ସିନ୍ଧିୟା ବଂଶର ରାଜକୁମାରୀଙ୍କର କାରନାମା ବିଷୟରେ ଦୀର୍ଘ ସମୟ ହେଲା ଚର୍ଚ୍ଚା ! ଅତ୍ୟନ୍ତ ଅଜବ ଅଟେ ତାଙ୍କ ପସନ୍ଦ…

ସିନ୍ଧିୟା ବଂଶର ରାଜକୁମାରୀଙ୍କର କାରନାମା ବିଷୟରେ ଦୀର୍ଘ ସମୟ ହେଲା ଚର୍ଚ୍ଚା ! ଅତ୍ୟନ୍ତ ଅଜବ ଅଟେ ତାଙ୍କ ପସନ୍ଦ…

ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କର କୌଣସି ପରିଚୟ ଦେବା ଆବଶ୍ୟକତା ନାହିଁ । ସିନ୍ଧିୟା ପରିବାରକୁ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଲୋକମାନେ ଜାଣିଛନ୍ତି । ବର୍ତ୍ତମାନ ସମୟରେ ସିନ୍ଧିୟା କଂଗ୍ରେସ୍ ଛାଡି ବିଜେପିରେ ଯୋଗ ଦେଇ ସାରିଥିଲେ ମଧ୍ୟ ସେ ତାଙ୍କର ଏପର୍ଯ୍ୟନ୍ତର ରାଜନୈତିକ କ୍ୟାରିଅରରେ ସବୁଠାରୁ ଅଧିକ ସମୟ କଂଗ୍ରେସରେ ଅତିବାହିତ କରିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିୟା ଯେତେବେଳେ କଂଗ୍ରେସର ହାତ ଛାଡି ବିଜେପିରେ ଯୋଗ ଦେଇଥିଲେ, ସେତେବେଳେ ଏହି କଥାକୁ ତାଙ୍କ ପରିବାରର ସମସ୍ତ ଲୋକମାନେ ସମର୍ଥନ କରିଥିଲେ ।

ଏଥିସହିତ ଯେତେବେଳେ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କୁ କଂଗ୍ରେସ ଛାଡି ବିଜେପିରେ ଅନ୍ତର୍ଭୁକ୍ତ ହେବା ନେଇ କମେଣ୍ଟ କରାଯାଇଛି, ସେତେବେଳେ ସେ ଗୋଟିଏ ମାତ୍ର ଉତ୍ତର ଦେଇଛନ୍ତି କି କଂଗ୍ରେସ ତାର ଅସ୍ତିତ୍ୱ ହରାଇ ସାରିଛି । କଂଗ୍ରେସ ବର୍ତ୍ତମାନ ପୂର୍ବ ଭଳି କଂଗ୍ରେସ ଦଳ ହୋଇ ରହିନାହିଁ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ଦେଶର ଭବିଷ୍ୟତ ସୁରକ୍ଷିତ ଅଟେ । ଏହି ଭାବନା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କର ଅଟେ ।

ଏହି କଥା ମଧ୍ୟ ସମସ୍ତେ ଜାଣିଛନ୍ତି ଯେ, ଯେତେବେଳେ ଭାରତ ସ୍ଵାଧୀନ ହୋଇଥିଲା, ସେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ପରିବାରର ରାଜତନ୍ତ୍ର ଶେଷ ହୋଇଗଲା । ଦେଶରେ ସ୍ଵାଧୀନତା ସହ ରାଜତନ୍ତ୍ର ଶେଷ ହୋଇଗଲେ ମଧ୍ୟ ଆଜି ମଧ୍ୟ ରାଜଘରର ଆଲୋଚନା ହୋଇଥାଏ । ରାଜଘରର ଏହି ତାଲିକାରେ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ପରିବାରର ନାମ ମଧ୍ୟ ଆସିଥାଏ । ଜ୍ୟୋତିରାଦିତ୍ୟ ସିନ୍ଧିୟା ମଧ୍ୟ ଗୋଟିଏ ରାଜପରିବାରର ଅଟନ୍ତି । ତାଙ୍କର ଜୀବନଯାପନ ଶୈଳୀ ଦେଖି ଏହି କଥାର ସ୍ପଷ୍ଟ ଆକଳନ କରାଯାଇପାରିବ ।

ଜ୍ୟୋତିରାଦିତ୍ୟ ସିନ୍ଧିୟା ରାଜନୀତି ଠାରୁ ଆରମ୍ଭ କରି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅତ୍ୟନ୍ତ ଚର୍ଚ୍ଚାରେ ରହିଥାନ୍ତି । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ଝିଅ ଅନନ୍ୟା ରାଜେ ସିନ୍ଧିୟାଙ୍କ ବିଷୟରେ କହିବାକୁ ଯାଉଛୁ । କହିରଖୁଛୁ ଯେ ଅନନ୍ୟା ରାଜେ ସିନ୍ଧିୟାଙ୍କ ଜନ୍ମ ୨୦୦୨ ମସିହାରେ ହୋଇଥିଲା । ସିନ୍ଧିୟା ରାଜପରିବାରରେ ଜନ୍ମ ହୋଇଥିବା ଅନନ୍ୟା ନିଜ ସୌନ୍ଦର୍ଯ୍ୟ ଯୋଗୁଁ ଅନେକଥର ଚର୍ଚ୍ଚାରେ ରହିସାରିଛନ୍ତି । ଅନନ୍ୟା ରାଜେ ଦିଲ୍ଲୀର ବ୍ରିଟିଶ୍ ସ୍କୁଲରେ ପାଠ ପଢୁଛନ୍ତି । ଏଠାରେ ଅନନ୍ୟା ରାଜେ ନିଜ ମା’ ପ୍ରିୟଦର୍ଶୀନୀ ରାଜେଙ୍କ ସହ ରହୁଛନ୍ତି ।

ଏହାବ୍ୟତୀତ ସିନ୍ଧିୟାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି, ଯାହାଙ୍କ ନାମ ଆୟମନ୍ ସିଦ୍ଧିୟା ଅଟେ । ଆୟମନ୍ ସିଦ୍ଧିୟା ମଧ୍ୟ ନିଜ ଲୁକ୍ ଏବଂ ଷ୍ଟାଇଲକୁ ନେଇ ଅନେକଥର ଚର୍ଚ୍ଚାରେ ରହି ସାରିଛନ୍ତି ।

ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ଝିଅ ରାଜକୁମାରୀ ଅନନ୍ୟାଙ୍କର ପସନ୍ଦର ଚର୍ଚ୍ଚା ପ୍ରାୟତଃ ଖବରରେ ରହିଥାଏ । ଅନନ୍ୟାଙ୍କର ପସନ୍ଦ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । ତାଙ୍କୁ ଦେଖି ଏହା ସ୍ପଷ୍ଟ ଭାବରେ କୁହାଯାଇପାରିବ ଯେ ସେ ରାଜପରିବାରର ଅଟନ୍ତି । ଯେଉଁ ବୟସରେ ଲୋକମାନେ ଘୋଡା ଆରହଣ କରିବାରେ ଭୟ କରିଥାନ୍ତି, ସେହି ବୟସରେ ଅନନ୍ୟା ରାଜେ ସିନ୍ଧିୟା ଘୋଡା ଆରହଣରେ ଅତ୍ୟନ୍ତ ଭଲ ଅଟନ୍ତି । ଅନନ୍ୟାଙ୍କ ନିକଟରେ ନିଜର ଏକ ଘୋଡା ମଧ୍ୟ ରହିଛି । ତା’ର ନାମ ସେ ଗିଗୀ ରଖିଛନ୍ତି ।

ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କର ଝିଅ ଲାଇମଲାଇଟ୍ ଠାରୁ ବହୁତ ଦୂରରେ ରହିଥାନ୍ତି, କିନ୍ତୁ ନିଜର ପସନ୍ଦ ଏବଂ ଜୀବନଶୈଳୀ ଯୋଗୁଁ ସେ ଅନେକଥର ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଏହାବ୍ୟତୀତ ସେ ଅନେକଥର ନିଜ ମା’ଙ୍କ ସହ ଯେତେବେଳେ ମଧ୍ୟ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି, ତେବେ ନିଜ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍ ଯୋଗୁଁ ମଧ୍ୟ ଫୋଟ ମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି ।

କହିରଖୁଛୁ ଯେ, ଅନନ୍ୟା ରାଜେ ସିନ୍ଧିୟାଙ୍କର ରାଜନୀତିରେ ଅତ୍ୟନ୍ତ ଆଗ୍ରହ ରହିଛି । ସେ ପ୍ରାୟତଃ ନିଜ ପିତାଙ୍କ ସହ ରାଜନୀତିକ ବୈଠକରେ ଯୋଗ ଦେଉଥିବାର ଦେଖା ଯାଇଥାନ୍ତି । ଏଭଳି ପରିସ୍ଥିତିରେ ଏହା କୁହାଯାଇପାରେ କି ଅନନ୍ୟା ରାଜେ ସିନ୍ଧିୟା ରାଜନୀତିରେ ଛିଡା ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *