । ଆପଣ ନିଜେ ଦେଖି ନିଅନ୍ତୁ ପ୍ରସିଦ୍ଧ ହେବା ପରେ ସେମାନଙ୍କ ଚାହାଁଣିରେ କେଉଁ ପରି ପରିବର୍ତ୍ତନ ଆସିଛି । ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା :

ଶ୍ରୁତି ଝା :

Google

ଶ୍ରୁତି ଝାଙ୍କ ଲୋକପ୍ରିୟତା “ଲାଇଫ୍ ଓକେ”ର ପ୍ରସିଦ୍ଧ ଓ ଲୋକପ୍ରିୟ ଧାରାବାହିକ ‘ସୌଭାଗ୍ୟବତୀ ଭବ’ରୁ ମିଳିଥିଲା । ଏହା ପରେ ସେ ଜି-ଟିଭିର ଶୋ’ “କୁମକୁମ୍ ଭାଗ୍ୟ”ରେ ନଜର ଆସିଲେ । ଏହି ଧାରାବାହିକରେ ଯେଉଁ ଭଳି ଭାବରେ ଅଭିନୟ କରିଥିଲେ, ତାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ତେଣୁ ଦର୍ଶାକଙ୍କ ତରଫରୁ ଖୁବ୍ ପ୍ରଶଂସା ମିଳିଥିଲା । “ଶ୍ରୁତି ଝା” ଟିଭି ଜଗତର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଯେପରିକି ଆପଣ ଫଟୋରେ ଦେଖିପାରୁଥିବେ ଯେ ପ୍ରସିଦ୍ଧ ହେବା ପୂର୍ବରୁ ସେ ଏକ ସାଧାରଣ ଝିଅଙ୍କ ପରି ଜୀବନ ଅତିବାହିତ କରୁଥିଲେ । ଯଦିଓ ସେ ଆଗରୁ ମଧ୍ୟ ସୁନ୍ଦର ଥିଲେ କିନ୍ତୁ ଲୋକପ୍ରିୟ ଓ ଚର୍ଚ୍ଚିତ ହେବା ପରେ ତାଙ୍କର ଚାହାଁଣିରେ ଅନେକ ପରିବର୍ତ୍ତନ ଆସିଗଲା ।

ସାରା ଖାଁ :

Google

ସାରା ଖାଁ ଛୋଟ ପରଦାର ଏକ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଧାରବାହିକ ‘ବିଦାଇ’ରେ ତାଙ୍କୁ ମିଳିଥିବା ଭୂମିକରେ ଅତି ଚମତ୍କାର ଭାବରେ ତୁଲାଇ ଥିଲେ ଓ ତାଙ୍କ ଦ୍ୱାରା ଅଭିନୀତ ଚରିତ୍ର ଯୋଗୁଁ ସେ ଘରେ ଘରେ ପରିଚିତ ହୋଇଗଲେ । ଧାରବାହିକରେ ସରଳ ନିରୀହ ଦେଖାଯାଉଥିବା ସାରା ବାସ୍ତବ ଜୀବନରେ ବହୁତ ବୋଲଡ୍ ଅଟନ୍ତି । କିନ୍ତୁ ଏହା ଆଗରୁ ନ ଥିଲା । ପ୍ରସିଦ୍ଧ ହେବା ପୂର୍ବରୁ ସେ ଏକ ସାଧାରଣ ଝିଅ ଭଳି ଦେଖାଯାଉଥିଲେ । ତାଙ୍କ ଚେହେରା ନିରୀହ ଓ ବିନମ୍ର ଦେଖାଯାଉଥିଲା । କିନ୍ତୁ ଚର୍ଚ୍ଚିତ ହେବା ପରେ ତାଙ୍କ ଚାହାଁଣିରେ ବହୁତ ପରିବର୍ତ୍ତନ ଆସିଗଲା ।

ଜେନିଫର ବିଙ୍ଗେଟ :

Google

ଜେନିଫର ବିଙ୍ଗେଟ ଛୋଟ ପରଦାର ସବୁଠାରୁ ଅଧିକ ଚର୍ଚ୍ଚିତ ଅଭିନେତ୍ରୀ ଅଟନ୍ତି । ସେ ଦେଖିବାକୁ ଏତେ ସୁନ୍ଦରୀ ଯେ, ବଲିଉଡ଼ର ବଡ଼ ବଡ଼ ଅଭିନେତ୍ରୀମାନେ ମଧ୍ୟ ତାଙ୍କ ସମ୍ମୁଖରେ ଫିକା ପଡିଯିବେ । ନିକଟରେ ବନ୍ଦ ହୋଇଥିବା ଧାରାବାହିକ ‘ବେହଦ’ ବହୁତ ହିଟ୍ ହୋଇଥିଲା । ଆପଣଙ୍କୁ ଜଣାଇ ଦେଉଛୁ ଯେ ଜେନିଫର ଟିଭି ଜଗତର ଅଧିକ ରୋଜଗାର କରୁଥିବା ଅଭିନେତ୍ରୀ ଅଟନ୍ତି । ଆଜି ସେ ବହୁତ ଷ୍ଟାଇଲିସ୍ ଓ ଗ୍ଲେମରେସ୍ ହୋଇଗଲେଣି ସତ କିନ୍ତୁ ପ୍ରସିଦ୍ଧ ହେବା ପୂର୍ବରୁ ସେ ଅନ୍ୟ ସମସ୍ତ ସାଧାରଣ ଝିଅଙ୍କ ଭଳି ଦେଖାଯାଉଥିଲେ ।

ମୌନୀ ରାୟ :

Google

ମୌନୀ ରାୟଙ୍କ ନାମ ମଧ୍ୟ ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସାମିଲ ରହିଛି । ଧାରାବାହିକ ‘ନାଗିନ’ରେ ମୌନୀ ରାୟ ନାଗିନ ଭୂମିକାରେ ଅଭିନୟ କରିଛନ୍ତି । ସେହି ଧାରାବାହିକରେ ତାଙ୍କର ଚାହାଁଣି ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ । ମୌନୀ ଚଳଚ୍ଚିତ୍ର ‘ଗୋଲଡ଼’ରୁ ବଲିଉଡ଼ରେ ଡେବ୍ୟୁ କରିସାରିଛନ୍ତି । ଆଜି ସେ ଖୁବ୍ ହଟ୍ ନଜର ଆସନ୍ତି କିନ୍ତୁ ଫଟୋରେ ଆପଣ ଦେଖିପାରୁଥିବେ ଯେ ସେ ଅଭିନେତ୍ରୀ ହେବା ପୂର୍ବରୁ କିଭଳି ସରଳ ଦେଖାଯାଉଥିଲେ । ତାଙ୍କ ଚାହାଁଣିରେ ବହୁତ କିଛି ପରିବର୍ତ୍ତନ ହୋଇଛି ।

ଦିବ୍ୟାଙ୍କା ତ୍ରିପାଠୀ :

Google

ଦିବ୍ୟାଙ୍କା ତ୍ରିପାଠୀ ‘ଷ୍ଟାର ପ୍ଲସ୍’ର ଧାରାବାହିକ ‘ୟେ ହେ ମୋହବତେ’ରେ ଇଶିତାଙ୍କ ଭୂମିକାରେ ଅଭିନୟ କରିଥିଲେ । ଆଜି ତାଙ୍କ ଫ୍ୟାନ ଫୋଲୋଇଂ କୌଣସି ବଡ଼ ବଲିଉଡ଼ ଅଭିନେତ୍ରୀଙ୍କ ଠାରୁ କମ୍ ନୁହେଁ । ଦିବ୍ୟାଙ୍କା ଟିଭି ଜଗତର ଜଣେ ଜଣାଶୁଣା ଚେହେରା କିନ୍ତୁ ଆପଣ ଏହି ଫଟୋକୁ ଲକ୍ଷ୍ୟ କଲେ ଜାଣିପାରିବେ ଯେ, ସେ ପୂର୍ବରୁ ଏତେ ଗ୍ଲେମରେସ୍ ଦେଖାଯାଉନଥିଲେ । ଯଦିଓ ସେ ଆଗରୁ ହିଁ ଖୁବ୍ ସୁନ୍ଦର ଥିଲେ କିନ୍ତୁ ଚର୍ଚ୍ଚିତ ଓ ଲୋକପ୍ରିୟ ହେବା ପରେ ତାଙ୍କ ଚାହାଁଣି (Look) ସଂପୂର୍ଣ୍ଣ ବଦଳି ଗଲା ।

ଅନୁଛେଦରେ ପ୍ରଦାନ କରାଯାଇଥିବା ଏହି ୫ ଜଣ ଟେଲିଭିଜନ ଜଗତର ଅଭିନେତ୍ରୀଙ୍କ ମଧ୍ୟରୁ ଆପଣଙ୍କ କେଉଁ ଅଭିନେତ୍ରୀଙ୍କୁ ଅଧିକ ପସନ୍ଦ କରନ୍ତି Comment କରି ଜାଣନ୍ତୁ ।

Be the first to comment

Leave a Reply

Your email address will not be published.


*