ଛାଡ଼ପତ୍ର ପରେ ପୁରାପୁରି ଭାଙ୍ଗି ପଡ଼ିଥିଲେ ଏହି ୫ ଜଣ ଅଭିନେତ୍ରୀ ! ବର୍ତ୍ତମାନ ବାପାଙ୍କ ସହିତ ରହି ଝିଅର କର୍ତ୍ତବ୍ୟ ପାଳନ କରୁଛନ୍ତି :-

ଛାଡ଼ପତ୍ର ପରେ ପୁରାପୁରି ଭାଙ୍ଗି ପଡ଼ିଥିଲେ ଏହି ୫ ଜଣ ଅଭିନେତ୍ରୀ ! ବର୍ତ୍ତମାନ ବାପାଙ୍କ ସହିତ ରହି ଝିଅର କର୍ତ୍ତବ୍ୟ ପାଳନ କରୁଛନ୍ତି :-

ବିବାହ ପରେ ଛାଡ଼ପତ୍ର ହେବା ଅତି ଦୁଃଖଦ ହୋଇଥାଏ । ଖାସକରି ମହିଳା ମାନଙ୍କୁ ଛାଡ଼ପତ୍ର ପରେ ଅନେକ କିଛି ସହିବାକୁ ପଡ଼ିଥାଏ । ଯଦି ବିବାହ ପରେ କୌଣସି ସନ୍ତାନ ଜନ୍ମ ହୁଏ ତେବେ ତାହାର ଦାୟିତ୍ୱ ଏକୁଟିଆ ନେବାକୁ ପଡ଼ିଥାଏ । ଏହିପରି ଅନେକ ମହିଳା ଛାଡ଼ପତ୍ର ପରେ ସାହାଯ୍ୟ ପାଇଁ ବାପ ଘରକୁ ଚାଲିଯାଆନ୍ତି । ଏପରି ଅବସ୍ଥା ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ଏବଂ ସେଲିବ୍ରିଟିଙ୍କ ପକ୍ଷରେ ମଧ୍ୟ ହୋଇଥାଏ । ତାଙ୍କ ପାଖରେ ହୁଏତ ବହୁତ ଟଙ୍କା ଥାଏ କିନ୍ତୁ ଇମୋସନାଲ ସପୋର୍ଟ ପାଇଁ ସେମାନେ ଛାଡ଼ପତ୍ର ପରେ ନିଜ ବାପ ଘରେ ରହିବା ହିଁ ଉପଯୁକ୍ତ ମନେ କରନ୍ତି ।

ସୁନୈନା ରୋଶନ :-

newstrend

ସୁନୈନା ରୋଶନ ବଲିଉଡ଼ର ପ୍ରସିଦ୍ଧ ଅଭିନେତା ଏବଂ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଝିଅ ଅଟନ୍ତି । ଅର୍ଥାତ ସେ ହ୍ରୀତିକ୍ ରୋଶନଙ୍କ ଭଉଣୀ ଅଟନ୍ତି । ସୁନୈନା ରୋଶନ ଦୁଇଥର ବିବାହ କରି ସାରିଛନ୍ତି କିନ୍ତୁ ଦୁଇ ଥର ହିଁ ସେ ସମ୍ପର୍କରୁ ବଞ୍ଚିତ ହୋଇଛନ୍ତି । ସେ ପ୍ରଥମେ ଆଶୀଷ ସୋନୀ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ କିନ୍ତୁ ୨୦୦୦ ମସିହାରେ ଦୁହିଁଙ୍କର ଛାଡ଼ପତ୍ର ହୋଇଥିଲା । ଏହାପରେ ସୁନୈନା ରୋଶନ ମୋହନ ନାଗରଙ୍କୁ ପସନ୍ଦ କରିଥିଲେ ଏବଂ ୨୦୦୯ରେ ବିବାହ କରିଥିଲେ । ଏହି ବିବାହରେ ମଧ୍ୟ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା ତେଣୁ ସେ ନିଜ ସ୍ଵାମୀଙ୍କୁ ଛାଡ଼ି ନିଜ ବାପା ରାକେଶ ରୋଶନଙ୍କ ସହିତ ରହୁଛନ୍ତି ।

ସୁଜୈନ୍ ଖାନ୍ :-

newstrend

ସୁଜୈନ୍ ଖାନ୍ ବଲିଉଡ଼ର ୭୦ ଦଶକର ହିରୋ ସଞ୍ଜୟ ଖାନଙ୍କ ଝିଅ ଅଟନ୍ତି । ସୁଜୈନ ଖାନ୍ ଏବଂ ହ୍ରୀତିକଙ୍କ ବିବାହ ୨୦୦୦ ମସିହାରେ ହୋଇଥିଲା । ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ପରେ ବିବାହରେ ସମସ୍ୟା ଆସିବା କାରଣରୁ ହ୍ରୀତିକ୍ ଏବଂ ସୁଜୈନ୍ ଖାନ୍ ୨୦୧୪ରେ ଛାଡ଼ପତ୍ର ଦେଇଥିଲେ । ଛାଡ଼ପତ୍ର ପରେ ସୁଜୈନ୍ ଖାନ୍ ନିଜ ବାପା ସଞ୍ଜୟ ଖାନଙ୍କ ଘରେ ରହନ୍ତି । ଛାଡ଼ପତ୍ର ପରେ ମଧ୍ୟ ସୁଜୈନ୍ ଖାନ୍ ଏବଂ ହ୍ରୀତିକ୍ ଖୁବ୍ ଭଲ ସାଙ୍ଗ ଅଟନ୍ତି । ସେମାନେ ପରସ୍ପର ମଧ୍ୟରେ ଭଲ ବୁଝାମଣା ଦ୍ଵାରା ହିଁ ଛାଡ଼ପତ୍ର ଦେଇଥିଲେ । ସୁଜୈନ୍ ଖାନ୍ ନିଜ ପୁଅକୁ କେବେ କେବେ ଦେଖା କରିବାକୁ ମଧ୍ୟ ଆସନ୍ତି ।

ସୌନ୍ଦର୍ଜ୍ୟା ରଜନୀକାନ୍ତ :-

ସୌନ୍ଦର୍ଜ୍ୟା ଦକ୍ଷିଣ ଇଣ୍ଡଷ୍ଟ୍ରି ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଅଟନ୍ତି । ରଜନୀକାନ୍ତଙ୍କର ଦୁଇଟି ଝିଅ ଅଛନ୍ତି । ଏଥିରେ ସୌନ୍ଦର୍ଜ୍ୟା ୨୦୧୦ ମସିହାରେ ଅଶ୍ୱିନ ରାଜକୁମାରଙ୍କୁ ବିବାହ କରିଥିଲେ । ଉଭୟଙ୍କର ମଧ୍ୟ ବିବାହ ହୋଇଥିଲା । ପରେ କିଛି ବ୍ୟକ୍ତିଗତ କାରଣରୁ ୨୦୧୭ ରେ ଦୁହିଙ୍କ ଛାଡପତ୍ର ହୋଇଥିଲା । ଛାଡପତ୍ର ପରେ ସୌନ୍ଦର୍ଜ୍ୟା ତାଙ୍କ ପିତା ରଜନୀକାନ୍ତଙ୍କ ଘରେ ରହିବାକୁ ଲାଗିଲେ ।

ପୂଜା ବେଦୀ :-

newstrend

ଅଭିନେତ୍ରୀ ପୂଜା ବେଦୀ ଗତ ଦିନର ଜଣାଶୁଣା ଅଭିନେତା ଏବଂ ବର୍ତ୍ତମାନର ପ୍ରଖ୍ୟାତ ବିଜନେସ୍ ମ୍ୟାନ କବୀର ବେଦୀଙ୍କ ଝିଅ ଅଟନ୍ତି । ପୂଜା ୧୯୯୪ରେ ଫରହାନ ଫର୍ନିଚରୱାଲାଙ୍କୁ ବିବାହ କରିଥିଲେ । ଏହାପରେ ୨୦୧୩ରେ ଦୁହିଁଙ୍କର ଛାଡ଼ପତ୍ର ହୋଇଯାଇଥିଲା । ଏହାପରେ ତାଙ୍କର ଦୁଇ ସନ୍ତାନ ଅଲାୟା ଏବଂ ଅମର ଫର୍ନିଚରୱାଲା ଜନ୍ମ ହୋଇଥିଲେ । ଛାଡ଼ପତ୍ର ପରେ ପୂଜାଙ୍କ ନାମ ଅନେକ ଷ୍ଟାରଙ୍କ ସହିତ ଯୋଡ଼ି ଥିଲା କିନ୍ତୁ କାହାରି ସହିତ ତାଙ୍କ ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଂଚି ପାରି ନଥିଲା । ଏହିପରି ପୂଜା ଛାଡ଼ପତ୍ର ଦେବା ପରଠାରୁ ହିଁ ନିଜ ପିତା କବୀର ବେଦୀଙ୍କ ସହିତ ରହନ୍ତି । ଆଶ୍ଚର୍ଯ୍ୟର କଥା ଏହା ଯେ ପୂଜାଙ୍କ ବାପା କବୀର ବେଦୀଙ୍କର ମଧ୍ୟ ଦୁଇ ଦୁଇଥର ଛାଡ଼ପତ୍ର ହୋଇ ସାରିଛି । ଏବଂ ବର୍ତ୍ତମାନ ସେ ତୃତୀୟ ବିବାହରେ ଅଛନ୍ତି ।

କରିଶ୍ମା କପୂର :-

:-

newstrend

୯୦ ଦଶକର ପ୍ରସିଦ୍ଧ ଏବଂ ସୁନ୍ଦରୀ ଅଭିନେତ୍ରୀ କରିଶ୍ମା କପୂରଙ୍କ ଭାଗ୍ୟ ମଧ୍ୟ ବିବାହ ମାମଲାରେ ଖରାପ ରହିଛି । କରିଶ୍ମା କପୂର ରଣଧୀର କପୂରଙ୍କ ଝିଅ ଅଟନ୍ତି । କରିଶ୍ମା ୨୦୦୩ରେ ସଞ୍ଜୟ କପୂରଙ୍କୁ ବିବାହ କରିଥିଲେ କିନ୍ତୁ ୨୦୧୬ରେ ଦୁହିଁଙ୍କର ଛାଡ଼ପତ୍ର ହୋଇଯାଇଥିଲା । ତାଙ୍କ ଛାଡ଼ପତ୍ରର ଖବର ସେତେବେଳେ ମିଡିଆରେ ଖୁବ୍ ଚର୍ଚ୍ଚାକୁ ଆସିଥିଲା । ତାଙ୍କର ଦୁଇ ସନ୍ତାନ ସମୀରା ଏବଂ କିୟାନ୍ ଛାଡ଼ପତ୍ର ପରେ କରିଶ୍ମାଙ୍କ ସହିତ ହିଁ ରହନ୍ତି । ଏବଂ କରିଶ୍ମା ନିଜ ବାପା ରଣଧୀର କପୂରଙ୍କ ସହିତ ରହନ୍ତି ।

Leave a Reply

Your email address will not be published. Required fields are marked *