ମାଁ ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାନ୍ତି ଏହି ୧୦ଟି ଗୁଣଥିବା ମହିଳା ! ଏହିପରି ଅଭ୍ୟାସ ଥିବା ମହିଳାଙ୍କୁ କୁହାଯାଏ ଭାଗ୍ୟଶାଳୀ ।

ମାଁ ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାନ୍ତି ଏହି ୧୦ଟି ଗୁଣଥିବା ମହିଳା ! ଏହିପରି ଅଭ୍ୟାସ ଥିବା ମହିଳାଙ୍କୁ କୁହାଯାଏ ଭାଗ୍ୟଶାଳୀ ।

ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ଯଦି ଆପଣ ଜୀବନରେ ଧନ ସମ୍ପତ୍ତି ସମ୍ପନ୍ନ ରହିବା ପାଇଁ ଚାହଁନ୍ତି ତେବେ ଆପଣଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ ଆଶୀର୍ବାଦ ହେବା ଆବଶ୍ୟକ ହୋଇଥାଏ । ଯଦିଓ ମାଁ ଲକ୍ଷ୍ମୀ କେବଳ ସେହି ଲୋକଙ୍କ ମନୋକାମନା ପୂରଣ କରନ୍ତି ଯେଉଁମାନଙ୍କ ଭିତରେ କିଛି ବିଶେଷ ଅଭ୍ୟାସ ଓ ଭଲ ଗୁଣ ରହିଥାଏ । ତେଣୁ ମହିଳା ମାନଙ୍କୁ ଏହି ଅଭ୍ୟାସ କିମ୍ବା କୁହାଯାଇଥିବା ନିୟମ ଗୁଡ଼ିକର ପାଳନ କରିବା ଉଚିତ। ଯେଉଁ ମହିଳା ମାନେ ଏହାକୁ ଆପଣନ୍ତି ତାଙ୍କ ଉପରେ ମାଁଙ୍କ କୃପା ଦୃଷ୍ଟି ସଦା ସର୍ବଦା ରହିଥାଏ ।

newstrend

୧ . ସକାଳ ଓ ସନ୍ଧ୍ୟା ସମୟରେ ନିୟମିତ ଭାବରେ ଘରେ ପୂଜାପାଠ କରୁଥିବା ମହିଳାଙ୍କୁ ମାତା ଲକ୍ଷ୍ମୀ ପସନ୍ଦ କରନ୍ତି । ଏହି ମହିଳା ମାନଙ୍କୁ ଅନ୍ୟ ସ୍ତ୍ରୀ ମାନଙ୍କ ତୁଳନାରେ ଅଧିକ ସକାରାତ୍ମକତା ଦେଖିବାକୁ ମିଳିଥାଏ । ନିୟମିତ ପୂଜା ଆରାଧନା କରିବା ଫଳରେ ଏହି ମହିଳା ମାନଙ୍କ ମନ ଅନ୍ୟ ବ୍ୟକ୍ତିଙ୍କ ଠାରୁ ଅଧିକ ଶୁଦ୍ଧ ହୋଇଥାଏ ।

୨ . ଶୁକ୍ରବାର ଦିନରେ ମାଁ ଲକ୍ଷ୍ମୀଙ୍କ ନାମର ବ୍ରତ ପାଳନ କରୁଥିବା ମହିଳା ମାନଙ୍କ ଉପରେ ମାତା ରାନୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ । ଏହି ମହିଳା ମାନେ କେବଳ ମାଁଙ୍କ ପାଇଁ ନିଜ ଭୋକର ତ୍ୟାଗ କରି ଉପବାସ ରଖିଥାନ୍ତି । ଏମାନଙ୍କ ଏହି ବଳିଦାନ ଦେଖି ମାଁ ଲକ୍ଷ୍ମୀ ପ୍ରସନ୍ନ ହୋଇଯାଆନ୍ତି ।

୩. ଘରର ଶିଶୁ କନ୍ୟା ମାନଙ୍କୁ ସ୍ନେହ ଓ ପ୍ରେମରେ ରଖୁଥିବା ମହିଳା ମାନଙ୍କଠାରୁ ମଧ୍ୟ ମାଁ ଲକ୍ଷ୍ମୀ ବହୁତ ଆନନ୍ଦିତ ରୁହନ୍ତି । କୁହନ୍ତି ଶିଶୁ କନ୍ୟା ମାନେ ସ୍ୱୟଂ ମାଁ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି । ଏହିପରି ଯଦି ମହିଳା ମାନେ ନିଜ ଘରର ଛୋଟ ଛୋଟ ଶିଶୁ କନ୍ୟାଙ୍କୁ ସ୍ନେହ ପ୍ରେମ ରଖନ୍ତି ଏବଂ ତାଙ୍କୁ ବୋଝ ମନେ କରନ୍ତି ନାହିଁ ତେବେ ମାଁ ଲକ୍ଷ୍ମୀ ପ୍ରସନ୍ନ ହୋଇଯାଆନ୍ତି ।

newstrend

୪ . ଶୁକ୍ରବାର ଦିନ ମାଁଙ୍କ ନାମରେ ଏକ ଘିଅର ଦୀପ ଜାଳିବା ଫଳରେ ମାଁଙ୍କୁ ଖୁସି ମିଳିଥାଏ । ଏଥିପାଇଁ ଯେଉଁ ମହିଳା ମାନେ ଏପରି କରନ୍ତି ତାଙ୍କୁ ମାତାଙ୍କ ମହିମା ଦେଖିବା ଅବସର ପ୍ରାପ୍ତ ହୋଇଥାଏ । ସେ ତାଙ୍କର ମନୋକାମନା ନିଶ୍ଚିତ ଭାବରେ ପୂରଣ କରନ୍ତି ।

୫ . ଯେଉଁ ମହିଳା ମାନେ ଶୁକ୍ରବାର ଦିନରେ ଘରେ ଶାକାହାରୀ ଭୋଜନ ଗ୍ରହଣ କରନ୍ତି ଓ ଆମିଷ ଖାଆନ୍ତି ନାହିଁ କିମ୍ବା ଆମିଷ ରୋଷେଇ କରନ୍ତି ନାହିଁ ତାଙ୍କୁ ମଧ୍ୟ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଅଧିକ ମିଳିଥାଏ । ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ଦିନ ହୋଇଥାଏ । ଏହି ଦିନରେ ଘରେ ମାଛ, ମାଂସ ଓ ଅଣ୍ଡା ସେବନ କରନ୍ତୁ ନାହିଁ । ଯଦି ଆପଣ ଏହାକୁ ସେବନ କରନ୍ତି ତେବେ ମାଁ ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବେ ନାହିଁ ।

newstrend

୬ . ଶୁକ୍ରବାର ଦିନ ଦାନ ଧର୍ମ କରିବା ଶୁଭ ଅଟେ । ଏପରି କରିବା ମହିଳାଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ । ତେଣୁ ଏହି ଦାନ ଧନ, ଅନ୍ନ, ଟଙ୍କା କିମ୍ବା ବସ୍ତ୍ର ସମେତ କୌଣସି ପଦାର୍ଥର ହୋଇପାରେ।

୭ . ବୃଦ୍ଧ ବୟସ୍କଙ୍କୁ ସମ୍ମାନ କରୁଥିବା ମହିଳା ମାନେ ମଧ୍ୟ ମାଁ ଲକ୍ଷ୍ମୀଙ୍କୁ ପସନ୍ଦ ଆସିଥାନ୍ତି । ତାଙ୍କ ଆଚରଣ ଦେଖି ମାଁ ଏତେ ପ୍ରସନ୍ନ ହୋଇଯାନ୍ତି ଯେ ତାଙ୍କୁ ଭଲ ସୌଭାଗ୍ୟ କର୍ମ ସ୍ୱରୂପ ଦେଇଥାନ୍ତି ।

୮ . ଘରର ସମସ୍ତଙ୍କୁ ଯତ୍ନ ନେଉଥିବା ଓ ଘରକୁ ଉନ୍ନତି ଦିଗରେ ନେଉଥିବା ମହିଳା ମାନେ ମଧ୍ୟ ମାଁ ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାନ୍ତି । ଏପରି ସ୍ଥାନରେ ମାଁ ଲକ୍ଷ୍ମୀ ଧନର ଅଭାବ ହେବାକୁ ଦିଅନ୍ତି ନାହିଁ ।

newstrend

୯ . ପରିବାରକୁ ଏକାଠି ସାଥିରେ ବାନ୍ଧି ରଖୁଥିବା ମହିଳାଙ୍କୁ ମଧ୍ୟ ମାଁ ଲକ୍ଷ୍ମୀଙ୍କୁ ବିଶେଷ କୃପା ରହିଥାଏ । ଯଦି କୌଣସି ମହିଳା ପରିବାରରେ ଫାଟ ସୃଷ୍ଟି କରନ୍ତି ତାଙ୍କ ଉପରେ ମାଁ ଲକ୍ଷ୍ମୀ ତାଙ୍କ କୃପା ବର୍ଷା କରନ୍ତି ନାହିଁ ।

୧୦ . ମାଁଙ୍କ ଶୃଙ୍ଗାର କରୁଥିବା ଓ ତାଙ୍କୁ ଚନ୍ଦନ ଟୀକା ଲଗାଇ ପୂଜାପାଠ କରୁଥିବା ମହିଳା ମାନଙ୍କ ଉପରେ ଲକ୍ଷ୍ମୀ ଠାକୁରାଣୀ ପ୍ରସନ୍ନ ରୁହନ୍ତି ।

ସେମିତିରେ କଣ ଆପଣଙ୍କ ଠାରେ ଏପରି କିଛି ଅଭ୍ୟାସ ରହିଛି ? ଯଦି ନାହିଁ ତେବେ ଏହାକୁ ଆପଣେଇ ନିଅନ୍ତୁ ଓ ମାଁ ଲକ୍ଷ୍ମୀଙ୍କ ଅସୀମ କୃପା ଲାଭ କରନ୍ତୁ ।

Leave a Reply

Your email address will not be published. Required fields are marked *