ଦୁଇ ଦୁଇଥର ମାଁ ହୋଇ ସାରିଛନ୍ତି ଏହି ୫ ଜଣ ବଲିଉଡ ଅଭିନେତ୍ରୀ, ଆଜି ମଧ୍ୟ ଦୀପିକା – କୈଟ୍ରିନାଙ୍କ ସୌନ୍ଦର୍ଯ୍ୟ ତାଙ୍କ ସାମ୍ନାରେ ପଡ଼ିଯାଏ ଫିକା !

ବଲିଉଡ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟ ବିଷୟରେ ଯେତେ ପ୍ରଶଂସା କରିଲେ ମଧ୍ୟ ତାହା କମ୍ ଅଟେ । ସେମାନେ ଏତେ ସୁନ୍ଦର ହୋଇଥାନ୍ତି ଯାହାକି ତାଙ୍କୁ ଥରେ ଦେଖିବା ମାତ୍ରେ ହିଁ ନଜର ହଟେନାହିଁ । ଅନେକ ଅଭିନେତ୍ରୀଙ୍କ ଫ୍ୟାନ୍ ଫୋଲଇଂ ଏହି କାରଣରୁ ଅଧିକ ଥାଏ ଯେହେତୁ ସେମାନେ ନିଜର ଫିଟନେସ୍ ଏବଂ ଲୁକ୍ସକୁ ମେଣ୍ଟେନ୍ ଭଲ ଭାବରେ କରିଥାନ୍ତି । ପୁଣି ସେଥିପାଇଁ ଯଦି ତାଙ୍କୁ ଦିନ ରାତି ୱାର୍କଆଉଟ କରବାକୁ ମଧ୍ୟ ପଡ଼େ ସେମାନେ କରନ୍ତି । କେବଳ ଏତିକି ନୁହେଁ କିଛି ଏପରି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉଁମାନେ ଆଜି ଦୁଇ ଦୁଇଟି ପିଲାର ମାଆ ହୋଇ ସାରିଛନ୍ତି କିନ୍ତୁ ଆଜି ମଧ୍ୟ ତାଙ୍କ ସାମ୍ନାରେ କାଟ୍ରିନା, ଦୀପିକାଙ୍କ ଭଳି ସୁନ୍ଦରୀ ଅଭିନେତ୍ରୀ ଫିକା ପଡ଼ିଯାଇଥାନ୍ତି । ତେଣୁ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ନାମ ଯେଉଁମାନେ ମାଆ ହେବା ପରେ ମଧ୍ୟ ସୌନ୍ଦର୍ଯ୍ୟରେ କୌଣସି ଫରକ୍ ପଡ଼ିନାହିଁ ।

ରବୀନା ଟଣ୍ଡନ :-

ବଲିଉଡ ଜଗତରେ ରବୀନା ଟଣ୍ଡନଙ୍କ ନାମକୁ ‘ ଟିପ୍ ଟିପ୍ ବରସା ପାନୀ ‘ ଗୀତ ଅଧିକ ମନେ ପକାଇଦିଏ । ଫିଲ୍ମ ‘ ମୋହରା ‘ରେ ଏହି ଗୀତ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା । ୯୦ ଦଶକର ଏହି ହିଟ୍ ଅଭିନେତ୍ରୀ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ରବୀନାଙ୍କର ଦୁଇ ସନ୍ତାନ । ଜଣଙ୍କ ନାମ ସାକ୍ଷୀ ଥଡାନି ଏବଂ ଅନ୍ୟ ଜଣଙ୍କ ନାମ ରଣବୀର ଥଡାନି , ଯେଉଁମାନେ ଏବେ ଯୌବନରେ ପାଦ ଦେଇ ସାରିଲେଣି । ତଥାପି ରବୀନା ପୂର୍ବ ଭଳି ସୁନ୍ଦର ଦେଖାଯାଆନ୍ତି ।

ଭାଗ୍ୟଶ୍ରୀ :-

ସଲମାନ ଖାନଙ୍କ ଫିଲ୍ମ ‘ ମେନେ ପ୍ୟାର୍ କିୟା ‘ରେ ଦର୍ଶକଙ୍କ ହୃଦୟକୁ ଖୁସି କରିଥିବା ଭାଗ୍ୟଶ୍ରୀ ହୁଏତ ଲାଇମଲାଇଟ ଠାରୁ ଦୂରରେ ରହନ୍ତି କିନ୍ତୁ ଆଜି ମଧ୍ୟ ତାଙ୍କର ହସ ସମସ୍ତଙ୍କ ମନକୁ ଛୁଇଁଯାଏ । ସେ ୧୯୯୦ ରେ ବିଜନେସ୍ ମ୍ୟାନ୍ ହିମାଳୟ ଡସାନୀଙ୍କୁ ବିବାହ କରିଥିଲେ । ଆଜି ସେ ଦୁଇ ପିଲାର ମାଆ ଅଟନ୍ତି । ତାଙ୍କର ଜଣେ ୨୩ ବର୍ଷୀୟ ଯାହାଙ୍କ ନାମ ଅଭିମନ୍ୟୁ ଏବଂ ୨୧ ବର୍ଷୀୟା ଝିଅ ଅବନ୍ତିକା । ଭାଗ୍ୟଶ୍ରୀଙ୍କୁ ଦେଖି କେହି ମଧ୍ୟ ଏହା ବିଶ୍ଵାସ କରିବେ ନାହିଁ ଯେ ତାଙ୍କର ଏତେ ବଡ଼ ଦୁଇଜଣ ସନ୍ତାନ ଅଛନ୍ତି ।

କାଜଲ :-

‘ ଦିଲବାଲେ ଦୁଲହନିଆ ଲେ ଜାଏଂଗେ ‘, ‘ କୁଚ୍ଛ କୁଚ୍ଛ ହୋତାହେ ‘, ‘ କଭି ଖୁସି କଭି ଗମ୍ ‘ ଇତ୍ୟାଦି ସୁପରହିଟ୍ ଫିଲ୍ମରେ କାମ କରିଥିବା ଅବିନେତ୍ରୀ ୯୦ ଦଶକର ଟୋପ୍ ଅଭିନେତ୍ରୀଙ୍କ ଲିଷ୍ଟରେ ସାମିଲ ଅଛନ୍ତି । ତାଙ୍କ ବିବାହ ଅଜୟ ଦେବଗନଙ୍କ ସହିତ ହୋଇଥିଲା । କାଜଲଙ୍କର ଦୁଇ ସନ୍ତାନ ନ୍ୟାସା ଏବଂ ୟୁଗ୍ । ବର୍ତ୍ତମାନ ସେ ୪୬ ବର୍ଷୀୟା, ତଥାପି ତାଙ୍କ ସୌନ୍ଦର୍ଯ୍ୟ ଏବଂ ଫିଟନେସରେ କୌଣସି ଅଭାବ ନାହିଁ ।

ଜୂହି ଚାୱଲା :-

ଗୋଟିଏ ସମୟରେ ଜୂହି ଚାୱଲାଙ୍କ ନାମ ବଲିଉଡର ମୋଷ୍ଟ ଡିମାଣ୍ଡିଙ୍ଗ ଗର୍ଗଲ ଭାବରେ ଜଣାଯାଉଥିଲା । ସେ ୧୯୯୫ରେ କାରୋବାରୀ ଜୟ ମେହେତାଙ୍କୁ ବିବାହ କରିଥିଲେ । ଏହାପରେ ତାଙ୍କୁ ଖୁବ୍ କମ୍ ଫିଲ୍ମରେ କାମ କରିବାର ଦେଖାଯାଇଛି । ଜୂହିଙ୍କର ଦୁଇ ପିଲା ଜାହ୍ନବୀ ଏବଂ ଅର୍ଜୁନ ମେହେତା । ୫୩ ବର୍ଷୀୟା ଏହି ଅଭିନେତ୍ରୀ ଆଜି ମଧ୍ୟ ପୂର୍ବଭଳି ଖୁବ ସୁନ୍ଦରୀ ଦେଖାଯାଆନ୍ତି ।

ମାଧୁରୀ ଦୀକ୍ସିତ :-

ଫିଲ୍ମ ୱିଣ୍ଡୋଷ୍ଟ୍ରିରେ ମାଧୁରୀ ଦିକ୍ଷୀତଙ୍କ ନାମ ‘ ଧକ୍ ଧକ୍ ଗାର୍ଲ ‘ ନାମରେ ଜଣାଯାଇଥାଏ । ରଣ ସେ ଲକ୍ଷ ଲକ୍ଷ ଲୋକଙ୍କ ଖୁବ୍ ପସନ୍ଦର ଅଭିନେତ୍ରୀ ଥିଲେ । ସେ ୧୯୯୯ ମସିହାରେ ଆମେରିକାର ସର୍ଜନ ଡକ୍ଟର ମାଧବ ନେନେଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ପୁଅ ଅରିନ ଏବଂ ରାୟନ ନେନେ । ଆଜି ମଧ୍ୟ ୫୩ ବର୍ଷୀୟା ଏହି ଅଭିନେତ୍ରୀ ଅନ୍ୟ ଅଭିନେତ୍ରୀଙ୍କ ଠାରୁ କମ୍ ନୁହଁନ୍ତି ।

Be the first to comment

Leave a Reply

Your email address will not be published.


*