ଶାହାରୁଖ ଖାନଙ୍କୁ ବହୁତ ଘୃଣା କରନ୍ତି ଏହି ୩ ଜଣ ଅଭିନେତ୍ରୀ ! ତୃତୀୟ ନାମଟି ଜାଣିଲେ ଆପଣ ବିଶ୍ୱାସ କରିବେ ନାହିଁ  ।

ଶାହାରୁଖ ଖାନଙ୍କୁ ବହୁତ ଘୃଣା କରନ୍ତି ଏହି ୩ ଜଣ ଅଭିନେତ୍ରୀ ! ତୃତୀୟ ନାମଟି ଜାଣିଲେ ଆପଣ ବିଶ୍ୱାସ କରିବେ ନାହିଁ ।

ବଲିଉଡ଼ ଏବଂ ବିବାଦର ବହୁତ ପୁରୁଣା ସମ୍ପର୍କ ରହିଛି । ବଲିଉଡ଼ରେ ଏହିପରି ବହୁତ ଷ୍ଟାର ଅଛନ୍ତି ଯେଉଁ ମାନଙ୍କ ମଧ୍ୟରେ ମନମାଳିନ୍ୟ ରହିଛି । ଯେଉଁ ମାନଙ୍କ ମଧ୍ୟରୁ କେତେକ ବିବାଦ ପୂର୍ଣ୍ଣ ମଧ୍ୟ । ଯେପରିକି ସଲମାନ ଖାନ୍-ଶାହାରୁଖ ଖାନ୍ , ସଲମାନ ଖାନ୍-ବିବେକ୍ ଅବୋରୋୟ, ସଲମାନ ଖାନ୍ – ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଏପରି ବହୁତ ବିବାଦ ରହିଛି ଯାହା ବଲିଉଡ଼ରେ ପ୍ରସିଦ୍ଧ ।

google

କିନ୍ତୁ ବଲିଉଡ଼ରେ କିଛି ଏପରି ବିବାଦ ମଧ୍ୟ ରହିଛି ଯାହା ବିଷୟରେ ପ୍ରଶଂସକ ମାନଙ୍କୁ ଅଧିକ ଜଣା ନଥାଏ । ଆଜି ଆମେ ଆପଣଙ୍କୁ କିଛି ଏପରି ଷ୍ଟାର ମାନଙ୍କର ବିବାଦ ବିଷୟରେ କହିବୁ ଯାହା ବିଷୟରେ ଆପଣ ହୁଏତ ଜାଣି ନଥିବେ । ବଲିଉଡ଼ରେ କିଙ୍ଗ ଖାନ୍ କୁହାଯାଉଥିବା ସୁପର ଷ୍ଟାର ଶାହାରୁଖ ଖାନ୍ ଯାହାଙ୍କ ସହିତ କାମ କରିବାକୁ ସମସ୍ତ ଅଭିନେତ୍ରୀ ଉତ୍ସୁକ ଥାଆନ୍ତି । କିନ୍ତୁ ବଲିଉଡ଼ର କେତେକ ଏପରି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉଁମାନେ ଶାହାରୁଖ ଖାନଙ୍କୁ ବିଲକୁଲ୍ ପସନ୍ଦ କରନ୍ତି ନାହିଁ । ଆସନ୍ତୁ ଜାଣିବା ସେହି ୩ ଜଣ ଅଭିନେତ୍ରୀଙ୍କ ବିଷୟରେ ।

ଅମିଷା ପଟେଲ :-

google

ଏହି ତାଲିକାରେରେ ପ୍ରଥମ ନାମ ଆସିଥାଏ ଅଭିନେତ୍ରୀ ଅମିଷା ପଟେଲଙ୍କର ଯିଏକି ମେଗାବ୍ଲକବାଷ୍ଟର ଫିଲ୍ମ ‘ କହୋନା ପ୍ୟାର୍ ହେ ‘ ଠାରୁ ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ତେବେ ଅମିଷା ପଟେଲଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ହୋଇ ସାରିଛି । ଏହା ମଧ୍ୟରେ ଅମିଷା ପଟେଲ ବଲିଉଡ଼କୁ ବହୁତ ହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି ଯେଉଁଥିରେ ‘ ଗଦର୍ ‘ ଭଳି ବ୍ଲକବାଷ୍ଟର ଫିଲ୍ମ ମଧ୍ୟ ସାମିଲ ରହିଛି ।

କିନ୍ତୁ ଭାବିବାର କଥା ଯେ ଏହି ୧୮ ବର୍ଷ ମଧ୍ୟରେ ଅମିଷା ପଟେଲ ଏବଂ ଶାହାରୁଖ ଖାନ୍ କୌଣସି ଫିଲ୍ମରେ ଏକାଠି ଦେଖା ଯାଇ ନାହାନ୍ତି । ଏହି ବିଷୟରେ ନିଜେ ଅମିଷା ପଟେଲ କହିଛନ୍ତି ଯେ ପରଦାରେ ତାଙ୍କର ଓ ଶାହାରୁଖ ଖାନଙ୍କ ଯୋଡି ଜମିବ ନାହିଁ । ଅମିଷା ପଟେଲଙ୍କ କହିବାର ଅର୍ଥ ତାଙ୍କୁ ଏପରି ଲାଗିଥାଏ ଯେ ସେ ଶାହାରୁଖ ଖାନଙ୍କ ସହିତ ଫିଟ୍ ଦେଖାଯିବେ ନାହିଁ । ବର୍ତ୍ତମାନ ଅମିଷା ପଟେଲ ବଲିଉଡ଼ ଠାରୁ ଦୂରେଇ ଯାଇଛନ୍ତି ଏବଂ କୁହାଯାଉଛି କି ବର୍ତ୍ତମାନ ତାଙ୍କୁ ବଲିଉଡ଼ରେ କୌଣସି କାମ ମଧ୍ୟ ମିଳୁନାହିଁ ।

ସୋନମ୍ କପୁର :-

google

ଶାହାରୁଖଙ୍କ ସହିତ ଫିଲ୍ମ ନକରିଥିବା ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ସୋନମ୍ କପୁର । ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଅଭିନେତ୍ରୀ ସୋନମ୍ କପୁର ନିଜର ୧୦ ବର୍ଷ ର ଫିଲ୍ମ କ୍ୟାରିଅର ମଧ୍ୟରେ ସେ ଶାହାରୁଖ ଖାନଙ୍କ ସହିତ କୌଣସି ଫିଲ୍ମ କରିନାହାନ୍ତି । ସୋନମ୍ କପୁର ବଲିଉଡ଼କୁ ତାଙ୍କର ୧୦ ବର୍ଷର କ୍ୟାରିଅର ଭିତରେ ବହୁତ ହିଟ୍ ଫିଲ୍ମ ଦେଇଛନ୍ତି । ସେଥି ମଧ୍ୟରୁ ସଲମାନ ଖାନଙ୍କ ସହିତ ତାଙ୍କର ଫିଲ୍ମ ‘ ପ୍ରମ୍ ରତନ୍ ଧନପାୟୋ ‘ ମଧ୍ୟ ଭଲ ବ୍ୟବସାୟ କରିଥିଲା । କିନ୍ତୁ ସୋନମ୍ କପୁରଙ୍କ ମତରେ ଶାହାରୁଖ ଖାନ୍ ତାଙ୍କ ଠାରୁ ବୟସରେ ବହୁତ ବଡ଼ ଏବଂ ତାଙ୍କର ଯୋଡି ପରଦା ଉପରେ ଲୋକ ମାନଙ୍କୁ ମଧ୍ୟ ପସନ୍ଦ ଆସିବ ନାହିଁ । ତେବେ ଆପଣଙ୍କ ଜାଣିବା ପାଇଁ କହିରଖୁଛୁ କି ସନାକ୍ସି ସିହ୍ନା ଏବଂ ଅନୁଷ୍କା ଶର୍ମା ଭଳି ଅଭିନେତ୍ରୀ ନିଜ ଠାରୁ ବୟସରେ ବହୁତ ବଡ଼ ସଲମାନ ଖାନଙ୍କ ସହିତ ଫିଲ୍ମ କରିସାରିଛନ୍ତି ଏବଂ ଫିଲ୍ମ ହିଟ୍ ମଧ୍ୟ ହୋଇଛି ।

ହେମା ମାଳିନୀ :-

google

ଏହି ତାଲିକାରେ ଶେଷରେ ନାମ ଆସେ ବଲିଉଡ଼ର ଡ୍ରିମ୍ ଗାର୍ଲ ହେମା ମାଳିନୀଙ୍କର । ତେବେ ଶାହାରୁଖ ଖାନଙ୍କୁ ବଡ ପରଦାରେ ହିଟ୍ କରାଇବାର ଶ୍ରେୟ ହେମା ମାଳିନୀଙ୍କୁ ଯାଉଛି । ଶାହାରୁଖ ଖାନଙ୍କ ଫିଲ୍ମ ‘ ଦିଲ୍ ଆଶାନ୍ ‘ର ନିର୍ଦେଶନା ଏବଂ ପ୍ରଡ୍ୟୁସ୍ ହେମା ମାଳିନୀ କରିଥିଲେ । ଏହି ଫିଲ୍ମରେ ଶାହାରୁଖ ଖାନ୍ ମୁଖ୍ୟ ଭୂମିକାରେ ଥିଲେ । କିନ୍ତୁ ଶାହାରୁଖ ଖାନଙ୍କର କଥା ହେବା ସମୟରେ କଥା ଲାଗିବାର ଅଭ୍ୟାସ ହେମା ମାଳିନୀଙ୍କୁ ମୋଟେ ପସନ୍ଦ ଆସିନଥିଲା । ଯେଉଁ କାରଣରୁ ହେମା ମାଳିନୀ ଶାହାରୁଖ ଖାନଙ୍କ ସହିତ ଫିଲ୍ମ କରିବା ବନ୍ଦ କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *