ମହିଳା ମାନଙ୍କ ଏହି ୨ଟି କାର୍ଯ୍ୟ ଘର ପରିବାରକୁ ଛାରଖାର କରିଦିଏ…..

ମହିଳା ମାନଙ୍କ ଏହି ୨ଟି କାର୍ଯ୍ୟ ଘର ପରିବାରକୁ ଛାରଖାର କରିଦିଏ…..

ମହିଳା ମାନଙ୍କ ଏହି ୨ଟି କାର୍ଯ୍ୟ ଘର ପରିବାରକୁ ଛାରଖାର କରିଦିଏ ,ଘରେ ହୁଏ ନାହିଁ ମାଁ ଲକ୍ଷ୍ମୀଙ୍କ ବାସ ।

ହିନ୍ଦୁ ଧର୍ମରେ ଘରର ଝିଅ ବୋହୂ ମାନଙ୍କୁ ଲକ୍ଷ୍ମୀର ରୂପ ମାନନ୍ତି । ତେଣୁ କୁହାଯାଏ କୌଣସି ନାରୀ ଘରକୁ ଚାହିଁଲେ ସ୍ବର୍ଗ କରିପାରିବ ଏବଂ ଚାହିଁଲେ ନର୍କ କରିପାରିବ । ଝିଅ ବୋହୂ ମାନଙ୍କ କିଛି ଅଭ୍ୟାସ ଯାହା ଘରକୁ ଦାରିଦ୍ର୍ୟ କରିପାରିବ, ଏବଂ କିଛି ଅଭ୍ୟାସ ଏମିତି ଅଛି ଯାହା ସୁଖ ସମୃଦ୍ଧି ଲାଭ କରିବାରେ ସାହାଯ୍ୟ କରିଥାଏ । ପ୍ରାୟତଃ ବ୍ୟକ୍ତିଙ୍କ ସୁଖ ସମୃଦ୍ଧି ନିଜ ସ୍ତ୍ରୀ ଉପରେ ନିର୍ଭର କରିଥାଏ । ଯାହା ଲକ୍ଷ୍ମୀ ଭଳି ସବୁ କାର୍ଯ୍ୟ କରେ ଏବଂ ସମସ୍ତଙ୍କ ସେବା ଯତ୍ନ କରେ । ଘରର ସ୍ତ୍ରୀ ଲୋକଙ୍କୁ ଏହି କାର୍ଯ୍ୟ କରିବା ଉଚିତ ନୁହେଁ କାରଣ ଏହି କାର୍ଯ୍ୟ କରିବା ଫଳରେ କଥା ମାତା ଲକ୍ଷ୍ମୀ କଦାପି ଘରକୁ ଆଗମନ କରନ୍ତି ନାହିଁ ।

କୌଣସି ନାରୀ ଘରକୁ ଚାହିଁଲେ ସ୍ବର୍ଗ କରିପାରିବ ଏବଂ ଚାହିଁଲେ ନର୍କ କରିପାରିବ

ପତ୍ନୀ ରୂପରେ ଯେଉଁ ମହିଳା ନିଜ ସ୍ୱାମୀର ସାଙ୍ଗରେ ରହିଥାଏ ଏବଂ ନିଜ ପତିଙ୍କୁ ଜୀବନର ସଠିକ୍ ମାର୍ଗ ଦେଖାଇଥାଏ ସେହି ସ୍ତ୍ରୀ ଝିଅ ରୂପରେ ମହାଲକ୍ଷ୍ମୀ ହୋଇଥାଏ ଏବଂ ନିଜର ଘରକୁ ସ୍ବର୍ଗ କରଥାଏ । ଯେଉଁଭଳି ମହିଳା ମାନେ ଘରକୁ ସ୍ବର୍ଗ କରିଥାନ୍ତି ଠିକ୍ ସେଇଭଳି ସ୍ତ୍ରୀଙ୍କ କରିଥିବା କିଛି କାର୍ଯ୍ୟ ଯୋଗୁଁ ଘରର ଦାରିଦ୍ର୍ୟତା ଦୂର ହୋଇଥାଏ ।

ଆମେ ଆଜି ଆପଣଙ୍କୁ ଏହି ଦୁଇ କାମ କହିବାକୁ ଯାଉଛୁ ,ଯାହା ଘରର ମହିଳା ମାନଙ୍କୁ କରିବା ଅନୁଚିତ ଅଟେ । ଘରର ନାରୀ ମାନଙ୍କୁ ଏହି ଦୁଇ କାମ କରିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଘରେ ଦରିଦ୍ରତା ଦେଖାଯାଏ । ଯଦି ଆପଣଙ୍କ ଜୀବନରେ ସମସ୍ୟା ଦେଖାଦେଉଛି କିମ୍ବା ଆପଣଙ୍କୁ ଏହିପରି ମନେ ହେଉଛି ଆପଣଙ୍କୁ ସଫଳତା ମିଳୁ ନାହିଁ ଏହାର କାରଣ ଆପଣଙ୍କ ଘରେ ଘଟୁଥିବା ଏହିସବୁ କାର୍ଯ୍ୟ ।ମହିଳା ମାନଙ୍କ ଏହି ଅଭ୍ୟାସ ଏବଂ କାର୍ଯ୍ୟ ପାଇଁ ଆପଣଙ୍କ ଭାଗ୍ୟ ଖରାପ ହୋଇପାରେ ଚାଲନ୍ତୁ ଜାଣିବା ଘରର ମହିଳାଙ୍କ କେଉଁ ଅଭ୍ୟାସ ପରିବାର ସଦସ୍ୟଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ ।

ଭୁଲରେ ମଧ୍ୟ ଘରର ନାରୀ ମାନେ ଏହି କାମ କରନ୍ତୁ ନାହିଁ

୧. ଯେଉଁ ଘରେ ମହିଳା ମାନେ ଝାଡୁକୁ ଗୋଡ଼ ମାରନ୍ତି ସେହି ଠାରେ କେବେ ମଧ୍ୟ ଲକ୍ଷ୍ମୀଙ୍କ ବାସ ହୁଏ ନାହିଁ । ଏହି ଭଳି ଘରେ ସବୁବେଳେ ଦାରିଦ୍ର୍ୟତା ଦେଖାଯାଏ ।

୨. ଯଦି ଆପଣଙ୍କ ଘରର ନାରୀ ମାନଙ୍କ ଅଭ୍ୟାସ କଢ଼େଇ କଂସା ବାସନ ଚୁଲିରେ ରଖି ଶୁଅନ୍ତି ଏହିଭଳି ଘରେ ଲକ୍ଷ୍ମୀ କେବେ ମଧ୍ୟ ଆସନ୍ତି ନାହିଁ ଏବଂ ଏହା ଗରିବ ଏବଂ ଦୁଃଖର କାରଣ ହୋଇଥାଏ ।

୩. ଯେଉଁ ଘରର ମହିଳା ମାନେ ଗୋଇଠା ମାରି ଘରର କବାଟ ଖୋଲିଥାନ୍ତି ଏହା ଦ୍ବାରା ଧନର ଦେବୀ ମହାଲକ୍ଷ୍ମୀ କୋପ ପ୍ରକାଶ କରନ୍ତି । ଏହିପରି ଘଟଣା ଆପଣଙ୍କ ଘରେ ଘଟୁଥିଲେ ଏହାକୁ ତୁରନ୍ତ ବାରଣ କରନ୍ତୁ ।

୪. ଅନେକ ମହିଳା ମାନଙ୍କ ଅଭ୍ୟାସ ଥାଏ ସେମାନେ ଘରର ଦୁଆର ବନ୍ଧ ପାଖରେ ବସି ଭୋଜନ କରନ୍ତି , ଏହିପରି କରିବା ଫଳରେ ଘରେ ଦରିଦ୍ରତା ଦେଖାଯାଇଥାଏ । ହିନ୍ଦୁ ଶାସ୍ତ୍ରରେ ଏହାକୁ ଅଶୁଭ ମାନା ଯାଏ ।

୫. ମହିଳାମାନେ ଘରେ ରାତିରେ ଶୋଇବା ବେଳେ ଅଇଁଠା ବାସନ ରଖି ଶୁଅନ୍ତି ତେବେ ଏହା ଗରିବ ହେବାର ସଂକେତ ବୋଲି କୁହାଯାଏ । ଏହା ହେବାକୁ ଦିଅନ୍ତୁ ନାହିଁ ।

୬. ଘରର ସୁଖଶାନ୍ତି ପାଇଁ ସପ୍ତାହରେ ଗୋଟିଏ ଦିନ ସମୁଦ୍ର ଲୁଣରେ ଘର ସଫା କରନ୍ତୁ । ଏହା କରିବା ଦ୍ଵାରା ଲକ୍ଷ୍ମୀଙ୍କ କୃପା ବଜାୟ ରହିଥାଏ ।

୭. ଯେଉଁ ଘରର ମହିଳା ମାନେ ପ୍ରାତଃ କାଳରେ ଝାଡୁ ନକରି ସନ୍ଧ୍ୟା ବା ରାତ୍ର ସମୟରେ ଝାଡୁ ଲଗାନ୍ତି ତେବେ ସେହି ଘରେ ଦାରିଦ୍ର୍ୟତା ଦେଖାଯାଇଥାଏ । ତେଣୁ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ।

୮. ଯେଉଁ ଘରର ନାରୀମାନେ ପ୍ରାତଃ କାଳରେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି ତେବେ ସେହି ଘରେ ଅଶୁଭ ଦେଖାଯାଏ । ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥିବା ମହିଳା ନିଜ ପରିବାର ପାଇଁ ଅସଫଳତା ଆଣିଥାନ୍ତି ।

Leave a Reply

Your email address will not be published. Required fields are marked *