ଏହି ୧୦ଟି ଚେହେରା କରିବାକୁ ଯାଉଛନ୍ତି ବଲିଉଡରେ ଡେବ୍ୟୁ ! କ୍ୟାଟ୍ରିନା କୈଫଙ୍କ ଭଉଣୀଙ୍କ ଠାରୁ ଆରମ୍ଭ କରି ‘ମିସ୍ ୱାର୍ଲ୍ଡ ‘ମାନୁଷି ଚିଲ୍ଲର୍ ଅଛନ୍ତି ଏଥିରେ ସାମିଲ୍…

ଏହି ୧୦ଟି ଚେହେରା କରିବାକୁ ଯାଉଛନ୍ତି ବଲିଉଡରେ ଡେବ୍ୟୁ ! କ୍ୟାଟ୍ରିନା କୈଫଙ୍କ ଭଉଣୀଙ୍କ ଠାରୁ ଆରମ୍ଭ କରି ‘ମିସ୍ ୱାର୍ଲ୍ଡ ‘ମାନୁଷି ଚିଲ୍ଲର୍ ଅଛନ୍ତି ଏଥିରେ ସାମିଲ୍…

ପ୍ରତ୍ୟେକ ଥର ଭଳି ୨୦୨୧ମସିହାରେ ମଧ୍ୟ ବଲିଉଡରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ ଯାହା ମଧ୍ୟରୁ ଅନେକଙ୍କୁ ଆପଣ ପୂର୍ବରୁ ଜାଣିଥିବେ । କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ କୈଫ୍, ସୁନୀଲ୍ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଝିଅ ନମାଶୀ ଚକ୍ରବର୍ତ୍ତୀଙ୍କ ଭଳି ଅନେକ ନୂଆ ଚେହେରାକୁ ବଲିଉଡ ସ୍ୱାଗତ କରିବାକୁ ଯାଉଛି । ଆସନ୍ତୁ ଜାଣିବା ଏହି ଦଶଟି ନୂଆ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ କିଛି କଥା ।

୧) ମାନୁଷି ଚିଲ୍ଲର

‘ମିସ ୱାର୍ଲ୍ଡ’ ମାନୁଷି ଐତିହାସିକ ଡ୍ରାମା ଫିଲ୍ମ ‘ପୃଥ୍ବୀରାଜ୍’ ସହ ବଲିଉଡରେ ଡେବ୍ୟୁ କରିବେ । ମାନୁଷି ଫିଲ୍ମ ‘ପୃଥ୍ୱୀରାଜ୍’ରେ ସୟୋଗିତା ଭୂମିକାରେ ଅଭିନୟ କରିବେ ।

୨) ଇସାବେଲ୍ କୈଫ୍

କ୍ୟାଟ୍ରିନାଙ୍କ ସାନ ଭଉଣୀ ଇସାବେଲ କୈଫ ଫିଲ୍ମ ‘ଟାଇମ୍ ଟୁ ଡ୍ୟାନ୍ସ’ରେ ସୁରଜ୍ ପାଞ୍ଚୋଲିଙ୍କ ସହ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ସେ ଆୟୁଷ ଶର୍ମାଙ୍କ ସହ ଚଳଚ୍ଚିତ୍ର ‘କ୍ୱାଥା’ରେ ଅଭିନୟ କରିବାକୁ ଯାଉଛନ୍ତି । ଇସାବେଲଙ୍କର ଆଉ ଏକ ଫିଲ୍ମ ପୁଲକିତ ସମ୍ରାଟଙ୍କ ସହ ଆସୁଛି ଯାହାର ନାମ ହେଉଛି ‘ସୁସ୍ଵାଗତମ ଖୁଶାମଦିଦ’ ।

୩) ଆହାନ ଶେଟ୍ଟୀ

ଅହାନ ଶେଟ୍ଟୀ ହେଉଛନ୍ତି ୯୦ଦଶକର ସୁପରଷ୍ଟାର୍ ସୁନୀଲ୍ ଶେଟ୍ଟୀଙ୍କ ପୁଅ । ୨୦୨୧ ମସିହାରେ ଆହାନ୍ ମିଲାନ୍ ଲୁଥ୍ରିଆଙ୍କ ଫିଲ୍ମ ‘ତଡପ୍’ରୁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କର ବିପକ୍ଷରେ ନାୟିକା ହେବେ ତାରା ସୁତରିଆ । ‘ତଡପ୍’ ହେଉଛି ତେଲୁଗୁର ସୁପରହିଟ୍ ଚଳଚ୍ଚିତ୍ର ‘ଆରଏକ୍ସ ୧୦୦’ର ହିନ୍ଦୀ ରିମେକ୍ ।

୪) ଅଜୟ ନାଗର

ଆପଣ ଅଜୟ ନାଗରଙ୍କୁ ନିଶ୍ଚୟ ଜାଣିଥିବେ । ଅଜୟ ନାଗର ସୋସିଆଲ୍ ମିଡିଆରେ ‘କ୍ୟାରି ମିନାଟି’ ନାମରେ ଜଣାଶୁଣା । ସେ ଅଜୟ ଦେବଗନ୍ ଏବଂ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମେୟଡେ’ରେ ନଜର ଆସିବେ ।

୫) ନମାଶି ଚକ୍ରବର୍ତ୍ତୀ

ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଛି ଯେ ମିଥୁନ ଚକ୍ରବର୍ତ୍ତୀଙ୍କ ବଡ ଝିଅ ଦିଶାନି ଚକ୍ରବର୍ତ୍ତୀ ଚଳଚ୍ଚିତ୍ର ଜଗତରେ ପାଦ ଦେବେ । କିନ୍ତୁ ଦିଶାନୀଙ୍କ ଡେବ୍ୟୁ ପାଇଁ ଏବେ ସମୟ ଲାଗିବ । ଏହା ଭିତରେ ମିଥୁନ ଚକ୍ରବର୍ତ୍ତୀଙ୍କ ସାନ ଝିଅ ନମାଶୀ ବଲିଉଡରେରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ହେଲେଣି । ସେ ରାଜକୁମାର ସଂତୋଷିଙ୍କ ଫିଲ୍ମ ‘ବ୍ୟାଡ୍ ବୟ’ରେ ନଜର ଆସିବେ ।

୬) କ୍ରିଷ୍ଟାଲ୍ ଡି’ସୁଜା

ଅମିତାଭ ବଚ୍ଚନ, ଇମ୍ରାନ୍ ହାଶମୀ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ସହ ରୁମି ଜାଫ୍ରିଙ୍କ ଫିଲ୍ମ ‘ଚେହେରେ’ରେ କ୍ରିଷ୍ଟାଲଙ୍କୁ ଦେଖିବାକୁ ମିଳିବ ।

୭) ଲକ୍ଷ୍ୟ ଲାଲୱାନି

‘ପରଦେଶ ମେ ହେ ମେରା ଦିଲ୍’ ଏବଂ ‘ପୋରସ୍’ ଭଳି ସିରିଏଲରେ କାମ କରିବା ପରେ ଲକ୍ଷ୍ୟ ଲାଲୱାନିଙ୍କ ହାତକୁ ଆସିଛି ଧର୍ମା ପ୍ରଡକ୍ସନର ଫିଲ୍ମ ‘ଦୋସ୍ତାନା ୨’ । ଏଥିରେ ତାଙ୍କୁ ଜାହ୍ନବୀ କପୁର୍ ଏବଂ କାର୍ତ୍ତିକ୍ ଆର୍ଯ୍ୟନଙ୍କ ସହ ଦେଖିବାକୁ ମିଳିବ ।

୮) ରଶ୍ମିକା ମନ୍ଦାନା

ସାଉଥ୍ ଷ୍ଟାର୍ ରଶ୍ମିକା ମନ୍ଦାନା ବଲିଉଡରେ ‘ମିଶନ୍ ମଜନୁ’ ସହ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କର ବିପକ୍ଷରେ ନାୟକ ହେବେ ସିଦ୍ଧାର୍ଥ ମଲହୋତ୍ରା ।

୯) ଶାଲିନୀ ପାଣ୍ଡେ

‘ଅର୍ଜୁନ ରେଡ୍ଡୀ’ରେ କାମ କରିବା ପରେ ଶାଲିନୀ ପାଣ୍ଡେ ରାତାରାତି ଷ୍ଟାର୍ ହୋଇଥିଲେ । ସେ ଫିଲ୍ମ ‘ଜୟେଶଭାଇ ଜୋରଦାର୍’ରେ ରଣଭୀର ସିଂଙ୍କ ସହ ନଜର ଆସିବେ ।

୧୦) ଶୋରବରୀ ଶାହା

ଅଭିନେତ୍ରୀ ଶୋରବରୀ ଶାହା ଫିଲ୍ମ ‘ବଣ୍ଟି ଔର୍ ବବଲି ୨’ ସହିତ ବଡ ପରଦାରେ ଡେବ୍ୟୁ କରିବେ । ତାଙ୍କ ସହ ଫିଲ୍ମରେ ରାନୀ ମୁଖାର୍ଜୀ, ସୈଫ ଅଲି ଖାନ୍ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ମଧ୍ୟ ରହିବେ ।

Leave a Reply

Your email address will not be published. Required fields are marked *