ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହି ରାଜ୍ୟମାନଙ୍କରେ ହେବ ପ୍ରବଳ ବର୍ଷା !

ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହି ରାଜ୍ୟମାନଙ୍କରେ ହେବ ପ୍ରବଳ ବର୍ଷା !

ବର୍ତ୍ତମାନ ସାରା ଦେଶରେ କ୍ଷଣ କ୍ଷଣରେ ଋତୁ ପରିବର୍ତ୍ତନ ହେଉଛି । ଗୋଟିଏ ପଟେ ରାଜ୍ୟରେ ସ୍ୱଳ୍ପ ବର୍ଷା ହେଉଛି ଅନ୍ୟପଟେ ଭୀଷଣ ଗରମ ମଧ୍ୟ ହେଉଛି । ଦିଲ୍ଲୀ ସହ ପୁରା ଉତ୍ତର ଓ ପଶ୍ଚିମ ଭାରତରେ ବହୁତ ଗରମ ଅନୁଭୂତ ହେଉଛି । ଯେଉଁ କାରଣରୁ ଲୋକମାନଙ୍କୁ ଘର ବାହାରକୁ ଯାଇ କାମ କରିବାରେ ବହୁତ ଅସୁବିଧା ହେଉଛି । ଏହି ମଧ୍ୟରେ ପାଣିପାଗ ବିଭାଗ ତରଫରୁ ଏହି ରାଜ୍ୟମାନଙ୍କରେ ବର୍ଷା ହେବ ବୋଲି ସତର୍କ ଜାରି କରିଛନ୍ତି । ପାଣିପାଗ ବିଭାଗ ଅନୁସାରେ କିଛି ଘଣ୍ଟା ମଧ୍ୟରେ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବ । ଯାହାଦ୍ୱାରା ଲୋକମାନଙ୍କୁ ଗରମରୁ ମୁକ୍ତି ମିଳିବ ।

ଏହି ରାଜ୍ୟମାନଙ୍କରେ ହେବ ବର୍ଷା

Google

ପାଣିପାଗ ବିଭାଗ ଅନୁସାରେ ଆଗାମୀ କିଛି ଘଣ୍ଟା ମଧ୍ୟରେ ହରିଆନା, ରାଜସ୍ଥାନ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟ ପ୍ରଦେଶ, ବିହାର ଓ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇପାରେ । ହରିଆନାର କୋସଳି, ମହେନ୍ଦ୍ରଗଡ଼, ନାରନୌଲ, ରାଜସ୍ଥାନର ବିରାଟନଗର, ଅଳୱର୍, ଉତ୍ତରପ୍ରଦେଶର ରାଜଗଡ଼, ବିହାରର ମୁଜାଫନଗର ଆଦି ଜିଲ୍ଲାମାନଙ୍କରେ କିଛି ଘଣ୍ଟା ମଧ୍ୟରେ ବର୍ଷା ହୋଇପାରେ । ପାଣିପାଗ ବିଭାଗ କହିବା ଅନୁସାରେ ରାଜସ୍ଥାନରେ କିଛି-କିଛି ଜାଗାରେ ଘଡଘଡ଼ି ସହ ବର୍ଷା ହୋଇପାରେ । ଏହି ମଧ୍ୟରେ ପୂର୍ବ ରାଜସ୍ଥାନରେ ଅନେକ ଜିଲ୍ଲାମାନଙ୍କରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ରାଜସ୍ଥାନରେ ବାସୱାଡ଼ା, ବାରା, ଭିଲୱାଡ଼ା, ବୁନ୍ଦୀ, ଡୁଙ୍ଗରପୁର, ଝାଳାୱାଡ଼, କୋଟା, ପ୍ରତାବଗଡ଼, ଓ ସିରହିରେ ବର୍ଷା ହେବାର ସମ୍ଭାବନା ଅଛି ।

ଓଡିଶାର ଏହି ଜିଲ୍ଲା ଗୁଡିକରେ ହେବ ପ୍ରବଳ ବର୍ଷା

Google

ଓଡିଶାରେ ମୌସୁମୀ ବର୍ଷା ଜାରି ରହିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ । ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଆସନ୍ତା ୪ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Google

କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାଜ୍ୟର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଏଥିସହ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଖୋର୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି ।

Google

ଏ ସମସ୍ତ ଅଞ୍ଚଳରେ ଆସନ୍ତା ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ ମଧ୍ୟମ ଧରଣର ବର୍ଷା ହେବ ।

Leave a Reply

Your email address will not be published. Required fields are marked *