ମଧୁମେହ ରୋଗରେ ଲାଭଦାୟକ ଅଟେ ଏହି ୪ଟି ହର୍ବଲ ବା ଔଷଧୀୟ ଚାହା ! ଜାଣନ୍ତୁ ଏହାର ଲାଭ

ମଧୁମେହ ରୋଗରେ ଲାଭଦାୟକ ଅଟେ ଏହି ୪ଟି ହର୍ବଲ ବା ଔଷଧୀୟ ଚାହା ! ଜାଣନ୍ତୁ ଏହାର ଲାଭ

ବିଶେଷଜ୍ଞ ମାନଙ୍କ ଅନୁସାରେ ଡାଲଚିନିରେ ଅନେକ ପ୍ରକାର ଔଷଧୀୟ ତତ୍ତ୍ୱ ରହିଥାଏ । ଏଥିରେ ଏଣ୍ଟି ଇଫଲେମେଣ୍ଟରୀ ଗୁଣ ରହିଥାଏ ।……

ମଧୁମେହ ରୋଗରେ ଚିନି ଓ ଏଥିରେ ପ୍ରସ୍ତୁତ ଖାଦ୍ୟ ଗୁଡ଼ିକ ଖାଇବା ପାଇଁ ବାରଣ କରାଯାଇଥାଏ । ଏଥିପାଇଁ ଏହି ରୋଗରେ ଗ୍ରସ୍ତ ରୋଗୀ ଚାହା ପିଅନ୍ତି ନାହିଁ । ଯଦିଓ, ଚାହାକୁ ନେଇ ଅଧିକାଂଶ ଲୋକଙ୍କ ଭିନ୍ନ ଭିନ୍ନ ବିଚାର ରହିଥାଏ । କିଛି ଲୋକ ଗୁଡ଼ରେ ତିଆରି ଚାହା ପିଇବା ପାଇଁ ପରାମର୍ଶ ଦିଅନ୍ତି ତ ଆଉ କିଛି ଲୋକ ବହୁ ଦିନ ପରେ ଥରେ ଚାହା ପିଇବା ପାଇଁ କୁହନ୍ତି ।

google

ଯେବେକି ବିଶେଷଜ୍ଞ ମାନଙ୍କ ଅନୁସାରେ ମଧୁମେହ ରୋଗରେ ଗୁଡ଼ରେ ତିଆରି ଚାହା ପିଇବା ଉଚିତ୍ ନୁହେଁ । ଏହା ବିଷୟରେ ସେମାନଙ୍କ କହିବା ଯେ ଗୁଡ଼ରେ ସୁକ୍ରୋଜ ରହିଥାଏ । ଯାହାକି ମଧୁମେହ ରୋଗୀମାନଙ୍କ ପାଇଁ କ୍ଷତିକାରକ ଅଟେ । ଏଥିପାଇଁ ଗୁଡ଼ରେ ତିଆରି ଚାହା ସେବନ କରନ୍ତୁ ନାହିଁ । ଏହା ବଦଳରେ ଆପଣ ହର୍ବଲ ଟି ବା ଔଷଧୀୟ ଚାହା ସେବନ କରିପାରିବେ । ଯଦି ଆପଣଙ୍କୁ ଏହା ବିଷୟରେ ଜଣା ନାହିଁ ତେବେ ଆସନ୍ତୁ ଜାଣିବା –

ଗ୍ରୀନ ଟି’ର ଲାଭ

google

ଗ୍ରୀନ ଟି ମଧୁମେହ ରୋଗୀ ମାନଙ୍କ ପାଇଁ ଲାଭଦାୟକ ଅଟେ । ଏହା ସେଲୁଲାର କ୍ଷତିକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଏହା ରକ୍ତ ଶର୍କରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଗବେଷଣା ଅନୁସାରେ ଗ୍ରୀନ ଟି’ର ସେବନରୁ ମଧୁମେହର ପ୍ରସାରକୁ କମ୍ କରିବାରେ ସାହାଯ୍ୟ ମିଳିଥାଏ । ଯେବେକି ବିଶେଷଜ୍ଞ ମାନେ ପ୍ରତିଦିନ ୩ ରୁ ୪ କପ୍ ଗ୍ରୀନ ଟି ସେବନ କରିବା ପାଇଁ ପରାମର୍ଶ ଦିଅନ୍ତି ।

ବ୍ଲେକ୍ ଟି ମଧ୍ୟ ଅଟେ ଲାଭକାରୀ

google

ଏଥିରେ ଥିଏଫ୍ଲେବିନ ଓ ଥାଇରୁବିଗିନ୍ସ, ଫେନୋଲିକ ଏସିଡ଼ ରହିଥାଏ, ଯେଉଁଥିରେ ଏଣ୍ଟି-ଇଂଫ୍ଲେମେଣ୍ଟରୀ, ଏଣ୍ଟିଅକ୍ସିଡେଣ୍ଟ ଓ ରକ୍ତ ଶର୍କରା କମ୍ କରିବା ଗୁଣ ରହିଥାଏ । ମୂଷା ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ କଳା ଚାହା ଶରୀରର ଉପସ୍ଥିତ ଏନଜାଇମକୁ ଦବାଇ କାର୍ବର ଅବଶୋଷଣରେ ବାଧା ଉତ୍ପନ୍ନ କରିଥାଏ । ଯାହା ଫଳରେ ରକ୍ତ ଶର୍କରା ନିୟମିତ ରହିଥାଏ ।

ଗୂଡ଼ହଲ ବା ମନ୍ଦାର ଚାହା ଅଟେ ପ୍ରଭାବିକାରୀ

google

ଏହି ଚାହାକୁ ଖଟା ଚାହା ବୋଲି ମଧ୍ୟ କୁହାଯାଏ । ଏହି ଚାହା ମନ୍ଦାର ଫୁଲରୁ ପ୍ରସ୍ତୁତ କରାଯାଏ । ଏହାକୁ ଇଂରାଜୀରେ ହିବିସ୍କସ ଚାହା ବୋଲି କୁହାଯାଏ । ଏହି ଫୁଲରେ ବିଭିନ୍ନ ପ୍ରକାର ଲାଭକାରୀ ପଲିଫେନଲ ଏଣ୍ଟିଅକ୍ସିଡେଣ୍ଟ ରହିଥାଏ । ଯେଉଁଥିରେ କାର୍ବନିକ୍ ଏସିଡ୍ ଓ ଏନ୍ଥୋକାୟନିନ ସାମିଲ ରହିଛି । ଏହି ଚାହା ରକ୍ତ ଚାପ ସ୍ତର କମ୍ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଫୁଲିବା କମ୍ କରେ ।

ଡାଲଚିନିର ଚାହା ଅଟେ ଲାଭକାରୀ

google

ଡାଲଚିନି ଯାହାର ବ୍ୟବହାର ଭୋଜନର ସ୍ୱାଦ ବୃଦ୍ଧି କରିବା ପାଇଁ କରାଯାଏ । ଏହା ବ୍ୟତୀତ ଡାଲଚିନିର ଚାହା ରକ୍ତ ଶର୍କରାର ସ୍ତରକୁ କମ୍ କରିବାରେ ସହାୟକ ହୋଇଥାଏ । ବିଶେଷଜ୍ଞ ମାନଙ୍କ ଅନୁସାରେ ଡାଲଚିନିରେ ଅନେକ ପ୍ରକାର ଔଷଧୀୟ ତତ୍ତ୍ୱ ହୋଇଥାଏ । ଏଥିରେ ଏଣ୍ଟି ଅକ୍ସିଡେଣ୍ଟ ଓ ଏଣ୍ଟି ଇଂଫ୍ଲେମେଟରୀ ଗୁଣ ରହିଥାଏ । ଦ୍ୱିତୀୟ ପ୍ରକାର ମଧୁମେହ ଓ ସନ୍ତୁଳିତ ରେସିଣ୍ଟେସରେ ଏହାର ସେବନ ଲାଭଦାୟକ ହୋଇଥାଏ ।

ଏହି ଉପାୟ ଓ ପରାମର୍ଶ ସାମାନ୍ୟ ସୂଚନା ପାଇଁ ଅଟେ । ଏହାକୁ କୌଣସି ଡାକ୍ତର କିମ୍ବା ମେଡ଼ିକାଲ ପ୍ରଫେସନଲର ପରାମର୍ଶ ଭାବେ ଗ୍ରହଣ କରନ୍ତୁ । ରୋଗ କିମ୍ବା ସଂକ୍ରମଣର ଲକ୍ଷଣର ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *