ପରସ୍ପର ମଧ୍ୟରେ ଭଉଣୀଙ୍କ ଭଳି ରୁହନ୍ତି ଏହି ୧୦ଜଣ ନଣନ୍ଦ-ଭାଉଜଙ୍କ ଯୋଡ଼ି, କେବେମଧ୍ୟ ହୋଇନାହିଁ ଝଗଡା….

ବାହା ହେବା ପରେ ଯେତେବେଳେ ଜଣେ ଝିଅ ନିଜ ଶାଶୁ ଘରକୁ ଯାଏ ସେଠାରେ ଝିଅଟି ସହିତ ଅନେକ ଗୁଡ଼ିଏ ସମ୍ପର୍କ ଯୋଡ଼ି ହୋଇଯାଏ । ଏଥି ମଧ୍ୟରୁ ଗୋଟିଏ ସମ୍ପର୍କ ହେଉଛି ନଣନ୍ଦ ଓ ଭାଉଜ ମଧ୍ୟର ସମ୍ପର୍କ । ସେମିତିରେ ଦେଖିବାକୁ ଗଲେ ନଣନ୍ଦ ଓ ଭାଉଜର ସମ୍ପର୍କରେ ଖୁବ ଭଲ ପାଇବା ଭରି ରହିଥାଏ, କିନ୍ତୁ କିଛି ଘରେ ଏହି ସମ୍ପର୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳେ । ଯଦିଓ ବଲିଉଡ଼ରେ ମଧ୍ୟ ନଣନ୍ଦ ଭାଉଜର କିଛି ଯୋଡ଼ି ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ପ୍ରଚୁର ଭଲ ପାଇବା ରହିଛି ଓ ସେମାନେ ପରସ୍ପରର ଭଲ ବନ୍ଧୁ ମଧ୍ୟ ଅଟନ୍ତି ।

ରାନୀ ମୁଖାର୍ଜୀ ଓ ଜ୍ୟୋତି ମୁଖାର୍ଜୀ

ନିଜ ବଡ଼ ଭାଇଙ୍କ ପରିବାରର ଦାୟିତ୍ୱକୁ ଗମ୍ଭୀରତାର ସହ ବହନ କରୁଥିବା ହେତୁ ବଲିଉଡ଼ ଅଭିନେତ୍ରୀ ରାନୀ ମୁଖାର୍ଜୀ ନିଜେ ଖୁବ ବିଳମ୍ବରେ ବିବାହ କଲେ । ସେ କେବଳ ଜ୍ୟୋତି ମୁଖାର୍ଜୀ ନୁହେଁ ବରଂ ତାଙ୍କ ସନ୍ତାନ ମାନଙ୍କ ଦାୟିତ୍ୱ ମଧ୍ୟ ବହନ କଲେ । ଦୁଇଜଣ ନଣନ୍ଦ ଭାଉଜଙ୍କ ମଧ୍ୟରେ ବନ୍ଧୁତା ରହିଛି ଓ ଦୁହେଁ ପରସ୍ପର ସହିତ ଖୁବ ଖୁସିରେ ରୁହନ୍ତି ।

କରିନା କପୂର ଖାଁ ଓ ସୋହା ଅଲି ଖାଁ

ବଲିଉଡ଼ ଅଭିନେତ୍ରୀ ସୋହା ଅଲି ଖାଁ ଓ କରିନା କପୂର ଖାଁ ପରସ୍ପର ବନ୍ଧୁ ଭଳି ନଜର ଆସନ୍ତି । ନଣନ୍ଦ-ଭାଉଜଳ ଏହି ସମ୍ପର୍କରେ ଭରପୂର ଭଲପାଇବା ରହିଛି, କାରଣ ସର୍ବଦା ଦୁହେଁ ପରସ୍ପରକୁ ପ୍ରଶଂସା କରୁଥିବାର ନଜର ଆସନ୍ତି । ପରସ୍ପର ସହ ସମୟ ଅତିବାହିତ କରିବା ଓ ଏକାଠି ଛୁଟି କାଟିବାକୁ ଏମାନଙ୍କୁ ବହୁତ ପସନ୍ଦ ଲାଗେ ।

ନିତୁ ସିଂହ ଓ ରିମା ଜୈନ

ବଲିଉଡ଼ର ଦିବଙ୍ଗତ ଅଭିନେତା ଋଷି କପୂରଙ୍କ ସ୍ତ୍ରୀ ନିତୁ ସିଂହଙ୍କ ନିଜ ନଣନ୍ଦ ରିମା ଜୈନଙ୍କ ସହିତ ବହୁତ ଭଲ ସଂପର୍କ ରହିଆସିଛି । ନଣନ୍ଦ-ଭାଉଜର ଏହି ଯୋଡ଼ି ମଧ୍ୟରେ ବନ୍ଧୁତା ରହିଛି । ନିଜ ଭଣଜା ରଣବିରଙ୍କ ସହିତ ରିମା ଜୈନଙ୍କୁ ଜନ୍ମଦିନ ପାଳନ ଅବସରରେ ଦେଖାଯାଏ । ପୁରା ପରିବାର ଏହି ସୁଯୋଗରେ ଖୁବ ମଜା ମସ୍ତି କରୁଥିବାର ନଜର ଆସନ୍ତି ।

ମଲାଇକା ଅରୋଡ଼ା ଖାଁ ଓ ଅର୍ପିତା ଖାଁ

ବଲିଉଡ଼ ଅଭିନେତା ଓ ସଲମାନ ଖାଁଙ୍କ ଛୋଟ ଭାଇ ଅରବାଜ ଖାଁଙ୍କ ବିବାହ ମଳାଇକା ଅରୋଡ଼ାଙ୍କ ସହ ହୋଇଥିଲା, ଯାହା ୨୦୧୭ ରେ ତାଙ୍କ ଛାଡ଼ପତ୍ର ପରେ ଶେଷ ହୋଇଯାଇଛି । ଏହା ସତ୍ତ୍ୱେ ପରସ୍ପର ସହ ଦୁହେଁ ବନ୍ଧୁତା ରଖିଛନ୍ତି । ଅରବାଜ ଖାଁ ଙ୍କ ଭଉଣୀ ଅର୍ପିତାଙ୍କ ସହ ମଳାଇକା ଅରୋଡ଼ାଙ୍କ ନଣନ୍ଦ-ଭାଉଜ ସମ୍ପର୍କ ଥିଲା । ଏହି ଦୁଇଜଣଙ୍କ ସମ୍ପର୍କରେ ମଧ୍ୟ ସବୁବେଳେ ଭଲ ପାଇବା ଦେଖିବାକୁ ମିଳେ । କିଛି କାର୍ଯ୍ୟକ୍ରମରେ ଦୁହେଁ ଏକାଠି ଏହାର ମଜା ଉଠାଉଥିବାର ନଜର ଆସନ୍ତି ।

ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଶ୍ୱେତା ନନ୍ଦା

ସମସ୍ତେ ଜାଣନ୍ତି ଯେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଶ୍ୱେତା ନନ୍ଦାଙ୍କ ନଣନ୍ଦ-ଭାଉଜ ଯୋଡ଼ି ବଲିଉଡ଼ରେ ଖୁବ ପ୍ରସିଦ୍ଧ । ତାହା ଏକାଠି ଛୁଟି କାଟିବା ହେଉ କିମ୍ବା କୌଣସି କାର୍ଯ୍ୟକ୍ରମରେ ସମ୍ମିଳିତ ହୁଅନ୍ତୁ, ଅଧିକାଂଶ ସମୟରେ ଦୁହେଁ ଏକାଠି ନଜର ଆସନ୍ତି । ଐଶ୍ଚର୍ଯ୍ୟାଙ୍କ ଝିଅ ଓ ଶ୍ୱେତା ନିଜ ଝିଆରୀ ଆରଧ୍ୟାଙ୍କୁ ମଧ୍ୟ ଅନେକ ଥର ପ୍ରଶଂସା କରୁଥିବାର ଦେଖାଯାଇଛି ।

ଅନୁଷ୍କା ଶର୍ମା ଓ ଭାବନା କୋହଲି ଢ଼ିଙ୍ଗରା

ଭାରତୀୟ କ୍ରିକେଟର ଉଜ୍ଜ୍ୱଳ ତାରକା ବିରାଟ କୋହଲି ଓ ତାଙ୍କ ସ୍ତ୍ରୀ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡ଼ି ବେଶ ଜଣାଶୁଣା । ବିରାଟ କୋହଲିଙ୍କ ଭଉଣୀଙ୍କ ନାମ ଭାବନା କୋହଲି ଅଟେ । ଯଦିଓ, ଭାବନାଙ୍କ ବିଷୟରେ ଅଧିକ ଲୋକ ଜାଣନ୍ତି ନାହିଁ । ଭାବନା ନିଜ ଭାଉଜ ଅନୁଷ୍କାଙ୍କୁ ନିଜ ଛୋଟ ଭଉଣୀ ଭଳି ମନେ କରନ୍ତି । ଏହା ଏକ ଭିନ୍ନ କଥା ଯେ ଦୁହେଁ ସାଥିରେ ଅଧିକ ଦେଖାଯାନ୍ତି ନାହିଁ, କିନ୍ତୁ କୁହାଯାଏ ଯେ ନଣନ୍ଦ ଭାଉଜଙ୍କ ଏହି ଯୋଡ଼ି ମଧ୍ୟରେ ଗଭୀର ସମ୍ପର୍କ ଓ ଭଲପାଇବା ରହିଛି । ଯେତେବେଳେ ମଧ୍ୟ ଦୁହେଁ ଏକାଠି ଥାନ୍ତି, ସେତେବେଳେ ଦୁହିଁଙ୍କ କଥା ସରେ ନାହିଁ ।

ଗୌରୀ ଖାଁ ଓ ସହନାଜ

ବଲିଉଡ଼ରେ କିଙ୍ଗ ଖାଁ ନାମରେ ପରିଚିତ ଅଭିନେତା ଶାହରୁଖ ଖାଁ ଙ୍କ ସ୍ତ୍ରୀ ଗୌରୀ ଖାଁ ଓ ତାଙ୍କ ନଣନ୍ଦ ଶହନାଜଙ୍କ ମଧ୍ୟରେ ବନ୍ଧୁ ଭଳି ସମ୍ପର୍କ ରହିଛି । ମିଡ଼ିଆ ସହ ଦୂରତା ବଜାୟ ରଖୁଥିବା ଶହନାଜ ଯେତେବେଳେ ନିଜ ମାଁଙ୍କ ମୃତ୍ୟୁ ଯୋଗୁଁ ଉଦାସ ହୋଇଯାଇଥିଲେ, ସେତେବେଳେ ଗୌରୀ ଖାଁ ତାଙ୍କୁ ଏଥିରୁ ବାହାରିବାରେ ସାହାଯ୍ୟ କରିଥିଲେ ।

ଟ୍ଵିଙ୍କଲ ଖାନ୍ନା ଓ ଅଳକା ଭାଟିୟା

ବଲିଉଡ଼ ଅଭିନେତ୍ରୀ ଟ୍ଵିଙ୍କଲ ଖାନ୍ନା ଓ ଅଳକା ଭାଟିୟାଙ୍କ ମଧ୍ୟରେ ନଣନ୍ଦ ଭାଉଜରୁ ଅଧିକ ବନ୍ଧୁତା ଦେଖିବାକୁ ମିଳେ । ଅଳକା ଭାଟିୟା ଯେତେବେଳେ ନିଜ ଠାରୁ ୧୫ ବର୍ଷ ବଡ଼ ଓ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ଦେଇଥିବା ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ ସେହି ସମୟରେ ଟ୍ଵିଙ୍କଲ ଖାନ୍ନା ହିଁ ଅକ୍ଷୟ କୁମାରଙ୍କୁ ଏଥିପାଇଁ ରାଜି କରାଇଥିଲେ, ଏହା ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆହୁରି ଗଭୀର ହୋଇଗଲା ।

ମୀରା ରାଜପୁତ ଓ ସନାହ କପୂର

ବଲିଉଡ଼ ଅଭିନେତା ଶାହୀଦ କପୂରଙ୍କ ସ୍ତ୍ରୀ ମୀରା ରାଜପୁତ ଓ ସନାହ କପୂରଙ୍କ ମଧ୍ୟରେ ନଣନ୍ଦ ଭାଉଜରୁ ଅଧିକ ଦୁଇବନ୍ଧୁ ଭଳି ସମ୍ପର୍କ ରହିଛି । ପରସ୍ପର ସହ ଦୁହେଁ ଶପିଙ୍ଗ କରନ୍ତି ତାଛଡ଼ା ସେ ଦୁହେଁ ନିଜର ଗୋପନୀୟ କଥା ଗୁଡିକୁ ମଧ୍ୟ ପରସ୍ପର ମଧ୍ୟରେ ସେୟାର କରନ୍ତି । ମୀରା ଏକ ଅଦ୍ଭୁତ ବ୍ୟକ୍ତିତ୍ୱ ମହିଳା ବୋଲି ସନାହ କହି ସାରିଛନ୍ତି ।

ସୋନକ୍ଷୀ ସିହ୍ନା ଓ ତରୁଣା ଅଗ୍ରୱାଲ

ସୋନାକ୍ଷୀ ସିହ୍ନା ବଲିଉଡ଼ର ଏକ ବେଶ ପରିଚିତ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ଏକ ସମୟର ଲୋକପ୍ରିୟ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ମଧ୍ୟ ଅଟନ୍ତି । ସୋନାକ୍ଷୀଙ୍କ ବଡ଼ ଭାଇ କୁଶଙ୍କ ବିବାହ ୨୦୧୫ ମସିହାରେ ତରୁଣା ଅଗ୍ରୱାଲଙ୍କ ସହିତ ହୋଇଥିଲା । ନିଜ ଭାଉଜ ତରୁଣାଙ୍କ ସହ ସୋନକ୍ଷୀଙ୍କ ସମ୍ପର୍କ ଦୁଇ ଭଉଣୀ ଭଳି ଅଟେ । ନିଜ ଛୋଟ ଭଉଣୀ ଭାବରେ ତରୁଣା ମଧ୍ୟ ସୋନାକ୍ଷୀଙ୍କୁ ଖୁବ ଭଲ ପାଇବା ଦିଅନ୍ତି ।

Be the first to comment

Leave a Reply

Your email address will not be published.


*