ପୁରାପୁରି ମାଧୁରୀ ଦୀକ୍ଷିତଙ୍କ ଭଳି ଦେଖାଯାନ୍ତି ଏହି ୫ଜଣ ଅଭିନେତ୍ରୀ ! ଜଣେ ଅଟନ୍ତି ଧକ୍-ଧକ୍ ଗାର୍ଲଙ୍କ ପୂରାପୂରି ନକଲ…

ପୁରାପୁରି ମାଧୁରୀ ଦୀକ୍ଷିତଙ୍କ ଭଳି ଦେଖାଯାନ୍ତି ଏହି ୫ଜଣ ଅଭିନେତ୍ରୀ ! ଜଣେ ଅଟନ୍ତି ଧକ୍-ଧକ୍ ଗାର୍ଲଙ୍କ ପୂରାପୂରି ନକଲ…

ହିନ୍ଦୀ ସିନେମାରେ ନିଜ ସୁନ୍ଦରତା, ନୃତ୍ୟ ଓ ଶୈଳୀରୁ ସବୁଠାରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଆଜି ୫୪ ବର୍ଷର ହୋଇଗଲେଣି । ମାଧୁରୀଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ବଲିଉଡ଼ରେ ମାଧୁରୀ ଖୁବ୍ ସୁନାମ ଅର୍ଜନ କରିଛନ୍ତି ।

ମାଧୁରୀ ଦୀକ୍ଷିତ ଗତ ପାଖପାଖି ୩୭ ବର୍ଷରୁ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଅଛନ୍ତି । ଗତ ଦୀର୍ଘ ଫିଲ୍ମୀ ‘କ୍ୟାରିୟର୍’ରେ ମାଧୁରୀ ଅନେକ ପ୍ରକାର ଚରିତ୍ର ବହନ କରିଛନ୍ତି । ସେ ବଲିଉଡ଼ର ସେହି ଅଭିନେତ୍ରୀ ମଧ୍ୟରେ ନିଜ ସ୍ଥାନ ରଖନ୍ତି ଯାହା ସମ୍ପୂର୍ଣ୍ଣ ଜଗତରେ ପରିଚୟ ରଖନ୍ତି । ଆସନ୍ତୁ ଆଜି ଆପଣଙ୍କୁ ୫ଟି ଅଭିନେତ୍ରୀଙ୍କ ସହ ଭେଟାଇବୁ ଯେଉଁମାନେ ଚେହେରାରୁ ମାଧୁରୀଙ୍କ ଭଳି ଦେଖାଯାନ୍ତି…

ନିକି ବାଲିୟା…

ନିକି ବାଲିୟା ଜଣେ ଟିଭି ଅଭିନେତ୍ରୀ ଅଟନ୍ତି ଏବଂ ସେ ଦେଖିବାକୁ ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଭଳି ନଜର ଆସନ୍ତି । ନିକିଙ୍କୁ ମାଧୁରୀ ଦୀକ୍ଷିତଙ୍କ କାର୍ବନ୍ କପି ବୋଲି କୁହାଯାଏ । କିଛି ଫଟୋରେ ନିକି ପୁରାପୁରି ମାଧୁରୀ ଭଳି ଦେଖାଯାନ୍ତି । କିଛି ଥର ଲୋକମାନେ ତାଙ୍କୁ ଦେଖି ଭ୍ରମିତ ହୋଇଯାନ୍ତି । ନିଜର ଏକ ସାକ୍ଷାତକାରରେ ନିକି ଖୁଲାସା କରିଥିଲେ ମାଧୁରୀ ତାଙ୍କୁ ଏହା କହିଥିଲେ, ଯେ ଲୋକମାନେ ତାଙ୍କ ତୁଳନା ମାଧୁରୀଙ୍କ ସହିତ କରନ୍ତି ।

ଫରହୀନ୍…

ଅଭିନେତ୍ରୀ ଫରହୀନ୍ ଦିଗଜ୍ଜ ଅଭିନେତା ଅକ୍ଷୟ କୁମାରଙ୍କ ସହିତ କାମ କରୁଛନ୍ତି । ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ସୈନିକ୍’ରେ ଫରହୀନ୍ ‘ଖିଲାଡ଼ି କୁମାର୍’ ଭଉଣୀଙ୍କ ଚରିତ୍ରରେ ନଜର ଆସିଥିଲେ । ଭାରତର ପୂର୍ବତନ କ୍ରିକେଟର୍ ମନୋଜ୍ ପ୍ରଭାକରଙ୍କୁ ବିବାହ କରିବା ପରେ ଚଳଚ୍ଚିତ୍ର ଜଗତକୁ ଫରହୀନ୍ ବିଦାୟ କହି ଦେଇଥିଲେ । ଫରହୀନ୍ ମଧ୍ୟ ଦେଖିବାକୁ ମାଧୁରୀଙ୍କ ଭଳି ଲାଗନ୍ତି । ଏଥିପାଇଁ ସେ ୯୦ ଦଶକରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି । ଫରହୀନ୍ ବର୍ତ୍ତମାନ ଜଣେ ମହିଳା ଉଦ୍ୟୋଗପତି ଅଟନ୍ତି ।

ଅଶ୍ୱିନୀ ଭାବେ…

ଅଶ୍ୱିନୀ ଭାବେ ଅନେକଗୁଡ଼ିଏ ବଲିଉଡ଼ ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ଅଶ୍ୱିନୀ ଭାବେ ନିଜ ‘ଫିଲ୍ମୀ କ୍ୟାରିୟର୍’ର ଶୁଭାରମ୍ଭ ଚଳଚ୍ଚିତ୍ର ‘ହିନା’ରୁ କରିଥିଲେ । ଅଶ୍ୱିନୀଙ୍କ ଚେହେରା ମଧ୍ୟ ମାଧୁରୀ ଦୀକ୍ଷିତଙ୍କ ଭଳି ଦେଖାଯାଏ । ସେପଟେ ଦୁହିଁଙ୍କ ହସ ପୁରାପୁରି ଏକାଭଳି ଲାଗେ । ଜଣାଇଦେଉଛୁ ଯେ, ଅଶ୍ୱିନୀ ଭାବେ ବର୍ତ୍ତମାନ ଆମେରିକାରେ ରୁହନ୍ତି । ବାହାଘର ପରେ ସେ ସ୍ୱାମୀଙ୍କ ସହିତ ବିଦେଶରେ ସେଟଲ୍ ହୋଇଯାଇଥିଲେ । ସେମିତିରେ ବିଶେଷ କଥାଟି ଏହିକିଯେ, ଅଶ୍ୱିନୀ ଓ ମାଧୁରୀଙ୍କ ମଧ୍ୟରେ ବନ୍ଧୁତା ଅଛି । ନିଜ ସମୟରେ ଅଶ୍ୱିନୀ ହିନ୍ଦୀ ସିନେମାରେ ଭଲ ସୁନାମ ଅର୍ଜନ କରିଛନ୍ତି ।

ଅନ୍ତରା ମାଲି…

ଅନ୍ତରା ମାଲି ଆଜି ଅଚିହ୍ନା ଭାବେ ନିଜ ଜୀବନ ବ୍ୟତୀତ କରୁଛନ୍ତି, ଯଦିଓ ଏକ ସମୟ ଥିଲା ଯେତେବେଳେ ସେ ମାଧୁରୀ ଦୀକ୍ଷିତଙ୍କ କାରଣରୁ ଖବରରେ ଥିଲେ । ବଲିଉଡ଼ର ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ନଜର ଆସିଥିବା ଅନ୍ତରା ମାଲି ବଲିଉଡ଼ରେ ମାଧୁରୀ ଦୀକ୍ଷିତ ହେବାର ସ୍ୱପ୍ନ ନେଇ ଆସିଥିଲେ ଏବଂ ସେ ‘ମାଧୁରୀ ଦୀକ୍ଷିତ ବନନା ଚାହତି ହୁ’ ନାମକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ । ଏହି ଚଳଚ୍ଚିତ୍ର ୨୦୦୩ରେ ଆସିଥିଲା, କିନ୍ତୁ ସେ ସଫଳତାରୁ ଖୁବ୍ ଦୂରରେ ଅଛନ୍ତି । ସେ ମାଧୁରୀ ଦୀକ୍ଷିତଙ୍କ ଭଳି ଦେଖାଯିବା ଯୋଗୁଁ ଅଧିକ ଚର୍ଚ୍ଚାରେ ରୁହନ୍ତି । ଯେବେକି ତାଙ୍କ କ୍ୟାରିୟର୍ ଫ୍ଲପ୍ ଥିଲା ।

ଲବଲୀନ୍…

ମାଧୁରୀ ଦୀକ୍ଷିତଙ୍କ ଭଳି ଦେଖାଯାଉଥିବା ଅଭିନେତ୍ରୀଙ୍କ ସୂଚୀରେ ଲବଲୀନଙ୍କ ନାମ ମଧ୍ୟ ଆସେ । ଲବଲୀନ୍ ଦେଖିବାକୁ ବହୁତ ବୋଲ୍ଡ ଏବଂ ଆକର୍ଷକ ଅଟନ୍ତି । ସେପଟେ ତାଙ୍କ ଚେହେରା ମାଧୁରୀ ଦୀକ୍ଷିତଙ୍କ ଭଳି ଦେଖାଯାଏ । ଲବଲୀନ୍ ଅନେକଗୁଡିଏ ଚଳଚ୍ଚିତ୍ରରେ କାମ କରିଛନ୍ତି, ଏବଂ ସେ ଅନେକ ଗୁଡ଼ିଏ ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି । ଲବଲୀନଙ୍କୁ ଦେଖିଲେ ତାଙ୍କ ମଧ୍ୟରେ ମାଧୁରୀଙ୍କ ଛବି ସ୍ପଷ୍ଟ ଝଲକ୍ ଆସେ । କିନ୍ତୁ ଲବଲୀନ୍ କେବେ ଏହାକୁ ସେତିକି ଧ୍ୟାନ ନଦେଇ ସର୍ବଦା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ।

Leave a Reply

Your email address will not be published. Required fields are marked *