ହିଟ୍ ଚଳଚ୍ଚିତ୍ର ମଝିରେ ହିଁ ଛାଡ଼ି ଚାଲିଯାଇଥିଲେ ଏହି ୫ ଜଣ କଳାକାର ! ଜାଣନ୍ତୁ କଣ ଥିଲା ଏହା ପଛର କାରଣ

କୁହନ୍ତି ‘ଦାନା ଦାନାରେ ଲେଖାହୋଇଥାଏ ଖାଇବା ଲୋକର ନାମ’ ଅର୍ଥାତ ଯାହା ଭାଗ୍ୟରେ ଯାହା ଲେଖା ଅଛି ତାହା ତାକୁ ମିଳିଥାଏ । ବର୍ତ୍ତମାନ ଏହି ପାଞ୍ଚଟି ଚଳଚ୍ଚିତ୍ର କଥା ଦେଖନ୍ତୁ । ପ୍ରଥମେ ଏହି ଚଳଚ୍ଚିତ୍ର ଗୁଡ଼ିକ ଅନ୍ୟ କେଉଁ କଳାକାରଙ୍କୁ ମିଳିବାକୁ ଯାଉଥିଲା କିନ୍ତୁ ପରେ ଭାଗ୍ୟ ପରିବର୍ତ୍ତନ ହୋଇଗଲା ଓ ସେମାନେ ଚଳଚ୍ଚିତ୍ରରୁ ବାହାରିଗଲେ ଏବଂ ନୂତନ କଳାକାର ମାନଙ୍କୁ ସୁଯୋଗ ମିଳିଗଲା ।

କରିନା କପୁର

google

କରିନା କପୂରଙ୍କୁ ହ୍ରୀତିକ୍ ରୋଶନଙ୍କ ସହିତ ‘କହୋ ନା ପ୍ୟାର ହେ’ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ଭାବରେ ସୁଯୋଗ ଦିଆଯାଇଥିଲା । ସେତେବେଳେ ହ୍ରୀତିକ୍ ଓ କରିନା ଦୁହେଁ ଇଣ୍ଡଷ୍ଟ୍ରିରେ ନୂଆଁ ଥିଲେ ଏବଂ ଏହା ଏମାନଙ୍କ ଡେବ୍ୟୁ ଚଳଚ୍ଚିତ୍ର ଥିଲା । ଯଦିଓ ଚଳଚ୍ଚିତ୍ର ସାଇନ୍ କରିବା ପରେ କରିନା ଏହି ଚଳଚ୍ଚିତ୍ରକୁ କୌଣସି ବ୍ୟକ୍ତିଗତ କାରଣ ହେତୁ ଅଧାରୁ ଛାଡ଼ିଦେଇ ଥିଲେ । ଏହା ପରେ କରିନା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ସହିତ ‘ରିଫ୍ୟୁଜି’ରୁ ନିଜର ବଲିଉଡ଼ ଡେବ୍ୟୁ କରିଥିଲେ । ଯଦିଓ ଏହି ଚଳଚ୍ଚିତ୍ରଟି ବଲିଉଡ଼ରେ ଏବଂ ବକ୍ସ ଅଫିସରେ ବହୁତ ଖରାପ ଭାବରେ ଫ୍ଲପ୍ ବା ବିଫଳ ହୋଇଥିଲା ଯେବେକି ହ୍ରୀତିକ୍ ଓ ଅମିଶା ପଟେଲଙ୍କ ଚଳଚ୍ଚିତ୍ର ‘କହୋ ନା ପ୍ୟାର ହେ’ ସୁପରହିଟ୍ ହୋଇଥିଲା ।

ଆଲିୟା ଭଟ୍ଟ

google

ଆଲିୟା ଭଟ୍ଟଙ୍କୁ ରାବତା ଚଳଚ୍ଚିତ୍ର ପାଇଁ ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରରେ ସ୍ବର୍ଗୀୟ ସୁଶାନ୍ତ ସିଂହ ରାଜପୁତ ମୁଖ୍ୟ ଅଭିନେତା ଥିଲେ । ଆଲିୟା ଏହି ଚଳଚ୍ଚିତ୍ର କରିବା ଚିନ୍ତା କରୁଥିଲେ କିନ୍ତୁ ପରେ କୌଣସି କାରଣ ବଶତଃ ସେ ଏହି ଚଳଚ୍ଚିତ୍ରକୁ ମନା କରିଦେଲେ । ଏହିପରି ଏହି ସୁଯୋଗ କ୍ରୀତି ସେନନଙ୍କୁ ମିଳିଲା । ଏହି ଚଳଚ୍ଚିତ୍ର ୨୦୧୭ରେ ମୁକ୍ତିଲାଭ କରିଥିଲା ଏବଂ ଚଳଚ୍ଚିତ୍ରକୁ ବହୁତ ପ୍ରଶଂସା କରାଯାଇଥିଲା ।

ସୁଶାନ୍ତ ସିଂହ ରାଜପୁତ

google

ସୁଶାନ୍ତ ସିଂହ ରାଜପୁତଙ୍କୁ ‘ହାଫ ଗାର୍ଲଫ୍ରେଣ୍ଡ’ର ସୁଯୋଗ ମିଳିଥିଲା । ଯଦିଓ ସେହି ସମୟରେ ସେ ‘ରାବତା’ର ଶୁଟିଂ କରୁଥିଲେ ସେତେବେଳେ ସେ ଏହି ଚଳଚ୍ଚିତ୍ର ମନା କରିଦେଇଥିଲେ । ଏହିପରି ଏହି ଚରିତ୍ର ଅର୍ଜୁନ କପୂରଙ୍କୁ ମିଳିଥିଲା ।

ଐଶ୍ଚର୍ଯ୍ୟା ରାୟ

google

ଐଶ୍ଚର୍ଯ୍ୟା ରାୟ ଶାହରୁଖ ଖାନଙ୍କ ଚଲତେ ଚଲତେ ଚଳଚ୍ଚିତ୍ରର ସୁଯୋଗ ମିଳିଥିଲା । ଯଦିଓ ତାଙ୍କ ପୂର୍ବ ପ୍ରେମିକ ସଲମାନ ଖାନ୍ ସେଟକୁ ଆସି ବହୁତ ହଙ୍ଗାମା କରିଥିଲେ । ଏହିପରି ଐଶ୍ଚର୍ଯ୍ୟା ଏହି ଚଳଚ୍ଚିତ୍ରରେ ଅଭିନୟ ନକରିବା ପାଇଁ ନିଷ୍ପତ୍ତି ନେଲେ । ପରେ ଏହି ଚରିତ୍ର ରାନୀ ମୁଖାର୍ଜୀଙ୍କୁ ଦିଆଗଲା ଏବଂ ତାଙ୍କ ଚରିତ୍ରକୁ ଖୁବ୍ ପ୍ରଶଂସା କରାଯାଇଥିଲା ।

ରଣବିର କପୂର

google

ରଣବିର କପୁରଙ୍କୁ ଯୋଧ୍ୟା ଆକବର ଚଳଚ୍ଚିତ୍ରର ସୁଯୋଗ ମିଳିଥିଲା, କିନ୍ତୁ ସେ ଏହି ଚଳଚ୍ଚିତ୍ର ସାଇନ୍ କଲେ ନାହିଁ । ଏହା ନିଜେ ରଣବିର ଏକ ଇଣ୍ଟରଭ୍ୟୁ ସମୟରେ କହିଥିଲେ । ପରେ ଏହି ଫିଲ୍ମ ହ୍ରୀତିକ୍ ରୋଶନ କଲେ ଯାହାକି ତାଙ୍କ କ୍ୟାରିୟରର ସବୁଠାରୁ ଉତ୍ତମ ଚଳଚ୍ଚିତ୍ର ଭାବେ ପରିଗଣିତ ହେଲା ।

Leave a Reply

Your email address will not be published. Required fields are marked *