ଏକଦା ରାତାରାତି କଳାକାର ହୋଇ ଆସିଥିଲେ ଚର୍ଚ୍ଚାକୁ, କିନ୍ତୁ ଆଜି ମଧ୍ୟ ବିବାହ ନ କରି ଏକୁଟିଆ ରହୁଛନ୍ତି ଏହି ୫ଜଣ ସୁନ୍ଦରୀ ଅଭିନେତ୍ରୀ !

ଏକଦା ରାତାରାତି କଳାକାର ହୋଇ ଆସିଥିଲେ ଚର୍ଚ୍ଚାକୁ, କିନ୍ତୁ ଆଜି ମଧ୍ୟ ବିବାହ ନ କରି ଏକୁଟିଆ ରହୁଛନ୍ତି ଏହି ୫ଜଣ ସୁନ୍ଦରୀ ଅଭିନେତ୍ରୀ !

ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିଜ ବୟସର ପ୍ରାୟତଃ ୪୦ ବର୍ଷ ପୂରଣ କରିସାରିଛନ୍ତି । ତେବେ ଏହା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏକୁଟିଆ ରହୁଛନ୍ତି । ବାସ୍ତବରେ ଏମାନେ ବିବାହ ସିନା କରିନାହାଁନ୍ତି କିନ୍ତୁ ଏମାନଙ୍କ ମଧ୍ୟରୁ କେତେକ ପିଲାକୁ କୋଳକୁ ନେଇଛନ୍ତି ଏବଂ ସେମାନଙ୍କର ପାଳନପୋଷଣ ଜଣେ ମା’ ଭଳି କରୁଛନ୍ତି । କିଛି ଜଣ କାମକୁ ନେଇ ନିଜର ପୁରା ଜୀବନ କାମରେ ଲଗାଇ ଦେଇଛନ୍ତି । ଏଥିସହିତ ଅଲଗା ଅଲଗା କାରଣରୁ କିଛି ଅଭିନେତ୍ରୀ ବିବାହ ନ କରିବା ଠିକ୍ ବୋଲି ଭାବି ନେଇଛନ୍ତି । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଏତେ ବୟସ ହୋଇଯିବା ପରେ ମଧ୍ୟ ବିବାହ କରିନାହାଁନ୍ତି ।

ତବୁ:-

ଆପଣଙ୍କୁ କହିରଖୁଛୁ ଯେ, ଅଭିନେତ୍ରୀ ତବୁ ଏହି ତାଲିକାରେ ସବୁଠାରୁ ଉପରେ ଆସୁଛନ୍ତି ଏବଂ ତାଙ୍କ ବୟସ ୫୦ ବର୍ଷ ହୋଇଯାଇଛି । ବିବାହକୁ ନେଇ ଅଭିନେତ୍ରୀ ଏପର୍ଯ୍ୟନ୍ତ କିଛି କଥା ସ୍ପଷ୍ଟ କରିନାହାଁନ୍ତି । ବାସ୍ତବରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଅଜୟ ଏବଂ ତାଙ୍କର ବନ୍ଧୁ ସେହି ପୁଅ ସହ ଝଗଡା କରିବାକୁ ଆସି ଯାଉଥିଲେ, ଯିଏ ଅଭିନେତ୍ରୀଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିଲେ । ସେ ଯାହା ବି ହେଉ ନା କାହିଁକି ତବୁ ଏପର୍ଯ୍ୟନ୍ତ ବିବାହ କାରିନାହାଁନ୍ତି ।

ସୁସ୍ମିତା ସେନ୍:-

ମିସ୍ ୟୁନିଭର୍ସ ରହି ସାରିଥିବା ସୁସ୍ମିତା ସେନ୍ ମଧ୍ୟ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ୪୫ ବର୍ଷର ହୋଇ ସାରିଥିବା ଅଭିନେତ୍ରୀ ଦୁଇଟି ପିଲା ରେନେ ଏବଂ ଅଲିସାଙ୍କୁ ସେତେବେଳେ କୋଳକୁ ନେଇଥିଲେ, ଯେତେବେଳେ ସେ ନିଜେ ୨୪ ବର୍ଷର ଥିଲେ । ତେବେ ବର୍ତ୍ତମାନ ସେହି ପିଲାମାନେ ମଧ୍ୟ ବଡ଼ ହୋଇଗଲେଣି ।

ନର୍ଗିସ୍ ଫାଖରୀ:-

ଅଭିନେତ୍ରୀ ନର୍ଗିସ୍ ଫାଖରୀ ଆମେରିକାର ମହିଳା ଅଟନ୍ତି ଏବଂ କହିରଖୁଛୁ ଯେ ୪୧ ବର୍ଷର ହୋଇ ସାରିଥିବା ଅଭିନେତ୍ରୀ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ବାସ୍ତବରେ ୨୦୧୧ ମସିହାରେ “ରକଷ୍ଟାର୍” ଚଳଚ୍ଚିତ୍ର ମାଧ୍ୟମରୁ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିବା ନର୍ଗିସ୍ ଗତ ବର୍ଷ “ତୋରବାଜ୍” ଚଳଚ୍ଚିତ୍ରରେ କାମ କରିଥିଲେ । ତେବେ ଅଭିନେତ୍ରୀଙ୍କର ସମ୍ପର୍କର କଥା ଅନେକଥର ଚର୍ଚ୍ଚାକୁ ଆସିଥାଏ କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି ।

ଦିବ୍ୟା ଦତ୍ତା:-

ଆପଣଙ୍କୁ କହିରଖୁଛୁ ଯେ, ଅଭିନେତ୍ରୀ ଦିବ୍ୟା ଦତ୍ତା ମଧ୍ୟ ଏହି ତାଲିକାରେ ଅଛନ୍ତି । ତେବେ ୪୪ ବର୍ଷର ହୋଇ ସାରିଥିବା ଅଭିନେତ୍ରୀ ପୂର୍ବରୁ ନିଜେ କହିସାରିଛନ୍ତି କି ସେ ନିଶ୍ଚିତ ଭାବରେ ବିବାହ କରିବେ । ବାସ୍ତବରେ ସେ ନିଜ ପାଇଁ ଏକ ଭଲ ଜୀବନସାଥିର ଅପେକ୍ଷା କରି ବସିଛନ୍ତି । ଏହାସହ ସେ ନିଜେ କହିଛନ୍ତି ଯେ, ଭଲ ପୁଅ ନଥାନ୍ତି । ତେବେ ଏହା ଦେଖିବାକୁ ବାକି ରହିଲା କି ସେ କେବେ ବିବାହ କରିବେ ।

ଅମିଷା ପଟେଲ୍:-

ବାସ୍ତବରେ, ସୋସିଆଲ୍ ମିଡିଆରେ ନିଜର ଫିଟ୍ ଶରୀର ଏବଂ ଚାହାଣୀ ଦ୍ୱାରା ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତ୍ରୀ ଅମିଷା ପଟେଲ୍ ମଧ୍ୟ ଏପର୍ଯ୍ୟନ୍ତ ନିଜ ସ୍ଵପ୍ନର ରାଜକୁମାରଙ୍କୁ ଖୋଜି ପାରିନାହାଁନ୍ତି । ସେ କହନ୍ତି କି ମୋ ପାଇଁ ପୁଅ ଖୋଜି ଦିଅ ମୁଁ ବିବାହ କରିନେବି । ଅଭିନେତ୍ରୀଙ୍କୁ ପୁଅ ମିଳିବା ମାତ୍ରେ ସେ ବିବାହ କରିନେବେ ।

Leave a Reply

Your email address will not be published. Required fields are marked *