ଛୋଟ ଡ୍ରେସ୍ ପିନ୍ଧିବାକୁ ଘୃଣା କରନ୍ତି ଏହି ୫ ଜଣ ଟିଭି ଅଭିନେତ୍ରୀ । ଶରୀର ଦେଖାଇବା ଏମାନଙ୍କୁ ମୋଟେ ପସନ୍ଦ ନୁହଁ !

ଛୋଟ ଡ୍ରେସ୍ ପିନ୍ଧିବାକୁ ଘୃଣା କରନ୍ତି ଏହି ୫ ଜଣ ଟିଭି ଅଭିନେତ୍ରୀ । ଶରୀର ଦେଖାଇବା ଏମାନଙ୍କୁ ମୋଟେ ପସନ୍ଦ ନୁହଁ !

ଟିଭି ଅଭିନେତ୍ରୀ ମାନଙ୍କ ମଧ୍ୟରେ ବହୁତ ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି । ଏହି ଅଭିନେତ୍ରୀ ମାନେ ଧାରାବାହିକରେ କାମ କରି ଘରେ ଘରେ ପ୍ରସିଦ୍ଧ ହୋଇ ପାରିଛନ୍ତି । ବର୍ତ୍ତମାନ ଏହି ଅଭିନେତ୍ରୀ ମାନଙ୍କର ଫ୍ୟାନ୍ ଫଲୋଇଂ କୌଣସି ବଲିଉଡ଼ ଅଭିନେତ୍ରୀ ମାନଙ୍କ ଠାରୁ କମ୍ ନୁହେଁ । ଏହି ଅଭିନେତ୍ରୀ ମାନେ ତାଙ୍କର ଅଭିନୟର ପ୍ରତିଭା ଦ୍ୱାରା ବଡ ବଡ ବଲିଉଡ଼ ଅଭିନେତ୍ରୀ ମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ବଲିଉଡ଼ର ଏହି ଅଭିନେତ୍ରୀ ମାନେ ପ୍ରମାଣ କରିଦେଇଛନ୍ତି ଯେ ଗ୍ଲାମରିୟସ୍ ଦେଖାଯିବା ପାଇଁ ଛୋଟ ଡ୍ରେସ୍ ପିନ୍ଧିବା ନିହାତି ଆବଶ୍ୟକ ନୁହେଁ । ଏହିପରି କହିବାକୁ ଗଲେ ଅଭିନେତ୍ରୀ ମାନେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ହେବାପାଇଁ ଛୋଟ କପଡ଼ା ପିନ୍ଧିବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ କିନ୍ତୁ ଆଜିର ଆମର ଏହି ପୋଷ୍ଟରେ ଆମେ ଆପଣଙ୍କୁ ସେହି ଟିଭି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଛୋଟ ଡ୍ରେସ୍ ପିନ୍ଧିବାକୁ ବହୁତ ଘୃଣା କରନ୍ତି ।

* ଦିବ୍ୟଙ୍କା ତ୍ରିପାଠୀ :-

google

ଦିବ୍ୟଙ୍କା ତ୍ରିପାଠୀଙ୍କ ନାମ ଟିଭିର ସବୁଠାରୁ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ତାଲିକାରେ ସାମିଲ ହୋଇଥାଏ । ବର୍ତ୍ତମାନ ସେ ଷ୍ଟାର୍ ପ୍ଲସର ‘ ୟେ ହେ ମୋହବତେ ‘ରେ ଇଶିତା ଭଲ୍ଲାର ଭୂମିକାରେ ଅଭିନୟ କରୁଛନ୍ତି । ଆଜି ତାଙ୍କର ଫ୍ୟାନ ଫଲୋଇଂ କୌଣସି ପ୍ରସିଦ୍ଧ ବଲିଉଡ଼ ଅଭିନେତ୍ରୀଙ୍କ ଠାରୁ କମ ନୁହେଁ । ଦିବ୍ୟଙ୍କା ତ୍ରିପାଠୀ ତାଙ୍କ କ୍ୟାରିଆରର ଆରମ୍ଭ ‘ ବନୁ ମେ ତେରୀ ଦୁଲହନ୍ ‘ ଧାରାବାହିକରୁ ଆରମ୍ଭ କରିଥଲେ । ଗ୍ଲାମର୍ ଇଣ୍ଡଷ୍ଟ୍ରିରେ କାମ କରିବାର ଏତେ ବର୍ଷ ପରେ ମଧ୍ୟ ସେ କେବେ ଛୋଟ ଡ୍ରେସକୁ ଛୁଇଁ ନାହାନ୍ତି ।

* ପରିଧି ଶର୍ମା :-

google

ପରିଧି ଶର୍ମା ଜି ଟିଭିର ଲୋକପ୍ରିୟ ଧାରାବାହିକ ‘ ଯୋଦ୍ଧା ଆକବର ‘ରେ ଯୋଦ୍ଧାଙ୍କ ଭୂମିକାରେ ଅଭିନୟ କରିଥିଲେ । ସେ ପରଦାରେ ଯୋଦ୍ଧାଙ୍କ ଭୂମିକାକୁ ଖୁବ୍ ଭଲ ଭାବରେ ସମ୍ପାଦନ କରିଥିଲେ । ୨୦୧୬ରେ ମାଆ ହେବା ପରେ ସେ ଛୋଟ ପରଦାରୁ ଦୂରେଇ ଯାଇଥିଲେ । ବର୍ତ୍ତମାନ ସେ ସୋନି ର ଧାରାବାହିକ ‘ ପଟିଆଲା ବେବ୍ସ ‘ ରେ ପୁଣି ଥରେ ଲୋକଲୋଚନକୁ ଆସିଛନ୍ତି । ତେବେ ପରିଧି ମଧ୍ୟ ଆଜି ପର୍ଯ୍ୟନ୍ତ ଛୋଟ ଡ୍ରେସ୍ କେବେ ପିନ୍ଧି ନାହାନ୍ତି କି କେବେ ଅଙ୍ଗ ପ୍ରଦର୍ଶନ ମଧ୍ୟ କରି ନାହାନ୍ତି ।

* କ୍ରତିକା ସେଂଗର :-

google

କ୍ରତିକା ସେଂଗର ଟିଭି ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଏବଂ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ‘ ପୁନର୍ବିବାହ ‘, ‘ ଝାନ୍ସି କି ରାଣୀ ‘, ‘ କସମ୍ ତେରୀ ପ୍ୟାର କି ‘ ଏବଂ ‘ ସର୍ଭିସ ବାଲି ବୋହୂ ‘ ଭଳି ବହୁତ ଧାରାବାହିକରେ କାମ କରି ସାରିଛନ୍ତି । କ୍ରତିକା ସେଂଗର ସବୁବେଳେ ଛୋଟ ଡ୍ରେସ୍ ପିନ୍ଧିବାକୁ ମନାକରି ଆସିଛନ୍ତି । କେବଳ ଏତିକି ନୁହେଁ ତାଙ୍କୁ ଧାରାବାହିକ ରେ ଇଣ୍ଟିମେଟ ସିନ ଦେବା ମଧ୍ୟ ପସନ୍ଦ ନୁହେଁ । ସେ ତାଙ୍କର ନିର୍ଦେଶକଙ୍କୁ ଧାରାବାହିକରେ କୌଣସି ଇଣ୍ଟିମେଟ୍ ସିନ୍ କରିବେ ନାହିଁ ବୋଲି ପ୍ରଥମରୁ ହିଁ କହି ଦେଇଥାନ୍ତି ।

ଆଲିଶା ପୱାର୍ :-

google

ଆଲିଶା ପୱାର୍ ମଧ୍ୟ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ‘ ଇସ୍କ ମେ ମରଜାୱା ‘, ‘ ଜମାଇ ରାଜା ‘, ‘ ଥପକୀ ପ୍ୟାର୍ କି ‘ ଭଳି ଧାରାବାହିରେ ଲୋକଲୋଚନକୁ ଆସି ସାରିଛନ୍ତି । ୨୩ ବର୍ଷୀୟ ଆଲିଶା ତାଙ୍କର ସରଳତା ପାଇଁ ବେଶ ପରିଚିତ ଅଟନ୍ତି । ସେ କେବେ ସଫଳ ହେବା ପାଇଁ ବୋଲ୍ଦନେସର ସହାରା ନେଇ ନାହାନ୍ତି । ଆଲିଶା ମଧ୍ୟ ଛୋଟ ଡ୍ରେସ୍ ପିନ୍ଧିବାକୁ ସଫା ସଫା ମନା କରିଦିଅନ୍ତି ।

* ଦୀପିକା କକ୍କଡ଼ :-

google

ଧାରାବାହିକ ‘ ସସୁରାଲ ସିମର୍ କା ‘ରେ ସୀମରର ଭୂମିକାରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଦୀପିକା କକ୍କଡ଼ ନିକଟରେ ବିଗ ବୋସ୍ ଶୋ’ର ବିଜେତା ହୋଇଛନ୍ତି । ଦୀପିକା କକ୍କଡ଼ ଗତ ବର୍ଷ ଟିଭି ଅଭିନେତା ଶୋଏବ ଇବ୍ରାହିମଙ୍କୁ ବିବାହ କରିଥିଲେ । ଦୀପିକା କକ୍କଡ଼ ଆଜି ମଧ୍ୟ ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଟନ୍ତି କିନ୍ତୁ ସେ ଅଙ୍ଗ ପ୍ରଦର୍ଶନ କରିବାକୁ ପସନ୍ଦ କରନ୍ତି ନାହିଁ । ସେ ଏପରି ସମସ୍ତ ସୁଯୋଗକୁ ମନା କରିଦିଅନ୍ତି ଯେଉଁଥିରେ ତାଙ୍କୁ ଅଙ୍ଗ ପ୍ରଦର୍ଶନ କରିବାକୁ କୁହାଯାଇଥାଏ ।

Leave a Reply

Your email address will not be published. Required fields are marked *