ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଉପରେ ଏହି ଅଭିନେତ୍ରୀମାନେ ଲଗାଇଛନ୍ତି ଅଶ୍ଳୀଳ ଭିଡିଓ ତିଆରିର ଆରୋପ !

ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଉପରେ ଏହି ଅଭିନେତ୍ରୀମାନେ ଲଗାଇଛନ୍ତି ଅଶ୍ଳୀଳ ଭିଡିଓ ତିଆରିର ଆରୋପ !

ସୋମବାର ବିଳମ୍ବିତ ରାତିରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ୍ ଗିରଫ୍ କରିଥିଲା । ରାଜ୍ ଦେଶରେ ପର୍ଣ୍ଣ ରାକେଟ୍ ଚଳାଉଥିବା ଅଭିଯୋଗ ହୋଇଛି । ପୋଲିସ୍ ତାଙ୍କୁ ପର୍ଣ୍ଣ ରାକେଟର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ପାଇଛି । ସେ ଅଶ୍ଳୀଳ ଭିଡିଓ ତିଆରି କରି ବିଦେଶୀ ଆପ୍ଲିକାନ୍ସ ଅପଲୋଡ୍ କରୁଥିବା ଅଭିଯୋଗ ହୋଇଛି ।
କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ ରାଜ୍ କୁନ୍ଦ୍ରା ଏହି ବ୍ୟବସାୟରେ ୧୦କୋଟି ଟଙ୍କା ବିନିଯୋଗ କରିଛନ୍ତି । କ୍ରାଇମ୍ ବ୍ରାଞ୍ଚର ତଥ୍ୟ ଅନୁଯାୟୀ ଫେବୃଆରୀରେ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ରାଜ୍ କେନ୍ଦ୍ରିନ୍ କମ୍ପାନୀ ସହ ଜଡିତ ଅଛନ୍ତି । କିନ୍ତୁ ସିଧାସଳଖ ଲିଙ୍କର ପ୍ରମାଣ ଅଭାବରୁ କ୍ରାଇମ୍ ବ୍ରାଞ୍ଚ ତଦନ୍ତରେ ନିୟୋଜିତ ଥିଲା । ଉମେଶ କାମତ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ୍ କରାଯିବା ପରେ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଆଗକୁ ବଢ଼ିଥିଲା । ସେ କ୍ରାଇମବ୍ରାଞ୍ଚ ସମ୍ମୁଖରେ ସମସ୍ତ ତଥ୍ୟ ଖୋଲି ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଯେ ପ୍ରାୟ ୮-୧୦ କୋଟି ଟଙ୍କାର କାରବାର ହୋଇଛି । ଏହାପରେ କ୍ରାଇମବ୍ରାଞ୍ଚ ରାଜ୍ କୁନ୍ଦ୍ରାଙ୍କୁ ଅଫିସକୁ ଡାକି ପଚରାଉଚରା କରିବାପରେ ତାଙ୍କୁ ଗିରଫ୍ କରିଛି ।

ଏହି ୨ଅଭିନେତ୍ରୀ ରାଜ୍ କୁନ୍ଦ୍ରାଙ୍କ ନାମରେ ଅଭିଯୋଗ କରିଥିଲେ

ରାଜ କୁନ୍ଦ୍ରା ମାମଲାରେ ଶର୍ଲିନ୍ ଚୋପ୍ରା ଏବଂ ପୁନମ୍ ପାଣ୍ଡେ ମହାରାଷ୍ଟ୍ର ସାଇବର୍ ସେଲକୁ ଏକ ବିବୃତ୍ତି ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ସେମାନଙ୍କୁ ଆଡଲଟ୍ ଇଣ୍ଡଷ୍ଟ୍ରିକୁ ଆଣିବା ପଛରେ ରାଜ୍ କୁନ୍ଦ୍ରାଙ୍କର ହାତ ଅଛି । ସେ ଶର୍ଲିନ୍ ଚୋପ୍ରାଙ୍କୁ ପ୍ରତି ପୋଜେକ୍ଟ ପାଇଁ ପ୍ରାୟ ୩୦ଲକ୍ଷ ଟଙ୍କା ଦେଇଛନ୍ତି ଏବଂ ଶର୍ଲିନ୍ ଚୋପ୍ରା ରାଜ୍ କୁନ୍ଦ୍ରାଙ୍କ ପାଇଁ ପ୍ରାୟ ୧୫-୨୦ଟି ପ୍ରୋଜେକ୍ଟରେ କାମ କରିଛନ୍ତି ।

ଏକତା କପୁରଙ୍କ ନାମ ମଧ୍ୟ ଆସିଛି ସାମ୍ନାକୁ

ସୂଚନା ଅନୁଯାୟୀ ପ୍ରଥମେ ମହାରାଷ୍ଟ୍ର ସାଇବର ସେଲ ସଫ୍ଟ ପର୍ଣ୍ଣୋଗ୍ରାଫି ମାମଲାରେ ରାଜଙ୍କ ବିବୃତ୍ତି ନେଇଥିଲା । ଚଳିତ ବର୍ଷ ମାର୍ଚ୍ଚ ୨୬ରେ ସେଲ୍ ଏହି ମାମଲାରେ ଏକତା କପୁରଙ୍କ ବିବୃତ୍ତି ମଧ୍ୟ ନେଇଥିଲା ।

Leave a Reply

Your email address will not be published. Required fields are marked *