ମନୁଷ୍ୟର ଏହି ୫ଟି ଖରାପ ଅଭ୍ୟାସ ଯୋଗୁଁ ହ୍ରାସ ପାଇଥାଏ ରୋଗ ପ୍ରତିରୋଧକ ଶକ୍ତି !

କରୋନା ଯୋଗୁଁ ଲୋକମାନେ ବର୍ତ୍ତମାନ ସମୟରେ ପୂର୍ବ ଅପେକ୍ଷା ଅଧିକ ସତର୍କରେ ରହୁଛନ୍ତି । ଖାସ୍ କରି ଲୋକମାନେ ବର୍ତ୍ତମାନ ନିଜ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବା ପାଇଁ ବିଭିନ୍ନ ଘରଇ ଉପଚାର ପ୍ରୟୋଗ କରୁଛନ୍ତି । କିନ୍ତୁ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବା ପାଇଁ ଭଲ ଖାଦ୍ୟ ଗ୍ରହଣ କରିବା ସହିତ ଆପଣଙ୍କୁ ଏହା ମଧ୍ୟ ଜାଣିବା ନିହାତି ଆବଶ୍ୟକ ଯେ, କେଉଁ ସବୁ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିପାରେ । ଯଦି ଆପଣ ମଧ୍ୟ ନିଜ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଛନ୍ତି, ତେବେ ଏହି ୫ଟି ଅଭ୍ୟାସରୁ ଦୁରେଇ ରହନ୍ତୁ । ତେବେ ଚାଲନ୍ତୁ ସେହି ଅଭ୍ୟାସ ଗୁଡ଼ିକ ବିଷୟରେ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

୧) ମଦ –

google

ଅଳ୍ପ ମାତ୍ରାରେ ମଦ୍ୟପାନ କରିଲେ ଅଧିକ କିଛି କ୍ଷତି ହେବନାହିଁ କିନ୍ତୁ ଆବଶ୍ୟକତା ଠାରୁ ଅଧିକ ମଦ୍ୟପାନ କରିଲେ, ରୋଗ ପ୍ରତିରୋଧକ ଶକ୍ତିକୁ ବିଗାଡ଼ି ପାରେ । ଅତ୍ୟଧିକ ମଦ୍ୟପାନ ଓ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟରେ ଏଭଳି ସମ୍ପର୍କ ରହିଛି ଯାହା ଦୀର୍ଘଦିନ ଧରି ଚାଲି ରହିଥାଏ । ଏହା ଯୋଗୁଁ ନିମୋନିଆ, ଶ୍ୱାସ ନଳୀରେ ସଂକ୍ରମଣ, ହେବାର ସମସ୍ୟା ଦେଖା ଯାଇପାରେ ଏବଂ ଏହି କାରଣରୁ କରୋନା ଭାଇରସ୍ ର ଆକ୍ରମଣର ଆଶଙ୍କା ମଧ୍ୟ ବଢ଼ିପାରେ ।

୨) ଲୁଣ –

google

ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପର ସମସ୍ୟା ସୃଷ୍ଟି ହୋଇଥାଏ । କିନ୍ତୁ ଜର୍ମାନୀର ୟୁନିଭରର୍ସିଟି ହସ୍ପିଟାଲ ଅଫ ବନ୍ ଏକ ନୂଆଁ ଅଧ୍ୟୟନ ଅନୁସାରେ ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ । ସୋଡ଼ିଅମର ମାତ୍ରା ଅଧିକ ଯୋଗୁଁ ଶରୀରର ବ୍ୟାକ୍ଟେରିଆ ସହିତ ଲଢ଼ିବାକୁ କ୍ଷମତା କମିବାକୁ ଲାଗିଥାଏ ।

୩) ଚିନି –

google

ଖାଦ୍ୟରେ ଚିନିର ମାତ୍ରା କମ୍ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ନିୟନ୍ତ୍ରଣରେ ରହିଥାଏ । ଅଧିକାଂଶ ଲୋକମାନେ ସକାଳେ ଉଠିବା ମାତ୍ରେ ଅତି କମରେ ୫୦ରୁ ୧୦୦ ଗ୍ରାମ ସେବନ କରିଦିଅନ୍ତି । ଯାହାଦ୍ୱାରା ଶରୀରରେ ବ୍ୟାକ୍ଟେରିଆକୁ ରକୁଥିବା ପ୍ରତିରକ୍ଷା କୋଷିକାର କ୍ଷମତା କମି ଯାଇଥାଏ ।

୪) ଆଣ୍ଟିଇଂଫ୍ଲାମେସନ୍ –

ଅଧିକ ମାତ୍ରାରେ କ୍ୟାଫିନରେ ସେବନ ଯୋଗୁଁ ଶରୀରରେ ଫୁଲା ସୃଷ୍ଟି ହୋଇଥାଏ । ଏହା ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇଯାଇଥାଏ । ନିଜ ଡ଼ାଇଟରେ ସଡ଼ା ଓ କୌଣସି ପ୍ରକାରର ଏନର୍ଜୀ ଡ୍ରିଙ୍କକୁ ସାମିଲ କରନ୍ତୁ ନାହିଁ । ଶୋଇବା ୬ ଘଣ୍ଟା ପୂର୍ବରୁ କ୍ୟାଫିନ୍ ସେବନ କରନ୍ତୁ ନାହିଁ ।

୫) ଫାଇବର –

google

ଫାଇବର ଦ୍ୱାରା ପାଚନ ତନ୍ତ୍ର ଠିକ୍ ରହିଥାଏ ଏବଂ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାର କାମ କରିଥାଏ । ଫାଇବର ଏବଂ ଫ୍ରି ବାୟଟିକ୍ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ ଏବଂ ଶରୀରକୁ ଭାଇରସ୍ ଠାରୁ ବଞ୍ଚାଇ ଥାଏ । ନିଜ ଡ଼ାଇଟରେ ଫଳ, ସବୁଜ ପନିପରିବା ଓ ଶସ୍ୟ ଜାତୀୟ ପରିବା ସାମିଲ କରନ୍ତୁ ।

Be the first to comment

Leave a Reply

Your email address will not be published.


*