କ୍ୟାରିଅରର ଶିଖରରେ ପହଂଚିବା ପରେ ବିବାହ କରି ଏହି ୪ ଜଣ ଅଭିନେତ୍ରୀ କ୍ୟାରିଅର ନଷ୍ଟ କରିଦେଇଥିଲେ ! ଲିଷ୍ଟରେ ଅଛନ୍ତି ସଲମାନ ଖାନଙ୍କ ହିରୋଇନ ।

ବଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ମାନଙ୍କ କ୍ୟାରିଅର ବହୁତ ଛୋଟ ହୋଇଥାଏ । ଆଜି ହୁଏତ ବିବାହ ପରେ ମଧ୍ୟ ଦୀପିକା ପାଦୁକୋନ, ପ୍ରିୟଙ୍କା ଏବଂ ସୋନମ୍ ହିଟ୍ ଫିଲ୍ମରେ କାମ କରୁଛନ୍ତି । ଅନେକ ସୁପରହିଟ୍ ଅଭିନେତ୍ରୀ ଏପରି ଥିଲେ ଯେଉଁମାନେ ନିଜର କ୍ୟାରିଅର ସଫଳତାରେ ରହି ମଧ୍ୟ ବିବାହ କରିଥିଲେ ଏବଂ ବିବାହ ପରେ ତାଙ୍କ କ୍ୟାରିଅର ତାଙ୍କର ବର୍ବାଦ ହୋଇ ଯାଇଥିଲା । ଏଥିମଧ୍ୟରୁ କାଜଲଙ୍କୁ ଛାଡ଼ି ଆଉ କୌଣସି ଅଭିନେତ୍ରୀଙ୍କ କମବ୍ୟାକ୍ ଏତେ ଖାସ୍ ନଥିଲା । ଆପଣଙ୍କୁ ଆମେ ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ କ୍ୟାରିଅରର ଶିଖରରେ ବିବାହ କରି ନିଜ କ୍ୟାରିଅରକୁ ବର୍ବାଦ କରି ଦେଇଥିଲେ ।

ଭାଗ୍ୟଶ୍ରୀ :-

newstrend

ନିଜର ପ୍ରଥମ ଫିଲ୍ମ ‘ ମେନେ ପ୍ୟାର୍ କିୟା ‘ ଠାରୁ ଲୋକଙ୍କ ହୃଦୟରେ ରାଜ୍ କରିଥିବା ଭାଗ୍ୟଶ୍ରୀଙ୍କ କ୍ୟାରିଅର ମଧ୍ୟ ଏତେ ଖାସ୍ ଚାଲି ନଥିଲା । ଏହି ଫିଲ୍ମର ଯାଦୁ ଏପରି ଥିଲା ଯେ ସଲମାନ ଏବଂ ଭାଗ୍ୟଶ୍ରୀ ରାତାରାତି ସୁପରଷ୍ଟାର ହୋଇ ଯାଇଥିଲେ । ଏହି ଫିଲ୍ମରେ ସଲମାନଙ୍କ ଠାରୁ ଭାଗ୍ୟଶ୍ରୀଙ୍କୁ ଅଧିକ ପସନ୍ଦ କରାଯାଇଥିଲା । ତାଙ୍କର ପ୍ରଥମ ଫିଲ୍ମ ଜବରଦସ୍ତ ହିଟ୍ ରହିଥିଲା ଏବଂ ଦର୍ଶକଙ୍କୁ ଏପରି ଲାଗୁଥିଲା ଯେପରି ବର୍ତ୍ତମାନ ବଲିଉଡ଼ରେ ଭାଗ୍ୟଶ୍ରୀଙ୍କର ରାଜତ୍ୱ ଚାଲିବ । କିନ୍ତୁ ମାତ୍ର ଗୋଟିଏ ବର୍ଷ ପରେ ହିଁ ଭାଗ୍ୟଶ୍ରୀ ହିମାଳୟ ଦସାନୀଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର କ୍ୟାରିଅର ବର୍ବାଦ ହୋଇଯାଇଥିଲା । ସେ କେତେକ ଭୋଜପୁରୀ ଫିଲ୍ମରେ କାମ କରିଥିଲେ, କିନ୍ତୁ କୌଣସି ମଧ୍ୟ ଫିଲ୍ମ ଏତେ ଖାସ୍ ଚାଲିନଥିଲା । ପୁଣି ସଲମାନ ଖାନ୍ ଏବେ ବଲିଉଡ଼ର ଦବଙ୍ଗ ଖାନ୍ ହୋଇ ଗଲେଣି ।

ମାଧୁରୀ ଦୀକ୍ସିତ :-

newstrend

ଧକ୍ – ଧକ୍ ଗାର୍ଲ ମାଧୁରୀ ଦୀକ୍ସିତ ଆଜି ମଧ୍ୟ ଲୋକଙ୍କର ଖୁବ୍ ପସନ୍ଦ । ତାଙ୍କ ହସ, ବ୍ୟକ୍ତିତ୍ୱ, ଡ୍ୟାନ୍ସ ଏବଂ ଅଭିନୟର ଯେକେହିବି ଫ୍ୟାନ ଥିଲେ । ମାଧୁରୀ ବେତାବ, ଥାନେଦାର, ଖଳନାୟକ , ବେଟା, ହମ୍ ଆପକେ ହେ କୌନ୍, ରାମ୍ ଲକ୍ଷନ, ଅନ୍ଯାମ ଭଳି ଅନେକ ହିଟ୍ ଫିଲ୍ମରେ କାମ କରିଥିଲେ । ସେ ନିଜ କ୍ୟାରିଅରରେ ଡ଼ା. ରାମ ନେନେଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଲଜ୍ଜା ଏବଂ ହମ୍ ତୁମ୍ହାରେ ହେ ସନମ୍ ଭଳି ଫିଲ୍ମ ଦେବା ପରେ ଆଉ କୌଣସି ହିଟ୍ ଫିଲ୍ମ ଦେଇ ପାରିନଥିଲେ । ଅନେକ ବର୍ଷ ପରେ ପୁଣି ଥରେ “ଟୋଟାଲ୍ ଧମାଲ”ରେ ଅନୀଲ କପୂରଙ୍କ ସହିତ ତାଙ୍କର ଯୋଡ଼ି ନଜର ଆସିଥିଲା ଏବଂ ତାସହିତ ସେ ବିବାହ ପରେ ସଞ୍ଜୟ ଦତ୍ତଙ୍କ ସହିତ “କଳଙ୍କ”ରେ ମଧ୍ୟ ସେ ନଜର ଆସିଥିଲେ ।

ଟ୍ଵିଙ୍କିଲ ଖନ୍ନା :-

newstrend

ସୁପରଷ୍ଟାର ରାଜେଶ ଖନ୍ନାଙ୍କ ଝିଅ ଟ୍ଵିଙ୍କିଲ ନିଜର କ୍ୟାରିଅରର ଖୁବ୍ ଜବରଦସ୍ତ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ “ବର୍ଷାତ”କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ଏବଂ ଟ୍ଵିଙ୍କିଲଙ୍କ ପରିଚୟ ସେତେବେଳେ ସମସ୍ତ ନାମିଦାମୀ ଅଭିନେତ୍ରୀଙ୍କ ମଧ୍ୟରେ କରାଯାଉଥିଲା । ଏହାପରେ ସେ ଜୋରୂ କା ଗୁଲାମ୍, ବାଦଶାହ ଏବଂ ଜାନ୍ ଭଳି ହିଟ୍ ଫିଲ୍ମ ପାଇଁ ମଧ୍ୟ ପ୍ରଶଂସିତ ହୋଇଥିଲେ । ତା’ପରେ ଟ୍ଵିଙ୍କିଲ ମେଳା ଫିଲ୍ମ ସମୟରେ ଅକ୍ଷୟ କୁମାରଙ୍କୁ କହିଥିଲେ ଯେ ଯଦି ଫିଲ୍ମ ଫ୍ଲୋପ୍ ହୋଇଯାଏ ତେବେ ସେ ତାଙ୍କୁ ବିବାହ କରିବେ । ଫିଲ୍ମ ମଧ୍ୟ ଫ୍ଲୋପ୍ ହୋଇଥିଲା ତେଣୁ ଟ୍ଵିଙ୍କିଲ ବିବାହ କରି ନେଇଥିଲେ । ବିବାହ ପରେ ତାଙ୍କର ଅଭିନୟ କ୍ୟାରିଅର ଠିକ୍ ଢଙ୍ଗରେ ଚାଲି ନଥିଲା ଏବଂ ବର୍ତ୍ତମାନ ସେ ଜଣେ ବ୍ଲୋଗର ଏବଂ ଫିଲ୍ମ ନିର୍ମାତା ଅଟନ୍ତି ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ :-

newstrend

ସବୁବେଳେ ନିଜର ସୌନ୍ଦର୍ଯ୍ୟର ଯାଦୁ ପ୍ରଦର୍ଶନ କରୁଥିବା ଐଶ୍ୱର୍ଯ୍ୟା ବିବାହ ପରେ କୌଣସି ହିଟ୍ ଫିଲ୍ମ ଦେଇପାରି ନାହାନ୍ତି । ଐଶ୍ୱର୍ଯ୍ୟା ତାଲ ସେ ତାଲ ମିଲା ଫିଲ୍ମରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ହମ୍ ଦିଲ୍ ଦେ ଚୁକେ ସନମ୍ , ମହୋବତେ, ଧୂମ୍ ୨, ଦେବଦାସ୍ ଭଳି ଅନେକ ଜବରଦସ୍ତ ଫିଲ୍ମରେ ସେ କାମ କରିଛନ୍ତି । ଅଭିଷେକଙ୍କୁ ବିବାହ କରିବା ପରେ ଐଶ୍ୱର୍ଯ୍ୟା ଯୋଦ୍ଧା ଆକବର ଏବଂ ରୋବୋଟରେ କାମ କରିଥିଲେ । ରୋବୋଟ ଫିଲ୍ମ ବ୍ୟତୀତ ଆଉ ଅନ୍ୟ ଫିଲ୍ମ ଏତେ ଖାସ୍ ହୋଇନଥିଲା ଯେଉଁ କାରଣରୁ ତାଙ୍କ କ୍ୟାରିଅର ଭଲ ଚାଲି ନଥିଲା । ଐଶ୍ୱର୍ଯ୍ୟାଙ୍କ ପୂର୍ବ ଫିଲ୍ମ ରୋବୋଟ ଏବଂ ଫନ୍ନି ଖାନ୍ ମଧ୍ୟ ବୋକ୍ସଅଫିସରେ ଏତେ ଭଲ ଚାଲିନଥିଲା ।

Be the first to comment

Leave a Reply

Your email address will not be published.


*