ଏହି ୫ଟି ଅଭ୍ୟାସ ଆଖିକୁ ପହଞ୍ଚାଇଥାଏ କ୍ଷତି ! ତେଣୁ ହୋଇଯାନ୍ତୁ ସତର୍କ…

ଏହି ୫ଟି ଅଭ୍ୟାସ ଆଖିକୁ ପହଞ୍ଚାଇଥାଏ କ୍ଷତି ! ତେଣୁ ହୋଇଯାନ୍ତୁ ସତର୍କ…

କିଛି ଲୋକ ପ୍ରତିଦିନ ନିଜ ଦୈନନ୍ଦିନ କାର୍ଯ୍ୟକ୍ରମରେ ଏପରି କିଛି ଭୁଲ୍ କରି ବସନ୍ତି ଯାହା ତାଙ୍କ ଆଖିକୁ କ୍ଷତି ପହଞ୍ଚାଇଥାଏ । ଜାଣନ୍ତୁ ଆପଣଙ୍କ ଏପରି କେଉଁ ଅଭ୍ୟାସ ରହିଛି ଯାହା ଫଳରେ ଆପଣଙ୍କ ଆଖିକୁ କ୍ଷତି ପହଞ୍ଚି ଥାଏ ।

ଶରୀରର ସମସ୍ତ ଅଙ୍ଗ ବହୁତ ଜରୁରୀ ଅଟେ କିନ୍ତୁ ଆଖି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ କୋମଳ ଅଟେ । ଏହା ଯୋଗୁଁ ଆମେ ଏହି ସୁନ୍ଦର ସୃଷ୍ଟିକୁ ଦେଖି ପାରୁଛୁ । କିନ୍ତୁ ଯେତିକି ମହତ୍ତ୍ୱପୂର୍ଣ୍ଣ ଆମ ପାଇଁ ଆଖି ଅଟେ ସେତିକି ଜରୁରୀ ଆଖିର ଯତ୍ନ ନେବା ଅଟେ । ଧୂଳି, ଖରା, ଧୂଆଁ ଓ ପ୍ରଦୂଷଣର ଲଗାତାର ସମ୍ପର୍କରେ ରହିଲେ ଆଖି ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । କିଛି ଲୋକ ପ୍ରତିଦିନ ନିଜ କାର୍ଯ୍ୟକ୍ରମରେ ଏପରି କିଛି ଭୁଲ୍ କରି ଦିଅନ୍ତି ଯାହା ତାଙ୍କ ଆଖିକୁ କ୍ଷତି ପହଞ୍ଚାଇ ଥାଏ । ଜାଣନ୍ତୁ ଆପଣଙ୍କ ଏପରି କେଉଁ ଅଭ୍ୟାସ ଅଛି ଯାହା ଆପଣଙ୍କ ଆଖିକୁ କ୍ଷତି ପହଞ୍ଚାଇଥାଏ ।

ଏହି ଅଭ୍ୟାସ ‘ବୃକକ୍’କୁ ଧୀରେ ଧୀରେ କ୍ଷତି ପହଞ୍ଚାଇ ଥାଏ, ତେବେ ହୋଇଯାନ୍ତୁ ସାବଧାନ

ଆଖିକୁ ‘ଜୋର୍’ରେ ଘଷିବା

Google

ଅନେକ ଥର ଆଖି ଆଖପାଖରେ ଏତେ ଅଧିକ କୁଣ୍ଢେଇ ହୁଏ ଯେ ଲୋକମାନେ ଆଖିକୁ ଜୋରରେ ଘଷିବାକୁ ଲାଗନ୍ତି । ଏଥିରୁ ତାଙ୍କୁ ଟିକିଏ ସନ୍ତୁଷ୍ଟି ମିଳେ କିନ୍ତୁ ତାଙ୍କ ଚକ୍ଷୁ ନିକଟ ତ୍ୱଚାକୁ କ୍ଷତି ପହଞ୍ଚି ଥାଏ । ଏପରି ଏଥିପାଇଁ ହୋଇଥାଏ କାରଣ ଆଖି ନିକଟର ତ୍ୱଚା ବହୁତ କୋମଳ ଅଟେ । ସେପଟେ ଯଦି ଆପଣ ମଇଳା ହାତରେ ଆଖିକୁ ଘଷନ୍ତି ତେବେ ଭ୍ରୁଲତା ସମ୍ବନ୍ଧୀୟ ସଂକ୍ରମଣ ହୋଇପାରେ ।

କଣ୍ଟାକ୍ଟ ଲେନ୍ସ ପିନ୍ଧି ଶୋଇବା

କିଛି ଲୋକଙ୍କ ଆଖିର ଆଲୁଅ ଏତେ ଦୁର୍ବଳ ହୋଇଥାଏ ଯେ ତାଙ୍କୁ ଚଷମା ବ୍ୟବହାର କରିବାକୁ ପଡେ । ସେପଟେ କିଛି ଲୋକ କଣ୍ଟେକ୍ଟ ଲେନ୍ସ ମଧ୍ୟ ବ୍ୟବହାର କରନ୍ତି । କଣ୍ଟେକ୍ଟ ଲେନ୍ସକୁ ବ୍ୟବହାର କଲେ ଆପଣଙ୍କୁ କିଛି ଜିନିଷର ସାବଧାନତା ଅବଲମ୍ବନ କରିବାକୁ ପଡ଼େ । କିଛି ଲୋକ କଣ୍ଟେକ୍ଟ ଲେନ୍ସକୁ ପିନ୍ଧି ଶୋଇଯାନ୍ତି । ଏପରି କରିବା ଫଳରେ ଆଖିକୁ କ୍ଷତି ପହଞ୍ଚି ଥାଏ । ଏହାକୁ ଲଗାଇ ଶୋଇବା ଫଳରେ ଆଖିର କର୍ଣ୍ଣିଆ ପର୍ଯ୍ୟନ୍ତ ଅମ୍ଳଜାନ ପହଞ୍ଚି ପାରେ ନାହିଁ । ଯାହା ଆପଣଙ୍କ ଆଖି ପାଇଁ କ୍ଷତିକାରକ ଅଟେ ।

ଲଗାତାର କମ୍ପ୍ୟୁଟର୍ ଦେଖିବା

ଲଗାତାର କମ୍ପ୍ୟୁଟର କିମ୍ବା ମୋବାଇଲ୍ ଦେଖିବା ଲଗାତାର କମ୍ପ୍ୟୁଟର କିମ୍ବା ମୋବାଇଲ ଦେଖିବା ଫଳରେ ମଧ୍ୟ ଆପଣଙ୍କ ଆଖିକୁ ଏହା କ୍ଷତି ପହଞ୍ଚାଇ ଥାଏ । ଏହି ଇଲେକ୍ଟ୍ରନିକ ଗେଜେଟରୁ ବାହାରୁଥିବା ରଶ୍ମି ଚକ୍ଷୁ ପାଇଁ ହାନିକାରକ ହୋଇଥାଏ। ଏଥିସହିତ ଆପଣଙ୍କୁ ଚକ୍ଷୁ ସମ୍ବନ୍ଧୀୟ କୌଣସି ଗମ୍ଭୀର ସମସ୍ୟା ହୋଇପାରେ । ଏଥିପାଇଁ ଏହି ସବୁ ଜିନିଷକୁ ଦୀର୍ଘ ସମୟ ଧରି ବ୍ୟବହାର କରିବା ଉଚିତ ନୁହେଁ । ଯଦି ଆପଣ ବ୍ୟବହାର କରୁଛନ୍ତି ତେବେ ନିଜ ଆଖିକୁ ଆରାମ କରିବାକୁ ଦିଅନ୍ତୁ। ଏଥିସହ ୧୫-୧୫ ମିନିଟର ବ୍ୟବଧାନ ମଧ୍ୟ ରଖନ୍ତୁ ।

ଏହି ୪ଟି ଅଭ୍ୟାସ ଆପଣଙ୍କୁ କରିପାରେ ରୋଗଗ୍ରସ୍ତ, ରୋଗପ୍ରତିରୋଧକ କ୍ଷମତା ମଧ୍ୟ ହୁଏ ଦୁର୍ବଳ

ମେକଅପ୍ ସହିତ ଶୋଇଯିବା

ଯେବେମଧ୍ୟ ଆପଣ କୌଣସି ପାର୍ଟି କିମ୍ବା ଉତ୍ସବକୁ ଯାଆନ୍ତି ତେବେ ଭଲ ଭାବରେ ପ୍ରସ୍ତୁତ ହୋଇଯାନ୍ତି । ଏମିତିରେ ଆଖିରେ ମେକଅପ୍ ଲଗାଇବା ସ୍ୱାଭାବିକ ଅଟେ । କିଛି ଲୋକ ଯେତେବେଳେ ପାର୍ଟିରୁ ଘରକୁ ଫେରନ୍ତି ତ ହାଲିଆ ହୋଇ ଆଖିରୁ ମେକଅପ୍ ବାହାର ନକରି ଶୋଇ ପଡ଼ନ୍ତି । ଏପରି କରିବା ଫଳରେ ଆଖି ଉପରେ ଏହାର ପ୍ରଭାବ ପଡ଼ିଥାଏ । ଲଗାତାର ଆଖିରେ ମେକଅପ୍ ଲଗାଇ ରଖିଥିଲେ ଆଖିର ଭ୍ରୁଲତା ଉପରେ ଏହାର ସଂକ୍ରମଣ ହୁଏ । ଏହାବ୍ୟତୀତ ଆଖି ଆଖପାଖରେ ଥିବା ଗ୍ରନ୍ଥିରେ ବାଧା ସୃଷ୍ଟି ହେବା ଯୋଗୁଁ ତ୍ୱଚାରେ ଜ୍ବଳନ ଓ ବ୍ରଣ ଭଳି ସମସ୍ୟା ସୃଷ୍ଟି ହୁଏ ।

ଖରା ହେଲେ ଆଖିରେ ଚଷମା ପିନ୍ଧନ୍ତୁ ନାହିଁ

ଆଖିରେ ଚଷମା ଲଗାଇବା କିଛି ଲୋକଙ୍କ ପାଇଁ କେବଳ ଫେସନ୍ ଅଟେ । କିନ୍ତୁ ଏପରି ନୁହେଁ କାରଣ ଖରାରେ ଆଖିରେ ଚଷମା ଲଗାଇବା ଫଳରେ ଆପଣଙ୍କ ଆଖିରେ ସୂର୍ଯ୍ୟର ଅତି ବାଇଗଣୀ ରଶ୍ମିରୁ ଆପଣ ବଞ୍ଚିତ ରହିବେ । ଯଦି ଆପଣ ଚଷମାର ବ୍ୟବହାର କରିବେ ନାହିଁ ତେବେ ଶୁଷ୍କ ପବନ ସିଧା ଆଖି ଉପରେ ପଡ଼ିବ ଯାହାକି ଆପଣଙ୍କୁ ଚକ୍ଷୁକୁ କ୍ଷତି ପହଞ୍ଚାଇଥାଏ ।

Leave a Reply

Your email address will not be published. Required fields are marked *