ଶାହରୁଖଙ୍କ ଏହି ୫ ଜଣ ହିରୋଇନ କହି ସାରିଛନ୍ତି ଦୁନିଆକୁ ବିଦାୟ !

ଶାହରୁଖଙ୍କ ଏହି ୫ ଜଣ ହିରୋଇନ କହି ସାରିଛନ୍ତି ଦୁନିଆକୁ ବିଦାୟ !

ବଲିଉଡ଼ରେ କାମ କରୁଥିବା କିଛି ଲେଜେଣ୍ଡ ଗତ କିଛି ବର୍ଷ ମଧ୍ୟରେ ଦୁନିଆକୁ ବିଦାୟ କହି ସାରିଛନ୍ତି ଏବଂ ତାଙ୍କୁ ମନେ ପକାଇ ଇଣ୍ଡଷ୍ଟ୍ରି ତାଙ୍କ ମୃତ୍ୟୁ ଦିବସ ଅବସରରେ ତାଙ୍କ ବିଷୟରେ କିଛି ନା କିଛି ଲେଖିଦିଅନ୍ତି । ବଲିଉଡ଼ ଚଳଚ୍ଚିତ୍ର ମାନଙ୍କରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଏହି ଦୁନିଆରୁ ଯିବା ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଧକ୍କା ଦେବା ଭଳି ଅଟେ କିନ୍ତୁ ଆମେ ଏଠାରେ ତାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କିଙ୍ଗ ଅଫ ରୋମାନ୍ସଙ୍କ ସହିତ କାମ କରିଛନ୍ତି । ଶାହରୁଖଙ୍କ ଏହି ୫ ଜଣ ହିରୋଇନ ଦୁନିଆକୁ କହି ସାରିଛନ୍ତି ବିଦାୟ, ଏଥି ମଧ୍ୟରୁ ଆପଣଙ୍କ ପ୍ରିୟ କିଏ ଅଟନ୍ତି ?

ଶାହରୁଖଙ୍କ ଏହି ୫ ଜଣ ହିରୋଇନ କହି ସାରିଛନ୍ତି ଦୁନିଆକୁ ବିଦାୟ

ବଲିଉଡ଼ରେ ଶାହରୁଖ ଖାନଙ୍କୁ କାମ କରି ପାଖାପାଖି ୩୦ ବର୍ଷ ହୋଇସାରିଛି ଓ ଆଜି ମଧ୍ୟ ଶାହରୁଖ ଖାନ ବଲିଉଡ଼ରେ ଅଧିକାଂଶ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । କିନ୍ତୁ ଶାହରୁଖ ଖାଙ୍କ ସହିତ କାମ କରିଥିବା ଏହି ଅଭିନେତ୍ରୀ ମାନେ ଦୁନିଆରୁ ବିଦାୟ ନେଇ ସାରିଛନ୍ତି ।

ଦିବ୍ୟା ଭାରତୀ

newstrend

ଶାହରୁଖ ଖାନ୍ ନିଜ କ୍ୟାରିୟରର ଆରମ୍ଭ ଚଳଚ୍ଚିତ୍ର ଦିୱାନା (୧୯୯୨)ରୁ କରିଥିଲେ ଏବଂ ଏଥିରେ ତାଙ୍କ ହିରୋଇନ ଥିଲେ ଦିବ୍ୟା ଭାରତୀ । ୧୯୯୩ ମସିହାରେ ଦିବ୍ୟାଙ୍କ ମୃତ୍ୟୁ ଏକ ଦୁର୍ଘଟଣାରେ ହୋଇଯାଇଥିଲା ଓ ଏହାର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ ଯେ ପ୍ରକୃତରେ ଏହା କିପରି ହୋଇଥିଲା ?

ଶ୍ରୀଦେବୀ

newstrend

ବଲିଉଡ଼ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁ ୨୦୧୮ ମସିହାରେ ଦୁବାଇର ହୋଟେଲରେ ହୋଇଯାଇଥିଲା । ଏହା ଏକ ଦୁର୍ଘଟଣା ଥିଲା ଏବଂ ଏମାନଙ୍କ ମୃତ୍ୟୁ କିପରି ହେଲା ପ୍ରକୃତ ଘଟଣା ଆଜି ପର୍ଯ୍ୟନ୍ତ କେହି ଜାଣି ପାରିନାହାନ୍ତି । ଶ୍ରୀଦେବୀଙ୍କ ଯେତେବେଳେ ମୃତ୍ୟୁ ହେଲା ସେହି ସମୟରେ ସେ ଏକ ଚଳଚ୍ଚିତ୍ରର ସୁଟିଂ କରୁଥିଲେ ଏବଂ ଏହା ପୂର୍ବରୁ ଇଂଲିଶ ବିଙ୍ଗଲିସସ୍ ଓ ମମ୍ ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ଶ୍ରୀଦେବୀ ଶାହରୁଖ ଖାନଙ୍କ ସହିତ ‘ଆର୍ମି’ରେ ଅଭିନୟ କରିଥିଲେ ଏହା ବ୍ୟତୀତ ଶ୍ରୀଦେବୀ ଶାହରୁଖଙ୍କ ସହିତ ଶେଷ ଥର ପାଇଁ ଜିରୋ ଚଳଚ୍ଚିତ୍ରରେ ନଜର ଆସିଥିଲେ ।

ରସିକା ଯୋଶୀ

newstrend

ଅଭିନେତ୍ରୀ ରସିକା ଯୋଶୀ ଶାହରୁଖ ଖାନଙ୍କ ସହିତ ବିଲ୍ଲୁ ଓ ସ୍ବଦେଶ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଦୁଇଟି ଚଳଚ୍ଚିତ୍ରରେ ରସିକାଙ୍କ ଅଭିନୟ କୁ ପ୍ରଶଂସା କରାଯାଇଥିଲା । ରସିକାଙ୍କ ନିଧନ ୨୦୧୧ ମସିହାରେ ହୋଇଥିଲା, ଯଦିଓ ସେ ଅନ୍ୟ ଚଳଚ୍ଚିତ୍ରରେ ମାନଙ୍କରେ ମଧ୍ୟ କାମ କରିଛନ୍ତି ।

ରିମା ଲାଗୁ

newstrend

ବଲିଉଡ଼ର ପ୍ରିୟ ମାଁଙ୍କ ଚରିତ୍ରରେ ଅଭିନୟ କରୁଥିବା ରିମା ଲାଗୁଙ୍କ ନିଧନ ୨୦୧୭ ମସିହାରେ ହୋଇଯାଇଥିଲା ଓ ତାଙ୍କୁ ହଠାତ ହୃଦ୍ଘାତ ହେବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିଲା । ଶାହରୁଖ ରିମା ଲାଗୁଙ୍କ ସହିତ କଲ୍ ହୋ ନା ହୋ, ୟେସ୍ ବୋସ୍ ଓ କୁଛ କୁଛ ହୋତା ହେ ଭଳି ସୁପରହିଟ୍ ଚଳଚ୍ଚିତ୍ର ଅଭିନୟ କରିଛନ୍ତି ।

ସୁଧା ଶିବପୁରୀ

newstrend

ଅଭିନେତ୍ରୀ ସୁଧା ଶିବପୁରୀ ଶାହରୁଖଙ୍କ ସହିତ ଚଳଚ୍ଚିତ୍ର ମାୟା ମେମସାବ (୧୧୯୩)ରେ ଅଭିନୟ କରିଥିଲେ । ଟିଭି ଧାରାବାହିକ କ୍ୟୁକି ଶାସ୍ ଭି କଭୀ ବହୁ ଥି ଜରିଆରେ ସେ ଅଧିକ ଚର୍ଚ୍ଚିତ ହୋଇଥିଲେ । ସୁଧା ଶିବପୁରୀ ୨୦୧୫ ମସିହାରେ ନିଧନ ହୋଇଥିଲା ।

Leave a Reply

Your email address will not be published. Required fields are marked *