ସୁନ୍ଦରତାରେ ବବି ଦେଓଲଙ୍କ ସ୍ତ୍ରୀ କୌଣସି ଅଭିନେତ୍ରୀ ଠାରୁ କମ୍ ନୁହଁନ୍ତି ! ବିବାହର ୨୫ ବର୍ଷ ପୁରିଲା, ସେୟାର୍ କଲେ ରୋମାଣ୍ଟିକ୍ ଫୋଟ…

ସୁନ୍ଦରତାରେ ବବି ଦେଓଲଙ୍କ ସ୍ତ୍ରୀ କୌଣସି ଅଭିନେତ୍ରୀ ଠାରୁ କମ୍ ନୁହଁନ୍ତି ! ବିବାହର ୨୫ ବର୍ଷ ପୁରିଲା, ସେୟାର୍ କଲେ ରୋମାଣ୍ଟିକ୍ ଫୋଟ…

ହିନ୍ଦୀ ସିନେମାର ଜଣାଶୁଣା ଅଭିନେତା ବବି ଦେଓଲ୍ ନିଜ ବିବାହର ୨୫ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଦିଗଜ୍ଜ ଅଭିନେତା ଧର୍ମେନ୍ଦ୍ରଙ୍କ ଛୋଟପୁଅ ଓ ସନୀ ଦେଓଲଙ୍କ ଛୋଟଭାଇ ବବି ଦେଓଲ୍ ତାନ୍ୟା ଦେଓଲଙ୍କୁ ବିବାହ କରିଥିଲେ । ବିବାହର ୨୫ ବର୍ଷ ପୂରଣ ହେବାପରେ ବବି ଏକ ବିଶେଷ ଭାବେ ସ୍ତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରୁ ବବି ଦେଓଲ୍ ନିଜ ଓ ସ୍ତ୍ରୀ ତାନ୍ୟାଙ୍କ କିଛି ଫୋଟ ସେୟାର୍ କରିଛନ୍ତି । ଫୋଟ ସେୟାର୍ କରି ବବି ଦେଓଲ୍ ଲେଖିଛନ୍ତି ଯେ, “ତୁମ୍ ମେରା ଦିଲ୍, ମେରି ଆତ୍ମା, ମେରା ଜହାନ୍ ହୋ । ମୁଁ ଆପଣଙ୍କୁ ସବୁଦିନ ପାଇଁ ଭଲ ପାଇବି । ୨୫ତମ ବିବାହ ବାର୍ଷିକୀର ଶୁଭକାମନା ।”

ସୋସିଆଲ୍ ମିଡିଆରେ ବବି ଦେଓଲ୍ ଓ ତାନ୍ୟା ଦେଓଲଙ୍କ ଫୋଟ ଖୁବ୍ ଭାଇରଲ୍ ହେଉଛି । ଫ୍ୟାନ୍ସମାନେ ମଧ୍ୟ କପଲଙ୍କୁ ୨୫ତମ ବିବାହ ବାର୍ଷିକୀର ଶୁଭ ଅବସରରେ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି । ବବି ନିଜ ଅଧିକାରୀକ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରୁ ସ୍ତ୍ରୀଙ୍କ ସହିତ ମୋଟ ୪ଟି ଫୋଟ ସେୟାର୍ କରିଛନ୍ତି । ଏହି ସମସ୍ତ ଫୋଟ ଫ୍ୟାନ୍ସମାନଙ୍କୁ ଖୁବ୍ ପସନ୍ଦ ଆସୁଅଛି ।

ଚାରୋଟି ଫୋଟ ମଧ୍ୟରୁ ଦୁଇଟି ଫୋଟ ବିବାହ ସମୟର ଅଟେ । ଅନ୍ୟ ଦୁଇଟି ଫୋଟରେ ବବି ଓ ତାନ୍ୟା ପରସ୍ପର ବାହୁରେ ଅଛନ୍ତି । ବିବାହ ଶାଢୀରେ ତାନ୍ୟା ଖୁବ୍ ସୁନ୍ଦରୀ ଦେଖା ଯାଉଛନ୍ତି । ସେପଟେ ବବି ମଧ୍ୟ ନିଜ ବିବାହ ସମୟରେ ଖୁବ୍ ଖୁସିରେ ଥିବାର ନଜର ଆସୁଛନ୍ତି । ଏହି ଫୋଟକୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୪ ହଜାର ୟୁଜର୍ସରୁ ଅଧିକ ଲାଇକ୍ ମିଳିସାରିଛି । ସେପଟେ ଫ୍ୟାନ୍ସମାନେ ଲଗାତାର କମେଣ୍ଟ ମଧ୍ୟ କରୁଛନ୍ତି । ନା କେବଳ ଫ୍ୟାନ୍ସ ବରଂ ବଲିଉଡ଼ କଳାକାରମାନେ ମଧ୍ୟ କପଲଙ୍କୁ ଶୁଭକାମନା ଜଣାଉଛନ୍ତି ।

କିଛି କଳାକାର ମଧ୍ୟ ଦେଇଛନ୍ତି ଶୁଭକାମନା

ବବି ଦେଓଲଙ୍କ ପୋଷ୍ଟରେ କମେଣ୍ଟ କରି କିଛି କଳାକାର ତାଙ୍କୁ ବିବାହର ୨୫ତମ ବିବାହ ବାର୍ଷିକୀର ଶୁଭକାମନା ଜଣାଇଛନ୍ତି। ଅଭିନେତ୍ରୀ ହୁମା କୁରେଶୀ ହାର୍ଟ ଇମୋଜି ସହିତ ଲେଖିଛନ୍ତି ଯେ, “ହେପ୍ପୀ ଏନିଭର୍ସରି।” ଜଣାଶୁଣା ଓ ସୁନ୍ଦରୀ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ଦୁଇଟି ହାର୍ଟ ଇମୋଜି ସହ “ହେପ୍ପୀ ଏନିଭର୍ସରି” ଲେଖିଛନ୍ତି । ଅଭିନେତା ଚଙ୍କି ପାଣ୍ଡେ କମେଣ୍ଟ କରି ଲେଖିଛନ୍ତିଯେ, “”ପ୍ୟାରେ ବବି ଦେଓଲ ଓ ତା ନ୍ୟା ଦେଓଲଙ୍କୁ ବିବାହ ବାର୍ଷିକୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।” ସେପଟେ ଅଭିନେତା ବତ୍ସଳ ସେଠ କମେଣ୍ଟ କରି ଲେଖିଛନ୍ତି ଯେ, “ହେପ୍ପୀ ଏନିଭର୍ସରି।” ସାଥିରେ ସେ ହାର୍ଟର ଇମୋଜି ମଧ୍ୟ ଦେଇଛନ୍ତି । ସେପଟେ ଭାରତର ପୂର୍ବତନ କ୍ରିକେଟର ସୁରେଶ ରେନା ମଧ୍ୟ ଏହି ଦମ୍ପତ୍ତିଙ୍କୁ ଶୁଭକାମନା ଜଣାଇ ହାର୍ଟ ଇମୋଜି ସହିତ “ହେପ୍ପୀ ଏନିଭର୍ସରି’ ଲେଖିଛନ୍ତି । ଏହି କଳାକାର ମାନଙ୍କ ସହ ଆହୁରି କିଛି କଳାକାର ମଧ୍ୟ ଏହି ଯୋଡ଼ିଙ୍କୁ ଶୁଭକାମନା ଜଣାଇଛନ୍ତି ।

ଜଣାଇଦେଉଛୁ ଯେ, ବବି ଦେଓଲଙ୍କ ସ୍ତ୍ରୀ ତାନ୍ୟା ଦେଖିବାକୁ ଖୁବ ସୁନ୍ଦରୀ ଅଟନ୍ତି । ସେ ନିଜ ସୁନ୍ଦରତାରୁ ବଲିଉଡ଼ ଅଭିନେତ୍ରୀ ମାନଙ୍କୁ ଟକ୍କର ଦିଅନ୍ତି । ଯଦିଓ ସେ ଖବରରେ ରହିବାକୁ ଅଧିକ ପସନ୍ଦ କରନ୍ତି ନାହିଁ । ସେ ଜଣେ ସଫଳ ବ୍ୟବସାୟୀ ମହିଳା ଅଟନ୍ତି । ବବିଙ୍କ ଶାଶୁ ଓ ତାନ୍ୟାଙ୍କ ମାଁ ମଧ୍ୟ ଜଣେ ବ୍ୟବସାୟୀ ମହିଳା ଅଟନ୍ତି ।

ଜଣାଇଦେଉଛୁ ଯେ, ଆଜି ତାନ୍ୟା ଦେଓଲ ଓ ବବି ଦେଓଲ ଦୁଇଟି ପୁଅର ମାତାପିତା ଅଟନ୍ତି । ଜଣଙ୍କ ନାମ ଆର୍ଯ୍ୟମନ ଦେଓଲ ଅଟେ ଏବଂ ଆଉ ଜଣଙ୍କ ନାମ ଧରମ ଦେଓଲ ଅଟେ । ଜଣେ ୨୧ ଯେବେକି ଆଉ ଜଣେ ୧୪ ବର୍ଷର ଅଟେ ।

ବବି ଦେଓଲଙ୍କ ସ୍ତ୍ରୀ ତାନ୍ୟାଙ୍କ ବଲିଉଡ଼ ଠାରୁ ଦୂର ଦୁରାନ୍ତରରୁ କୌଣସି ସମ୍ପର୍କ ନାହିଁ । ସେ ଜଣେ ଇଣ୍ଟିରିୟର ଡିଜାଇନର ରୂପେ କାମ କରନ୍ତି ଏବଂ ଏହି କାମରୁ ବାର୍ଷିକ ଏକ କୋଟି ଟଙ୍କା ଅର୍ଜନ କରନ୍ତି । ତାନ୍ୟା ଦ ଗୂଡ଼ ଅର୍ଥ ନାମରେ ଫର୍ନିଚର ଓ ହୋମ ଡେକୋରେଟ ଷ୍ଟୋର ଚଳାନ୍ତି ଓ ଏହି ଫର୍ନିଚର ଷ୍ଟୋର ବଲିଉଡ଼ର ବଡ଼ ବଡ଼ କଳାକାର ମାନଙ୍କ ମଧ୍ୟରେ ଲୋକପ୍ରିୟ ଅଟେ ।

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ, ତାନ୍ୟା ୨୦୦୫ ରେ ଆସିଥିବା ବଲିଉଡ଼ ଚଳଚ୍ଚିତ୍ର ଜୁର୍ମ ଓ ୨୦୦୭ ରେ ପ୍ରଦର୍ଶିତ ହୋଇଥିବା ଚଳଚ୍ଚିତ୍ର ନନହେ ଯେସଲମେରରେ ଏକ କସଟ୍ୟୁମ ଡିଜାଇନର ରୂପେ କାମ କରିଛନ୍ତି ।

ଜଣାଇଦେଉଛୁ ଯେ, ବବିଙ୍କ ପ୍ରଥମ ଚଳଚ୍ଚିତ୍ର ‘ବର୍ଷାତ’ ସମୟରେ ଦୁହିଁଙ୍କ ଦେଖା ତାନ୍ୟାଙ୍କ ସହିତ ହୋଇଥିଲା । ଦିନେ ବବି ମୁମ୍ବାଇରେ ଏକ ରେଷ୍ଟୁରାଣ୍ଟରେ ବସିଥିଲେ । ଏତିକିବେଳେ ତାଙ୍କ ନଜର ତାନ୍ୟାଙ୍କ ଉପରେ ପଡ଼ିଥିଲା । ତାନ୍ୟା ବବିଙ୍କୁ ପସନ୍ଦ ଆସିଗଲେ ଓ ଏହାପରେ ବବି ତୁରନ୍ତ ଜାଣିବାରେ ଲାଗିଗଲେ ଯେ ସେ କିଏ । ତାନ୍ୟା କ୍ୟାମେରା ନଜରରୁ ସର୍ବଦା ଦୂରେଇ ରହୁଥିଲେ, ଯଦିଓ ସେ ଅଧିକାଂଶ ସମୟରେ ସ୍ୱାମୀ ବବିଙ୍କ ସହିତ ଇଭେଣ୍ଟ ମାନଙ୍କରେ ନଜର ଆସିଲେ ।

Leave a Reply

Your email address will not be published. Required fields are marked *