ସମସ୍ତଙ୍କର ଶରୀରର ସଂରଚନା ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । କାହାର ମୋଟା ଶରୀର ହୋଇଥିବା ବେଳେ ଆଉ କାହାର ପତଳା ଶରୀର ହୋଇଥାଏ । ଆଉ ପୁଣି କାହାର ଶରୀର ଲମ୍ବା ହୋଇଥିବା ବେଳେ ଆଉ କାହାର ଛୋଟ ହୋଇଥାଏ । ଏହାବ୍ୟତୀତ ପ୍ରତ୍ୟେକ ମଣିଷ ଜୈବିକ ଦୃଷ୍ଟିରୁ ମହିଳା କିମ୍ବା ପୁରୁଷ ପ୍ରଜାତିର ହୋଇଥାଏ । ତେବେ ଏହି ଦୁଇ ପ୍ରଜାତି ବ୍ୟତୀତ ମଧ୍ୟ ମଣିଷର ଆଉ ଏକ ନୂତନ ପ୍ରଜାତି ରହିଥାଏ, ଯାହାକୁ କିନ୍ନର କିମ୍ବା ତୃତୀୟ ଶ୍ରେଣୀ କୁହାଯାଏ । ତିନୋଟି ଶ୍ରେଣୀର ଜୈବିକ ଗଠନ ଅଲଗା ଅଲଗା ହୋଇଥାଏ, ଯେଉଁ କାରଣରୁ ଏମାନଙ୍କ ମଧ୍ୟରେ ଜୈବିକ ରୂପରେ ପାର୍ଥକ୍ୟ ହୋଇଥାଏ । ଆଜି ଆମେ କିନ୍ନର ଶ୍ରେଣୀ ବିଷୟରେ କିଛି ସ୍ୱତନ୍ତ୍ର ସୂଚନା ଆପଣଙ୍କୁ କହିବାକୁ ଯାଉଛୁ ।
କିନ୍ନର ମାନଙ୍କୁ ଦେଖି ପ୍ରାୟତଃ କିଛି ପ୍ରଶ୍ନ ସମସ୍ତଙ୍କ ମନକୁ ଆସି ଯାଇଥାଏ । ଯେପରିକି ଏମାନେ କିପରି ବାସ କରନ୍ତି, କେଉଁ କାରଣରୁ ଏମାନେ ଏଭଳି ଜନ୍ମ ହୋଇଥାନ୍ତି ଏବଂ ଏମାନଙ୍କ ଶାରୀରିକ ଇଚ୍ଛା କିପରି ହୋଇଥାଏ ଏବଂ ଏମାନଙ୍କ ଜନ୍ମ କାହିଁକି କିନ୍ନର ପ୍ରଜାତିରେ ହୋଇଛି, କ’ଣ ଏଭଳି ଏମାନଙ୍କ ମାତା ପିତାଙ୍କ କୌଣସି ଅଭାବ କାରଣରୁ ହୋଇଥାଏ ? ପ୍ରାୟତଃ ପ୍ରତ୍ୟେକ ପର୍ବପର୍ବାଣୀ ଏବଂ ଉତ୍ସବରେ, ଯେଉଁ ପ୍ରକାରେ ପ୍ରତ୍ୟେକ ଧର୍ମର ଲୋକମାନେ ପରସ୍ପର ସହ ଭେଟିଥାନ୍ତି, ସେହି ପ୍ରକାରେ କିନ୍ନରମାନେ ପ୍ରତ୍ୟେକ ଉତ୍ସବରେ ଆସି ନଥାନ୍ତି, କିନ୍ନରମାନେ କେବଳ ସ୍ୱତନ୍ତ୍ର ଉତ୍ସବରେ ଭେଟିଥାନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, କିନ୍ନର ମାନଙ୍କର ସମାଜରେ ରହିବାର ଉପାୟ ସବୁକିଛି ଅଲଗା ପ୍ରକାରର ହୋଇଥାଏ । କିନ୍ନର ମାନଙ୍କର ଜନ୍ମ ଆଜି ମଧ୍ୟ ସମାଜରେ ଏକ ରହସ୍ୟ ହୋଇ ରହିଛି, ବାସ୍ତବରେ ସେମାନଙ୍କ ଜନ୍ମ ସହ ସେମାନଙ୍କର ପରିଚୟ ଜଡିତ ହୋଇ ରହିଛି । ଲିଙ୍ଗ ଗତ ରୂପରେ ନର ଏବଂ ନାରୀ ମଧ୍ୟରେ କିନ୍ନରମାନେ ରହିଥାନ୍ତି । ଯଦି ଦେଖାଯାଏ, ଶାରୀରିକ ରୂପରେ କିନ୍ନରମାନେ ନର ହୋଇଥାନ୍ତି କିନ୍ତୁ ଆଉ କିଛି ସ୍ତ୍ରୀ ମଧ୍ୟ ହୋଇପାରନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଜଣାପଡିନାହିଁ ଯେ, କିନ୍ନର ମାନଙ୍କର ଜନ୍ମ କାହିଁକି ହୋଇଥାଏ, କିପରି ହୋଇଥାଏ । ଏହା ସହ ଯଦି ଜ୍ୟୋତିଷ ଶାସ୍ତ୍ର ଏବଂ ପୁରାଣ ବିଷୟରେ କହିବା ତେବେ କିନ୍ନର ମାନଙ୍କର ଜନ୍ମକୁ ନେଇ ଏମାନେ ମଧ୍ୟ କିଛି ଅଲଗା ଅଲଗା ଦାବି କରିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ଜ୍ୟୋତିଷ ଶାସ୍ତ୍ରରେ କିଛି ଏଭଳି ରହସ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଏହା କହୁଛି ଯେ ଗୋଟିଏ କିନ୍ନରର କିନ୍ନର ହେବାର କାରଣ କଣ ହୋଇଥାଏ । ଆପଣଙ୍କୁ ଏହା ମଧ୍ୟ କହିରଖୁଛୁ ଯେ, ବ୍ୟକ୍ତିର କୁଣ୍ଡଳୀ ଆମକୁ ଏହା ମଧ୍ୟ କହିପାରିବ କି ତା ମଧ୍ୟରେ କେତେ ପ୍ରଜନନ କ୍ଷମତା ହେବ । କୌଣସି ବ୍ୟକ୍ତିର ନପୁଂସକ ହେବାର ପ୍ରମାଣ ତାହାର କୁଣ୍ଡଳୀ ମଧ୍ୟ ଦେଇପାରେ । ଯେଉଁ ପ୍ରକାରରେ ଜ୍ୟୋତିଷ ଶାସ୍ତ୍ରରେ ଜନ୍ମ ପତ୍ରର ଅଷ୍ଟମ ଘରେ ଶୁକ୍ର ଏବଂ ଶନି ଉପସ୍ଥିତ ଥିବ ଏବଂ ଏମାନଙ୍କୁ ଗୁରୁ, ଚନ୍ଦ୍ର ଦେଖି ପାରୁନଥିବେ, ତେବେ ବ୍ୟକ୍ତି ନପୁଂସକ ହୋଇପାରନ୍ତି, ସେହି ପ୍ରକାରେ ଜ୍ୟୋତିଷରେ ଏହା ମଧ୍ୟ କୁହାଯାଇଛି ଯେ ଶେଷରେ କାହିଁକି ଏବଂ କେଉଁ ଯୋଗ କାରଣରୁ କିନ୍ନର ଜନ୍ମ ନେଇପାରନ୍ତି । ତେବେ ଏପର୍ଯ୍ୟନ୍ତ ଏହାର ରହସ୍ୟ ଖୋଲାଖୋଲି ଭାବରେ ସାମ୍ନାକୁ ଆସିନାହିଁ ।