ଏହି ୫ ଜଣ ଅଭିନେତା ଘରେ ବସିବେ କିନ୍ତୁ କାମର ଭିକ୍ଷା କେବେ ମଧ୍ୟ ମାଗିବେ ନାହିଁ !

ବଲିଉଡ଼ରେ ଏପରି ଅନେକ ଅଭିନେତା ଅଛନ୍ତି ଯେଉଁମାନଙ୍କୁ କାମ ମିଳିବା ପ୍ରାୟ ବନ୍ଦ ହୋଇ ଯାଇଛି ଏବଂ ସେମାନେ ଏକ ବଡ଼ ବଡ଼ ଅନ୍ତରାଳ ପରେ କେବେ କେବେ ପରଦାରେ ନଜର ଆସିଯାଇଥାନ୍ତି । ପ୍ରକୃତରେ ଆଜିକାଲି ଏତେ ଜଣ ଯୁବ କଳାକାର ଆସି ଯାଇଛନ୍ତି ଯେ ଏବେ ଏହି ଅଭିନେତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ଆଗ୍ରହ ମଧ୍ୟ କମି ଯାଇଛି । କିନ୍ତୁ ତାଙ୍କ ଫ୍ୟାନ ମାନେ ଆଜି ମଧ୍ୟ ଏମାନଙ୍କୁ କାମ କରୁଥିବାର ଦେଖିବାକୁ ପସନ୍ଦ କରନ୍ତି । ବଲିଉଡ଼ରେ ପ୍ରାୟ କାମ ମାଗିବା ପରେ ହିଁ କାମ ମିଳିଥାଏ । ଯେଉଁଠି କିଛି ଅଭିନେତା କାମ ମାଗିବାରେ ଲାଜ କରନ୍ତି ନାହିଁ । ପୁଣି କିଛି ଅଭିନେତା ଏପରି ମଧ୍ୟ ଅଛନ୍ତି ଯେଉଁ ମାନଙ୍କୁ ଖାଲିରେ ଘରେ ବସି ଟିଭି ଦେଖିବା ପସନ୍ଦ କିନ୍ତୁ ସେମାନେ କେବେ ମଧ୍ୟ କୌଣସି ନିର୍ମାତାଙ୍କ ପାଖରେ କାମ ମାଗିବାକୁ ଯାଆନ୍ତି ନାହିଁ । ଆଜିକାର ଏହି ଆର୍ଟିକଲ ଆମେ ଆପଣଙ୍କୁ ବଲିଉଡ଼ର ୫ ଜଣ ସ୍ୱାଭିମାନି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ।

ସନୀ ଦେଓଲ :-

google

୯୦ ଦଶକ ସମୟରେ ସନୀ ଦେଓଲ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥିଲେ । ସେ ସେତେବେଳେ ଜିଦ୍ଦି, ଘାତକ ଏବଂ ଗଦର ଭଳି ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ଷ୍ଟାରଡମ୍ ଯେପରି କେଉଁଠି ହଜି ଯାଇଛି । ସନୀ ଦେଓଲ ମଧ୍ୟ ୨୦୧୧ରେ ନିଜର ଶେଷ ହିଟ୍ ଫିଲ୍ମ ‘ ୟମଲା ପଗଲା ଦିୱାନା ‘ରେ କାମ କରିଥିଲେ । ଏହା ବ୍ୟତୀତ ସେ ଅନେକ ଆକ୍ସନ ଫିଲ୍ମରେ କାମ କରିଛନ୍ତି କିନ୍ତୁ ତାଙ୍କୁ ପୂର୍ବଭଳି ସଫଳତା ହାସଲ ହୋଇ ପାରିନାହିଁ । ଆଜି ସନୀଙ୍କ ପାଖରେ ଟଙ୍କାର କୌଣସି ଅଭାବ ନାହିଁ କିନ୍ତୁ ସେ ସାଧାରଣ ଜୀବନ ବଂଚିବାର ବିଶ୍ଵାସ କରନ୍ତି । ସେ ଆଜି ପର୍ଯ୍ୟନ୍ତ କେବେ କୌଣସି ନିର୍ମାତାଙ୍କ ଆଗରେ କାମର ଭିକ ମାଗି ନାହାନ୍ତି ।

ସୁନୀଲ ଶେଟ୍ଟୀ :-

google

କୌଣସି ଏକ ସମୟରେ ସୁନୀଲ ଶେଟ୍ଟୀଙ୍କ ନାମ ସୁପରଷ୍ଟାରଙ୍କ ଲିଷ୍ଟ ସାମିଲ ହେଉଥିଲା । ଲୋକଙ୍କ ମଧ୍ୟରେ ସୁନୀଲ ଶେଟ୍ଟୀ ଆକ୍ସନ ହିରୋ ଭାବରେ ପ୍ରସିଦ୍ଧ ଥିଲେ । ଦେଖିବାକୁ ସାଧାରଣ ଥିବା ସତ୍ୱେ ମଧ୍ୟ ନିଜର ସୁନ୍ଦର ଅଭିନୟ ଦ୍ଵାରା ସେ ଲୋକଙ୍କ ହୃଦୟ ଜିତି ପାରିଥିଲା । ନକରାତ୍ମକ ଚରିତ୍ର ହେଉ କିମ୍ବା ସକାରାତ୍ମକ ଚରିତ୍ର ହେଉ ସୁନୀଲ ଶେଟ୍ଟୀ ନିଜର ଅଭିନୟର ଯାଦୁ ସବୁ ଚରିତ୍ରରେ ପ୍ରଦର୍ଶନ କରିଥାନ୍ତି । ୨୦୦୧ରେ ଆସିଥିବା ଫିଲ୍ମ ‘ ଧଡ଼କନ ‘ ପାଇଁ ସୁନୀଲ ଶେଟ୍ଟୀଙ୍କୁ ବେଷ୍ଟ ଭିଲେନର ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳି ସାରିଥିଲା । କିନ୍ତୁ ବର୍ତ୍ତମାନ ସେ ଖୁବ୍ କମ୍ ଫିଲ୍ମରେ ନଜର ଆସନ୍ତି । ସୁନୀଲ ଶେଟ୍ଟୀ ନିଜର ପତ୍ନୀଙ୍କ ସହିତ ମିଶି ସାଇଡ଼ ବିଜେନସ୍ କରନ୍ତି ।

ବୋବୀ ଦେଓଲ :-

google

୯୦ ଦଶକର ବୋବୀ ଦେଓଲ ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି । ସେହି ସମୟରେ ସେ ଅନେକ ହିଟ୍ ଫିଲ୍ମରେ କାମ କରିଥିଲେ କିନ୍ତୁ ଆଜିର ସମୟରେ ତାଙ୍କ ପାଖରେ ଗୋଟିଏ ମଧ୍ ହିଟ୍ ଫିଲ୍ମ ନାହିଁ । ହୁଏତ ତାଙ୍କର ୨୦୧୧ରେ ଆସିଥିବା ଫିଲ୍ମ ‘ ୟମଲା ପଗଲା ଦିୱାନା ‘ ହିଟ୍ ହୋଇଥିଲା । ଏହି ଫିଲ୍ମରେ ତାଙ୍କ ସହିତ ସନୀ ଦେଓଲ ଏବଂ ଧର୍ମେନ୍ଦ୍ର ଥିଲେ । ସେ ‘ ରେସ୍ ୩ ‘ରେ ନଜର ଆସିଥିଲେ କିନ୍ତୁ ସେହି ଫିଲ୍ମ ଫ୍ଲୋପ୍ ହୋଇଥିଲା ଏବଂ ତାଙ୍କ କାମକୁ ଏତେ ପ୍ରଶଂସା ହୋଇନଥିଲା ।

ତୁଷାର କପୂର :-

google

ବଲିଉଡ଼ର ପ୍ରସିଦ୍ଧ ଅଭିନେତା ଜିତେନ୍ଦ୍ରଙ୍କ ପୁଅ ହେଉଛନ୍ତି ତୁଷାର କପୂର । ତୁଷାର କପୂର ବଲିଉଡ଼ର କିଛି ଜଣାଶୁଣା ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । ଟ୍ୟାଲେଣ୍ଟେଡ଼ ହେବା ସହିତ ତୁଷାର ନିଜର ଯାଦୁ ଦର୍ଶକଙ୍କ ଉପରେ ଚଳାଇ ପାରି ନଥିଲେ । ତୁଷାରଙ୍କ ଭଉଣୀ ଏକ୍ତା କପୂର ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ପ୍ରଯୋଜକ ଅଟନ୍ତି । ତୁଷାର କପୂର ଗୋଲମାଲ ସିରିଜରେ ନିଜର କୋମେଡି ପ୍ରଦର୍ଶନ ପାଇଁ ପରିଚିତ । ବଲିଉଡ଼ରେ ତୁଷାରଙ୍କୁ ଜଣେ ଅଭିନେତା ଭାବରେ ଦେଖା ଯାଇଥାଏ କିନ୍ତୁ ସେ କେବେ ମଧ୍ୟ କାହାକୁ କାମ ମାଗନ୍ତି ନାହିଁ ।

ଅକ୍ଷୟ ଖନ୍ନା :-

google

ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ ଏକସୀଡେଣ୍ଟଲ ପ୍ରାଇମିନିଷ୍ଟର ‘ରେ ଅଭିନେତା ଅକ୍ଷୟ ଖନ୍ନା ନଜର ଆସିଥିଲେ । ଏହି ଫିଲ୍ମ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ଆଧାରିତ ଥିଲା । ଅକ୍ଷୟ ଖନ୍ନା ମଧ୍ୟ ବଲିଉଡ଼ରେ ଖୁବ୍ କମ୍ ନଜର ଆସନ୍ତି କିନ୍ତୁ ତାଙ୍କ ଫିଲ୍ମକୁ ଦର୍ଶକ ମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି । ଅକ୍ଷୟ ଖନ୍ନା ବଲିଉଡ଼ର ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି । ଅକ୍ଷୟ ଖନ୍ନାଙ୍କ ବିଷୟରେ ଏହି କଥା ସମସ୍ତେ ଜାଣନ୍ତି ଯେ ବରଂ ତାଙ୍କୁ ଫିଲ୍ମରେ କାମ ନମିଳୁ କିନ୍ତୁ ସେ
କେବେ ମଧ୍ୟ କୌଣସି ନିର୍ମାତା କିମ୍ବା ନିର୍ଦ୍ଦେଶକଙ୍କୁ କାମ ମାଗନ୍ତି ନାହିଁ ।

Be the first to comment

Leave a Reply

Your email address will not be published.


*