ରୋମାନ୍ସ କରିବାରେ ଧୁରନ୍ଧର ଅଟନ୍ତି; ଭାରତୀୟ କ୍ରିକେଟର ଏହି ଖେଳାଳୀମାନେ !

ଭାରତରେ କ୍ରିକେଟ ଖେଳାଳିଙ୍କ ଲୋକପ୍ରିୟତା କୌଣସି ବଲିଉଡ ତାରକାଙ୍କ ଠାରୁ କମ୍ ନୁହେଁ । ଲୋକଙ୍କ ମଧ୍ୟରେ କ୍ରିକେଟକୁ ନେଇ ବହୁତ କ୍ରେଜ୍ ରହିଛି । ଖେଳ ପଡ଼ିଆରେ ଖେଳାଳୀ କିପରି ରୁହଁନ୍ତି ସେହି ବିଷୟରେ ଆପଣଙ୍କ ଜ୍ଞାନ ରହିଛି କିନ୍ତୁ ଖେଳ ପଡିଆ ବାହାରେ ଆପଣଙ୍କ ପସନ୍ଦୀୟ ଖେଳାଳି କିପରି ବ୍ୟବହାର କରନ୍ତି; ତାହା ଆପଣଙ୍କୁ ଅଛୁପା ଅଟେ । ପ୍ରତି ଖେଳାଳିଙ୍କ ନିଜସ୍ୱ ଜୀବନ ରହିଛି । କିଛି ଖେଳାଳି ବିବାହିତ ଅଟନ୍ତି ଓ କିଛି ଖେଳାଳୀ ଅବିବାହିତା । ଆଜି ଆମେ ଆପଣଙ୍କୁ ସେହି କ୍ରିକେଟରଙ୍କ ବିଷୟରେ ଅବଗତ କରାଇବୁ, ଯେଉଁମାନେ ନିଜସ୍ୱ ଜୀବନରେ ବହୁତ ରୋମାଣ୍ଟିକ ଅଟନ୍ତି । ଏହି ଖେଳାଳିମାନେ ନିଜ ନିଜ ପତ୍ନୀ କିମ୍ବା ବନ୍ଧବୀଙ୍କୁ ସ୍ୱତନ୍ତ୍ର ଅନୁଭୂତି ଦେଇଥାନ୍ତି; ଯାହାଙ୍କ ତୁଳନାରେ ବଲିଉଡ୍ ତାରକା ମଧ୍ୟ ଫେଲ୍ ହୋଇଯିବେ । ଆସନ୍ତୁ ପାଞ୍ଚଜଣ କ୍ରିକେଟ ଖେଳାଳିଙ୍କ ବିଷୟରେ ଜାଣିବେ, ଯେଉଁମାନେ ନିଜ ଜୀବନରେ ବହୁତ ରୋମାଣ୍ଟିକ ଅଟନ୍ତି ।

କେ.ଏଲ୍. ରାହୁଲ :

Google

ଶେଷ ଥର ପାଇଁ କେ.ଏଲ୍. ରାହୁଲ “କାଫି ବିତ୍ କରଣ” ଶୋ’ରେ ହାର୍ଦିକ ପାଣ୍ଡ୍ୟାଙ୍କ ଯୋଗୁଁ ବହୁତ ଚର୍ଚ୍ଚାରେ ରହିଥିଲେ । ଆଜିକାଲି ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଠୀଙ୍କୁ ନେଇ କେ.ଏଲ୍. ରାହୁଲ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଥିୟାଙ୍କ ଜନ୍ମ ଦିନ ଅବସରରେ କେ.ଏଲ୍. ରାହୁଲ ଏକ ସୁନ୍ଦର ପ୍ରେମଭରା ପୋଷ୍ଟ ନିଜ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ।

ଯୁବରାଜ ସିଂହ :

Google

ଯୁବରାଜ ସିଂହ ଏବଂ ଯୁବରାଜଙ୍କ ପତ୍ନୀ ହେଜେଲ କିଚ୍ ସୋସିଆଲ ମିଡିଆରେ ଖୁବ୍ ପ୍ରସିଦ୍ଧ ଅଟନ୍ତି । ଏହି ଦୁଇଙ୍କ ପ୍ରେମ ଏବଂ ବିବାହିତ ଜୀବନ ଆପଣ ସୋସିଆଲ ମିଡିଆରେ ଦେଖିଥିବେ । ଦୁହେଁ ନିଜ ନିଜ କର୍ମକ୍ଷେତ୍ରରେ ବହୁତ ବ୍ୟସ୍ତ ରୁହଁନ୍ତି କିନ୍ତୁ ଦୁହେଁ ପରସ୍ପରକୁ ସମୟ ଦେଇଥାନ୍ତି । ଦୁହିଁଙ୍କ ପ୍ରେମ କୌଣସି ବଲିଉଡ ତାରକାଙ୍କ ଠାରୁ କମ ନୁହେଁ ।

ଶିଖର ଧବନ :

Google

ଶିଖର ଏବଂ ଆୟାଶାଙ୍କ ବୟସ ଏବଂ ଜାତି ଗତ ପ୍ରଭେଦ ରହିଛି । ଏହା ସ୍ୱତେ ଦୁହେଁ ପରସ୍ପରକୁ ବହୁତ ପ୍ରେମ କରନ୍ତି । ଯେତେବେଳେ ଶିଖର ଧବନ ଆୟାଶାଙ୍କୁ ବିବାହ କରିଥିଲେ, ସେହି ସମୟରେ ଆୟାଶା ନିଜ ପୂର୍ବ ପତିଙ୍କ ଠାରୁ ଛାଡପତ୍ର ହୋଇଯାଇଥିଲା ଏବଂ ଆୟାଶାଙ୍କ ଦୁଇଟି ସନ୍ତାନ ମଧ୍ୟ ଥିଲେ । ଏହା ସ୍ୱତେ ଶିଖର ଆୟାଶାଙ୍କୁ ଆପଣାଇ ନିଜର ସୁଖମୟ ଜୀବନ ଅତିବାହିତ କରୁଛନ୍ତି ।

ବିରାଟ କୋହଲି :

Google

ବିରାଟଙ୍କୁ ରୋମନ୍ସ କିଙ୍ଗ୍ କହିବା ଭୁଲ୍ ହେବ ନାହିଁ । ନିଜ ପତ୍ନୀ ଅନୁଷ୍କାଙ୍କୁ ବିରାଟ ବହୁତ ପ୍ରେମ କରନ୍ତି । ସର୍ବଦା ବିରାଟ ଅନୁଷ୍କାଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିଥାନ୍ତି । ବେଳେବେଳେ ସୋସିଆଲ ମିଡ଼ିଆରେ ରୋମାଣ୍ଟିକ ପୋଷ୍ଟ ଶେୟାର କରି ଦୁହେଁ ନିଜ ନିଜ ପ୍ରସଂଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାନ୍ତି । ବେଳେବେଳେ ଖେଳ ପଡ଼ିଆରେ ବିରାଟ ଅନୁଷ୍କାଙ୍କୁ ଦେଖି ଉଡନ୍ତା ଚୁମ୍ବନ (Flying Kiss) ପ୍ରଦାନ କରିଥାନ୍ତି ।

ମହେନ୍ଦ୍ର ସିଂହ ଧୋନି :

Google

ଧୋନି ଏବଂ ସାକ୍ଷୀଙ୍କ ଯୋଡିକୁ ସୋସିଆଲ ମିଡ଼ିଆ ୟୁଜର୍ସ ଖୁବ ପସନ୍ଦ କରିଥାନ୍ତି । ଦୁହିଁଙ୍କ ବିବାହକୁ ୯ ବର୍ଷ ପୂର୍ତ୍ତି ହୋଇଯାଇଛି କିନ୍ତୁ ଆଜି ମଧ୍ୟ ଦୁହେଁ ଦୁହିଁଙ୍କୁ ବହୁତ ପ୍ରେମ କରନ୍ତି । ଧୋନୀ ବେଳେବେଳେ ସାକ୍ଷୀଙ୍କୁ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିଥାନ୍ତି । ଏହିପରି ଦୁହିଁଙ୍କ ମଧ୍ୟରେ ଆଜି ମଧ୍ୟ ରୋମାନ୍ସ ଜୀବିତ ରହିଛି ।

Be the first to comment

Leave a Reply

Your email address will not be published.


*