ଦୂର ହୋଇଯିବ ଏହି ତିନୋଟି ଗମ୍ଭୀର ରୋଗ : ଯଦି ୭ ଦିନ ପର୍ଯ୍ୟନ୍ତ ଖାଲି ପେଟରେ ଅମୃତଭଣ୍ଡା ଖାଇବେ ।

ବନ୍ଧୁଗଣ ଅମୃତଭଣ୍ଡା ଆମକୁ ସବୁ ଜାଗାରେ ଅର୍ଥାତ ସମସ୍ତ ରାଜ୍ୟରେ ସହଜରେ ମିଳିଥାଏ । ଯଦି ଆପଣଙ୍କ ଘର ବାହାରେ କିଛି ସ୍ଥାନ ରହିଛି, ତେବେ ଆପଣ ଏହି ବୃକ୍ଷ ବହୁତ ସହଜରେ ରୋପଣ କରିପାରିବେ । ଏହା ଏକ ଏପରି ଫଳ ଅଟେ ଯାହା କଞ୍ଚା ଥିଲେ ମଧ୍ୟ ବ୍ୟବହାର କରି ହେବ ।

namanbharat.com

ଆପଣ ମାନଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ, ଅମୃତଭଣ୍ଡା ଚୋପା ବହୁତ କୋମଳ ହୋଇଥାଏ, ଯାହା ବହୁତ ସହଜରେ ବାହାର କରାଯାଇପାରେ । ଏହାକୁ କାଟିଲେ ଏହା ଭିତରେ କେତେକ ଛୋଟ ଛୋଟ କଳା ରଙ୍ଗର ମଞ୍ଜି ବା ବୀଜ ରହିଥାଏ । ବନ୍ଧୁଗଣ ସ୍ଵାସ୍ଥ୍ୟର ଚିକିତ୍ସା ପାଇଁ ଏହା ଏକ ବହୁତ ଲାଭଦାୟକ ଫଳ ଅଟେ ଏବଂ ସକାଳୁ ଖାଲି ପେଟରେ ଅମୃତଭଣ୍ଡା ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ହେବାକୁ ଥିବା ଅନେକ ରୋଗ ଏବଂ ସମସ୍ୟା ଗୁଡ଼ିକରୁ ଆପଣ ବହୁତ ସହଜରେ ମୁକ୍ତି ପାଇପାରିବେ ।

ଖାଲି ପେଟରେ ଅମୃତଭଣ୍ଡା ସେବନ କରିବା ଫଳରେ ଦୂର ହୋଇଯାଏ ଏହି ୩ଟି ରୋଗ –

namanbharat.com

ଯେଉଁ ଲୋକମାନଙ୍କ ମୋଟପଣ ଅଥବା କଲେଷ୍ଟ୍ରୋଲର ସମସ୍ୟା ରହିଥାଏ, ସେମାନଙ୍କ ପାଇଁ ଅମୃତଭଣ୍ଡା ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଅମୃତଭଣ୍ଡାରେ ଉପସ୍ଥିତ ଭିଟାମିନ-C ଓ ଫାଇବର ପ୍ରଚୁର ପରିମାଣରେ କଲେଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖିଥାଏ ଏବଂ ହୃଦୟ ଜନିତ ରୋଗରୁ ମଧ୍ୟ ଆମକୁ ରକ୍ଷା କରିଥାଏ ।

କାମଳ ରୋଗ ବା ଜଣ୍ଡିସରେ ପୀଡ଼ିତ ଲୋକମାନଙ୍କ ପାଇଁ ଅମୃତଭଣ୍ଡା ଏକ ରାମବାଣ ସଦୃଶ ଚିକିତ୍ସା ଅଟେ । କାମଳ ରୋଗ ହେଲେ କଞ୍ଚା ଅମୃତଭଣ୍ଡାକୁ ପ୍ରତିଦିନ ନିୟମିତ ଭାବେ ସେବନ କରିବା ଦ୍ୱାରା ଜଣ୍ଡିସ ରୋଗରୁ ବହୁତ ଉପକୃତ ମିଳିଥାଏ ।

ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ । କଷ୍ଟକଠିନ୍ୟ ହେଲେ ଏହା ଆପଣଙ୍କୁ ଲାଭ ପ୍ରଦାନ କରିପାରିବ । କିନ୍ତୁ ଅମୃତଭଣ୍ଡାର ବାହାର ଅଂଶରେ ଲେଟେକ୍ସ ରହିଥାଏ ଯାହା ପେଟକୁ ଖରାପ କରିଦିଏ ଏବଂ ପେଟବ୍ୟଥାର କାରଣ ହୋଇଥାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ । ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Be the first to comment

Leave a Reply

Your email address will not be published.


*