ଏହି ୫ଟି ଅଭ୍ୟାସ ଯୋଗୁଁ ବୃକକ୍ ହୋଇପାରେ ନଷ୍ଟ ! କ’ଣ ଆପଣ ମଧ୍ୟ କରନ୍ତି କି ଏହିସବୁ ଭୁଲ୍…

ଏହି ୫ଟି ଅଭ୍ୟାସ ଯୋଗୁଁ ବୃକକ୍ ହୋଇପାରେ ନଷ୍ଟ ! କ’ଣ ଆପଣ ମଧ୍ୟ କରନ୍ତି କି ଏହିସବୁ ଭୁଲ୍…

ବୟସ ବଢିବା ପୂର୍ବରୁ ବୃକକ୍ ଖରାପ ହେବାରୁ ରକ୍ଷା ପାଇବା ପାଇଁ ଆମକୁ କିଛି ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ।

ବୃକକ୍ ଶରୀରର ମୁଖ୍ୟ ଅଂଶ ଅଟେ । ଏହାର ମୁଖ୍ୟ କାମ ଶରୀରରୁ ବର୍ଜ୍ୟବସ୍ତୁକୁ ଛାଣି ବାହାର କରିବା ଏବଂ ଶରୀରରେ କେମିକାଲ୍ ଫ୍ରି ଓ ଅମ୍ଳଜାନଯୁକ୍ତ ରକ୍ତ ଯୋଗାଇବାକୁ ସନ୍ତୁଳନ କରେ । ଯେତେବେଳେ ଏହା ଉପରେ ଆବଶ୍ୟକତା ଠାରୁ ଅଧିକ ଚାପ ପଡ଼େ ତେବେ ଅନେକ ଥର ଏହା ନଷ୍ଟ ହେବାର ବିପଦ ଥାଏ । ଏହା ପଛର କାରଣ କିଛି ଖରାପ ଖାଦ୍ୟ ଖାଇବା ଓ ଭୁଲ୍ ଅଭ୍ୟାସ ଏବଂ ଅନିୟମିତ ଜୀବନଶୈଳୀ ଅଟେ ।

ବୃକକ୍ କଣ କଣ କରିଥାଏ ?

ବୃକକ୍ ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ରକ୍ତ ପରିଷ୍କାର କରିବା, ହରମୋନ୍ ତିଆରି କରିବା, ୟୁରିନ୍ ପ୍ରସ୍ତୁତ କରିବା, ଟକ୍ସିନ୍ସ ବାହାର କରିବା ଓ ଅମ୍ଳ ସନ୍ତୁଳନ ବଜାୟ ରଖିବା ଓ ମିନେରାଲକୁ ଶୋଷିବା ଭଳି ଜରୁରୀ କାମ ବୃକକ୍ କରିଥାଏ । ଏଥିପାଇଁ ଏକ ସୁସ୍ଥ ଶରୀର ପାଇଁ ବୃକକ୍ ଠିକ୍ ରହିବା ବହୁତ ଜରୁରୀ ଅଟେ ।

ବୃକକ୍ ବିଶେଷଜ୍ଞ ଡାକ୍ତର ପୁନିତ ଗୁପ୍ତା କଣ କହିଛନ୍ତି ?

ବୃକକ୍ କେଉଁ ସବୁ ଅଭ୍ୟାସରୁ ଖରାପ ହୋଇପାରେ ? ଏହାକୁ ନେଇ ଆମେ ଡାକ୍ତର ପୁନିତ ଗୁପ୍ତାଙ୍କୁ କଥା ହୋଇଛୁ ? ପୁନିତ ଗୁପ୍ତା ଗ୍ରେଟର ନୋଏଡ଼ା ସ୍ଥିତ ଶାରଦା ହସ୍ପିଟାଲରେ କିଡ୍ନୀ ରୋଗ ବିଶେଷଜ୍ଞ ଅଟନ୍ତି । ସେ ସେହି ପାଞ୍ଚଟି ଅଭ୍ୟାସ ବିଷୟରେ କହିଛନ୍ତି, ଯାହା ଫଳରେ କିଡ୍ନୀ ଉପରେ ଏହାର ଦୁଷ୍ପ୍ରଭାବ ପଡ଼ିବା ସଙ୍ଗେ ସଙ୍ଗେ ଏହା ନଷ୍ଟ ହେବାର ଆଶଙ୍କା ରହିଥାଏ ।

ଏହିସବୁ ଅଭ୍ୟାସରୁ ଖରାପ ହୋଇପାରେ ବୃକକ୍

୧. କମ୍ ପାଣି ପିଇବା

ଯଦି ଆପଣ ମଧ୍ୟ କମ୍ ପାଣି ପିଅନ୍ତି ତେବେ ଏହି ଅଭ୍ୟାସ ଯେତେଶୀଘ୍ର ହେଉଛି ସୁଧାରି ନିଅନ୍ତୁ । ଆପଣଙ୍କୁ ସାରା ଦିନରେ ୧୫ ଗ୍ଲାସ୍ ପାଣି ପିଇବା ଉଚିତ, କାରଣ ‘ବୃକକ୍’ର କାର୍ଯ୍ୟ ଆପଣଙ୍କ ପାଣି ପିଇବା ଉପରେ ଅଧିକ ନିର୍ଭର କରେ । ଯଦି ଆପଣ କମ୍ ପାଣି ପିଅନ୍ତି ତେବେ ଏହା ଆପଣଙ୍କ ବୃକକ୍ ଉପରେ ଖରାପ ପ୍ରଭାବ ପଡ଼ିଥାଏ, କାରଣ ରକ୍ତ ସଫା କରିବା ଓ ଅଦରକାରୀ ପଦାର୍ଥକୁ ଶରୀରରୁ ଅଲଗା କରିବାରେ ଜଳର ଭୂମିକା ଅଧିକ ରହିଛି ଓ ଏହି କାର୍ଯ୍ୟ ବୃକକ୍ କରିଥାଏ ।

୨. ଅଧିକ ଲୁଣ ସେବନ କରନ୍ତୁ

ଯଦି ଆପଣ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଆନ୍ତି ତେବେ ଏହି ଅଭ୍ୟାସ ତୁରନ୍ତ ବଦଳି ନିଅନ୍ତୁ, କାରଣ ଯେଉଁମାନେ ଅଧିକ ଲୁଣ ସେବନ କରନ୍ତି, ସେମାନେ ନିଜେ ନିଜେ ବୃକକ୍ କୁ ନଷ୍ଟ କରିବା ପାଇଁ ଦାୟୀ । ଅତ୍ୟଧିକ ଲୁଣ ସେବନ ଫଳରେ ଶରୀରରେ ସୋଡିୟମ୍ ବୃଦ୍ଧି ପାଏ, ଯାହା ଫଳରେ ରକ୍ତ ଚାପ ପ୍ରଭାବିତ ହୋଇଥାଏ । ଏହା ଫଳରେ ବୃକକ୍ ଉପରେ ଚାପ ପଡ଼େ । ଡାକ୍ତରମାନେ ପରାମର୍ଶ ଦିଅନ୍ତି ଯେ ଦିନରେ ୫ ଗ୍ରାମରୁ ଅଧିକ ଲୁଣ ସେବନ କରନ୍ତୁ ନାହିଁ ।

୩. ଧୂମ୍ରପାନ ଏବଂ ତମ୍ବାଖୁର ସେବନ

ଯେଉଁମାନେ ଧୂମ୍ରପାନ କରନ୍ତି କିମ୍ବା ତମ୍ବାଖୁ ସେବନ କରନ୍ତି ସେମାନେ ଆଜିଠାରୁ ନିଜର ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ । କାରଣ ଏହାର ସେବନ ଫଳରେ ଏଥେରୋସ୍କଲେରୋସିସ୍ ରୋଗ ମଧ୍ୟ ହୋଇଥାଏ, ଯାହା ଫଳରେ ରକ୍ତ ନଳୀରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇପାରେ ନାହିଁ ଏବଂ ‘ବୃକକ୍’ରେ ରକ୍ତ କମ୍ ପହଞ୍ଚିବା ଫଳରେ ଏହାର କାର୍ଯ୍ୟକ୍ଷମତା ହ୍ରାସ ପାଇଥାଏ ।

୪. ଅଧିକ ସମୟ ପରିସ୍ରା ଅଟାକାଇବା

କିଛି ଲୋକ ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରାକୁ ଅଟକାଇ ରଖନ୍ତି । ଏପରି କରିବା ଫଳରେ ମୂତ୍ରାଶୟ ଅନେକ ସମୟ ଧରି ମୂତ୍ରରେ ଭରି ରହେ ଓ ଅଧିକ ସମୟ ରହିବା ଫଳରେ ଏହା ବୃକକ୍ କୁ ହାନି ପହଞ୍ଚାଇ ଥାଏ । ଏଥିପାଇଁ ଯେତେବେଳେ ଆପଣଙ୍କୁ ପରିସ୍ରା ଲାଗୁଚି ସେତେବେଳେ ଯାଆନ୍ତୁ ।

୫. ଅଧିକ ପେନ୍ କିଲର୍ ପ୍ରୟୋଗ

କିଛି ଲୋକ ଟିକିଏ କଷ୍ଟ କିମ୍ବା ଯନ୍ତ୍ରଣା ହେଲେ କଷ୍ଟ ନିବାରକ ଔଷଧ ବା ପେନ୍ କିଲର୍ ଖାଇ ଦିଅନ୍ତି, ଯାହା ଶରୀର ଓ ବୃକକ୍ ପାଇଁ ବହୁତ କ୍ଷତିକାରକ ଅଟେ । ଏହି ଅଭ୍ୟାସ ଆପଣଙ୍କ ବୃକକ୍ କୁ ଖରାପ କରିପାରେ । ଏମିତିରେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ କିଣନ୍ତୁ ନାହିଁ ।

ବୃକକ୍ ବା କିଡ୍ନୀ ଖରାପ ହେବାର ଲକ୍ଷଣ

ପିଠିରେ ଯନ୍ତ୍ରଣା, ୟୁରିନ୍ ମାର୍ଗରେ ବେଳେବେଳେ ରକ୍ତ ପଡ଼ିବା
ୟୁରିନ୍ ମାତ୍ରା ଅଧିକ କମ୍ ହେବା ।
ୟୁରିନ୍ ସମୟରେ ଜଳିବା କିମ୍ବା ଯନ୍ତ୍ରଣା ହେବା ।
ରାତି ସମୟରେ ରକ୍ତଚାପ କମ୍ ବେଶି ହେବା ।
ବୃକକ୍ ଥିବା ସ୍ଥାନରେ କଷ୍ଟ ଅନୁଭବ ହେବା ।
ପାଦ ଫୁଲିବା ।

Leave a Reply

Your email address will not be published. Required fields are marked *