ଏହି ୫ଟି ଖରାପ ଅଭ୍ୟାସ ଯୋଗୁ ସହିବାକୁ ପଡିଥାଏ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ! ଆଜିହିଁ ସୁଧାରି ନିଅନ୍ତୁ ନିଜର ଭୁଲ୍…

ଏହି ୫ଟି ଖରାପ ଅଭ୍ୟାସ ଯୋଗୁ ସହିବାକୁ ପଡିଥାଏ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ! ଆଜିହିଁ ସୁଧାରି ନିଅନ୍ତୁ ନିଜର ଭୁଲ୍…

ଜୀବନଶୈଳୀ କୁ ଠିକ୍ ରଖିବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିଥାଏ । ଜୀବନଶୈଳୀରେ କିଛି ଖରାପ ଅଭ୍ୟାସ କରିବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ମଜବୁତ୍ ହୋଇଥାଏ ଏବଂ ରୋଗରୁ ମୁକ୍ତି ମିଳିନଥାଏ ।

କିଛି ଲୋକଙ୍କ ରୋଗ ପ୍ରତିରୋଧକ କ୍ଷମତା ଖୁବ୍ ଦୁର୍ବଳ ହୋଇଥାଏ । ଯେଉଁ କାରଣରୁ ସେମାନେ ରୋଗାକ୍ରାନ୍ତ ହୋଇ ଯାଆନ୍ତି । ଯଦି ଆପଣଙ୍କ ସହ ମଧ୍ୟ ଏପରି ହେଉଛି ତେବେ ଥରେ ନିଜ ଲାଇଫଷ୍ଟାଇଲରେ ପ୍ରତିଦିନ କିଛି ଅଭ୍ୟାସ ଉପରେ ଦୃଷ୍ଟି ଦିଅନ୍ତୁ ।

ଆଜିହିଁ ‘ଲାଇଫଷ୍ଟାଇଲ୍’ର ଏହି ଅଭ୍ୟାସ ଗୁଡ଼ିକୁ ବଦଳାଇ ଦିଅନ୍ତୁ :-

ଆମ ପ୍ରତିଦିନର କିଛି ଏପରି ଅଭ୍ୟାସ ରହିଥାଏ, ଯାହାକୁ ପରିବର୍ତ୍ତନ କରିବା ସହଜ ହୋଇ ନଥାଏ । ସବୁଠାରୁ ବଡ଼ କଥା ଏହିକି ଯେ ଆମକୁ ତାହାର ସ୍ୱଳ୍ପ ଅନୁମାନ ମଧ୍ୟ ହୋଇ ନଥାଏ ଯେ ପ୍ରତିଦିନର ଏହି ଅଭ୍ୟାସ ଆମର କେଉଁ ପ୍ରକାର କ୍ଷତି କରିଥାଏ । ଜାଣନ୍ତୁ ଲାଇଫଷ୍ଟାଇଲର କିଛି ଏପରି ଅଭ୍ୟାସ ଯାହାକୁ ସମୟ ଥାଉ ଥାଉ ବଦଳାଇବା ନିତାନ୍ତ ଜରୁରୀ ଅଟେ ।

୧. ଅଧିକ ପାଣି ପିଇବା ମଧ୍ୟ ହାନିକାରକ ଅଟେ :-

ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ପ୍ରତିଦିନ ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ପେଟ ସହିତ ପୁରା ଶରୀରକୁ ସୁସ୍ଥ ରଖି ପାରିବେ । କିନ୍ତୁ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ପାଣି ପିଅନ୍ତି ତେବେ ଅନେକ ପ୍ରକାର ରୋଗର ଶିକାର ହୋଇ ପାରନ୍ତି ।

୨. ସାଧା ଖାଇବା, ଉଚ୍ଚ ବିଚାର :-

ବୃଦ୍ଧ ବୟସ୍କଙ୍କର ଏହି କଥା ସତ୍ୟ ଯେ ସାଧା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ରହିଥାଏ । ଶରୀରର ପୋଷକ ତତ୍ତ୍ୱର ଅଭାବ କୁ ପୂରଣ କରିବା ପାଇଁ ଆହାରରେ ଏପରି ଜିନିଷ ସାମିଲ୍ କରାଯାଇଥାଏ, ଯେଉଁଥିରେ ଅଧିକ ମାତ୍ରାରେ ଭିଟାମିନ୍ ଏବଂ ପ୍ରୋଟିନ୍ ଥିବ । କିନ୍ତୁ ଖାଦ୍ୟଭ୍ୟାସକୁ ନେଇ ଟିକେ ସାବଧାନ ରହିବା ଉଚିତ । ଅଧିକ ଭୋଜନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ଏଥିପାଇଁ ସବୁବେଳେ ସ୍ୱାସ୍ଥ୍ୟକର ପ୍ରାତଃଭୋଜନ କରନ୍ତୁ । ଦ୍ୱିପ୍ରହରରେ ହାଲୁକା ଖାଆନ୍ତୁ ଏବଂ ରାତି ସମୟ ଭୋଜନରେ ତେଲ ମସଲା କମ୍ ବ୍ୟବହାର ହୋଇଥିବା ଖାଦ୍ୟ ଖାଆନ୍ତୁ ।

୩. ଦିନରେ ଶୋଇବାର ଭୁଲ୍ ଆଦୌ କରନ୍ତୁ ନାହିଁ :-

ଯଦି ଆପଣ ଦିନରେ ଶୁଅନ୍ତି ତେବେ ଆପଣ ଅନେକ ପ୍ରକାରର ରୋଗକୁ ଆମନ୍ତ୍ରଣ ଦେଉଛନ୍ତି । ଦ୍ୱିପ୍ରହରରେ ଖାଇବା ପରେ କିଛି ସମୟ ବିଶ୍ରାମ କରାଯାଇ ପାରେ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।

୪. ରାତିରେ ନ ଶୋଇବା ଦ୍ୱାରା ବିଗିଡ଼ି ଯାଇପାରେ ସ୍ୱାସ୍ଥ୍ୟ :-

ଅନେକ ଲୋକ ରାତିରେ ଅଧିକ ସମୟ ନଶୋଇ ରହିଥାନ୍ତି । ଏହାଦ୍ଵାରା ସେମାନଙ୍କର ସ୍ଲିପିଂ ପେଟର୍ନ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଗିଡ଼ି ଯାଇଥାଏ । ସବୁ କାର୍ଯ୍ୟ କୁ କରିବାର ଏକ ଉପଯୁକ୍ତ ସମୟ ଥାଏ । ରାତିସାରା ନଶୋଇବା ଦ୍ୱାରା ଶରୀରର ସର୍କଲ୍ ବିଗିଡ଼ି ଯାଏ । ଯାହାଦ୍ୱାରା ଆପଣଙ୍କୁ ଅନେକ ରୋଗର ଶିକାର ହେବାକୁ ପଡ଼ିଥାଏ ।

୫. ଉପଯୁକ୍ତ ଲାଇଫଷ୍ଟାଇଲ୍ ରହିବା ନିତାନ୍ତ ଜରୁରୀ :-

ନିଜ ଲାଇଫଷ୍ଟାଇଲରେ ଭଲ ଖାଦ୍ୟ ପାନୀୟ ଏବଂ ଭଲ ନିଦ୍ରା ସହିତ ବ୍ୟାୟାମ କୁ ମଧ୍ୟ ସାମିଲ୍ କରନ୍ତୁ । ଫିଟ୍ ରହିବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ଦୃଢ଼ ହୋଇଥାଏ । ଯଦି ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ମଜବୁତ୍ ଥିବ ତେବେ ଆପଣ ଅନେକ ପ୍ରକାରର ରୋଗରୁ ବର୍ତ୍ତି ଯିବେ ।

Leave a Reply

Your email address will not be published. Required fields are marked *